ମଝି ଆକାଶରେ ବିମାନ ଯାତ୍ରୀଙ୍କ ହଙ୍ଗାମା, ସିନିୟର ଅଫିସରଙ୍କୁ ଦୁର୍ବ୍ୟବହାର ପରେ ମାରିଲେ ଚାପୁଡ଼ା

1 min read

ନୂଆଦିଲ୍ଲୀ: ମଝି ଆକାଶରେ ପୁଣି ଜଣେ ବିମାନ ଯାତ୍ରୀଙ୍କ ହଙ୍ଗାମା । ଏୟାର ଇଣ୍ଡିଆରେ କୋ-ପାସେଞ୍ଜରଙ୍କୁ ଗାଳି ଗୁଲଜ କରିବା ସହ ଏୟାରଲାଇନ୍ସ ସିନିୟର ଅଫିସରଙ୍କୁ ଦୁର୍ବ୍ୟବହାର ଓ ଚାପୁଡ଼ା ମାରିଛନ୍ତି ଯାତ୍ରୀ । ଏହାସହ ବିମାନର ଏମର୍ଜେନ୍ସି  ଇକ୍ୟୁପମେଣ୍ଟ ମଧ୍ୟ ଯାତ୍ରୀଜଣଙ୍କ ଭଙ୍ଗାରୁଜା କରିଥିବା ଜଣାପଡ଼ଛି । ଜୁଲାଇ ୯ ତାରିଖରେ ସିଡନୀରୁ ଦିଲ୍ଲୀ ଆସୁଥିବା ବିମାନରେ ଯାତ୍ରୀଙ୍କ ଏଭଳି କାରନାମା ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ନେଇଛି ଏୟାର ଲାଇନ୍ସ । ଦିଲ୍ଲୀରେ ବିମାନ ଅବତରଣ କରିବା ପରେ ସମ୍ପୃକ୍ତ ଯାତ୍ରୀଙ୍କୁ ସୁରକ୍ଷା କର୍ମୀ ଗିରଫ କରିଛନ୍ତି । ଲିଖିତ କ୍ଷମା ପ୍ରାର୍ଥନା କରିଥିଲେ ବି ତାଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବାକୁ ଡିଜିସିଏକୁ ଅପିଲ କରିଛି ଏୟାର ଇଣ୍ଡିଆ ।