ଉତ୍ତରାଖଣ୍ଡ ରୁଦ୍ରପ୍ରୟାଗରେ ପ୍ରକୃତିର ତାଣ୍ଡବ, କେଦାରନାଥ ରାସ୍ତାରେ ବିରାଟ ପାହାଡ ଧସିଯାଇଛି

ଡେରାଡୁନ: ଉତ୍ତରାଖଣ୍ଡ ରୁଦ୍ରପ୍ରୟାଗରେ ପ୍ରକୃତିର ତାଣ୍ଡବ । ପ୍ରବଳ ବର୍ଷା ପରେ କେଦାରନାଥ ରାସ୍ତାରେ ବିରାଟ ପାହାଡ ଧସିଯାଇଛି । ଲ୍ୟାଣ୍ଡସ୍ଲାଇଡ ଯୋଗୁ ୨ଟି ଦୋକାନ ଭାସି ଯାଇଥିବା ବେଳେ ୧୩ ଜଣ ନିଖୋଜ ଅଛନ୍ତି । ଗତକାଲି ରାତିରେ ମୂଷଳଧାରାରେ ବର୍ଷା ପରେ ଭୂସ୍ଖଳନ ଯୋଗୁ ୧୩ ଜଣ ନିଖୋଜ ହୋଇଯାଇଛନ୍ତି । ନିଖୋଜଙ୍କ ମଧ୍ୟରେ ଅନେକ ଶ୍ରଦ୍ଧାଳୁ ଓ କିଛି ସ୍ଥାନୀୟ ଲୋକ ଥିବା ଜଣାପଡ଼ିଛି । ଏସଡିଆରଏଫ୍ ଟିମ୍ ଘଟଣାସ୍ଥଳରେ ସର୍ଚ୍ଚ ଅପରେସନ ଚଳାଇଛି । ତେବେ ଲଗାଣ ବର୍ଷା ଯୋଗୁ ଉଦ୍ଧାର କାର୍ଯ୍ୟରେ ବାଧା ଉପୁଜୁଥିବା ରୁଦ୍ରପ୍ରୟାଗ ଏସପି କହିଛନ୍ତି । ଆଜି ବି ଉତ୍ତରାଖଣ୍ଡରେ ପ୍ରବଳ ବର୍ଷା ସମ୍ଭାବନା ରହିଥିବା ନେଇ ସତର୍କ କରାଇଛି ପାଣିପାଗ ବିଭାଗ ।  ଗୌରୀକୁଣ୍ଡ ମାଆ ପାର୍ବତୀଙ୍କ ପବିତ୍ର ଭୂମି ଭାବେ ଜଣାଶୁଣା । କେଦାରନାଥ ଯାତ୍ରୀଙ୍କ ପାଇଁ ଏଠାରେ ବେସ୍ କ୍ୟାମ୍ପ ମଧ୍ୟ ରହିଛି ।