ନୂଆଦିଲ୍ଲୀ : ନେହେରୁ ମେମୋରିଆଲ ଏବେ ପ୍ରଧାନମନ୍ତ୍ରୀ ସଂଗ୍ରହାଳୟ । ଦିଲ୍ଲୀସ୍ଥିତ ନେହେରୁ ମେମୋରିରିଆଲ ମ୍ୟୁଜିୟମ ଆଣ୍ଡ ଲାଇବ୍ରେରୀର ନାଁ ବଦଳାଇଲେ କେନ୍ଦ୍ର ସରକାର । ନାମ ପରିବର୍ତ୍ତନକୁ ସଙ୍କୀର୍ଣ୍ଣ ରାଜନୀତି କହି କେନ୍ଦ୍ର ଉପରେ ବର୍ଷିଛି କଂଗ୍ରେସ । ନେହେରୁ ସ୍ମାରକ ସଂଗ୍ରହାଳୟ ଓ ପୁସ୍ତକାଳୟ 59ବର୍ଷରୁ ଅଧିକ ସମୟ ଧରି ପୁସ୍ତକ ଓ ଅଭିଲେଖର ସ୍ବତନ୍ତ୍ର ପରିଚୟ ପାଇଛି । କେନ୍ଦ୍ର ସରକାର ଏବେ ରାଷ୍ଟ୍ର ନିର୍ମାଣକାରୀଙ୍କ ନାମ ଓ ଐତିହ୍ୟକୁ ବିକୃତ କରିବାରେ ଲାଗିପଡ଼ିଛନ୍ତି ବୋଲି ଟୁଇଟ କରିଛନ୍ତି AICC ସାଧାରଣ ସମ୍ପାଦକ ଜୟରାମ ରମେଶ । ପୂର୍ବରୁ ରାଜୀବ ଗାନ୍ଧୀ ଖେଳ ରତ୍ନ ସମ୍ମାନର ନାଁ ବଦଳାଇଥିଲେ କେନ୍ଦ୍ର ସରକାର ।
ତିରୁପତି ଗୋବିନ୍ଦରାଜସ୍ବାମୀ ମନ୍ଦିର ନିକଟରେ ଅଘଟଣ
ଅମରାବତୀ : ତିରୁପତିରେ ଅଘଟଣ । ଗୋବିନ୍ଦରାଜସ୍ବାମୀ ମନ୍ଦିର ନିକଟରେ ଥିବା ଏକ ଫଟୋଫ୍ରେମ ଓ୍ବାର୍କସପ ସମ୍ପୂର୍ଣ୍ଣ ଜଳିଯାଇଛି । ଅଗ୍ନିକାଣ୍ଡରେ ଅନେକ ଦୋକାନ ବି ନଷ୍ଟ ହୋଇଛି । ଆଜି ମଧ୍ୟାହ୍ନରେ ତିରୁପତି ସହର ଅନ୍ତର୍ଗତ ଲାବଣ୍ୟ ଫଟୋ ଫ୍ରେମ ଓ୍ବାର୍କସପରେ କୌଣସି କାରଣରୁ ନିଆଁ ଲାଗିଯାଇଥିଲା । ପରେ ଏହା ଅନ୍ୟ ଦୋକାନକୁ ବ୍ୟାପି ଯାଇଥିଲା । ତିନିମହଲା କୋଠାରେ ଲାଗିଥିବା ନିଆଁର ତେଜ ଏତେ ଅଧିକ ଥିଲା ଯେ ଦୀର୍ଘ ସମୟ ପର୍ଯ୍ୟନ୍ତ ନିଆଁ ଲିଭା କାର୍ଯ୍ୟରେ ଅଗ୍ନିଶମ ବାହିନୀ ନିୟୋଜିତ ହୋଇଥିଲେ । ତେବେ ମନ୍ଦିର ନିକଟରେ ଥିବା ଗୋବିନ୍ଦରାଜସ୍ବାମୀ ମନ୍ଦିରର ରଥକୁ ନିଆଁ କବଳରୁ ରକ୍ଷା କରାଯାଇପାରିଛି ।
ଜାମ୍ମୁ-କାଶ୍ମୀର କୁପଓ୍ବାରାରେ ୫ ଆତଙ୍କବାଦୀ ନିହତ
ଶ୍ରୀନଗର : ଜାମ୍ମୁ-କାଶ୍ମୀର କୁପଓ୍ବାରାରେ ୫ ଆତଙ୍କବାଦୀ ନିହତ । LOC ନିକଟରେ ସେନା-ଆତଙ୍କୀଙ୍କ ମଧ୍ୟରେ ଗୁଳି ବିନିମୟରେ ୫ ଆତଙ୍କବାଦୀଙ୍କ ମୃତ୍ୟୁ ହୋଇଛି । ସେନା ଓ ପୋଲିସ ପକ୍ଷରୁ ଜଏଣ୍ଟ ସର୍ଚ୍ଚ ଅପରେସନ ଚାଲିଥିବା ବେଳେ କୁପଓ୍ବାଡା ନିକଟରେ ଆତଙ୍କବାଦୀ ଗୁଳି ଚଳାଇଥିଲେ ।
କାଉଣ୍ଟର ଫାୟାରିଂରେ ୫ଆତଙ୍କବାଦୀ ନିପାତ ହୋଇଥିବା କାଶ୍ମୀର ADGP ବିଜୟ କୁମାର ସୂଚନା ଦେଇଛନ୍ତି । ଏନକାଉଣ୍ଟର ପରେ ଏବେ ବି ସର୍ଚ୍ଚ ଅପରେସନ ଚାଲିଛି । ଆତଙ୍କବାଦୀ ଲୁଚି ରହିଥିବା ସନ୍ଦେହରେ ସ୍ଥାନୀୟ ଅଞ୍ଚଳକୁ ଘେରାବନ୍ଦୀ କରାଯାଇ ସର୍ଚ୍ଚ ଅପରେସନ ଜାରି ରହିଛି । କୁପଓ୍ବାଡାଠାରେ ଆତଙ୍କବାଦୀ ଲୁଚି ରହିଥିବା ନେଇ ସେନାକୁ ଗୁଇନ୍ଦା ସୂଚନା ମିଳିବା ପରେ ସର୍ଚ୍ଚ ଅପରେସନ ଆରମ୍ଭ ହୋଇଥିଲା
ରିଲିଜ୍ ହେଲା ପ୍ରଭାସଙ୍କ ବହୁ ପ୍ରତୀକ୍ଷିତ ସିନେମା ‘ଆଦିପୁରୁଷ’
ମୁମ୍ୱାଇ : ରିଲିଜ୍ ହୋଇଛି ଦେଶର ସବୁଠୁ ହାଇବଜେଟ୍ ଓ ବହୁ ପ୍ରତୀକ୍ଷିତ ଫିଲ୍ମ ‘ଆଦିପୁରୁଷ’। ପ୍ରଥମ ଦିନରେ ସାରା ଦେଶରେ ହିନ୍ଦୀ, ତେଲୁଗୁ, ତାମିଲ ସମେତ ୫ଟି ଭାଷାରେ ରିଲିଜ୍ ହୋଇଛି ବାହୁବଳୀ ଫେମ୍ ପ୍ରଭାସଙ୍କ ‘ଆଦିପୁରୁ’। ରିଲିଜ୍ ପୂର୍ବରୁ ହିଁ ରେକର୍ଡ ପରେ ରେକର୍ଡ କରି ଚାଲିଛି ସିନେମା। ପ୍ରଥମ ଦିନ ପାଇଁ ପାଖାପାଖି ୭ ଲକ୍ଷରୁ ଅଧିକ ମଲ୍ଟି ଫ୍ଲେକ୍ସ ଓ ଅଢ଼େଇ ଲକ୍ଷରୁ ଅଧିକ ସିଙ୍ଗେଲ ସ୍କ୍ରିନ୍ର ଟିକେଟ୍ ଆଡଭାନ୍ସ ବୁକିଂ ହୋଇଛି। ଦିଲ୍ଲୀ, ମୁମ୍ବାଇ ସମେତ ଆନ୍ଧ୍ର ଏବଂ ଦକ୍ଷିଣ ଭାରତର ଏକାଧିକ ହଲ୍ରେ ବ୍ୟାକ୍ ଟୁ ବ୍ୟାକ୍ ହାଉସଫୁଲ୍ ଶୋ’ ଚାଲିଛି।
ପ୍ରଥମ ଥର ପାଇଁ ରାମାୟଣକୁ ଏତେ ବଡ଼ ଆକାରରେ ସିଲଭର୍ ସ୍କ୍ରିନରେ ରିଲିଜ୍ କରାଯାଇଛିା ସେଥିପାଇଁ ଆକ୍ସନ ଷ୍ଟାର ପ୍ରଭାସଙ୍କୁ ପ୍ରଭୁ ଶ୍ରୀରାମଙ୍କ ଚରିତ୍ରରେ ଦେଖି ବେଶ୍ ଉତ୍ସାହିତ ହୋଇଛନ୍ତି ଫ୍ୟାନ୍ସ। ସେହିପରି କୀର୍ତ୍ତି ସେନନ୍ଙ୍କୁ ମାଆ ସୀତା, ସନ୍ନି ସିଂଙ୍କୁ ଲକ୍ଷ୍ମଣ ଓ ରାବଣ ଭୂମିକାରେ ସୈଫ୍ ଅଲ୍ଲୀ ଖାନଙ୍କ ଅଭିନୟ ସମସ୍ତଙ୍କୁ ପ୍ରଭାବିତ କରିଛି।
ସିନେମା ରିଲିଜ୍ ପୂର୍ବରୁ ଏହା ବିବାଦରେ ଥିଲା। ପ୍ରଭୁ ଶ୍ରୀରାମ ଓ ଅନ୍ୟ ଚରିତ୍ରର ଚିତ୍ରଣକୁ ନେଇ ଖପ୍ପା ଥିଲେ ଫ୍ୟାନ୍ସ। ଏପରିକି ନିର୍ଦ୍ଦେଶକ ଓମ୍ ରାଉତ ସିନେମାର ରିଲିଜ୍ ଡେଟ୍ ଦୁଇ ଥର ଘୁଞ୍ଚାଇଥିଲେ। ୬୦୦ କୋଟିରୁ ଅଧିକ ଟଙ୍କାରେ ନିର୍ମାଣ ହୋଇଥିବା ଏହି ଫିଲ୍ମ ଭାରତର ସବୁଠୁ ହାଇବଜେଟ୍ ସିନେମାା।

