spot_img
Home Blog Page 3126

ଏଣିକି ଗୋଟିଏ କ୍ଲିକରେ ସାମ୍ବାଦିକ ବୀମା; ସ୍ବତନ୍ତ୍ର ପୋର୍ଟାଲ ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : ଏଣିକି କାଗଜକଲମ ନୁହେଁ ଗୋଟିଏ କ୍ଲିକରେ ସାମ୍ବାଦିକ ବୀମା । ସାମ୍ବାଦିକ କଲ୍ୟାଣ ଯୋଜନା ୱେବ ପୋର୍ଟାଲର ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏଣିକି ସ୍ବାସ୍ଥ୍ୟ ବୀମା ହେଉ କି ଅନ୍ୟାନ୍ୟ ସହାୟତା ପାଇଁ ସାମ୍ବାଦିକଙ୍କୁ ଜିଲ୍ଲା କିମ୍ବା ରାଜ୍ୟ ମିଖ୍ୟାଳୟକୁ ଆସିବାକୁ ପଡ଼ିବନାହିଁ ।

ଏହି ପୋର୍ଟାଲ ଜରିଆରସାମ୍ବାଦିକଙ୍କ ପାଇଁ ପୋର୍ଟାଲ ଲୋକାର୍ପିତ କରି ଖୁସି ବ୍ୟକ୍ତ କରିଛନ୍ତି ମୁଖ୍ୟମନ୍ତ୍ରୀ । 5T ନୀତି ଉପରେ ଗୁରୁତ୍ୱ ଦେଇ ପୋର୍ଟାଲ ପ୍ରସ୍ତୁତ ହୋଇଛି । ଏହାଦ୍ବାରା ଦେଶ ତଥା ରାଜ୍ୟର ବିଭିନ୍ନ ସ୍ଥାନରେ କାମ କରୁଥିବା ଓଡ଼ିଆ ସାମ୍ବାଦିକ ଅନଲାଇନ କଲ୍ୟାଣ ଯୋଜନାର ସୁବିଧା ନେଇପାରିବେ।

ରାଜ୍ୟ ସରକାର ଗୋପବନ୍ଧୁ କର୍ମୀଜୀବୀ ସମ୍ବାଦିକ ସ୍ବାସ୍ଥ୍ୟବୀମା ଯୋଜନା କରିଛନ୍ତି । ଚିକିତ୍ସା ପାଇଁ ସାମ୍ବାଦିକ ଓ ତାଙ୍କ ପରିବାରକୁ ୨ଲକ୍ଷ ଟଙ୍କା ଦିଆଯାଉଛି । ମୃତ୍ୟୁ ହେଲେ ୪ଲକ୍ଷ ସହାୟତା ରାଶି ଯୋଗାଇ ଦିଆଯାଉଛି। ସାମ୍ବାଦିକତା ଏକ ବୃତ୍ତି ନୁହେଁ ଏକ ମିଶନ। ସାମ୍ୱାଦିକମାନେ ସଚେତନ ସମାଜ ଗଠନ ପାଇଁ କାମ ଜାରି ରଖନ୍ତୁ ବୋଲି ଆହ୍ବାନ ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ସାମ୍ୱାଦିକଙ୍କୁ ସରକାର ସମସ୍ତ ପ୍ରକାର ସହଯୋଗ ଯୋଗାଇଦେବେ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।

କୋର୍ଟ ରାୟ ବିରୋଧରେ କଂଗ୍ରେସ ଖପ୍ପା; ସାରାଦେଶରେ ତେଜୁଛି ନେତା ଓ କର୍ମୀଙ୍କ ପ୍ରତିବାଦ

ନୂଆଦିଲ୍ଲୀ : ରାହୁଲଙ୍କ କୋର୍ଟ ରାୟ ବିରୋଧରେ କଂଗ୍ରେସ ଖପ୍ପା । ହାଇକୋର୍ଟଙ୍କ ରାୟକୁ ନେଇ ତେଜିଲାଣି ଜୋରଦାର ପ୍ରତିବାଦ । କୋର୍ଟଙ୍କ ରାୟକୁ ନେଇ କଂଗ୍ରେସ ଦୃଢ ପ୍ରତିବାଦ କରିଛି । ବିଭିନ୍ନ ରାଜ୍ୟର କଂଗ୍ରେସ ଭବନରେ କଂଗ୍ରେସ ନେତାମାନେ ନାରାବାଜି କରିବା ସହ ପ୍ରତିବାଦ ପ୍ରଦର୍ଶନ କରିଛନ୍ତି । ରାହୁଲ ଗାନ୍ଧୀ ଲଢେଇ ଜାରି ରଖନ୍ତୁ ପୂରା କଂଗ୍ରେସ ଦଳ ତାଙ୍କ ପଛରେ ଦୃଢ ଭାବେ ଠିଆହୋଇଛି ।

ଆଗକୁ ଯଦି ବିଚାର ପ୍ରକ୍ରିୟା ବିଳମ୍ବ ହୁଏ ତେବେ ବି ରାହୁଲଙ୍କ ନେତୃତ୍ବରେ ଆଗାମୀ ସାଧାରଣ ନିର୍ବାଚନ କଂଗ୍ରେସ ଲଢିବ ବୋଲି କହିଛନ୍ତି ବରିଷ୍ଠ କଂଗ୍ରେସ ନେତା ଜୟଦେବ ଜେନା । ଆଜି ମୋଦି ସାଙ୍ଗିଆ ମାନହାନି ମାମଲାରେ ଗୁଜୁରାଟ ହାଇକୋର୍ଟ ରାହୁଲଙ୍କ ରିଭ୍ୟୁ ପିଟିସନ ଖାରଜ କରିବା ପରେ ଏପରି ପ୍ରତିବାଦ ଆରମ୍ଭ ହୋଇଯାଇଛି ।

ଫଳରେ ରାହୁଲଙ୍କ ବିରୋଧରେ ୨ ବର୍ଷର ସଜ୍ଜା ବଜାୟ ରହିବ । ରାହୁଲଙ୍କ ଆବେଦନକୁ ଖାରଜ କରିବା ସହ ତଳକୋର୍ଟଙ୍କ ରାୟକୁ କାଏମ ରଖିଛନ୍ତି ହାଇକୋର୍ଟ । ସୁରତ କୋର୍ଟଙ୍କ ରାୟର ପୁନର୍ବିଚାର ପାଇଁ ରାହୁଲ ହାଇକୋର୍ଟରେ ଆବେଦନ କରିଥିଲେ । ଦଣ୍ଡାଦେଶ ଉପରେ ରହିତାଦେଶ ପାଇଁ ହାଇକୋର୍ଟ ଯାଇଥିଲେ । ପୂର୍ବରୁ କୋର୍ଟ ଏହି ମାମଲାରେ ରାହୁଲ ଗାନ୍ଧୀଙ୍କୁ ମଧ୍ୟବର୍ତ୍ତୀକାଳୀନ ସୁରକ୍ଷା ଦେବାକୁ ମନା କରିଦେଇଥିଲେ । ଏହାସହ ତାଙ୍କ ଆବେଦନକୁ ସଂରକ୍ଷିତ ରଖିଥିଲେ ।

ସେପଟେ ହାଇକୋର୍ଟଙ୍କ ରାୟ ଉପରେ କଂଗ୍ରେସ କହିଛି, ଦଳ ବିଚାର କରି ସୁପ୍ରିମକୋର୍ଟଙ୍କ ଦ୍ବାରସ୍ଥ ହେବ । ଏବେ ରାହୁଲଙ୍କ ପାଖରେ ସୁପ୍ରିମକୋର୍ଟ ବିକଳ୍ପ ଭାବେ ଉଭା ହୋଇଛି । ଯଦି ସୁପ୍ରିମକୋର୍ଟ ରାହୁଲଙ୍କ ବିରୋଧରେ ତଳ ଅଦାଲତର ରାୟ ବିରୋଧରେ ରୋକ ଲଗାନ୍ତି ତେବେ ସେ ନିର୍ବାଚନ ଲଢିବାକୁ ସୁଯୋଗ ପାଇବେ । ଅନ୍ୟପଟେ ହାଇକୋର୍ଟଙ୍କ ସିଙ୍ଗଲ ବେଞ୍ଚ ରାୟ ବିରୋଧରେ ରାହୁଲ ଡିଭିଜନ ବେଞ୍ଚରେ ମଧ୍ୟ ଆବେଦନ କରିପାରିବେ । ତେବେ ସେ ସିଧା ସୁପ୍ରିମକୋର୍ଟରେ ଅପିଲ କରିପାରିବେ ।

ଫାଲକନୁମା ଏକ୍ସପ୍ରେସରେ ଅଗ୍ନିକାଣ୍ଡ : ୩ଟି ବଗିରେ ଲାଗିଛି ନିଆଁ

ନନ୍ଦିଘୋଷ ବ୍ୟୁରୋ :  ଫାଲକନୁମା ଏକ୍ସପ୍ରେସରେ ନିଆଁ। ହାଓ୍ବଡ଼ାରୁ ସିକନ୍ଦରାବାଦ ଯାଉଥିବା ଫାଲକନୁମା ଏକ୍ସପ୍ରେସର ୩ଟି ବଗିରେ ନିଆଁ ଲାଗିଛି। ସର୍ଟ ସର୍କିଟ୍ ଯୋଗୁଁ ଟ୍ରେନର S-4,S-5, S-6ରେ ନିଆଁ ଲାଗିଥିବା ସନ୍ଦେହ କରାଯାଉଛି ।

ବୋମାଇପାଲି-ପାଗିଡ଼ିପାଲି ମଧ୍ୟରେ ଟ୍ରେନରେ ନିଆଁ ଲାଗିଥିଲା। ସମସ୍ତ ଯାତ୍ରୀ ସୁରକ୍ଷିତ ଭାବେ ଓହ୍ଲାଇ ଯାଇଥିବା ଦକ୍ଷିଣ କେନ୍ଦ୍ରୀୟ ରେଳପଥ ପକ୍ଷରୁ ସୂଚନା ଦିଆଯାଇଛି। ନିଆଁକୁ ଆୟତ୍ତ କରାଯାଇଛି। ଘଟଣାସ୍ଥଳରେ ରେଳବାଇ ଜେନେରାଲ ମ୍ୟାନେଜର ଅଘଟଣ ନେଇ ତଦନ୍ତ କରୁଛନ୍ତି। ଯାତ୍ରୀଙ୍କୁ ସେମାନଙ୍କ ଗନ୍ତବ୍ୟସ୍ଥଳକୁ ଅନ୍ୟ ଟ୍ରେନରେ ପଠାଯାଇଛି।

ରାହୁଲଙ୍କୁ ଗୁଜରାଟ ହାଇକୋର୍ଟଙ୍କ ଝଟକା , ପୁନର୍ବାର ଖାରଜ ହେଲା ଆବେଦନ

ନୂଆଦିଲ୍ଲୀ :  ମୋଦି ସାଙ୍ଗିଆ ମାନହାନୀ ମାମଲା । ରାହୁଲଙ୍କ ଆବେଦନ ଖାରଜ କଲେ ଗୁଜରାଟ ହାଇକୋର୍ଟ। ରିଭ୍ୟୁ ପିଟିସନ ଆବେଦନ କରିଥିଲେ ରାହୁଲ । ସୁରତ କୋର୍ଟଙ୍କ ରାୟର ପୁନଃବିଚାର ପାଇଁ ଆବେଦନ କରିଥିଲେ । ଦଣ୍ଡାଦେଶ ଉପରେ ରହିତାଦେଶ ପାଇଁ ହାଇକୋର୍ଟ ଯାଇଥିଲେ । ମାତ୍ର ରାହୁଲଙ୍କ ଆବେଦନକୁ ଖାରଜ କରିବା ସହ ତଳକୋର୍ଟଙ୍କ ରାୟକୁ କାଏମ ରଖିଛନ୍ତି ହାଇକୋର୍ଟ ।

ପୂର୍ବରୁ କୋର୍ଟ ଏହି ମାମଲାରେ ରାହୁଲ ଗାନ୍ଧୀଙ୍କୁ ମଧ୍ୟବର୍ତ୍ତୀକାଳୀନ ସୁରକ୍ଷା ମନା କରିଦେଇଥିଲେ ଏବଂ ତାଙ୍କ ଆବେଦନକୁ ସଂରକ୍ଷିତ ରଖିଥିଲେ । ଗତ ୧୩ ଏପ୍ରିଲ ୨୦୧୯ରେ କର୍ଣ୍ଣାଟକ କୋଲରରେ ମୋଦି ସାଙ୍ଗିଆକୁ ନେଇ ରାହୁଲଙ୍କ ବିବାଦୀୟ ବୟାନ ପରେ ଆଇପିସିର ଧାରା ୪୯୯, ୫୦୦ ଓ ୫୦୪ ଅନୁସାରେ ମାମଲା ରୁଜୁ ହୋଇଥିଲା । ଗତ ୨୩ ମାର୍ଚ୍ଚରେ ମାନହାନି ମାମଲାରେ ରାହୁଲଙ୍କୁ ଦୋଷୀ ସାବ୍ୟସ୍ତ କରିବା ସହ ୨ ବର୍ଷ ଜେଲଦଣ୍ଡାଦେଶ ଦେଇଥିଲେ ସିଜେଏମ କୋର୍ଟ । କୋର୍ଟ ରାୟ ପରେ ଗତ ୨୪ ମାର୍ଚ୍ଚରେ ସାଂସଦ ପଦ ହରାଇଥିଲେ ରାହୁଲ ଗାନ୍ଧୀ । ସେପଟେ ହାଇକୋର୍ଟଙ୍କ ରାୟ ଉପରେ କଂଗ୍ରେ କହିଛି, ଦଳ ବିଚାର କରି ସୁପ୍ରିମକୋର୍ଟଙ୍କ ଦ୍ବାରସ୍ଥ ହେବ ।

ପୂରଣ ହେଲା ବହୁଦିନର ଦାବି, ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇଲେ ଚାନ୍ଦବାଲିବାସୀ

ଚାନ୍ଦବାଲି : ବହୁଦିନ ଧରି ଖାଲିପଡିଥିବା ଡାକ୍ତର ପଦବୀ ପୂରଣ ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ କୃତଜ୍ଞତା ଜଣାଇଲେ ଚାନ୍ଦବାଲିବାସୀ । ଡାକ୍ତର ନିଯୁକ୍ତି ପାଇଁ ବିଭିନ୍ନ ମହଲରେ ବାରମ୍ବାର ଦାବି ହେଉଥିଲା ।

ସ୍ୱାସ୍ଥ୍ୟ ରକ୍ଷା ପରି ଏକ ମୌଳିକ ଆବଶ୍ୟକତାକୁ ଲକ୍ଷ୍ୟ କରି ଚାନ୍ଦବାଲି ବ୍ଲକର ଧାମରା, ବାଂଶଡା ,ଘଣ୍ଟେଶ୍ୱର, ମତୋ ,ମାଧପୁର, ଓରାସାହି ଆଦି ବିଭିନ୍ନ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରରେ ଡାକ୍ତର ନିଯୁକ୍ତ କରିଛନ୍ତି ମାନ୍ୟବର ମୁଖ୍ୟମନ୍ତ୍ରୀ । ନିଯୁକ୍ତି ପରେ ସମସ୍ତ ଡାକ୍ତର ନିଜର କାର୍ଯ୍ୟ ଆରମ୍ଭ କରିଥିବାରୁ ଅଞ୍ଚଳ ବାସୀ ଖୁସି ବ୍ୟକ୍ତ କରିଛନ୍ତି । ଏଥିପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ ଚାନ୍ଦବାଲି ବିଧାୟକ ଡ଼ଃ ବ୍ୟମକେଶ ରାୟଙ୍କୁ କୃତଜ୍ଞତା ଜଣାଇଛନ୍ତି ।

ଭୁବନେଶ୍ବରରୁ ନାବାଳକ ନିଖୋଜ ; ଗତକାଲିଠୁ ମିଳୁନି ଯୋଗେଶ ବାଲାଜୀର ପତ୍ତା

ଭୁବନେଶ୍ୱର :  ରାଜଧାନୀ ଭୁବନେଶ୍ବରରୁ ନାବାଳକ ନିଖୋଜ । ଗତକାଲିଠାରୁ ନିଖୋଜ ଅଛନ୍ତି ୧୬ ବର୍ଷୀୟ ଯୋଗେଶ ବାଲାଜି । ଗତାକାଲି ସକାଳୁ ମୈତ୍ରୀବିହାର ଭଡ଼ାଘରୁ କେଉଁଆଡ଼େ ପଳାଇଯାଇଛି ନାବାଳକ । ଗତ ୪ ଦିନ ସେ ସ୍କୁଲ ନଯିବା କାରଣରୁ ଘରଲୋକ ଓ ଶିକ୍ଷକ ଗାଳି ଦେଉଥିଲେ । ଏଣୁ ରାଗରେ କେଉଁଆଡ଼େ ପଳାଇଯାଇଥିବା ପରିବାର ଲୋକ ସନ୍ଦେହ କରୁଛନ୍ତି । ଗତକାଲି ସକାଳୁ ପୁଅର ପତ୍ତା ମିଳିନଥିବାନେଇ ପରିବାର ଲୋକ ଥାନାରେ ଅଭିଯୋଗ କରିଛନ୍ତି । ମାମଲା ରୁଜୁ କରି ବିଭିନ୍ନ ସ୍ଥାନରେ ଖୋଜାଖୋଜି କରୁଛି ପୋଲିସ

ହଜାରେ ଟଙ୍କା ନେଇଗଲା ବୋଲି ପୁଅକୁ ମାରିଦେଲା ବାପା

ଦେବଗଡ଼ : ହଜାରେ ଟଙ୍କା ନେଇଗଲା ବୋଲି ପୁଅକୁ ମାରିଦେଲା ବାପା । ଦେବଗଡ଼ ଥାନା କୁରୋଡ଼ ଗାଁରେ ନିର୍ମମ ହତ୍ୟା । ଶୋଇଥିବାବେଳେ ବାପାର ଟାଙ୍ଗିଆ ଚୋଟରେ ଯାଇଛି ପୁଅର ଜୀବନ । ମୃତକ ହେଲେ ୨୩ ବର୍ଷୀୟ ଅଶୋକ ବରାଇ ।

ସୂଚନା ଅନୁଯାୟୀ ଗତକାଲି ମୃତ ଅଶୋକ ବାପା ରଖିଥିବା ହଜାରେ ଟଙ୍କା ନେଇଥିଯାଇଥିଲେ । ଏଥିରେ ଉତ୍ତ୍ୟକ୍ତ ହୋଇଯାଇଥିଲା ଅଭିଯୁକ୍ତ ବାପା ନିରଞ୍ଜନ ବରାଇ । ପୁଅ ଶୋଇଥିବା ସମୟରେ ଟାଙ୍ଗିଆରେ ଆକ୍ରମଣ କରିଥିଲା ।

ଚିତ୍କାର ଶୁଣି ପଡୋଶୀ ଅଶୋକକୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ଦେବଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ  । ପରେ ବୁର୍ଲା ମେଡିକାଲକୁ ସ୍ଥାନାନ୍ତର କରାଯାଇଥିଲା । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଦେବଗଡ଼ ପୋଲିସ ମାମଲା ରୁଜୁ କରି ଘଟଣାସ୍ଥଳରେ ସାଇଣ୍ଟିଫିକ ଟିମ୍ ସହାୟତାରେ ତଦନ୍ତ କରୁଛି । ଘରକୁ ସିଲ କରିବା ସହ ଅଭିଯୁକ୍ତ ବାପାକୁ ଅଟକ ରଖିଛି ପୋଲିସ ।

୪୨ ବର୍ଷରେ ପାଦ ଥାପିଲେ ମହେନ୍ଦ୍ର ସିଂ ଧୋନି

ନନ୍ଦିଘୋଷ ବ୍ୟୁରୋ : ଷ୍ଟମ୍ପ ପଛରେ ରହିଛି ମ୍ୟାଚର ମୋଡ ବଦଳାଇ ଦେଉଥିବା ଖେଳାଳି । ଜଣିଏ ଖେଳାଳି ଯିଏ କ୍ରିକେଟପ୍ରେମୀଙ୍କ ପାଇଁ କେତେବେଳେ ମାହି ତ ଆଉକେତେବେଳେ ଦି କୁଲ ମ୍ୟାନ ପୁଣି ଆଉକେବେ ଏମଏଡି । ଆଜି ଭାରତୀୟ କ୍ରିକେଟ ଟିମର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନିଙ୍କ ୪୨ ତମ ଜନ୍ମଦିନ ।

କିଛି ଦିନ ତଳେ ତାଙ୍କ ନେତୃତ୍ୱରେ ଚେନ୍ନାଇ ସୁପର କିଂଗ୍ସ ପଞ୍ଚମ ଥର ପାଇଁ IPL ଚାମ୍ପିଅନ ହୋଇଥିଲା । ଧୋନିଙ୍କ ନେତୃତ୍ବରେ ୨୦୧୧ ବିଶ୍ବକପ ଜିତିଥିଲା ଭାରତ । ୨୮ ବର୍ଷ ପରେ ଭାରତକୁ ବିଶ୍ବକପ ଜିତାଇ ସଫଳ ଅଧିନାୟକଙ୍କ ତାଲିକାରେ ସେ ସାମିଲ ହୋଇଥିଲେ । ୨୦୧୧ ବିଶ୍ୱକପ ଭାରତରେ ହେଉଥିଲା । ତାଙ୍କ ଅଧିନାୟକତ୍ୱରେ ବିଶ୍ବର ପ୍ରଥମ ଦେଶ ଭାବେ ନିଜ ମାଟିରେ ବିଶ୍ବକପ ଜିତିବାର ରେକର୍ଡ କରିଥିଲା ଭାରତ ।

ଏହା ପୂର୍ବରୁ ୨୦୦୭ରେ ପ୍ରଥମ T-20 ବିଶ୍ବକପରେ ଭାରତର ନେତୃତ୍ବ ନେଇ ସେ ଦେଶକୁ ବିଶ୍ବବିଜୟୀ କରିଥିଲେ । ଓ୍ବିକେଟ କିପର ଭାବେ ଏକ ଦିବସୀୟରେ ସର୍ବାଧିକ ୧୮୩ ରନର ଅପରାଜିତ ପାଳି ଖେଳିବାର ରେକର୍ଡ ରହିଛି ଧୋନିଙ୍କ ନାଁରେ । ତାଙ୍କ ନେତୃତ୍ବରେ ଭାରତ ପ୍ରଥମଥର ପାଇଁ ଏକ ଦିବସୀୟ ଓ ଟେଷ୍ଟରେ ଏକ ନମ୍ବର ଟିମ ହୋଇଥିଲା । ୨୦୧୪ ଶେଷ ଆଡ଼କୁ ସେ ଟେଷ୍ଟ କ୍ରିକେଟକୁ ଅଲବିଦା କରିଥିଲେ । ସେହିପରି ୨୦୨୦ ଅଗଷ୍ଟ ୧୫ରେ ସେ ଅନ୍ତର୍ଜାତୀୟ କ୍ରିକେଟର ସମସ୍ତ ଫର୍ମାଟରୁ ସନ୍ୟାସ ନେଇଥିଲେ । ଏବେ ସେ କେବଳ IPL ଉପରେ ଫୋକସ କରିବା ସହ ପ୍ରତିଭାବାନ କ୍ରିକେଟରଙ୍କୁ ମାର୍ଗଦର୍ଶନ ଦେଉଛନ୍ତି ।

ଡିଏନ୍‌ ଗ୍ରୁପ୍ ଉପ‌ରେ IT ରେଡ୍‌ର ତୃତୀୟ ଦିନ : ଜବତ କାଗଜପତ୍ରର ଚାଲିଛି ଯାଞ୍ଚ

ଭୁବନେଶ୍ୱର : DN ଗ୍ରୁପରେ ଆୟକର ରେଡ ଘଟଣା । ତୃତୀୟ ଦିନରେ ଛାନଭିନ ଜାରି ରଖିଛି ଆୟକର ବିଭାଗ । ତୃତୀୟ ଦିନରେ ନୟାପଲ୍ଲୀ ସ୍ଥିତ ମୁଖ୍ୟ ଅଫିସ ସମେତ ଵିଭିନ୍ନ ସ୍ଥାନରେ ଚଢ଼ାଉ ଚାଲିଛି । ଜବତ କାଗଜପତ୍ରର ଯାଞ୍ଚ ଚାଲିଛି । ସଂସ୍ଥାର କିଛି ଅଧିକାରୀଙ୍କୁ ଅଫିସରେ ପଚରାଉଚରା ଚାଲିଛି । ସଂସ୍ଥା କେବେଠାରୁ ଓ କେତେ ଟଙ୍କା ଟିକସ ଫାଙ୍କିଛି ତାହା ସ୍ପଷ୍ଟ କରିନି ତଦନ୍ତକାରୀ ଟିମ୍‌ ।

ଗତକାଲି ଜଗଦୀଶ ନାୟକ ଓ ଆସୋସିଏଟଙ୍କ ଘରେ ରେଡ୍‌ ହୋଇଥିଲା । ୧୧କୋଟିରୁ ଅଧିକ ଜବତ କ୍ୟାସ ଆରବିଆଇକୁ ପଠାଯାଇଛି । ଡିଏନ ହୋମସ ସଂସ୍ଥାର ୨୨ଟି ସ୍ଥାନରେ ମାରାଥନ ରେଡ୍ ହୋଇଛି । କର୍ମଚାରୀ ଚନ୍ଦ୍ରଶେଖର ପଣ୍ଡାଙ୍କ ଖଟ ତଳେ ଥିବା ଟ୍ରଙ୍କରୁ ୧୧କୋଟିରୁ ଉର୍ଦ୍ଧ୍ବ ନଗଦ ଟଙ୍କା ଠାବ କରାଯାଇଥିଲା। ଏହାସହ ସଂସ୍ଥା ମୁଖ୍ୟ ଜଗଦୀଶ ନାୟକଙ୍କ ଅଫିସରୁ ଶହେ କୋଟିରୁ ଉର୍ଦ୍ଧ୍ବ କ୍ୟାସ ରସିଦ ଠାବ କରାଯାଇଛି। ତଦନ୍ତକାରୀ ଟିମ୍ ହାତରେ ଲାଗିଥିବା ୨୦ରୁ ଅଧିକ ବ୍ୟାଙ୍କ ଆକାଉଣ୍ଟ ଓ ଲକରକୁ ସ୍କାନର ପରିସରଭୁକ୍ତ କରାଯାଇଛି । ଘଟଣାର ଖୁବଶୀଘ୍ର ତଦନ୍ତ କରିବ ଇଡି। ଇଡି ଅଧିକାରୀ ଏହି ପ୍ରସଙ୍ଗରେ ଆଇଟି ଅଫିସରଙ୍କ ସହ ଆଲୋଚନା କରିଛନ୍ତି ।

ଟ୍ବିଟରକୁ ଟକ୍କର ଦେବ ‘ଥ୍ରେଡସ୍’ ଆପ୍‌ : ୧୮ ଘଣ୍ଟାରେ ୩୦ ମିଲିୟନଙ୍କ ସାଇନ-ଅପ୍‌

ନୂଆଦିଲ୍ଲୀ :  ଲଞ୍ଚ ହେଲା ନୂଆ ଆପ୍ ଥ୍ରେଡ୍‌ସ। ମାର୍କ ଜୁକର ବର୍ଗଙ୍କ ମେଟା ଟ୍ୱିଟରର କମ୍ପିଟେଟର ଥ୍ରେଡସ୍ ଆପକୁ ଲଞ୍ଚ କରିଛନ୍ତି। ମେଟାର୍‌ ନୂଆ ଆପ୍‌କୁ ନେଇ ଏବେ ସାରା ବିଶ୍ବରେ ଚର୍ଚ୍ଚା । କିଛି ଘଣ୍ଟାରେ ଲକ୍ଷ ଲକ୍ଷ ଲୋକ ଏହାକୁ ଡାଉନଲୋଡ କଲେଣି । ପ୍ରାୟ ୧୮ ଘଣ୍ଟାରେ ୩୦ ମିଲିୟନ ଲୋକ ସାଇନ-ଅପ୍‌ କରସାରିଲେଣି । ଏନେଇ ନିଜେ ମେଟା ସିଇଓ ମାର୍କ ଜୁକରବର୍ଗ  ସୂଚନା ଦେଇଛନ୍ତି ।

ଏହି ଆପରେ ଟ୍ୱିଟର ଭଳି ସବୁ ଫିଚର ରହିଛି। ଏଥିରେ ପୋଷ୍ଟ ଲିମିଟ୍ ୫୦୦ ୱାର୍ଡ ଦିଆଯାଇଛି, ଯାହା ଟ୍ୱିଟରର ୨୮୦ ୱାର୍ଡ ଲିମିଟ୍ ଠାରୁ ଅଧିକ । ଏଥିରେ ୫ ମିନିଟର ଲିଙ୍କ, ଫଟୋ ଓ ଭିଡିଓ ସେୟାର କରାଯାଇପାରିବ। ଏହି ଆପ୍ ୧୦୦ରୁ ଅଧିକ ଦେଶର ଗୁଗଲ ଏଣ୍ଡ୍ରଏଡ ଆପ୍ ଷ୍ଟୋରରେ ଉପଲବ୍ଧ ହେଉଛି।

ଏହି ଆପକୁ ଡାଉନ ଲୋଡ ପରେ ଇନଷ୍ଟା ଆଇଡି ସହ ଲିଙ୍କ କରି ଓପନ କରିପାରିବେ।ଥ୍ରେଡସ୍ ଇନଷ୍ଟାଗ୍ରାମ ଭଳି ଆପ୍ ଯାହାକି ଟ୍ୱିଟର ପରି କାମ କରିବ। ଏହାସହ ଇନଷ୍ଟାଗ୍ରାମ୍ ଫ୍ରେଣ୍ଡ ମାନଙ୍କ ସହିତ ଯୋଡ଼ି ହୋଇପାରିବେ । ଏଥିପାଇଁ କମ୍ପାନୀ ଏକ ଅପସନ୍ ଦେବ, ଏଠାରେ ସେହି ୟୁଜରମାନେ ଦେଖିବାକୁ ମିଳିବେ ଯେଉଁମାନେ ଇନଷ୍ଟାଗ୍ରାମ ଏବଂ ଥ୍ରେଡସ୍ ଉଭୟରେ ଉପସ୍ଥିତ ଥିବେ ।ଏହି ଆପକୁ ୩୦ ମିଲିୟନରୁ ଅଧିକ ୟୁଜର୍ସ ବ୍ୟବହାର କରିସାରିଲେଣି । ଟ୍ଵିଟରକୁ ଟକ୍କର ଦେବାପାଇଁ ନୂଆ ଆପ୍‌ ଆଣିଛି ମେଟା । ଏଲନ ମସ୍କ ଟ୍ୱିଟର ଆପ୍ ଉପରେ ପ୍ରତିବନ୍ଧକ ଲଗାଇବା ପରେ ମେଟାର ଏହି ନୂଆ ଆପର ବିକଳ୍ପ ସାଜିଛି ।