ଭିଡ଼ ହିଂସାରେ ଜଳୁଛି ହରିୟାଣା, ଧାର୍ମିକ ଶୋଭାଯାତ୍ରା ବେଳେ ଗଣ୍ଡଗୋଳ

ଚଣ୍ଡିଗଡ଼ :  ହିଂସାର ନିଆଁରେ ଜଳୁଛି ହରିୟାଣା । ଧାର୍ମିକ ଶୋଭାଯାତ୍ରା ବେଳେ ଦୁଇ ଗୋଷ୍ଠୀ ବିବାଦରୁ ଗଣ୍ଡଗୋଳ ହୋଇଛି । ଗୁରୁଗ୍ରାମ ପର୍ଯ୍ୟନ୍ତ ବ୍ୟାପିଲା ଅଶାନ୍ତି । ପଥର ମାଡ଼ ସାଙ୍ଗକୁ ପୋଡାଜଳା ହୋଇଛି । ଫଳରେ ୨ ଜଣ ହୋମାଗାର୍ଡଙ୍କ ସମେତ ୩ ଜଣଙ୍କ ମୃତ୍ୟୁ ହୋଇଛି । ଏହାସହ ୧୦ ଅଧିକ ପୋଲିସ କର୍ମଚାରୀ ଆହତ ହୋଇଛନ୍ତି । ବିଭିନ୍ନ ସ୍ଥାନରେ ୧୪୪ ଧାରା ଜାରି ହୋଇଛି । ସ୍ଥିତି ନିୟନ୍ତ୍ରଣ ପାଇଁ ବ୍ୟାପକ ଫୋର୍ସ ମୁତୟନ ହୋଇଛନ୍ତି ।

ହରିୟାଣାର ମୁମଲିମ ବହୁଳ ଅଞ୍ଚଳ ନୁହରେ ବିଶ୍ବ ହିନ୍ଦୁ ପରିଷଦ ପକ୍ଷରୁ ବ୍ରିଜମଣ୍ଡଳ ଜଳାଭିଷେକ ଯାତ୍ରା ଚାଲିଥିଲା ବେଳେ ହଠାତ୍ ପଥର ମାଡ଼ କରିଥିଲେ କିଛି ଯୁବଗୋଷ୍ଠୀ । ପରବର୍ତ୍ତୀ ସମୟରେ ଏହା ଭୟଙ୍କର ରୂପ ନେଇଥିଲା । ସଂଘର୍ଷରେ କିଛି କାର ଜଳି ଯାଇଥିବା ଦେଖିବାକୁ ମିଳିଛି । ହରିୟାଣା ପୋଲିସ ଗଣ୍ଡଗୋଳଗାରୀଙ୍କୁ ଘଉଡ଼ାଇବା ପାଇଁ ଲୁହାବୁହା ଗ୍ୟାସ ପ୍ରୟୋଗ କରିଥିଲା । ଉତ୍ତ୍ୟକ୍ତ ଲୋକେ ୪ଟି ଗାଡ଼ି ଏବଂ ଏକ ଦୋକାନ ଜାଳି ଦେଇଛନ୍ତି ।