୪୩ ଲକ୍ଷ ଟଙ୍କାର ଅନଲାଇନ ଠକେଇ ମାମଲାରେ ୩ ଅଭିଯୁକ୍ତ ଗିରଫ

1 min read

ବୌଦ୍ଧ: ୪୩ ଲକ୍ଷ ଟଙ୍କାର ଅନଲାଇନ ଠକେଇ ମାମଲାରେ ବୌଦ୍ଧ ପୋଲିସକୁ ବଡ଼ ସଫଳତା । ୩ ଜଣ ଅଭିଯୁକ୍ତକୁ ଗିରଫ କରିଛି ପୋଲିସ । ଏକ ଇ-କମର୍ସ କମ୍ପାନୀରେ କାମ କରି ଠକେଇ କରିଥିଲେ ଅଭିଯୁକ୍ତ । କଣ୍ଟାମାଳ ଓ ବାଉଁଶୁଣି ଥାନାରେ ଅଭିଯୋଗ ପରେ ଚଢ଼ାଉ କରି ଅଭିଯୁକ୍ତଙ୍କୁ ଗିରଫ କରିଛି ପୋଲିସ । ପୋଲିସ ସୂଚନା ଅନୁସାରେ ବୌଦ୍ଧ, ଅନୁଗୁଳ , କନ୍ଧମାଳ ଜିଲାର ବିଭିନ୍ନ ସ୍ଥାନରେ ଥିବା ଏକ ଇ-କମର୍ସ କମ୍ପାନୀର ବିତରଣ କାର୍ଯ୍ୟାଳୟରେ କାମ କରୁଥିବା ୩ ଜଣ କର୍ମଚାରୀ ୪୩ ଲକ୍ଷ ଟଙ୍କା ଗାଏବ କରିଦେଇଥିଲେ ।

କମ୍ପାନୀ ତରଫରୁ ଏନେଇ ବାଉଁଶୁଣୀ, କଣ୍ଟାମାଳ, କିଶୋରନଗର ଥାନାରେ ଏତଲା ଦିଆଯାଇଥିଲା । ପୋଲିସ ସ୍ବତନ୍ତ୍ର ଟିମ ଗଠନ କରି ଅଭିଯୁକ୍ତଙ୍କୁ ଗିରଫ କରିଛି । ସେମାନଙ୍କ ନିକଟରୁ ୪ ଲକ୍ଷ ୫୦ ହଜାର ଟଙ୍କା, ୩ଟି ମୋବାଇଲ, ଦୁଇଟି ବାଇକ, ଗୋଟିଏ ଲାପଟପ ଜବତ ହୋଇଛି । ଗିରଫ ଅଭିଯୁକ୍ତ ହେଲେ ନୟାଗଡର ସୁନୀଲ ପ୍ରିୟରଂଜନ ପାଲ, ଖୋର୍ଦ୍ଧାର ଆଶିଷ ରଂଜନ ପ୍ରଧାନ ଏବଂ ବାଲେଶ୍ବରର ବ୍ୟେମକେଶ ଗିରି ।