spot_img
Home Blog Page 3139

ଜୁଲାଇ ୧୩ରେ ଲଞ୍ଚ୍ ହେବ ଚନ୍ଦ୍ରାୟନ-୩, ସୂଚନା ଦେଲେ ଇସ୍ରୋ ମୁଖ୍ୟ ଏସ୍ ସୋମନାଥ

ନୂଆଦିଲ୍ଲୀ: ଜୁଲାଇ ୧୩ରେ ଚନ୍ଦ୍ରୟାନ-୩ । ଜୁଲାଇ ୧୩ରେ ଲଞ୍ଚ ହେବ ଚନ୍ଦ୍ରୟାନ-୩ । ଏନେଇ ଇସ୍ରୋ ମୁଖ୍ୟ ଏସ. ସୋମନାଥ ସୂଚନା ଦେଇଛନ୍ତି । ଚନ୍ଦ୍ରପୃଷ୍ଠରେ ଚନ୍ଦ୍ରୟାନ-୩ ସଫ୍ଟ ଲ୍ୟାଣ୍ଡିଂ କରିବ ବୋଲି ଆଶା ପ୍ରକାଶ କରିଛନ୍ତି ଏସ. ସୋମନାଥ । ସବୁକିଛି ଠିକ ରହିଲେ ଜୁଲାଇ ୧୩ରୁ ମିଶନ ଆରମ୍ଭ ହେବ । ଅନ୍ୟଥା ଆବଶ୍ୟକସ୍ଥଳରେ ଏହା ଜୁଲାଇ ୧୯ ପର୍ଯ୍ୟନ୍ତ ବଢିପାରେ ବୋଲି କହିଛନ୍ତି ଇସ୍ରୋ ମୁଖ୍ୟ । ତେବେ ଶ୍ରୀହରିକୋଟାସ୍ଥିତ ସତୀଶ ଧାଓ୍ବନ ସ୍ପେସ ଷ୍ଟେସନ ଲଞ୍ଚ ପ୍ୟାଡରେ ଚନ୍ଦ୍ରାୟନ ପହଞ୍ଚି ସାରିଛି । LVM-3 ରକେଟ ଯୋଗେ ଚନ୍ଦ୍ରାୟନ-୩ ଉତକ୍ଷେପଣ କରାଯିବ ।

ଏହି ଅଭିଯାନ ଲାଗି ଆବଶ୍ୟକ ଏକ ସ୍ବଦେଶୀ ଲ୍ୟାଣ୍ଡର ମଡ୍ୟୁଲ, ଏକ ପ୍ରପଲସନ ମଡ୍ୟୁଲ ଓ ଏକ ରୋଭର । ଚନ୍ଦ୍ରପୃଷ୍ଠରେ ସେଫ ଓ ସଫ୍ଟ ଲ୍ୟାଣ୍ଡିଂ ଓ ରୋଭିଂକୁ ଅଧିକ ସୁଗମ କରିବା ଲାଗି ଚନ୍ଦ୍ରୟାନ-୩ ଅଭିଯାନ ଆରମ୍ଭ ହେବ । ଏହା ସହ ଚନ୍ଦ୍ର ପୃଷ୍ଠରେ ରୋଭରର ପ୍ରଦିକ୍ଷଣ, ବିଭିନ୍ନ ବୈଜ୍ଞାନିକ ଗବେଷଣା ଆଦି ଲାଗି ଏହି ଅଭିଯାନ ଉଦ୍ଦିଷ୍ଟ । ୨୦୦୮-୦୯ରେ ଚନ୍ଦ୍ରୟାନ-୧ ହୋଇଥିବାବେଳେ ଚନ୍ଦ୍ର ପୃଷ୍ଠରେ ଜଳର ସନ୍ଧାନ ମିଳିଥିଲା । ୨୦୧୯ ଅଗଷ୍ଟରେ ହୋଇଥିବା ଚନ୍ଦ୍ରୟାନ-୨ ବିଫଳ ହୋଇଥିଲା । ମାତ୍ର ଚନ୍ଦ୍ରୟାନ-୨ରେ ଚନ୍ଦ୍ର ପୃଷ୍ଠକୁ ପଠାଯାଇଥିବା ଅର୍ବିଟର ଏବେ ବି ସଫଳତାର ସହ କାର୍ଯ୍ୟ କରୁଛି ।

ସତାରାରେ ଶକ୍ତି ପ୍ରଦର୍ଶନ କଲେ ସିନିୟର ପାୱାର, ହଜାର ହଜାର ସମର୍ଥକ ଏକାଠି

ମୁମ୍ବାଇ: ମହାରାଷ୍ଟ୍ରରେ ପାଓ୍ବାର କମ୍ପନ। ସିନିୟର ପାଓ୍ବାର ଭର୍ସେସ୍ ଜୁନିଅର ପାଓ୍ବାର। ସତାରାରେ ଶକ୍ତି ପ୍ରଦର୍ଶନ କରିଛନ୍ତି ଶରଦ ପାଓ୍ବାର। ଅଜିତ ପାଓ୍ବାର ବିଦ୍ରୋହ କରି ସିନ୍ଦେ ସରକାରରେ ସାମିଲ ହେବା ପରେ ଦଳୀୟ କର୍ମୀଙ୍କୁ ସମ୍ବୋଧନ କରିଛନ୍ତି ସିନିୟର ପାଓ୍ବାର। ମହାରାଷ୍ଟ୍ର ଓ ଦେଶରେ କିଛି ସମୂହ ଜାତି ଓ ଧର୍ମ ନାଁରେ ସମାଜରେ ଫାଟ ସୃଷ୍ଟି କରୁଛନ୍ତି ।

ଉଦ୍ଧବ ଠାକରେଙ୍କ ନେତୃତ୍ବରେ ଏନସିପି ମହାରାଷ୍ଟ୍ରର ସେବା କରୁଛି । ହେଲେ କିଛି ଲୋକ ତାଙ୍କ ସରକାର ଭାଙ୍ଗିଦେଲେ। କେବଳ ମହାରାଷ୍ଟ୍ର ନୁହେଁ ଦେଶର ବିଭିନ୍ନ ସ୍ଥାନରେ ଏଭଳି ସ୍ଥିତି ସୃଷ୍ଟି କରାଯାଉଛି। ବିଜେପି ସବୁ ବିରୋଧୀ ଦଳଙ୍କୁ ଶେଷ କରିବାକୁ ଉଦ୍ୟମ କରୁଛି। ଏନସିପିକୁ ଭାଙ୍ଗିବାକୁ ଉଦ୍ୟମ କରିଥିବା ଲୋକଙ୍କୁ ସେମାନଙ୍କ ଉଚିତ୍ ସ୍ଥାନ ଦେଖାଇବେ। ସାଂପ୍ରଦାୟିକ ଶକ୍ତିଙ୍କ ବିରୋଧରେ ଲଢ଼େଇ ଆରମ୍ଭ ହୋଇଛି । ଦଳକୁ ପୁନନିର୍ମାଣ କରିବେ ବୋଲି ଶରଦ ପାଓ୍ବାର କହିଛନ୍ତି ।

ଆସନ୍ତା ୫ତାରିଖରେ ଦଳୀୟ ପଦାଧିକାରୀଙ୍କ ବୈଠକ ଡାକିଛନ୍ତି ଶରଦ ପାଓ୍ବାର। ସତାରାର କରଡରେ ଶରଦ ପାଓ୍ବାରଙ୍କ ସମର୍ଥନରେ ହଜାର ହଜାର ସମର୍ଥକ ଏକାଠି ହୋଇଥିଲେ। ସେପଟେ ଗତକାଲି ସରକାରରେ ସାମିଲ ହେବା ପରେ ଆଜି ଅଜିତ ପାଓ୍ବାରଙ୍କ ଘରେ ବିଦ୍ରୋହୀ ଗୋଷ୍ଠୀଙ୍କ ବୈଠକ ହୋଇଛି। ଏଥିରେ ସିନ୍ଦେ ସରକାରକୁ ସମର୍ଥନ ଦେଇଥିବା ସମସ୍ତ ମନ୍ତ୍ରୀ ସାମିଲ ହୋଇଛନ୍ତି ।

ପାଓ୍ବାର ସେୟାରିଂ ଫର୍ମୂଲା ନେଇ ବୈଠକରେ ଆଲୋଚନା ହୋଇଛି । ଅଜିତ ପାଓ୍ବାର ଓ ଗତକାଲି ଶପଥ ନେଇଥିବା ୮ ଏନସିପି ବିଧାୟକଙ୍କୁ କେଉଁ ବିଭାଗ ମିଳିବ ସେନେଇ ବିଚାର ବିମର୍ଶ କରିଥିବା ଜଣାପଡିଛି । ଏହାପରେ ଦେବେନ୍ଦ୍ର ଫଡନାବିସଙ୍କ ଘରେ ପହଞ୍ଚି ଆଲୋଚନା କରିଛନ୍ତି ଅଜିତ ପାଓ୍ବାର ଓ ଅନ୍ୟ ଏନସିପି ନେତା। ସେଠାରେ ମହାରାଷ୍ଟ୍ର ବିଧାନସଭା ବାଚସ୍ପତି ରାହୁଲ ନରଓ୍ବେକର ମଧ୍ୟ ପହଞ୍ଚିଛନ୍ତି। ଏନସିପି ପକ୍ଷରୁ ଦାଏର ପିଟିସନ୍ ପାଇଛନ୍ତି । ଏନେଇ ଆବଶ୍ୟକ ପଦକ୍ଷେପ ନେବେ ବୋଲି ନରଓ୍ବେକର କହିଛନ୍ତି। ସେପଟେ ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ ନିଜ ସମସ୍ତ ବିଧାୟକ ଓ ସାଂସଦଙ୍କୁ ଅପରାହ୍ନ ୩ଟାରେ ଦାଦରର ଶିବାଜୀ ପାର୍କରେ ଶିବସେନା ସୁପ୍ରିମୋ ବାଲ ଠାକରେଙ୍କ ସ୍ମାରକ ନିକଟରେ ପହଞ୍ଚିବାକୁ ଆହ୍ବାନ ଦେଇଛନ୍ତି ।

ଏ ବର୍ଷ ଟେଷ୍ଟିଂ ବଢ଼ିଛି ପଜଟିଭ୍‌ ସଂଖ୍ୟା କମିଛି, ୧୬ ଜିଲ୍ଲାରୁ ୧୮୫ ଡେଙ୍ଗୁ ଚିହ୍ନଟ

ଭୁବନେଶ୍ବର: ପୁଣି ଡରାଇଲାଣି ଡେଙ୍ଗୁ । ତେବେ ଏ ବର୍ଷ ଟେଷ୍ଟିଂ ବଢ଼ିଥିବା ବେଳେ ପଜଟିଭ୍‌ ସଂଖ୍ୟା କମ୍ ରହିଛି । ମୋଟ୍‌ ୧୬ ଜିଲ୍ଲାରୁ ୧୮୫ ଜଣ ଡେଙ୍ଗୁ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଖୋର୍ଦ୍ଧା ଜିଲ୍ଲାରେ ୯୬, ଯାଜପୁରରେ ୧୨, ବାଲେଶ୍ୱରରେ ୧୦ ଏବଂ ଅନ୍ୟାନ୍ୟ ଜିଲ୍ଲାରୁ ଜଣେ ଲେଖାଏଁ ମିଶାଇ ସମୁଦାୟ ୧୮୫ ଜଣ ଡେଙ୍ଗୁ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି ।

ବର୍ତ୍ତମାନ ସୁଦ୍ଧା ୧୧ ହଜାର ୪୬୪ ଜଣଙ୍କର ଟେଷ୍ଟ କରାଯାଇଥିଲା ବେଳେ ସେମାନଙ୍କ ମଧ୍ୟରୁ୧୮୫ ଜଣ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି । ଗତବର୍ଷ ଏହି ସମୟରେ ୫ ହଜାର ୯୮୧ ଟେଷ୍ଟ କରାଯାଇଥିଲା । ସେମାନଙ୍କ ମଧ୍ୟରୁ ୩୫୩ ଜଣ ପଜିଟିଭ ବାହାରିଥିଲେ । ଯାହା ଏବର୍ଷ ବହୁତ୍‌ କମ ଅଛି । ଏଡିସ ମଶା ଯୋଗୁ ଡେଙ୍ଗୁ ବ୍ୟାପୁଥିବା ବେଳେ ସାଧାରଣତଃ ସକାଳ ଓ ସଂଧ୍ୟାରେ ଏହି ମଶା କାମୁଡ଼ନ୍ତି ।

ଏଡିସ ମଶା ସ୍ୱଚ୍ଛ ଓ ନିର୍ମଳ ପାଣିରେ ବଂଶ ବିସ୍ତାର କରୁଥିବାରୁ ପାଣି ଥିବା ସ୍ଥାନ, କୁଲର, ଟିଣ, କୁଡୁଆ ଆଦିରୁ ପାଣି ସଫା କରିବାକୁ ପରାମର୍ଶ ଦିଆଯାଛି । କ୍ୟାପିଟାଲ ହସ୍ପିଟାଲ ଓ ଏମ୍ସ ହସ୍ପିଟାଲରେ ଡେଙ୍ଗୁରୋଗୀଙ୍କ ଚିକିତ୍ସା ବ୍ୟବସ୍ଥା କରାଯାଇଛି।

ପଶ୍ଚିମବଙ୍ଗରେ ଓଡିଆରେ ପ୍ରଚାର କରୁଛି TMC, ୬୦୦ ଓଡିଆ ଭୋଟର ଖୁସ୍‌

କୋଲକାତା: ପଶ୍ଚିମବଙ୍ଗ ପଞ୍ଚାୟତ ନିର୍ବାଚନରେ ଓଡ଼ିଆ ଭାଷାରେ ତୃଣମୂଳ କଂଗ୍ରେସ ପକ୍ଷରୁ ପ୍ରଚାରପତ୍ର ଲେଖାକୁ ପ୍ରବାସୀ ଓଡ଼ିଆମାନେ ସ୍ବାଗତ କରିଛନ୍ତି । ପଶ୍ଚିମବଙ୍ଗରେ ଆସନ୍ତା ୮ ତାରିଖରେ ପଞ୍ଚାୟତ ନିର୍ବାଚନ ହେବ । ବିଭିନ୍ନ ରାଜନୈତିକ ଦଳ ପକ୍ଷରୁ ପ୍ରଚାର ପାଇଁ ବଙ୍ଗଳା ସହ ହିନ୍ଦୀ ଏବଂ ଉର୍ଦ୍ଦୁ ଭାଷାରେ ପୋଷ୍ଟର, ବ୍ୟାନର ଓ କାନ୍ଥରେ ଲେଖା ଯାଇଛି ।

କିନ୍ତୁ ଟିଏମସି ପକ୍ଷରୁ ପ୍ରଥମ ଥର ଏସବୁ ଓଡ଼ିଆ ଭାଷାରେ ଲେଖା ହୋଇଥିବାରୁ ପ୍ରବାସୀ ଓଡ଼ିଆମାନେ ଖୁସି ପ୍ରକାଶ କରିଛନ୍ତି । ପୂର୍ବରୁ ବିଭିନ୍ନ ରାଜନୈତିକ ଦଳ  ନିର୍ବାଚନ ପ୍ରଚାର ହିନ୍ଦୀ, ଉର୍ଦୁ ଓ ବଙ୍ଗୀୟ ଭାଷାରେ ପୋଷ୍ଟେର ଓ କାନ୍ଥରେ ଲେଖା ହୋଇଥିଲା  । କିନ୍ତୁ ଲକ୍ଷ ଲକ୍ଷ ପ୍ରବାସୀ ଓଡ଼ିଆ ଭୋଟରକୁ ନେଇ କୌଣସି ରାଜନୈତିକ ଦଳ ସମର୍ଥନ ଦେଖାଇ ନାହାନ୍ତି  ।

ପ୍ରଥମ ଥର ପଂଚାୟତ ନିର୍ବାଚନକୁ ନେଇ ଆସନ ସୋଲ ଜିଲ୍ଲା ସ୍ଥିତ ଜମୁଡ଼ିଆ ଥାନା ଅନ୍ତର୍ଗତ ତ୍ରିସ୍ତବ ପଂଚାୟତରେ ଟିଏମସି ଓଡିଆ ପୋଷ୍ଟର ମାରିଛି  । ଦଳ ପକ୍ଷରୁ ପଂଚାୟତରେ ରହୁଥିବା ପ୍ରାୟ ୬୦୦ ପ୍ରବାସୀ ଓଡ଼ିଆ ପରିବାରଙ୍କ କଥା ଚିନ୍ତା କରି ପ୍ରଥମ ଥର ପାଇଁ ପୋଷ୍ଟେର ଓ କାନ୍ଥରେ ଓଡ଼ିଆ ଭାଷାରେ ପ୍ରଚାର ଲେଖା ହୋଇଛି  ।

ଏସସିବିରେ ସମୀକ୍ଷା କରୁଛନ୍ତି 5T ସଚିବ, ଖୁବଶୀଘ୍ର 5T ରୂପାନ୍ତରଣରେ ମିଳିବ ଏହି ସୁବିଧା

କଟକ: ବଡ଼ ମେଡିକାଲକୁ ଶିକ୍ଷା, ଚିକିତ୍ସା ସେବା ଓ ଗବେଷଣା କ୍ଷେତ୍ରରେ ଏକ ବିଶ୍ବସ୍ତରୀୟ ଅନୁଷ୍ଠାନ ଭାବରେ ବିକଶିତ କରିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦୂରଦର୍ଶୀ ଯୋଜନା ବାସ୍ତବରୂପ ନେବାକୁ ଯାଉଛି । ୧୭୫ ଏକର ଜମିରେ ୩ ହଜାର ୫ଶହ କୋଟି ଟଙ୍କାରେ ଏହି ମର୍ଯ୍ୟାଦାଜନକ ଶ୍ରୀରାମଚନ୍ଦ୍ର ମେଡିକାଲ କଲେଜର 5T ଉପକ୍ରମରେ ରୂପାନ୍ତରଣ କରି ଏମ୍ସ ପ୍ଲସ୍ ସୁବିଧା ରୋଗୀଙ୍କୁ ଯୋଗାଇ ଦେବାପାଇଁ ରାଜ୍ୟ ସରକାର କାମ କରୁଛନ୍ତି ।

ଏହି ରୂପାନ୍ତରଣ କାର୍ଯ୍ୟର ଅଗ୍ରଗତି ସଂପର୍କରେ ସମୀକ୍ଷା କରିବାକୁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶକ୍ରମେ 5-ଟି ସଚିବ ଶ୍ରୀ ଭି.କେ. ପାଣ୍ଡିଆନ କଟକ ବଡ ଡାକ୍ତରଖାନାରେ ପହଞ୍ଚିଛନ୍ତି । ନିର୍ମାଣ କାର୍ଯ୍ୟର ଗୁଣାତ୍ମକ ମାନସହିତ ନିର୍ଦ୍ଦିଷ୍ଟ ସମୟ ସୀମା ମଧ୍ୟରେ ପ୍ରକଳ୍ପ କାମ କେମିତି ଶେଷ କରାଯିବ ସେନେଇ ଆଲୋଚନା କରିଛନ୍ତି ।

କ୍ଲିନିକାଲ୍ ବ୍ଲକ, ଧର୍ମଶାଳା, ବଜେଟ ହୋଟେଲ, କମର୍ସିଆଲ୍ କମ୍ପ୍ଲେକ୍ସ, ଅଧ୍ୟାପକ, ଚିକିତ୍ସକ ଓ ଅନ୍ୟ କର୍ମଚାରୀଙ୍କ ରହଣୀ ନିମନ୍ତେ ରେସିଡେଣ୍ଟିଆଲ୍ ବ୍ଲକ ନିର୍ମାଣ ପାଇଁ ଯୋଜନା କରିଛି । ଏହାସହିତ ଏସସିବି ପବଲିକ୍ ସ୍କୁଲ ମଧ୍ୟ ନିର୍ମାଣ ଚାଲିଛି । ଏସବୁ କାମର ଗୋଟି ଗୋଟି ସମୀକ୍ଷା କରୁଛନ୍ତି ଫାଇଭ ଟି ସଚିବ ।

ଯେତେ ଖୋଳିଲେ ସେତେ ବାହାରୁଛି, ପ୍ରଶାନ୍ତଙ୍କ ଆଉ ୩ଟି ପ୍ଲଟ ସହ ୬ଟି ବେନାମୀ ଆକାଉଣ୍ଟ ଠାବ

ରାଉରକେଲା: ସୁନ୍ଦରଗଡ଼ ଭିଜିଲାନ୍ସ କୋର୍ଟରେ ହାଜର ହେଲେ ନବରଙ୍ଗପୁର ପୂର୍ବତନ ଉପଜିଲ୍ଲାପାଳ ପ୍ରଶାନ୍ତ କୁମାର ରାଉତ । ରିମାଣ୍ଡ ଅବଧି ସରିବା ପରେ ଆଜି ପ୍ରଶାନ୍ତ ରାଉତଙ୍କୁ କୋର୍ଟରେ ହାଜର କରିଛି ଭିଜିଲାନ୍ସ । ପ୍ରଶାନ୍ତଙ୍କୁ ୫ ଦିନିଆ ରିମାଣ୍ଡରେ ନେଇଥିଲା ଭିଜିଲାନ୍ସ । ଦୀର୍ଘ ୫ ଦିନ ଧରି ଭିଜିଲାନ୍ସର କଟକ କାର୍ଯ୍ୟାଳୟରେ ତାଙ୍କୁ ଜେରା କରାଯାଇଥିଲା । ପ୍ରଶାନ୍ତ ଏତେ ସମ୍ପତ୍ତି କେଉଁଠୁ ଆଣିଲେ ସେନେଇ ତଥ୍ୟ ଆଦାୟ କରିଛି ଭିଜିଲାନ୍ସ ।

ଏନେଇ ପ୍ରଶାନ୍ତଙ୍କଠାରୁ ବହୁ ସୁରାକ୍ ମିଳିଥିବା କୁହାଯାଉଛି । ଆଉ ୩ଟି ପ୍ଲଟ ସହ ୬ଟି ବେନାମୀ ଆକାଉଣ୍ଟ ଠାବ ହୋଇଛି । ପ୍ରଶାନ୍ତ ରାଉତଙ୍କୁ ଚାକିରିରୁ ବାଧ୍ୟତାମୂଳକ ଅବସର ଦେଇଥିଲେ ମୁଖ୍ୟମନ୍ତ୍ରୀ । କୋଟି କୋଟି ଟଙ୍କା ବେଆଇନ ସମ୍ପତ୍ତି ଠୁଳ କରିଥିଲେ ପ୍ରଶାନ୍ତ । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ପ୍ରଶାନ୍ତ ରାଉତଙ୍କୁ ଗିରଫ କରିଥିଲା ଭିଜିଲାନ୍ସ ବିଭାଗ । ଆୟଠାରୁ ୫୦୬% ଅଧିକ ସମ୍ପତ୍ତି ଠାବ କରିଥିଲା ଭିଜିଲାନ୍ସ ।

୩ କୋଟିରୁ ଅଧିକ ନଗଦ ଟଙ୍କା ସହ ମୋଟ ୫ କୋଟିରୁ ଅଧିକ ଆୟ ବହିର୍ଭୂତ ସମ୍ପତ୍ତି ଠାବ ହୋଇଛି । ଗତ ୨୩ ତାରିଖରେ ୯ଟି ସ୍ଥାନରେ ଭିଜିଲାନ୍ସ ରେଡ୍ ହୋଇଥିଲା । ୯୨.୩୪ ଲକ୍ଷର ବ୍ୟାଙ୍କ ଜମା ଓ ବୀମା, ୧ କୋଟି ୨୦ ଲକ୍ଷ ଟଙ୍କାର ନଗଦ ଟଙ୍କା, ପ୍ରାୟ ୩୭ ଲକ୍ଷର ୨ଟି ୪ଚକିଆ, ଗୋଟିଏ ୨ ଚକିଆ ଠାବ ହୋଇଛି । ୨୭.୨୭ଲକ୍ଷର ସୁନା ରୁପରା ଅଳଙ୍କାର ଠାବ ହୋଇଛି । ଝିଅର ପାଠପଢ଼ା ପାଇଁ ୮୭ଲକ୍ଷ ଖର୍ଚ୍ଚ କରିଥିଲେ ପ୍ରଶାନ୍ତ ।

ମହାରାଷ୍ଟ୍ର ରାଜନୀତି: ଶରଦ ପାୱାର କହିଲେ ପରିବାରରେ ସବୁ ଠିକ୍‌, କିଛି ସମସ୍ୟା ନାହିଁ

ମୁମ୍ବାଇ: ଆଗାମୀ ଲୋକସଭା ନିର୍ବାଚନ ପୂର୍ବରୁ ମହାରାଷ୍ଟ୍ର ରାଜନୀତିରେ ପୁଣିଥରେ ବଡ ଧରଣର ହଲଚଲ ହୋଇଛି  । ଏନସିପିର ବରିଷ୍ଠ ନେତା ଅଜିତ ପାୱାର ଏକନାଥ ସିନ୍ଦେ ନେତୃତ୍ୱ ଏନଡିଏ ସରକାରରେ ସାମିଲ ହୋଇଛନ୍ତି  । ଅଜିତଙ୍କ ପଦକ୍ଷେପ ଦଳର ମୁଖ୍ୟ ଶରଦ ପାୱାରଙ୍କ ପାଇଁ ନୂଆ ଚ୍ୟାଲେଞ୍ଜ ଆଣିଦେଇଛି  । କିନ୍ତୁ ମହାରାଷ୍ଟ୍ର ସରକାରରେ ଆସିଥିବା ଝଡକୁ ଏକପ୍ରକାର ଏଡାଇ ଦେଇଛନ୍ତି ଏନସିପିର ବରିଷ୍ଠ ନେତା ଶରଦ ପାୱାର  । ‘ସେ କହିଛନ୍ତି ପରିବାରରେ କୌଣସି ସମସ୍ୟା ନାହିଁ  । ଏବେ ସୁଦ୍ଧା ମୁଁ କାହା ସହ ସମ୍ପର୍କ କରିନାହିଁ  । ମୁଁ ଏବେ ସତାରା ପାଇଁ ବାହାରୁଛି  । କାଲି ଠାରୁ ଏ ପର୍ଯ୍ୟନ୍ତ ମୁଁ କାହା ସହ କୌଣସି ସମ୍ପର୍କ କରିନାହିଁ’ ।

 

ଏନଡିଟିଭିରେ ପ୍ରକାଶିତ ଏକ ରିପୋର୍ଟ ମୁତାବକ ଶରଦ ପାୱାର କହିଛନ୍ତି ଯେ ‘ଆମ ପରିବାରରେ କୌଣସି ସମସ୍ୟା ନାହିଁ  । ପରିବାରରେ ଆମେ ରାଜନୀତି ବିଷୟରେ ଚର୍ଚ୍ଚା କରୁନାହୁଁ  । ପ୍ରତ୍ୟେକ ସଦସ୍ୟ ନିଜ ନିଜର ନିଷ୍ପତ୍ତି ନେଇଥାନ୍ତି’ । ପାୱାର ଆଜି ସତାରାରେ ଥିବା ସ୍ବତନ୍ତ୍ର ସେନାନୀ ଭାଇବି ଚୌହ୍ବାନଙ୍କ ସ୍ମାରକ ପରିଦର୍ଶନ କରିବେ  । ସେଠାରେ ସେ ସ୍ମାରକୀରେ ଶ୍ରଦ୍ଧାଞ୍ଜଳୀ ଦେବା ସହିତ ମହାରାଷ୍ଟ୍ରର ଭବିଷ୍ୟତ ପାଇଁ କାର୍ଯ୍ୟପନ୍ଥା ଗ୍ରହଣ କରିବେ ।

 

ସେହିପରି ଅଜିତ ପାୱାରଙ୍କ ବିଦ୍ରୋହ ପରେ ପାର୍ଟିର ଆଇନଗତ ଲଢେଇ ଉପରେ କିଛି ମନ୍ତବ୍ୟ ଦେବାକୁ ମନା କରିଦେଇଛନ୍ତି ଶରଦ ପାୱାର  । ସେ କହିଛନ୍ତି ତାଙ୍କୁ ଆଇନଗତ ଲଢେଇ ବିଷୟରେ କିଛି ଜଣା ନାହିଁ  । ଏନସିପିର ପ୍ରଦେଶ ଅଧ୍ୟକ୍ଷ ଜୟନ୍ତ ପାଟିଲ ଏସବୁ ମାମଲା ବିଷୟରେ ନଜର ରଖିଛନ୍ତି  । ସେ ଏହ ପ୍ରଶ୍ନର ଉତ୍ତର ଭଲଭାବେ ଦେଇପାରିବେ  । ଗତ ୪ ବର୍ଷ ମଧ୍ୟରେ ବହୁ ବାଦ ବିବାଦ ମଧ୍ୟରେ ମହାରାଷ୍ଟ୍ର ସରକାର ଚାଲି ଆସୁଛି  । ବିଧାୟକଙ୍କ ବିଦ୍ରୋହ ହେଉ କି ସରକାର ପତନ ମଧ୍ୟରେ ୪ଟି ଶପଥ ଗ୍ରହଣ ସମାରୋହ ସରିଲାଣି  ।

 

 

ନଈ ମଝିରେ ମଦ୍ୟପ ଯୁବକଙ୍କ ହାଇଡ୍ରାମା, ବିଳମ୍ବିତ ରାତିରେ ନଦୀରୁ ଉଦ୍ଧାର

ବାଙ୍କୀ: ସାରା ରାତି ନଈ ମଝିରେ ହାଇଡ୍ରାମା । ଅଗ୍ନିଶମ ବାହିନୀଙ୍କୁ ନାକେଦମ କଲା ମଦ୍ୟପ ଯୁବକ । ଏ ଦୃଶ୍ୟ ହେଉଛି ବାଙ୍କୀ ଭେଡା ରାମଚନ୍ଦ୍ରପୁର ଗାଁର । ମହାନଦୀରେ ପାଣି ଆସିଯିବାରୁ ଚନ୍ଦନ ବେହେରା ନାମକ ଯୁବକ ଜଣକ ଫସି ରହିଥିଲେ । ତାଙ୍କୁ ଉଦ୍ଧାର କରିବାକୁ ଯାଇ ଆଉ ଦୁଇ ଜଣ ମଧ୍ୟ ସେଠାରେ ଫସି ରହିଥିଲେ । ଦୀର୍ଘ ସମୟ ପରେ ଅଗ୍ନିଶମ ବାହିନୀ ପହଞ୍ଚି ୨ ଜଣଙ୍କୁ ଉଦ୍ଧାର କରିଥିଲେ ।

ହେଲେ ଏହି ମଦ୍ୟପ ଯୁବକ ଜଣକ ଧରା ନଦେଇ ଦଉଡିବାକୁ ଲାଗିଥିଲେ । ନଦୀ ମଝିରେ ରାତି ଅଧରେ ଲୁଚକାଳି ଖେଳ ଚାଲିଥିଲା । ଶେଷରେ ଯୁବକ ଜଣକ ନଦୀର ସୁଅକୁ ଡେଇଁ ପଡିଥିଲେ । ବହୁ ଚେଷ୍ଟା ପରେ ଉଦ୍ଧାର ପରେ ଯୁବକ ଜଣକୁ ଚିକିତ୍ସା ପାଇଁ ବାଙ୍କୀ ମେଡିକାଲକୁ ପଠାଯାଇଛି । ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା ଜୋର ଧରିଛି ।

ଛୁଆଙ୍କୁ କୂଅରେ ଫିଙ୍ଗି ଡେଇଁ ପଡିଲେ ମହିଳା, ପୁଅଝିଅ ମୃତ

ବ୍ରହ୍ମପୁର: ଗଞ୍ଜାମ ଶେରଗଡ଼ ବ୍ଲକ କରଡାକଣା ପଞ୍ଚାୟତ ଲାଉଗୁଡ଼ା ଗାଁରେ ଅଭାବନୀୟ ଘଟଣା । ପାରିବାରିକ କଳହକୁ ନେଇ ଦୁଇ ଝିଅ ଓ ପୁଅକୁ କୂଅରେ ଫିଙ୍ଗି ଦେଲେ ମହିଳା । ଏହାପରେ ମହିଳା ଜଣକ କୂଅକୁ ଡେଇଁ ପଡିଥିଲେ ।

ସାନ ଝିଅ ଓ ପୁଅର ମୃତଦେହ ଉଦ୍ଧାର କରିଛନ୍ତି ଅଗ୍ନିଶମ ବାହିନୀ । ବଡ଼ ଝିଅ ଓ ମହିଳାଙ୍କୁ ଗ୍ରାମବାସୀ ଉଦ୍ଧାର କରିଥିଲେ । ଗତକାଲି ଏଭଳି ଘଟଣା ଘଟିଥିବା ବେଳେ ଉଭୟ ଚିକିତ୍ସିତ ହୋଇ ଘରକୁ ଫେରିଛନ୍ତି ।

ଆଜି ଶ୍ରାବଣ ମାସର ପ୍ରଥମ ସୋମବାର, ବାବା ଆଖଣ୍ଡଳମଣିଙ୍କ ମନ୍ଦିରରେ ବଢୁଛି ଭିଡ

ନନ୍ଦିଘୋଷ ବ୍ୟୁରୋ: ପୂର୍ଣ୍ଣିମା ତିଥି ଅନୁଯାୟୀ ଆଜି ପବିତ୍ର ଶ୍ରାବଣ ମାସର ପ୍ରଥମ ସୋମବାର । ଏହି ଅବସରରେ ଆରଡିପୀଠ ବାବା ଆଖଣ୍ଡଳମଣିଙ୍କ ମନ୍ଦିରରେ ରୀତିନୀତି ଅନୁଯାୟୀ ଚାଲିଛି ଜଳାଭିଷେକ ଓ ପୂଜାର୍ଚ୍ଚନା । ଆଜି ପୂର୍ଣ୍ଣିମା ତିଥି ଆରମ୍ଭ ହୋଇଥିବାରୁ ବିଭିନ୍ନ ନଦୀରେ କାଉଡିଆ ଭକ୍ତମାନେ ଜଳଭାର ଉଠାଇ ଶିବାଳୟକୁ ଆସିବେ ।

ଏଥିପାଇଁ ଆରଡିପୀଠରେ ଜିଲ୍ଲା ପ୍ରଶାସନ ପକ୍ଷରୁ ସମସ୍ତ ବ୍ଯବସ୍ଥା କରାଯାଇଛି । ବିଶେଷକରି ପୀଠରେ ଥିବା ବୈତରଣୀ ଓ ସାଳନ୍ଦୀ ନଦୀର ୩ଟି ଘାଟରେ ଅଗ୍ନିଶମ ବାହିନୀ ମୁତୟନ ହୋଇଥିବା ବେଳେ, ନଦୀର ଉଭୟ ପାର୍ଶ୍ବକୁ ପୋଲିସ ଜଗି ରହିଛି ।