ବାହାନଗା ଟ୍ରେନ୍‌ ଟ୍ରାଜେଡି: ଆସିଲା ୨୯ଟି ମୃତଦେହର DNA ରିପୋର୍ଟ

1 min read

ଭୁବନେଶ୍ୱର: ବାହାନଗା ଟ୍ରେନ ଟ୍ରାଜେଡି, ଆସିଲା DNA ରିପୋର୍ଟ । ପରିଚୟ ମିଳୁନଥିବା ୮୧ ଟି ମୃତଦେହ ମଧରୁ ପ୍ରଥମ ପର୍ଯ୍ୟାୟରେ ଯାଇଥିବା ୨୯ଟି ସାମ୍ପୁଲର DNA ରିପୋର୍ଟ ଆସିଛି । ବାହାନଗା ଟ୍ରେନ ଦୁର୍ଘଟଣାରେ କେତେକ ମୃତଦେହର ଏକାଧିକ ଦାବିଦାର ରହିଥିଲେ । ପରିଚୟ ମିଳୁନଥିବା ମୃତଦେହକୁ ଚିହ୍ନଟ କରିବାକୁ ଭୁବନେଶ୍ୱର ଏମ୍ସରୁ ଦିଲ୍ଲୀ ଏମ୍ସରୁ 29ଟି ମୃତଦେହର ଡିଏନଏ ଟେଷ୍ଟ ପାଇଁ ସାମ୍ପୁଲ ପଠାଯାଇଥିଲା । ପରିଚୟ ମିଳିବା ପରେ ଏହାକୁ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯିବାର ବ୍ୟବସ୍ଥା କରାଯାଉଛି ।

ସେପଟେ ଅଣଦାବିଦାର ଶବଗୁଡ଼ିକର ଆଜି ହେବ ସାମୂହିକ ସତ୍କାର । ଏବେ ଏମ୍ସରେ ୩ଟି କଣ୍ଟେନରରେ ୮୧ଟି ମୃତଦେହ ରହିଛି । ସମ୍ବେଦନଶୀଳ ଘଟଣା ହୋଇଥିବାରୁ ସଂରକ୍ଷଣ ପନ୍ଥା ଆପଣାଇ ଶବଗୁଡ଼ିକୁ ଅଧିକ ଦିନ ସଂରକ୍ଷିତ କରି ରଖିଛନ୍ତି ରାଜ୍ୟ ସରକାର । ଏବେ ମୃତଦେହ ଗୁଡ଼ିକ ଗଳିତ ହୋଇ ଖରାପ ହେବାରେ ଲାଗିଛି ।ଏଣୁ ଏଗୁଡ଼ିକୁ ଗଣଦାହ କରାଯିବ । ଏଥିପାଇଁ ଭୁବନେଶ୍ବର ସତ୍ୟନଗର ଓ ଭରତପୁର ଶ୍ମଶାନରେ ଶବ ସତ୍କାପର ବ୍ୟବସ୍ଥା କରାଯାଇଛି ।