spot_img
Home Blog Page 3185

କର୍ଣ୍ଣାଟକରେ ବୁଥ୍ ବାହୁଡ଼ା ମତ ବିଜେପି ପାଇଁ ନୁହେଁ ଶୁଭ, ୫ ବର୍ଷ ପରେ ପୁଣି କଂଗ୍ରେସ ଗଢ଼ିପାରେ ସରକାର

ବେଙ୍ଗାଲୁରୁ: କର୍ଣ୍ଣାଟକରେ କିଏ ସରକାର ଗଠନ କରିବ ? କାହର ହେବ ରାଜତିଳକ । ଯଦି ବୁଥ୍ ବାହୁଡ଼ା ମତକୁ ବିଶ୍ୱାସ କରାଯାଏ ତେବେ ଖବର ବିଜେପି ପାଇଁ ନିଶ୍ଚିତ ଭାବେ ଭଲ ନୁହେଁ । ବିଭିନ୍ନ ଏଗଜିଟ୍ ପୋଲ କଂଗ୍ରେସ ସର୍ବାଧିକ ଆସନ ଜିତିବ ବୋଲି କହୁଥିବା ବେଳେ ବିଜେପିକୁ ରନର୍ସ ଅପ୍ ବୋଲି ପ୍ରୋଜେକ୍ଟ କରୁଛନ୍ତି । ଅନ୍ୟପକ୍ଷରେ ଏଗଜିଟ୍ ପୋଲ୍ ଅନୁସାରେ ୨୦୧୮ ଭଳି ଏଥରକ ମଧ୍ୟ ଜେଡିଏସ୍ କିଙ୍ଗ୍ ମେକର ଭୂମିକାରେ ଅବତ୍ତିର୍ଣ୍ଣ ହେବ । କର୍ଣ୍ଣାଟକରେ ରାଜସ୍ଥାନ ଭଳି ପ୍ରତି ପାଞ୍ଚ ବର୍ଷରେ କ୍ଷମତା ପରିବର୍ତ୍ତନର ପରମ୍ପରା ରହିଛି । ତେବେ ବିଜେପି ୩୮ ବର୍ଷର ଏହି ଧାରା ଉପରେ ପୂର୍ଣ୍ଣଛେଦ ଟାଣିବ ବୋଲି ଆଶା କରିଥିଲା । କିନ୍ତୁ ଏଗଜିଟ୍ ପୋଲ୍ ବିଜେପିକୁ ନିଶ୍ଚୟ ନିରାଶ କରିବ।

ଏଗଜିଟ୍ ପୋଲ୍ କ’ଣ କହୁଛି  ?

ଏଗଜିଟ୍ ପୋଲ୍ ଅନୁସାରେ କର୍ଣ୍ଣାଟକରେ ସରକାର ଗଠନ ପାଇଁ ଆବଶ୍ୟକ ପୂର୍ଣ୍ଣ ବହୁମତ କାହାରିକି ମଧ୍ୟ ମିଳୁନାହିଁ । ସୂଚନାଯୋଗ୍ୟ ଯେ, କର୍ଣ୍ଣାଟକ ବିଧାନସଭାରେ ୨୨୪ ଆସନ ଥିବା ବେଳେ ସରକାର ଗଠନ ପାଇଁ ଆବଶ୍ୟକ ସଂଖ୍ୟା ହେଉଛି ୧୧୩। ଜନ୍ କି ବାତ୍ ଅନୁସାରେ କଂଗ୍ରେସକୁ ୯୧ରୁ ୧୦୬, ବିଜେପିକୁ ୯୪ରୁ ୧୧୭ ଓ ଜେଡିଏସକୁ ୧୪ରୁ ୨୪ ଆସନ ମିଳିବ। ସେହିଭଳି ଜି ନ୍ୟୁଜ୍ ଅନୁସାରେ ବିଜେପିକୁ ୭୯-୯୪,କଂଗ୍ରେସକୁ ୧୦୩-୧୧୮ ଓ ଜେଡିଏସକୁ ୨୫-୩୩ ଆସନ, ସି-ଭୋଟର ବିଜେପିକୁ ୬୬ରୁ ୮୬, କଂଗ୍ରେସକୁ ୮୧ରୁ ୧୦୧ ଓ  ଜେଡିଏସକୁ ୨୦ରୁ ୨୭ ଆସନ ମିଳିବାର ସମ୍ଭାବନା ରହିଛି । ଅନ୍ୟପକ୍ଷରେ ଟିଭି-୯ ଭାରତ ବର୍ଷ ବିଜେପିକୁ ୮୮ରୁ ୯୮ ,କଂଗ୍ରେସକୁ ୯୯ରୁ ୧୦୯ ଓ ଜେଡିଏସକୁ ୨୧ରୁ ୨୬ ଆସନ ମିଳିବ ବୋଲି ଭବିଷ୍ୟବାଣୀ କରିଛି । ରିପବ୍ଲିକ୍ ଟିଭି ଅନୁସାରେ ମଧ୍ୟ ବିଜେପି ସରକାର ଗଠନ ରେସରେ ପଛରେ ଅଛି। ଏହା ଅନୁସାରେ ବିଜେପିକୁ ୮୫ରୁ ୧୦୦, କଂଗ୍ରେସକୁ ୯୪ରୁ ୧୦୮ ଓ ଜେଡିଏସକୁ ୨୪ରୁ ୩୨ ମିଳିବ।

ଜେଡିଏସ୍ କିଙ୍ଗ୍ ମେକର ?

ପ୍ରାୟ ସବୁ ଏଗଜିଟ୍ ପୋଲ୍ କୌଣସି ଦଳକୁ ଏକକ ସଂଖ୍ୟା ଗରିଷ୍ଠତା ଦେଉନାହାନ୍ତି । କଂଗ୍ରେସ ଏଗଜିଟ୍ ପୋଲରେ ଆଗରେ ଥିଲେ ମଧ୍ୟ ସରକାର ଗଠନ ପାଇଁ ଆବଶ୍ୟକ ୧୧୩ ସଂଖ୍ୟାରୁ ଦୁରରେ ରହୁଛି । ଏମିତିରେ ପାଖାପାଖି ୨୫ ଆସନ ଜିତିବା ନେଇ ଯେଉଁ ଜେଡିଏସ ବାବଦରେ ଏଗଜିଟ୍ ପୋଲ୍ କହୁଛନ୍ତି ସେହି ଦଳ କିଙ୍ଗ୍ ମେକର ଭୂମିକାରେ ଅବତିର୍ଣ୍ଣ ହେବାର ଯଥେଷ୍ଠ ସମ୍ଭାବନା ରହିଛି । ଏଠାରେ ଉଲ୍ଲେଖନୀୟ ଯେ, ୨୦୧୮ରେ ଜେଡିଏସ୍ କିଙ୍ଗ୍ ମେକର ଭୂମିକା ନିର୍ବାହ କରିଥିଲା ।

ବିଶ୍ବପ୍ରସିଦ୍ଧ ଘୋଷଯାତ୍ରା ପାଇଁ ଜୋରସୋରରେ ଚାଲିଛି ରଥ ନିର୍ମାଣ କାମ, ସିଙ୍ଗଡା ବାଡିଆ କାମରେ ବ୍ୟସ୍ତ ଭୋଇ ସେବାୟତ

ପୁରୀ: ବିଶ୍ୱପ୍ରସିଦ୍ଧ ଘୋଷଯାତ୍ରା ପାଇଁ ଶୃଙ୍ଖଳିତ ଭାବେ ଚାଲିଛି ରଥ ନିର୍ମାଣ କାର୍ଯ୍ୟ । ଆଜି ସୁଦ୍ଧା ତିନି ରଥର ମୋଟ ୧୮ଟି ଚକ ସମ୍ପର୍ଣ୍ଣ ହୋଇଥିବା ବେଳେ ଅନ୍ୟ ଚକ ଗୁଡ଼ିକ ନିର୍ମାଣ ପାଇଁ ମୁଖ୍ୟତଃ ପହି, ଅରରେ ବିନ୍ଧ କାର୍ଯ୍ୟ ଜାରି ରହିଛି । ଏହାପରେ ଭୋଇ ସେବାୟତଙ୍କ ଦ୍ବାରା ସିଙ୍ଗଡ଼ା ବାଡ଼ିଆ ଯାଇ ବିଲେଇ ବାଡ଼ିଆ ପଦ୍ଧତିରେ ଚକ ନିର୍ମାଣ ସମ୍ପର୍ଣ୍ଣ ହେବ । ନୃସିଂହ ଚତୁର୍ଦଶୀଠାରୁ ଗୁଜ ଅନୁକୂଳ ହୋଇଥିବା ବେଳେ କୋଣ ଗୁଜରେ ହସ୍ତୀ ବିରାଳ, ନର ବିରାଳ, ନୃସିଂହ ବିରାଳ ଆଦି ରୂପ ଖୋଦେଇ କାର୍ଯ୍ୟ ଜାରି ରଖିଛନ୍ତି ରୂପକାର ସେବାୟତ । ଆଗକୁ ନାଟଗୋଡ଼, ପ୍ରଭା କାର୍ଯ୍ୟ କରାଯିବାକୁ ଥିବାବେଳେ ସମସ୍ତ ନିର୍ମାଣ ପ୍ରକ୍ରିୟା ସୁରୁଖୁରୁରେ ଚାଲିଥିବା କହିଛନ୍ତି ବିଶ୍ବକର୍ମା ସେବାୟତ ।

ଶାନ୍ତି ଶୃଙ୍ଖଳାର ସହ ସରିଲା ଝାରସୁଗୁଡ଼ା ଉପନିର୍ବାଚନ, ଇଭିଏମରେ ସିଲ୍ ହେଲା ୯ ପ୍ରାର୍ଥୀଙ୍କ ଭାଗ୍ୟ

ଝାରସୁଗୁଡ଼ା: ଶାନ୍ତି ଶୃଙ୍ଖଳାର ସହ ସରିଲା ଝାରସୁଗୁଡ଼ା ଉପନିର୍ବାଚନ । ଇଭିଏମରେ ସିଲ୍ ହେଲା ୯ ପ୍ରାର୍ଥୀଙ୍କ ଭାଗ୍ୟ । କଡ଼ା ସୁରକ୍ଷା ବଳୟରେ ଷ୍ଟ୍ରଙ୍ଗରୁମ୍ । ୧୩ ତାରିଖରେ ବାହାରିବ ରେଜଲ୍ଟ । ମତସାବ୍ୟସ୍ତ କଲେ ବିଜେଡି, ବିଜେପି ଓ କଂଗ୍ରେସ ପ୍ରାର୍ଥୀ । କିଏ ହେବ ନବଙ୍କ ଉତ୍ତରାଧିକାରୀ ? କିଏ ପିନ୍ଧିବ ବିଜୟ ଟିକା ? ଦିନ ୫ ଟା ସୁଦ୍ଧା ୬୮.୧୨ ପ୍ରତିଶତ ଭୋଟିଂ ହୋଇଛି । ମୋଟ ଏକ ଲକ୍ଷ ୫୧ ହଜାର ୩୫ ଜଣ ମତଦାନ କରିଥିବବେଳେ ପୁରୁଷଙ୍କ ତୁଳନାରେ ମହିଳାଙ୍କ ସଂଖ୍ୟା ଅଧିକ ରହିଛି । ୭୪ ହଜାର ୮ ଜଣ ପୁରୁଷ ଭୋଟ୍ ଦେଇଥିବାବେଳେ ମହିଳା ଭୋଟରଙ୍କ ସଂଖ୍ୟା ରହିଛି ୭୭ ହଜାର ୨୦ । ବେହେରାମାଲ ପିଙ୍କ୍ ବୁଥରେ ଭୋଟ ଦେଲେ ଜିଲ୍ଲାପାଳ । ଘନଘନ ବୁଥ ବୁଲିଲେ ଉତ୍ତରାଞ୍ଚଳ ଆଇଜି ଓ ଏସପି । ନୂଆ ଭୋଟରଙ୍କୁ ଫୁଲ ଚନ୍ଦନ ଓ ପୂର୍ଣ୍ଣକୁମ୍ଭ ଥୋଇ ସ୍ବାଗତ କଲେ ମିଶନ ଶକ୍ତି ମହିଳା । ବୟସ୍କଙ୍କୁ ମୁଣ୍ଡିଆମାରି ଦେଲେ ଗୋଲାପ ଫୁଲ । ନୂଆ ଅନୁଭୂତି ନେଇ ଜିଲ୍ଲା ପ୍ରଶାସନକୁ ଧନ୍ୟବାଦ ଦେଲେ ଭୋଟର ।

ମୁକ୍ତ, ଅବାଧ ଓ ନିରପେକ୍ଷ ଭାବରେ ଶେଷ ହୋଇଛି ଝାରସୁଗୁଡା ଉପନିର୍ବାଚନ । ସକାଳୁ ସକାଳୁ ଗଣପତି ମନ୍ଦିରରେ ପୂଜାର୍ଚ୍ଚନା କରିବା ପରେ ସରବାହାଲ ହାଇସ୍କୁଲର ୩୪ ନମ୍ବର ବୁଥରେ ଭୋଟ ଦେଲେ ବିଜେଡି ପ୍ରାର୍ଥୀ ଦୀପାଳି ଦାସ । ମା ମୀନତି ଦାସ ଓ ଭାଇ ବିଶାଲ ଦାସଙ୍କ ସହ ଆସି ଭୋଟ ଦେବା ସହ ଝାରସୁଗୁଡା ବାସୀ ସମସ୍ତେ ଏହି ମହାନ ପର୍ବରେ ସାମିଲ ହେବାକୁ ନିବେଦନ କରିଥିଲେ । ଝାରସୁଗୁଡାର ବିକାଶ ପାଇଁ ସମସ୍ତଙ୍କ ଆର୍ଶୀବାଦରେ ଦୀପାଳି ବିଜୟଲାଭ କରିବେ ବୋଲି ଆଶା କରିଛନ୍ତି । ସେହିଭଳି ବିଜେପି ପ୍ରାର୍ଥୀ ଟଙ୍କଧର ତ୍ରିପାଠୀ ୧୯ ନମ୍ବର ଓ୍ବାର୍ଡ ଗୁଜରାଟୀ ସ୍କୁଲର ୭୦ ବୁଥରେ ମତଦାନ ସାବ୍ୟସ୍ତ କରିଥିଲେ । କଂଗ୍ରେସ ପ୍ରାଥୀ ତରୁଣ ପାଣ୍ଡେ ୧୭ ନମ୍ବର ୱାର୍ଡର ପୁରୁଣା ବସ୍ତି  ପ୍ରାଥମିକ ବିଦ୍ୟାଳୟର ୭୨ ନମ୍ବର ବୁଥରେ ତାଙ୍କ ମତ ଦାନ ସାବ୍ୟସ୍ତ କରିଥିଲେ l

ନିର୍ବାଚନକୁ ଶାନ୍ତି ଶୃଙ୍ଖଳାର ସହ ଶେଷ କରିବା ପାଇଁ ଜିଲ୍ଲା ପ୍ରଶାସନ କରିଥିଲା ବ୍ୟାପକ ବ୍ୟବସ୍ଥା । ଖରାକୁ ଦୃଷ୍ଟିରେ ରଖି ସବୁ ବୁଥରେ ଥଣ୍ଡା ପାନୀୟ, ଦହି, ଲସି ଏବଂ ଲେମ୍ବୁପାଣିର ବ୍ୟବସ୍ଥା କରାଯାଇଥିଲା । ମତଦାନରେ ଯେମିତି କୌଣସି ଅସୁବିଧା ନ ହୁଏ ସେ ନେଇ ନିଜେ ଜିଲ୍ଲାପାଳ ଓ ଏସପି ବିଭିନ୍ନ ବୁଥକୁ ମାରାଥନ ଗସ୍ତ କରିଥିଲେ । ଯେଉଁ ବୁଥରେ ଅଭିଯୋଗ ଆସୁଥିଲା ତାହାର ତୁରନ୍ତ ସମାଧାନ ହୋଇଥିଲା । ଏସପିଙ୍କ ସମେତ ଉତ୍ତରାଞ୍ଚଳ ଆଇଜି ଦିପକ କୁମାର ମଧ୍ୟ ଆଇନଶୃଙ୍ଖଳା ପରିସ୍ଥିତି ବୁଲି ବୁଲି ସମୀକ୍ଷା କରିଥିଲେ । ବିଗତ ନିର୍ବାଚନ ଅପେକ୍ଷା ଏହି ଉପନିର୍ବାଚନରେ ଜିଲ୍ଲା ପ୍ରଶାସନର ଏଭଳି ବ୍ୟବସ୍ଥା ଦେଖି ନୁଆ ଅନୁଭୂତି ସାଉଁଟିବା ସହ ପ୍ରଶାସନକୁ ପ୍ରଶଂସା କରିଥିଲେ। ମତଦାନ ସରିବା ପରେ ଇଭିଏମ୍ ଗୁଡିକୁ କଡା ସୁରକ୍ଷା ବଳୟ ମଧ୍ୟରେ ଝାରସୁଗୁଡା ଇଂଜିନିୟରିଂ ସ୍କୁଲ ପରିସରରେ ଥିବା ଷ୍ଟ୍ରଙ୍ଗରୁମରେ ରଖାଯାଇଛି । ୨୪ ଘଣ୍ଟିଆ ସିସିଟିଭି ସହିତ ସଶସ୍ତ୍ର କେନ୍ଦ୍ରୀୟ ଫୋର୍ସ ନିୟୋଜିତ କରାଯାଇଛି ।

ଦିନିକିଆ କ୍ରିକେଟ ବିଶ୍ୱକପ୍: ଏହି ଦିନ ମୁହାଁମୁହିଁ ହେବେ ଭାରତ-ପାକିସ୍ତାନ

ନୂଆଦିଲ୍ଲୀ: ଚଳିତ ବର୍ଷ ଅକ୍ଟୋବର-ନଭେମ୍ବରରେ ଭାରତରେ ଅନୁଷ୍ଠିତ ହେବ ଦିନିକିଆ ବିଶ୍ୱକପ । ଦିନିକିଆ ବିଶ୍ୱକପକୁ ଏବେ ସାମ୍ନାକୁ ଆସିଛି ଏକ ବଡ଼ ଖବର । କ୍ରିକବଜର ଏକ ରିପୋର୍ଟ ଅନୁସାରେ ଅକ୍ଟୋବର ୫ରୁ ଆରମ୍ଭ ହେବ ଦିନିକିଆ ବିଶ୍ୱକପ । ବିଶ୍ୱକପର ପ୍ରଥମ ମ୍ୟାଚ୍ ଇଂଲଣ୍ଡ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଖେଳାଯିବ । ତେବେ ବିଶ୍ୱକପର ଫାଇନାଲ ମ୍ୟାଚ୍ ନଭେମ୍ବର ୧୯ରେ ଖେଳାଯିବ ବୋଲି ଏହି ରିପୋର୍ଟରେ ପ୍ରକାଶ ପାଇଛି ।

ଏହି ଟୁର୍ଣ୍ଣାମେଣ୍ଟରେ ଭାରତ ତା’ର ଅଭିଯାନ ପାଞ୍ଚ ଥରର ଚମ୍ପିଆନ ଅଷ୍ଟ୍ରେଲିଆ ବିପକ୍ଷରୁ ଆରମ୍ଭ କରିବ । ତେବେ କ୍ରିକେଟର ଏହି ମହାକୁମ୍ଭରେ ସମସ୍ତଙ୍କ ନଜର ରହିଛି ଭାରତ-ପାକିସ୍ତାନ ମ୍ୟାଚ୍ ଉପରେ । ଅକ୍ଟୋବର ୧୫ରେ ଭାରତ ପାରମ୍ପାରିକ ପ୍ରତିଦ୍ୱନ୍ଦୀ ପାକିସ୍ତାନକୁ ଭେଟିବାର ସମ୍ଭାବନା ରହିଛି । ଏହା ସହ ଏହି ଟୁର୍ଣ୍ଣାମେଣ୍ଟର ଉଦଘାଟନୀ ଓ ଫାଇନାଲ ମ୍ୟାଚ୍ ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ହୋଇପାରେ ।

କ୍ରିକବଜ୍ ଏହା ମଧ୍ୟ ନିଶ୍ଚିତ କରିଛି ଯେ ଦିନିକିଆ ବିଶ୍ୱକପ ପାଇଁ ପାକିସ୍ତାନ ଭାରତ ଗସ୍ତ କରିବାକୁ ରାଜି ହୋଇଛି । କିନ୍ତୁ ପାକିସ୍ତାନ ଅହମ୍ମଦାବାଦରେ ଗ୍ରୁପ୍ ମ୍ୟାଚ୍ ଖେଳିବାକୁ ଚାହୁଁନାହିଁ । ସୂଚନା ଅନୁସାରେ ପାକିସ୍ତାନ ତା’ର ମ୍ୟାଚ୍ ଅହମ୍ମଦାବାଦ, ହାଇଦ୍ରାବାଦ, ଚେନ୍ନାଇ ଓ ବେଙ୍ଗାଲୁରୁରେ ଖେଳିବ । ଚଳିତ ବର୍ଷ ହେବାକୁ ଥିବା ଦିନିକିଆ ବିଶ୍ୱକପରେ ୧୦ଟି ଭାଗ ନେବେ । ସେଥିମଧ୍ୟରୁ ୮ଟି ଦଳ ସିଧାସଳଖ ବିଶ୍ୱକପ୍ ପାଇଁ ଯୋଗ୍ୟତା ଅର୍ଜନ କରିଛନ୍ତି । ଏହି ୮ଟି ଦଳ ହେଉଛନ୍ତି ଭାରତ, ଇଂଲଣ୍ଡ, ଅଷ୍ଟ୍ରେଲିଆ, ନ୍ୟୁଜିଲାଣ୍ଡ, ଆଫଗାନିସ୍ତାନ, ପାକିସ୍ତାନ, ବାଂଲାଦେଶ ଏବଂ ଦକ୍ଷିଣ ଆଫ୍ରିକା । ଅବଶିଷ୍ଟ ଦୁଇଟି ଦଳ ଜିମ୍ବାଓ୍ୱେରେ ହେବାକୁ ଥିବା ଯୋଗ୍ୟତା ପର୍ଯ୍ୟାୟରେ ମାଧ୍ୟମରେ ନିଷ୍ପତ୍ତି ନିଆଯିବ ।

ମହୁମାଛି ଆକ୍ରମଣରେ ପ୍ରାଣ ହରାଇଲେ କମ୍ୟୁନିଷ୍ଟ ପାର୍ଟି ନେତା ରାମଚନ୍ଦ୍ର ସ

ବାଲେଶ୍ୱର: ବାଲେଶ୍ବର ଜିଲ୍ଲା ନୀଳଗିରି ବାଙ୍କୀସାହି ଅଞ୍ଚଳରେ ମହୁମାଛି ଆକ୍ରମଣରେ ଜଣେ ମୃତ । ମୃତକ ହେଲେ କମ୍ୟୁନିଷ୍ଟ ପାର୍ଟି ନେତା ରାମଚନ୍ଦ୍ର ସ । ଗତକାଲି ସକାଳେ ବାଡ଼ିରେ ଅଳିଆ ସଫା କରି ନିଆଁ ଲଗାଇବା ସମୟରେ ମହୁମାଛି ଆକ୍ରମଣ କରିଥିଲେ । ଗୁରୁତର ଅବସ୍ଥାରେ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଛି । ରାମଚନ୍ଦ୍ରଙ୍କ ବିୟୋଗରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି ।

ମା’ଙ୍କ କାମକୁ ପ୍ରଶଂସା କଲେ ମିଶନ ଶକ୍ତି ସଚିବ

ଗଜପତି: ଗୋଷାଣି ମିଶନ ଶକ୍ତି କ୍ୟାଫେରେ ଖାଇଲେ 5T ସଚିବ ଭି. କେ ପାଣ୍ଡିଆନ । ମା’ମାନେ ତାଙ୍କୁ ଖାଦ୍ୟ ପରସି ଥିବା ବେଳେ ଖୁସି ଅନୁଭବ କରିଛନ୍ତି । ତାଙ୍କ ରନ୍ଧାକୁ 5T ସଚିବ ପ୍ରଶଂସା କରିଥିବା ସେମାନେ କହିଲେ । 5T ସଚିବ ମିଶନ ଶକ୍ତି ମା’ମାନଙ୍କୁ କ୍ୟାଫେ ଭିତରେ ଖାଇବା ସମୟରେ ପତ୍ନୀ ତଥା ମିଶନ ଶକ୍ତି ସଚିବ ସୁଜାତା କାର୍ତ୍ତିକେୟନଙ୍କ ସହ କଥା କରାଇଲେ । ଫୋନ ଯୋଗେ ମିଶନ ଶକ୍ତି ସଚିବ ସେମାନଙ୍କୁ କାମକୁ ପ୍ରଶଂସା କରିବା ସହ ମିଶନ ଶକ୍ତି ମା’ମାନଙ୍କ ପାଇଁ ଆହୁରି ସୁବିଧା କରାଯିବ ବୋଲି କହିଛନ୍ତି । ମା’ମାନଙ୍କୁ ଟ୍ରେନିଂ ଦିଆଯିବ । OLM ବା ଓଡ଼ିଶା ଲାଇଭଲିହୁଡ୍‌ ମିଶନ ସବୁ ସମୟରେ ସେମାନଙ୍କ ସହ ଥିବା କହିଲେ ସୁଜାତା କାର୍ତ୍ତିକେୟନ ।

 

କେନ୍ଦ୍ରମନ୍ତ୍ରୀଙ୍କୁ କଟାକ୍ଷ କଲା ବିଜେଡି, କହିଲେ ସବୁବେଳେ ପ୍ରଚାର ପାଇଁ ବ୍ୟାକୁଳ ଧର୍ମେନ୍ଦ୍ର ପ୍ରଧାନ

ଭୁବନେଶ୍ୱର: କପିଳେଶ୍ବର ମନ୍ଦିରର ସଂରକ୍ଷଣକୁ ନେଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଚିଠି ଓ ପରବର୍ତ୍ତୀ ସମୟରେ ଅପରାଜିତା ଷଡ଼ଙ୍ଗୀଙ୍କ ଟୁଇଟ୍ ପ୍ରସଙ୍ଗ । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ କଟାକ୍ଷ କରିଛି ବିଜେଡି । ବିଜେଡି ମୁଖପାତ୍ର ଲେନିନ ମହାନ୍ତି କହିଛନ୍ତି ସବୁବେଳେ ପ୍ରଚାର ପାଇଁ ବ୍ୟାକୁଳ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଏଏସଆଇ ବିଜ୍ଞପ୍ତିର ୫ ଦିନ ପରେ ଏଭଳି ଚିଠି ଲେଖିବା ପ୍ରଚାର ପାଇଁ ଉଦ୍ଦିଷ୍ଟ । କାମ କେମିତି କରାଯାଏ, କେନ୍ଦ୍ରମନ୍ତ୍ରୀ ଭୁବନେଶ୍ବର ସାଂସଦଙ୍କ ଠାରୁ ଶିଖନ୍ତୁ ବୋଲି ବିଜେଡି କହିଛି ।

ଇମ୍ରାନ ଖାନଙ୍କୁ ପୁଣି ବଡ଼ ଝଟକା, ତୋଷଖାନା ମାମଲାରେ ଇମ୍ରାନ ଖାନ ଦୋଷୀ ସାବ୍ୟସ୍ତ

ଇସଲାମାବାଦ: ଇମ୍ରାନ ଖାନଙ୍କୁ ପୁଣି ବଡ଼ ଝଟକା । ତୋଷଖାନା ମାମଲାରେ ଇମ୍ରାନ ଖାନ ଦୋଷୀ ସାବ୍ୟସ୍ତ । ଇସଲାମାବାଦ ସେସନ୍ସ କୋର୍ଟ କରିଛନ୍ତି ଦୋଷୀ ସାବ୍ୟସ୍ତ । ୨୦୧୮ରେ ରାଷ୍ଟ୍ରମୁଖ୍ୟ ଭାବେ ଇମ୍ରାନଙ୍କୁ ବହୁ ରାଷ୍ଟ୍ର ଓ ବୈଦେଶିକ ପଦାଧିକାରୀମାନେ ଅନେକ ଉପହାର ଦେଇଥିଲେ । ୨୦୧୮ରେ ପ୍ରଧାନମନ୍ତ୍ରୀ ଥିବାବେଳେ ଇମ୍ରାନଙ୍କୁ ପ୍ରାୟ ୧୫୪ ନିୟୁତ ଟଙ୍କାର ରତ୍ନଖଚିତ ଘଣ୍ଚା ଉପହାର ମିଳିଥିଲା । ତେବେ ସେଥିରୁ ୩ଟି ଦାମୀ ଘଣ୍ଟାକୁ ୩୬ ନିୟୁତ ଟଙ୍କାରେ ବିକ୍ରି କରିଦେଇଥିଲେ ଇମ୍ରାନ । ଏହା ସହ ଉପହାର ସମ୍ପର୍କରେ ଦେଇଥିଲେ ମିଥ୍ୟା ତଥ୍ୟ ।

ସେ ପାଇଥିବା ଉପହାର ମଧ୍ୟରେ ରହିଛି ଗ୍ରାଫ୍ଟ ରିଷ୍ଟଓ୍ବାଚ୍, ଦୁଇଟି କଫଲିଙ୍କ୍, ଏକ ଦାମୀ ପେନ୍, ୪ଟି ରୋଲେକ୍ସ ଘଡ଼ି ଇତ୍ୟାଦି । ନିୟମ ଅନୁସାରେ ପ୍ରଧାନମନ୍ତ୍ରୀଙ୍କୁ ଯେଉଁ ଉପହାର ମିଳେ ତାହାକୁ ସରକାରୀ ମାଲିକାନାଧୀନ ତୋଷଖାନାରେ ରଖାଯିବ । ତୋଷଖାନାରୁ ଏହି ଘଣ୍ଟାଗୁଡିକୁ କିଣିବା ଲାଗି ନିଜ ପକେଟ ମନି ବ୍ୟବହାର କରିବା କଥା । ମାତ୍ର ସେ ଘଣ୍ଟା ବିକ୍ରି ପରେ ପ୍ରତି ଘଣ୍ଟା ପିଛା ୨୦ ପ୍ରତିଶତ ଅର୍ଥ ଜମା ଦେଇଥିଲେ ।

ଝାରସୁଗୁଡ଼ା ଉପନିର୍ବାଚନ ପାଇଁ ଚାଲିଛି ଭୋଟିଂ, ଦିନ ୩ଟା ସୁଦ୍ଧା ୫୫.୨୦ ପ୍ରତିଶତ ମତଦାନ

ଝାରସୁଗୁଡ଼ା: ଝାରସୁଗୁଡ଼ା ଉପନିର୍ବାଚନ ପାଇଁ ଶାନ୍ତି ଶୃଙ୍ଖଳାରେ ଚାଲିଛି ଭୋଟ ଗ୍ରହଣ । ଦିନ ୩ଟା ସୁଦ୍ଧା ୫୫.୨୦ ପ୍ରତିଶତ ଭୋଟିଂ ହୋଇଛି । ୬୨ ହଜାର ୪୧୯ ଜଣ ପୁରୁଷ ଓ ୫୯ ହଜାର  ୯୬୩ ଜଣ ମହିଳା ଭୋଟ ଦେଇଛନ୍ତି । ୭ ଜଣ ତୃତୀୟ ଲିଙ୍ଗୀ ଭୋଟ ଦେଇଥିବା ସୂଚନା ଦେଇଛନ୍ତି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ । ଝାରସୁଗୁଡ଼ା ଜିଲ୍ଲା ପ୍ରଶାସନ ପକ୍ଷରୁ ମହିଳା ପୋଲିଂ କର୍ମଚାରୀଙ୍କୁ ନେଇ ପିଙ୍କ୍ ବୁଥ୍ ହୋଇଛି । ଶାନ୍ତି ଶୃଙ୍ଖଳାର ସହ ମତଦାନ ପାଇଁ ସମସ୍ତ ପ୍ରକାର ସତର୍କତା ଅବଲମ୍ବନ କରି ଭୋଟରଙ୍କୁ ଭବ୍ୟ ସ୍ୱାଗତ କରାଯାଉଛି । ମୋଟ ୨ ଲକ୍ଷ ୨୧ ହଜାର ୭୦ ଜଣ ଭୋଟର ରହିଥିବାବେଳେ ୨୫୩ଟି କେନ୍ଦ୍ରରେ ମତଦାନ ହେଉଛି । ପ୍ରଥମ ଥର ପାଇଁ ସବୁ ବୁଥରେ ଓ୍ୱେବକାଷ୍ଟିଂ କରାଯାଉଛି ।

ସମସ୍ତ ବୁଥ୍ ଗୁଡ଼ିକରେ ଭୋଟରଙ୍କ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି । ୨୬ଟି ପିଙ୍କ୍ ଓ ମ୍ୟୁନିସିପାଲିଟି ଅଞ୍ଚଳକୁ ଛାଡ଼ି ବିଭିନ୍ନ ପଞ୍ଚାୟତରେ କରାଯାଇଛି ୪୦ଟି ମଡେଲ ବୁଥ୍ । ପିଙ୍କ୍ ବୁଥରେ କେବଳ ମହିଳା ପୋଲିଂ ଅଧିକାରୀ ଓ ମହିଳା ପୋଲିସ ଅଧିକାରୀ ରହିଛନ୍ତି । ମଡେଲ ବୁଥ୍ ଗୁଡିକରେ ଦହି, ଲସି, ଓଆରଏସ ପାଣି ଓ ଲେମ୍ବୁପାଣି ମିଳୁଛି । ଭୋଟରଙ୍କ ପାଇଁ ନିର୍ମାଣ ହୋଇଛି ପ୍ରତୀକ୍ଷାଳୟ । ଭିନ୍ନକ୍ଷମ ଭୋଟରଙ୍କ ପାଇଁ ହୁଇଲ ଚେୟାର ଏବଂ ରାମ୍ପ୍ ବ୍ୟବସ୍ଥା କରାଯାଇଛି । ଯୁବ ଭୋଟରଙ୍କୁ ଉତ୍ସାହିତ କରିବାକୁ କରାଯାଇଛି ସେଲଫି ପଏଣ୍ଟ । ଭୋଟରଙ୍କୁ ସହାୟତା କରିବା ପାଇଁ ସ୍ବେଚ୍ଛାସେବୀ ମଧ୍ୟ ରହିଛନ୍ତି । ଉପନିର୍ବାଚନ ପାଇଁ କଡ଼ା ସୁରକ୍ଷା ବ୍ୟବସ୍ଥା ହୋଇଛି । ୬ କମ୍ପାନୀ କେନ୍ଦ୍ରୀୟ ଅର୍ଦ୍ଧ- ସାମରିକ ବାହିନୀ ସହ ଓଡ଼ିଶା ପୋଲିସର ୧୯ ପ୍ଳାଟୁନ ଫୋର୍ସ ମୁତୟନ ହୋଇଛନ୍ତି ।

 

ମାଓବାଦୀଙ୍କ ଗୁଳିରେ ଆହତ ହୋଇଥିବା ଡିଏସପିଙ୍କୁ ଭେଟିଲେ ପୋଲିସ ଡିଜି

ଭୁବନେଶ୍ୱର: ଏମସରେ ପୋଲିସ ଡିଜି । ମାଓବାଦୀଙ୍କ ଗୁଳିରେ ଆହତ ହୋଇଥିବା ଡିଏସପି ଅତୁଲ କୃଷ୍ଣ ଦାସଙ୍କୁ ଭେଟିଛନ୍ତି ପୋଲିସ ଡିଜି ସୁନୀଲ ବଂଶଲ । ଡିଜିପିଙ୍କ ସହ ଗୁଇନ୍ଦା ନିର୍ଦ୍ଦେଶକ ସଞ୍ଜୀବ ପଣ୍ଡା, ଏଡିଜି ଅପରେସନ ଅମିତାଭ ଠାକୁର ମଧ୍ୟ ଆହତ ଡିଏସପିଙ୍କୁ ଭେଟି ସ୍ବାସ୍ଥ୍ୟାବସ୍ଥା ନେଇ ପଚାରି ବୁଝିଛନ୍ତି । ଗୋଟିଏ ଗୁଳି ଗୋଡ଼ରେ ବାଜି ବାହାରି ଯାଇଥିବା ବେଳେ, ଅନ୍ୟ ଗୁଳି ଗୋଡ଼ ଭିତରେ ରହିଥିଲା । ଅସ୍ତ୍ରୋପଚାର ପରେ ଡିଏସପି ଏବେ ସୁସ୍ଥ ଅଛନ୍ତି । ତାପରଙ୍ଗ ଜଙ୍ଗଲରେ ଏବେ ବି ମାଓ ଅପରେସନ ଜାରି ରହିଛି । AK-47 ସହ ଦେଶୀ ବନ୍ଧୁକ ଓ ମାଓ ସାମଗ୍ରୀ ଜବତ ହୋଇଛି । ମାଓବାଦୀଙ୍କ ଗତିବିଧି ନେଇ ଛତିଶଗଡ଼ ପୋଲିସ ସହ ଆଲୋଚନା ହୋଇଛି ବୋଲି କହିଛନ୍ତି ଡିଜିପି ।