spot_img
Home Blog Page 3240

ଅମୁଲ ବ୍ରାଣ୍ଡକୁ ନେଇ କଂଗ୍ରେସ-ବିଜେପି ମୁହାଁମୁହିଁ

ବେଙ୍ଗାଲୁରୁ: କର୍ଣ୍ଣାଟକ ନିର୍ବାଚନ ପୂର୍ବରୁ ଜୋର ଧରିଛି କ୍ଷୀର ରାଜନୀତି । ରାଜ୍ୟରେ ଅମୁଲ ବ୍ରାଣ୍ଡ ପ୍ରବେଶକୁ ନେଇ ମୁହାଁମୁହିଁ ହୋଇଛନ୍ତି କଂଗ୍ରେସ-ବିଜେପି । ରାଜ୍ୟର ନିଜସ୍ବ ବ୍ରାଣ୍ଡ ନନ୍ଦିନୀ ରହିଥିବା ବେଳେ ଅମୁଲର ପ୍ରବେଶ ସ୍ଥାନୀୟ ଚାଷୀଙ୍କୁ କ୍ଷତି ପହଞ୍ଚାଇବ ବୋଲି କଂଗ୍ରେସ କହିଛି ।

ରାଜ୍ୟରେ ୭୦ଲକ୍ଷରୁ ଊର୍ଦ୍ଧ୍ବ ଚାଷୀ ଉତ୍ପାଦିତ କ୍ଷୀର ନନ୍ଦିନୀକୁ ଦେଇଥାନ୍ତି । ଅମୁଲ ବ୍ରାଣ୍ଡ ଲଞ୍ଚ ହେବା ଦ୍ବାରା ଚାଷୀଙ୍କୁ ବ୍ୟାପକ ପ୍ରଭାବିତ କରିବ ବୋଲି କର୍ଣ୍ଣାଟକ କଂଗ୍ରେସ ସଭାପତି ଡି କେ ଶିବକୁମାର କହିଛନ୍ତି ।

ଆଜି ହାସନସ୍ଥିତ ନନ୍ଦିନୀ ମିଲ୍କ ପାର୍ଲରରେ ପହଞ୍ଚିବା ସହ ସ୍ଥାନୀୟ ଚାଷୀଙ୍କ ସ୍ବାର୍ଥକୁ ନେଇ ଗଣମାଧ୍ୟମରେ ବୟାନ ରଖିଛନ୍ତି । ସେପଟେ କର୍ଣ୍ଣାଟକ ରକସା ବେଦିକ ପକ୍ଷରୁ ଆଜି ବେଙ୍ଗାଲୁରୁରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ବିକ୍ଷୋଭ ବେଳେ କେତେଜଣ ଆନ୍ଦୋଳନକାରୀଙ୍କୁ ପୋଲିସ ଉଠାଇ ନେଇଛି ।

ଝାରସୁଗୁଡା ପାଇଁ କଂଗ୍ରେସ ପ୍ରାର୍ଥୀ ତରୁଣ ପାଣ୍ଡେ

ଭୁବନେଶ୍ୱର: ଝାରସୁଗୁଡ଼ା ଉପନିର୍ବାଚନ ପାଇଁ ପ୍ରାର୍ଥୀ ଘୋଷଣା କଲା କଂଗ୍ରେସ । ତରୁଣ ପାଣ୍ଡେ ହେଲେ କଂଗ୍ରେସର ବିଧାୟକ ପ୍ରାର୍ଥୀ । ତରୁଣଙ୍କ ନାଁରେ ମୋହର ମାରିଛନ୍ତି କଂଗ୍ରେସ ହାଇକମାଣ୍ଡ । ପୂର୍ବତନ ବିଧାୟକ ବୀରେନ ପାଣ୍ଡେଙ୍କ ପୁଅ ହେଉଛନ୍ତି ତରୁଣ । ବୀରେନ ପାଣ୍ଡେ ଝାରସୁଗୁଡ଼ା ଆସନରୁ ତିନି ଥର କଂଗ୍ରେସ ଟିକେଟରେ ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ ।

ପ୍ରାର୍ଥୀ ଚୟନ ପାଇଁ କଂଗ୍ରେସର ସ୍ବତନ୍ତ୍ର ଟିମ୍ ଆଶାୟୀଙ୍କ ନାଁ ହାଇକମାଣ୍ଡଙ୍କୁ ସୁପାରିସ କରିଥିଲା । ବିଧାୟକ ସନ୍ତୋଷ ସିଂ ସାଲୁଜାଙ୍କ ଅଧ୍ୟକ୍ଷତାରେ ଗଠିତ କମିଟିର ସୁପାରିସ ଆଧାରରେ ତରୁଣଙ୍କ ନାଁରେ ମୋହର ମାରିଛନ୍ତି ହାଇକମାଣ୍ଡ । ଉପନିର୍ବାଚନ ପାଇଁ ବହୁ ପୂର୍ବରୁ ବିଜେଡି ପ୍ରାର୍ଥୀ ଘୋଷଣା କରିସାରିଛି । ସ୍ବର୍ଗତ ନବକିଶୋର ଦାସଙ୍କ ଝିଅ ଦୀପାଳି ଦାସଙ୍କୁ ପ୍ରାର୍ଥୀ କରି ଗ୍ରାଉଣ୍ଡରେ ପ୍ରଚାର ଆରମ୍ଭ କରିଦେଲାଣି ଦଳ । ତେବେ ଏଯାଏ ପ୍ରାର୍ଥୀ ଘୋଷଣା କରିନି ବିଜେପି । କାହାକୁ ପ୍ରାର୍ଥୀ କରାଯିବ ସେନେଇ ଦଳ ଦ୍ବନ୍ଦ୍ବରେ ରହିଛି ।

ଅମ୍ରିତପାଲ ସିଂର ଘନିଷ୍ଠ ସହଯୋଗୀ ଗିରଫ

ପଞ୍ଜାବ: ଖଲିସ୍ତାନୀ ନେତା ଅମ୍ରିତପାଲ ସିଂର ଘନିଷ୍ଠ ସହଯୋଗୀ ଗିରଫ । ପଞ୍ଜାବ ପୋଲିସର ଗୁଇନ୍ଦା ବିଭାଗ ଆଜି ତାକୁ ଗିରଫ କରିଛି । ଅମ୍ରିତପାଲ ମାର୍ଚ୍ଚ ୧୮ରେ ଜଲନ୍ଧରରୁ ଖସିଯିବା ପରେ ପାପାଲପ୍ରିତ ସିଂ ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ଯାଉଥିଲା । ଏହି ସମୟରେ ତାକୁ ଗିରଫ କରାଯାଇଛି ।

ଆସିଥିବା ସିସିଟିଭି ଫୁଟେଜରୁ ଅମ୍ରିତପାଲ ସହ ପାପାଲପ୍ରିତକୁ ଦେଖିବାକୁ ମିଳିଥିଲା । ଏବେ ପଞ୍ଜାବ ଏବଂ ଦିଲ୍ଲୀ ପୋଲିସର ସ୍ପେଶାଲ ସେଲ ପକ୍ଷରୁ ହୋଶିହାରପୁରରୁ ତାକୁ ଗିରଫ କରାଯାଇଛି ।

ପାପାଲପ୍ରିତ ଏବଂ ଅମ୍ରିତପାଲ ଫାଗଓ୍ବାରା ଟାଉନ, ନାଦଲୋନ, ବିବି ଗାଁରେ କିଛି କିଛି ଦିନ ଲୁଚିଥିଲେ । ଏବେ କିନ୍ତୁ ପାପାଲପ୍ରିତ ଧରାପଡ଼ିଯାଇଛି । ତାକୁ ଗିରଫ କରାଯିବା ପରେ କଡ଼ା ସୁରକ୍ଷା ବଳୟରେ ପଞ୍ଜାବ ପୋଲିସ ମୁଖ୍ୟାଳୟକୁ ଅଣାଯାଇଛି । ପାପାଲପ୍ରିତ ସିନା ଧରାପଡ଼ିଯାଇଛି କିନ୍ତୁ ଅମ୍ରିତପାଲ ଏ ଯାଏ ଧରାପଡ଼ିନାହିଁ । ସେ ଏବେ ମଧ୍ୟ ପୋଲିସ ସହ ଲୁଚକାଳୀ ଖେଳୁଛି ।

ଝାରସୁଗୁଡାରୁ ନାବାଳକ ବିଖୋଜ ଘଟଣା, ବିଳାସପୁରରେ ଥିବା ସୂଚନା

ଝାରସୁଗୁଡା: ଝାରସୁଗୁଡା ଟାଉନ ଥାନା ବୁରୋମାଲର ୧୦ ବର୍ଷର ନାବାଳକର ମିଳିଲା ପତ୍ତା। ବିଳାସପୁରରୁ ଠାବ ହେଲେ ପ୍ରିନ୍ସ ସୋନି। ଘରକୁ ଆଣିବା ପାଇଁ ଝାରସୁଗୁଡା ପୋଲିସର ଏକ ଟିମ ବିଳାସପୁର ବାହାରିଥିବା ଏସପି ସୂଚନା ଦେଇଛନ୍ତି ।

ଗତ ୭ ତାରିଖରୁ ନିଖୋଜ ଥିଲେ ପ୍ରିନ୍ସ । ସୂଚନା ଅନୁସାରେ, ମା’‌ ଅସୁସ୍ଥ ହେବାରୁ ଗତ ୭ ତାରିଖରେ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ଏହି ସମୟରେ ନାବାଳକଙ୍କ ବାପା ବି ଡାକ୍ତରଖାନାରେ ଥିଲେ। ଘରେ ୨ ଭାଇ ଥିଲେ । ଶୁକ୍ରବାର ଅପରାହ୍ନରେ ଘର ବାହାରେ ଛିଡ଼ା ହୋଇଥିବା ବେଳେ, ପ୍ରିନ୍ସ କୁଆଡ଼େ ନିଖୋଜ ହୋଇଯାଇଥିବା ଥାନାରେ ଏତଲା ଦେଇଥିଲେ ପରିବାର ଲୋକ । ପରେ ଅପହରଣ କରାଯାଇଥିବା ନେଇ ସନ୍ଦେହ ସୃଷ୍ଟି ହୋଇଥିଲା ।

ସାର୍ଟିଫିକେଟରେ ମାର୍କ ୯୫ପ୍ରତିଶତରୁ ଅଧିକ, ହେଲେ ଇଂରାଜୀ ଲେଖିପାରୁନାହାଁନ୍ତି

ସମ୍ବଲପୁର: ସାର୍ଟିଫିକେଟରେ ମାର୍କ ୯୫ପ୍ରତିଶତରୁ ଅଧିକ ହେଲେ ଲେଖିଲା ବେଳକୁ ଭୁଲ୍ ଭାଲ୍ ଲେଖୁଛନ୍ତି। ସମ୍ବଲପୁର ଡାକ ବିଭାଗରେ ନକଲି ସାର୍ଟିଫିକେଟ୍। ଡାକ ବିଭାଗରେ ଚାକିରି ପାଇଁ ଆବେଦନ କରିଥିବା ୬ଜଣ ଆଶାୟୀଙ୍କ ଡକ୍ୟୁମେଣ୍ଟ ଯାଞ୍ଚ ପରେ ସେମାନଙ୍କ ସାର୍ଟିଫିକେଟକୁ ନେଇ ସନ୍ଦେହ ଉପୁଜିଥିଲା।

ଓଡିଆ ଏବଂ ଇଂରାଜୀ ବିଷୟରେ ୯୫ପ୍ରତିଶତରୁ ଅଧିକ ଲେଖାଏଁ ମାର୍କ ପାଇଥିବାରୁ ସନ୍ଦେହ ହୋଇଥିଲା। ଏହାପରେ ସମ୍ବଲପୁର ଡାକ ବିଭାଗର ଅଧ୍ୟକ୍ଷ ୬ଜଣ ଆଶାୟୀଙ୍କର ଇଂରାଜୀ ଓ ଓଡ଼ିଆରେ ପରୀକ୍ଷା କରିଥିଲେ । ହେଲେ ପରୀକ୍ଷା ବେଳେ ସେମାନେ ଇଂରାଜୀରେ ଅନେକ ଭୁଲ ଲେଖିଥିଲେ । ଯାହାକୁ ନେଇ ସନ୍ଦେହ ବଢ଼ିବାରୁ ସେମାନଙ୍କ ନାଁରେ ଟାଉନ ଥାନାରେ ଏତଲା ଦେଇଥିଲେ।

ସମ୍ବଲପୁର ଡାକ ବିଭାଗରେ ବାହାରିଥିବା ୯୬ଟି ପଦବୀ ପାଇଁ ଅନେକ ଆଶାୟୀ ସାରା ରାଜ୍ୟରୁ ଆବେଦନ କରିଥିଲେ। ତେବେ ଆଶାୟୀ ୬ଜଣ ଉତ୍ତରପ୍ରଦେଶରେ ହିନ୍ଦୀ ବୋର୍ଡରେ ପାଠ ପଢିଥିବା କଥା ଉଲ୍ଲେଖ କରିଥିଲେ। ସେହିପରି ସେମାନଙ୍କ ସାର୍ଟିଫିକେଟରେ ଓଡିଆ ଏକ ବିଷୟ ବୋଲି ଉଲ୍ଲେଖ ରହିଛି। ଯାହା ନକଲି କାରବାର ହୋଇଥିବା ନେଇ ସନ୍ଦେହ ବଢାଇଥିଲା। ଘଟଣାରେ ପୋଲିସ ତଦନ୍ତ ଆରମ୍ଭ ହୋଇଛି ।

ନଦୀରେ କିପରି ଚାଲୁଛନ୍ତି ମହିଳା? ଭାଇରାଲ ଭିଡିଓ ପଛର ସତ ଜାଣିଲେ ଉଡ଼ିଯିବ ହୋସ

ଭୋପାଳ: ମଧ୍ୟପ୍ରଦେଶର ଜଣେ ମହିଳା ପାଣିରେ ଚାଲୁଛନ୍ତି । ତାଙ୍କୁ ଦେଖିଲେ ଏପରି ଲାଗୁଛି ଯେ, ସେ କିଛି ଚମତ୍କାର କରୁଛନ୍ତି । କାରଣ ପାଣିରେ ଚାଲିଲାବେଳେ ତାଙ୍କ କପଡ଼ା ଓଦା ବି ହେଉନି ।

ମଧ୍ୟପ୍ରଦେଶ ଜବଲପୁରର ଏହି ମହିଳା ଏବେ ଚର୍ଚ୍ଚାରେ ଅଛନ୍ତି । ନର୍ମଦା ନଦୀ ଘାଟରେ ଏହି ମହିଳାଙ୍କୁ ଦେଖାଯାଇଛି । ପାଣିରେ ମହିଳା ଚାଲିବାର ଏକ ଭିଡିଓ ବି ଭାଇରାଲ ହେବାରେ ଲାଗିଛି ।

ଏହି ଗୁଜବ ଏତେ ବଢ଼ି ଯାଇଛି ଯେ, ମହିଳା ଜଣଙ୍କ ଯେଉଁଆଡେ ଯାଉଛନ୍ତି ତାଙ୍କୁ ଦେଖିବାକୁ ଲୋକେ ଏକାଠି ହୋଇଯାଉଛନ୍ତି । ଏହି ବୃଦ୍ଧାଙ୍କୁ ନର୍ମଦା ମାଈ ବୋଲି କୁହାଯାଉଛି । ଜଣେ ବ୍ୟକ୍ତି ମହିଳାଙ୍କ ଭିଡ଼ିଓ ଟ୍ବିଟରରେ ସେୟାର କରିଛନ୍ତି । ସେ ଲେଖିଛନ୍ତି ଯେ, ‘ ଜଣେ ବୁଢ଼ି ମା’ ନର୍ମଦା ନଦୀ ମଝିରେ ଚାଲୁଛନ୍ତି । ତାଙ୍କୁ ଦେଖିଲେ ଏପରି ଲାଗୁଛି ଯେ, ସେ ରାସ୍ତାରେ ଚାଲୁଛନ୍ତି । ନଦୀରେ ବୁଡ଼ ପକାଇଲେ ବି ସେ ଓଦା ହେଉ ନାହାନ୍ତି’ ।

ଏହି ଭିଡିଓ ବହୁବାର ସୋସିଆଲ ମିଡିଆରେ ସେୟାର ହେବା ପରେ ମାମଲା ପୋଲସକୁ ଯାଇଥିଲା । ପୋଲିସ ମହିଳାଙ୍କ ବିଷୟରେ ଖୋଳତାଡ଼ କରିବା ପରେ ଜଣାପଡ଼ିଲା ଯେ, ମହିଳାଙ୍କ ନାମ ଜ୍ୟୋତି ବାଇ ରଘୁବଂଶୀ ।

ପୋଲିସ ପଚରାଉଚରା କରିବା ପରେ ଜଣାପଡ଼ିଛି ଯେ, ମହିଳା ଜଣଙ୍କ ନର୍ମଦାପୁରମରେ ରୁହନ୍ତି । ତାଙ୍କ ବୟସ ୫୧ ବର୍ଷ । ସେ ପୋଲିସଙ୍କୁ କହିଛନ୍ତି ଯେ, ନା ସେ ପାଣିରେ ଚାଲିପାରନ୍ତି ନା ତାଙ୍କ କପଡ଼ା ପାଣିରେ ଓଦା ହୁଏନି । ସେ କୌଣସି ଚମତ୍କାର କରନ୍ତି ନାହିଁ । ସେ କାହାକୁ କିଛି ନ କହି ନର୍ମଦା ପରିକ୍ରମା କରିବାକୁ ବାହାରିଥିଲେ । ସେ ଯେତେବେଳେ ନର୍ମଦା ନଦୀରେ ଚାଲୁଥିଲେ ସେତେବେଳେ କେହି ତାଙ୍କର ଭିଡିଓ ସୁଟ କରିଥିଲା । ତା ପରେ ଏହି ଗୁଜବ ବ୍ୟାପିଥିଲା ।

ପୋଲିସ ଅଧିକ ଖୋଳତାଡ଼ କରିବା ପରେ ଜଣାପଡ଼ିଥିଲା ଯେ, ମହିଳା ୨୦୨୨ ମେ’ ମାସରୁ ଘରୁ କେଉଁଆଡ଼େ ଚାଲି ଯାଇଥିଲେ । ନିଖୋଜ ନେଇ ପରିବାର ସଦସ୍ୟ ପୋଲିସରେ ରିପୋର୍ଟ କରିଥିଲେ । ଏବେ ମହିଳା ଜଣଙ୍କ ମିଳିବା ପରେ ପୋଲିସ ତାଙ୍କୁ ନେଇ ଘରେ ଛାଡ଼ିଛି ।

ବିଜେପି କର୍ମୀଙ୍କ ଉନ୍ମତ୍ତ କାଣ୍ଡ; ସ୍କୁଲରେ ଭୋଜି କରି ମଦ ପିଇଲେ, ବାହାରେ ଛାତ୍ରଛାତ୍ରୀ…

ଭୁବନେଶ୍ୱର: କର୍ପୋରେଟରଙ୍କ ଏକ ବର୍ଷ ପୂର୍ତ୍ତି ଉପଲକ୍ଷେ ସରକାରୀ ସ୍କୁଲରେ ପାର୍ଟି। ମଦ ପିଇ ମାତାଲ ବିଜେପି କର୍ମୀଙ୍କ ଉନ୍ମତ୍ତ କାଣ୍ଡ। ସ୍କୁଲରେ ଭୋଜି କଲେ, ମଦ ବି ପିଇଲେ । ଏଭଳି ଘଟଣା ଦେଖିବାକୁ ମିଳିଛି ବରମୁଣ୍ଡା ପ୍ରାଥମିକ ବିଦ୍ୟାଳୟ ପରିସରରେ । ଗତକାଲି ରାତିରେ ଏଭଳି ଘଟଣା ଘଟିବା ପରେ ଆଜି ସ୍କୁଲର ଛାତ୍ରଛାତ୍ରୀ ବାହାରେ ବସି କ୍ଲାସ କରୁଛନ୍ତି । ଏହି ଘଟଣାକୁ ଶିକ୍ଷକ ଶିକ୍ଷୟିତ୍ରୀଙ୍କ ସହ ଛାତ୍ରଛାତ୍ରୀ ନିନ୍ଦା କରିଛନ୍ତି।

ଝାରସୁଗୁଡା ବିଜେପି ପ୍ରାର୍ଥୀ ଘୋଷଣା ପୂର୍ବରୁ ଭାଇରାଲ୍ ଅଡିଓକୁ ବିରୋଧ

ଝାରସୁଗୁଡା: ଉପନିର୍ବାଚନ ପାଇଁ ବିଜେପିର ପ୍ରାର୍ଥୀ ଘୋଷଣା ପୂର୍ବରୁ ଏକ ଭାଇରାଲ ଅଡିଓକୁ ନେଇ ଝାରସୁଗୁଡ଼ାରେ ଜୋରଦାର ବିରୋଧ। ବିଜେପି ଟିକେଟ୍ ଘୋଷଣା କରିବା ପୂର୍ବରୁ ସୋସିଆଲ ମିଡିଆରେ ଏକ ଅଡିଓ ଭାଇରାଲ୍ ହେଉଛି।

ଝାରସୁଗୁଡା ବିଜେପି ପାର୍ଟି ଅଫିସରୁ ଝାରସୁଗୁଡା ଭୋଟରମାନଙ୍କୁ ଫୋନ ଆସୁଛି। ବିଜେପିରୁ ସୁନ୍ଦରଗଡ଼ର ଟଙ୍କଧର ତ୍ରିପାଠୀ ପ୍ରାର୍ଥୀ ହେବେ ବୋଲି ଅଡିଓରେ କୁହାଯାଉଛି। ଭାଇରାଲ୍ ହେଉଥିବା ଅଡିଓରେ କଣ କୁହାଯାଉଛି ଆସନ୍ତୁ ଶୁଣିବା।

ଏପଟେ ଭାଇରାଲ୍ ଅଡିଓକୁ ଝାରସୁଗୁଡ଼ାରେ ଜୋରଦାର ବିରୋଧ କରାଯାଇଛି । ଜିଲ୍ଲାରେ କଣ ନେତା ନାହାନ୍ତି କି ବୋଲି ପ୍ରଶ୍ନ କରିଛନ୍ତି ଭୋଟର । କାହିଁକି ସୁନ୍ଦରଗଡ଼ରୁ ଆସିଥିବା ପ୍ରାର୍ଥୀଙ୍କୁ ବିଜେପି ଟିକେଟ୍ ଦେଉଛି ବୋଲି ପ୍ରଶ୍ନ କରୁଛନ୍ତି। ଝାରସୁଗୁଡାରେ ଭଲ ଭଲ ପ୍ରାର୍ଥୀ ଅଛନ୍ତି, ତଥାପି କାହିଁକି ବାହାର ଜିଲ୍ଲାର ନେତାଙ୍କୁ ବିଜେପି ଟିକେଟ୍ ଦେଉଛି। ବାହାର ଲୋକଙ୍କୁ କାହିଁକି ଭୋଟ ଦେବେ ବୋଲି ଭୋଟର ପ୍ରଶ୍ନ କରିଛନ୍ତି।

ରାଜ୍ୟରେ ବଢୁଛି ପାରଦ, ଟ୍ୱିନସିଟିରେ ୪୦ଡିଗ୍ରୀ ଟପିପାରେ ତାପମାତ୍ରା

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରେ ପ୍ରବଳ ତାତି । ଆଜି ଦିନ ୧୧ଟା୩୦ ସୁଦ୍ଧା ସବୁଠୁ ଉତପ୍ତ ସହର ରାଜଧାନୀ ଭୁବନେଶ୍ବର ଓ କଟକ । ଆଗାମୀ ସପ୍ତାହେ ନାହିଁ ତ୍ରାହି। ଦୁଇ ସହରରେ ୪୦ଡିଗ୍ରୀ ଟପିବ ତାପମାତ୍ରା । ଟୁଇନସିଟିରେ ତାପମାତ୍ରା ୩୭.୨ ଡିଗ୍ରୀ ଲେଖାଏଁ ଥିବା ବେଳେ, ଚାନ୍ଦବାଲିରେ ୩୭, ବାଲେଶ୍ୱର ଓ ସମ୍ବଲପୁରରେ ୩୬ ଡ଼ିଗ୍ରୀ ରିକର୍ଡ ହୋଇଛି ।

ସେହିପରି ହୀରାକୁଦରେ ୩୫.୪ ଡ଼ିଗ୍ରୀ ରେକର୍ଡ ହୋଇଥିବା ବେଳେ କେନ୍ଦୁଝରରେ ୩୫ ଡ଼ିଗ୍ରୀ, ଗୋପାଳପୁରରେ ୩୫ ଡ଼ିଗ୍ରୀ, ପୁରୀରେ ୩୪ ଡ଼ିଗ୍ରୀ ଓ ପାରାଦୀପରେ ୩୨.୮ ଡ଼ିଗ୍ରୀ ରହିଛି ତାପମାତ୍ରା ।

କାଲିଠୁ ଆହୁରି ବଢ଼ିବ ରାଜ୍ୟରେ ତାପମାତ୍ରା। ସ୍ବାଭାବିକଠାରୁ ୨ ରୁ ୩ ଡିଗ୍ରୀ ପର୍ଯ୍ୟନ୍ତ ତାପମାତ୍ରା ବୃଦ୍ଧି ହେବ ବୋଲି ପୂର୍ବାନୁମାନ କରିଛି ଆଞ୍ଚଳକ ପାଣିପାଗ କେନ୍ଦ୍ର

ରାଜ୍ୟରେ କେତେ ଅଛନ୍ତି ନକଲି ଶିକ୍ଷକ? ଦୁଇ ଦିନ ଭିତରେ ରିପୋର୍ଟ ଦେବାକୁ ନିର୍ଦ୍ଦେଶ

ଭୁବନେଶ୍ୱର: ରାଜ୍ୟରେ କେତେ ଅଛନ୍ତି ନକଲି ଶିକ୍ଷକ। ଦୁଇ ଦିନ ଭିତରେ ରିପୋର୍ଟ ଦେବେ BEO ଓ DEO । କେତେ ନକଲି ଶିକ୍ଷକ ଚିହ୍ନଟ ହୋଇଛନ୍ତି ଏବଂ କଣ କାର୍ଯ୍ୟାନୁଷ୍ଠାନ ନିଆଯାଇଛି ଜାଣିବା ପରେ ଆକ୍ସନ ନିଆଯିବ ବୋଲି କହିଛନ୍ତି ପ୍ରାଥମିକ ଶିକ୍ଷା ବିଭାଗ ନିର୍ଦ୍ଦେଶକ।

ଜାତି, ଜନ୍ମ ଓ ଶିକ୍ଷାଗତ ସାର୍ଟିଫିକେଟ୍ ଜାଲିଆତି କରିଥିବା ୩୦୦ ଶିକ୍ଷକଙ୍କୁ ଚିହ୍ନଟ କରାଯାଇଛି। ଏହା ଭିତରେ ସମସ୍ତଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ସହ FIR ହୋଇଛି। ନକଲି ଶିକ୍ଷକଙ୍କୁ ଧରିବାକୁ କଣ ଉପାୟ ଅବଲମ୍ବନ କରିବେ ସେନେଇ ସରକାର BEO ଓ DEOଙ୍କୁ ଏସଓପି ଜାରି କରିଛନ୍ତି।

କିଛି ନକଲି ଶିକ୍ଷକ ଚାକିରିରୁ ବହିଷ୍କାର ହୋଇଥିବା ବେଳେ କିଛି ଗିରଫ ବି ହୋଇଛନ୍ତି। ଆଉ କିଛିଙ୍କ ବିରୋଧରେ ଅଭିଯୋଗ ମିଥ୍ୟା ପ୍ରମାଣିତ ହେବା ପରେ ପୁଣି ଚାକିରିରେ ଅବସ୍ଥାପିତ ହୋଇଛନ୍ତି।