ରାଜ୍ୟରେ ଏହି ୪ ଜିଲ୍ଲାରେ ବଢ଼ିଲା ଖରା ଛୁଟି, ଜାଣନ୍ତୁ କେବେ ଖୋଲିବ ସ୍କୁଲ…

ଭୁବନେଶ୍ୱର: ରାଜ୍ୟରେ ପ୍ରବଳ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ରାଜ୍ୟର ସମସ୍ତ ସ୍କୁଲ ଜୁନ୍ ୧୯ ପରିବର୍ତ୍ତେ ଜୁନ୍ ୨୧ ତାରିଖରେ ଖୋଲିବାକୁ ନିଷ୍ପତ୍ତି ହୋଇଥିଲା । ଏବେ ବି ରାଜ୍ୟରେ କିଛି ଜିଲ୍ଲାରେ ଗ୍ରୀଷ୍ମ ପ୍ରବାହ ଜାରି ରହିଛି । ତେଣୁ ଏହାକୁ ଦୃଷ୍ଟିରେ ରଖି ରାଜ୍ୟରେ ୩ଟି ଜିଲ୍ଲାରେ ୨୧ ସ୍କୁଲ ଛୁଟି ଆଉ ଗୋଟିଏ ଦିନକୁ ବଢ଼ାଯାଇଛି । ୨୧ ତାରିଖ ପରିବର୍ତ୍ତେ ୨୨ ତାରିଖରେ ସମ୍ବଲପୁର, ଝାରସୁଗୁଡ଼ା ଓ ବଲାଙ୍ଗୀର ଜିଲ୍ଲାର ଖୋଲିବା ନେଇ ଜିଲ୍ଲାପାଳଙ୍କ ପକ୍ଷରୁ ନୋଟିସ୍ ଜାରି କରାଯାଇଛି । ଏହି ୩ ଜିଲ୍ଲାର ସବୁ ସ୍କୁଲ ସକାଳୁଆ ଚାଲିବ । ସକାଳ ୬ଟା ୩୦ରୁ ଆରମ୍ଭ ହୋଇ ୧୦ଟା ପର୍ଯ୍ୟନ୍ତ ଚାଲିବ ।

ସେହିପରି ପ୍ରବଳ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ନୂଆପଡ଼ାରେ ମଧ୍ୟ ସ୍କୁଲ ଛୁଟିକୁ ଆଉ ଦୁଇ ଦିନ ବଢ଼ାଇ ଦିଆଯାଇଛି । ନୂଆପଡ଼ାରେ ୨୧ ତାରିଖ ପରିବର୍ତ୍ତେ ୨୩ରେ ଖୋଲିବାକୁ ଜିଲ୍ଲା ପ୍ରଶାସନ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି । ତେବେ ୨୩ ଓ ୨୪ ତାରିଖରେ ସକାଳୁଆ ସ୍କୁଲ ହେବ ଓ ୨୬ ତାରିଖରୁ ନିୟମିତ ସମୟ ଅନୁସାରେ ସ୍କୁଲ ଚାଲିବ ।