ବୁଲା କୁକୁର ବେକରେ କ୍ୟୁ-ଆର କୋଡ୍‌, ସ୍କାନ୍‌ କଲେ ଆସୁଛି ନାଁ, ଟିକାକରଣ, ବନ୍ଧ୍ୟାକରଣ ତଥ୍ୟ

ମୁମ୍ବାଇ: ଏବେ ଆଧାର କାର୍ଡ ଏକ ଜରୁରୀ ଦସ୍ତାବିଜ । ସରକାରୀ ହେଉ କି ବେସରକାରୀ, ସବୁ କାମ ପାଇଁ ଦରକାର ପଡ଼ୁଛି ଆଧାର କାର୍ଡ । ଦେଶର ସବୁ ନାଗରିକଙ୍କ ପାଇଁ ଏହା ବାଧ୍ୟତାମୂଳକ ହୋଇଥିବା ବେଳେ ଏବେ କୁକୁରଙ୍କୁ ବି ଆଧାରକାର୍ଡ ମିଳୁଛି  । କଥାଟା ଅଜବ ଲାଗୁଥିଲେ ବି ସତ । ମୁମ୍ବାଇ ମହାନଗର ପାଳିକାର ଏହି ପଦକ୍ଷେପ ଏବେ ଚର୍ଚ୍ଚାରେ । ଛତ୍ରପତି ଶିବାଜୀ ଏୟାରପୋର୍ଟ ବାହାରେ ବୁଲୁଥିବା କୁକୁରଙ୍କୁ ପରିଚୟ ପତ୍ର ଦେଉଛି ବିଏମସି । କୁକୁରଙ୍କ ବେକରେ କ୍ୟୁଆର୍ କୋର୍ଡ ଲଗାଯାଉଛି । ଏହି କୋର୍ଡ ସ୍କାନ କଲେ କୁକୁରର ନାଁ, ଟିକାରଣ ଓ ବନ୍ଧ୍ୟାକରଣ ସମ୍ପର୍କୀତ ସବୁ ତଥ୍ୟ ଜଣାପଡ଼ିବ । କୁକୁର ବେକରେ ପଡ଼ିଥିବା ସ୍କାନର ଦେଖିବାକୁ ଆଧାର କାର୍ଡ ଭଳି । ସହରର ସବୁ ବୁଲା ଜନ୍ତୁଙ୍କ ଡାଟାବେସ୍ ପ୍ରସ୍ତୁତ କରିବ ବିଏମସି ।