ଖୁବଶୀଘ୍ର ଭୁବନେଶ୍ବର ଓ କଲମ୍ବୋ ମଧ୍ୟରେ ବିମାନ ଚଳାଚଳ

ଭୁବନେଶ୍ବର : ଖୁବଶୀଘ୍ର ଭୁବନେଶ୍ୱରରୁ ଶ୍ରୀଲଙ୍କାକୁ ସିଧା ଉଡ଼ିବ ବିମାନ  ।  ଭୁବନେଶ୍ୱର ଓ କଲମ୍ବୋ ମଧ୍ୟରେ ସିଧା ବିମାନ ଚଳାଚଳ ଆରମ୍ଭ ହେବ । ଶ୍ରୀଲଙ୍କାନ ଏୟାର ଲାଇନ୍ସ ପକ୍ଷରୁ ଉଡ଼ିବ ବିମାନ ।  ଏନେଇ ଶ୍ରୀଲଙ୍କାନ ଏୟାର ଲାଇନ୍ସ ସୂଚନା ଦେଇଛି । ଶ୍ରୀଲଙ୍କା ଏୟାର ଲାଇନ୍ସ ରିଜିଓନାଲ ମ୍ୟାନେଜର ଭି. ରବୀନ୍ଦ୍ରନ କହିଛନ୍ତି, ପୂର୍ବ ଭାରତରେ ଓଡ଼ିଶା ଏକମାତ୍ର ରାଜ୍ୟ, ଯେଉଁଠି ପର୍ଯ୍ୟଟନ କ୍ଷେତ୍ରରେ ବହୁତ ବିକାଶ ହୋଇଛି । ଓଡ଼ିଶା ସରକାର ପର୍ଯ୍ୟଟନର ବିକାଶ ପାଇଁ ବ୍ୟାପକ ପଦକ୍ଷେପ ନେଉଛନ୍ତି । ଓଡ଼ିଶାରେ ଅନେକ ପର୍ଯ୍ୟଟନସ୍ଥଳୀ ଥିବାରୁ ଶ୍ରୀଲଙ୍କାରୁ  ଭୁବନେଶ୍ବରକୁ ସିଧା ବିମାନ ଚଳାଚଳ କଲେ ଓଡ଼ିଶା ଓ ଶ୍ରୀଲଙ୍କା ମଧ୍ୟରେ ସମ୍ପର୍କ ସୁଦୃଢ଼ ହେବ । ଉଭୟ ସ୍ଥାନର ପର୍ଯ୍ୟଟନସ୍ଥଳୀର ଆହୁରି ବିକାଶ ହୋଇପାରିବ ।