ଆଜି ପ୍ରକାଶ ପାଇବ ଯୁକ୍ତ ଦୁଇ ଦ୍ବିତୀୟ ପର୍ଯ୍ୟାୟ ମେଧା ତାଲିକା, ଖାଲିଥିବା ସିଟ୍ ପାଇଁ ଆସିବ କଟ୍ ଅଫ ମାର୍କ

ଭୁବନେଶ୍ୱର: ଆଜି ପ୍ରକାଶ ପାଇବ ଯୁକ୍ତ ଦୁଇ ଦ୍ବିତୀୟ ପର୍ଯ୍ୟାୟ ମେଧା ତାଲିକା । ପ୍ରଥମ ପର୍ଯ୍ୟାୟ ନାମଲେଖା ସରିବା ପରେ ଖାଲିଥିବା ସିଟ୍ ପାଇଁ କଟ୍ ଅଫ୍ ମାର୍କ ପ୍ରକାଶ ପାଇବ । ଯୋଗ୍ୟ ବିବେଚିତ ଛାତ୍ରଛାତ୍ରୀ ଆସନ୍ତାକାଲିଠୁ ୨୨ ତାରିଖ ପର୍ଯ୍ୟନ୍ତ ନାମ ଲେଖାଇ ପାରିବେ । ପ୍ରଥମ ପର୍ଯ୍ୟାୟରେ ୪ ଲକ୍ଷ ୧୨ ହଜାର ୩୬୮ ଛାତ୍ରଛାତ୍ରୀଙ୍କୁ ସିଟ୍ ପ୍ରଦାନ କରାଯାଇଥିଲା । କଳାରେ ସର୍ବାଧିକ ୨ ଲକ୍ଷ ୫୩ ହଜାର ୧୭୮, ବାଣିଜ୍ୟରେ ୨୫ ହଜାର ୧୬୮ ଓ ବିଜ୍ଞାନରେ ୧ ଲକ୍ଷ ୨୧ ହଜାର ୨୩, ସଂସ୍କୃତରେ ୭ ହଜାର ୭୭୯ ଏବଂ ଧନ୍ଦାମୂଳକରେ ୫ ହଜାର ୨୨୦ ଜଣ ଛାତ୍ରଛାତ୍ରୀ ମନୋନୀତ ହୋଇଥିଲେ । ଦ୍ବିତୀୟ ପର୍ଯ୍ୟାୟ ନାମଲେଖା ପ୍ରକ୍ରିୟା ଜୁଲାଇ ୨୨ ତାରିଖ ସୁଦ୍ଧା ସରିବା ପରେ ୨୭ ତାରିଖ ସୁଦ୍ଧା ସ୍ପଟ୍ ଆଡମିଶନ ଶେଷ ହେବ । ଅଗଷ୍ଟ ୧ରୁ ଆରମ୍ଭ ହେବ ପାଠପଢ଼ା। ଚଳିତବର୍ଷ ରାଜ୍ୟର ମୋଟ ୨ ହଜାର ୧୫୮ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ୫ ଲକ୍ଷ ୧୬ ହଜାର ସିଟରେ ନାମଲେଖା ହେଉଛି ।