spot_img
Home Blog Page 2924

କେନ୍ଦ୍ର ସରକାରଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଆଲୋଚନାରେ ଭାଗ ନେଲା ବିଜେଡି

ନୂଆଦିଲ୍ଲୀ: କେନ୍ଦ୍ର ସରକାରଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଆଲୋଚନାରେ ଭାଗ ନେଲା ବିଜେଡି । ବିଜେଡି ପକ୍ଷରୁ ବିରୋଧୀ ମେଣ୍ଟ I.N.D.I.Aର ଅନାସ୍ଥାକୁ ବିରୋଧ କଲେ ପିନାକୀ ମିଶ୍ର । ଏହି ସମୟରେ କେନ୍ଦ୍ର ସରକାର ଅନେକ ପ୍ରସଙ୍ଗରେ ସହଯୋଗ କରିଆସୁଛି ବୋଲି କହିଛନ୍ତି ପିନାକୀ । ତଥାପି ଏମିତି ଅନେକ ପ୍ରସଙ୍ଗ ରହିଛି କେନ୍ଦ୍ର ତାହା ପୂରଣ କରିନି । ତଥାପି ଅନାସ୍ଥାକୁ ଆମେ ସମର୍ଥନ କରିବୁ ନାହିଁ । ଏଥିସହ ମହିଳା ସଂରକ୍ଷଣ ବିଲ୍ ଆଣିବାକୁ ଦାବି କଲେ ପିନାକୀ ମିଶ୍ର । ମହିଳା ସଂରକ୍ଷଣ ବିଲ୍ ଆଣିବାକୁ ବିଜେଡି ବାରମ୍ବାର ଦାବି କରିଆସୁଛି । ସଂଖ୍ୟା ଗରିଷ୍ଠତା ଦୃଷ୍ଟିରୁ ବିଜେପି ଏହି ବିଲ୍ ଆଗତ କରିବା ଆବଶ୍ୟକ ବୋଲି ପିନାକୀ ମିଶ୍ର କହିଛନ୍ତି ।

 

ପ୍ରେମ ଓ ବିବାହର ପ୍ରତିଶ୍ରୁତି ଦେଇ ଡ୍ୟାନ୍ସରଙ୍କୁ ଠକି ଦେଲେ ଯୁବକ

ବଲାଙ୍ଗୀର: ଧୋକାବାଜ ବିଭୂଷଣ । ପ୍ରେମ ଓ ବିବାହର ପ୍ରତିଶ୍ରୁତି ଦେଇ ଡ୍ୟାନ୍ସରଙ୍କୁ ଠକି ଦଲେ ଯୁବକ । ବଲାଙ୍ଗୀର ଜିଲ୍ଲାରୁ ଆସିଛି ଏଭଳି ଏକ ଚାଞ୍ଚଲ୍ୟକର ଖବର । ଚଟିଆପାଲିରେ ରହୁଥିବା ଡ୍ୟାନ୍ସର ମିନତି ସାହୁଙ୍କ ସ୍ବାମୀ କରୋନା ସମୟରେ ମୃତ୍ୟୁବରଣ କରିଥିଲେ । ସେବେଠୁ ନିଜ ଦୁଇ ଛୁଆଙ୍କ ସହ ରହୁଥିଲେ ମିନତି । ପ୍ରାୟ ଦେଢ଼ବର୍ଷ ତଳେ ମୃତ ସ୍ବାମୀଙ୍କ ସାଙ୍ଗ ବିଭୂଷଣ ପ୍ରଧାନର ନିକଟତର ହୋଇଥିଲେ ଲେଡି ଡ୍ୟାନ୍ସର । ପରେ ଉଭୟ ସହମତିରେ ଏକାଠି ରହିବା ଆରମ୍ଭ କଲେ । ଏହି ସମୟରେ ବିଭିନ୍ନ ବାହାନା ଦେଖାଇ ବିଭୂଷଣ ଡ୍ୟାନ୍ସର ମୀନତିଙ୍କ ଠାରୁ ପ୍ରାୟ ୩ ଲକ୍ଷ ଟଙ୍କା ବିଭିନ୍ନ କିସ୍ତିରେ ନେଇଥିଲେ ।

କିନ୍ତୁ କିଛିଦିନ ହେଲା ବିଭୂଷଣ କାମରେ ଯାଉଛି କହି ଛୁ ମାରିଥିବା ଅଭିଯୋଗ ହୋଇଛି । ଏମିତିକି କନ୍ଧମାଳ ଅଞ୍ଚଳରେ ସେ ଦ୍ୱିତୀୟ ବିବାହ କରିଥିବା ଅଭିଯୋଗ କରିଛନ୍ତି ମିନତି । ଆଉ ଟଙ୍କା ଫେରସ୍ତ ମାଗିଲେ କିମ୍ବା ଘରକୁ ଫେରି ଆସିବାକୁ କହିଲେ ବିଭୂଷଣ ଧମକ ଚମକ ଦେଉଥିବା ସେ କହିଛନ୍ତି । ଏନେଇ ବଲାଙ୍ଗୀର ଟାଉନ ଥାନାରେ ବି ମାମଲା ରୁଜୁ ହୋଇଛି । କେସ ନମ୍ବର ୩୯୫/୨୩ରେ ମାମଲା ରୁଜୁ କରି ପୋଲିସ ଦଫା ୨୯୪ ଓ ୫୦୬ ଲଗାଇଛି ।

ସୋନିଆଙ୍କୁ ଟାର୍ଗେଟ୍ କଲେ ବିଜେପି ସାଂସଦ, କହିଲେ ପୁଅ ଓ ଜ୍ୱାଇଁଙ୍କୁ ସେଟ୍…

ନୂଆଦିଲ୍ଲୀ: ଲୋକସଭାରେ ଚାଲିଛି ଅନାସ୍ଥା ପ୍ରସ୍ତାବ ଉପରେ ଚର୍ଚ୍ଚା । ଏହି ସମୟରେ ବିଜେପି ସାଂସଦ ନିଶିକାନ୍ତ ଦୁବେ, ସୋନିଆ ଗାନ୍ଧୀଙ୍କୁ ଟାର୍ଗେଟ୍ କରି କହଛନ୍ତି, ‘‘ସୋନିଆଙ୍କ କେବଳ ଦୁଇଟି ଉଦେଶ୍ୟ, ଗୋଟିଏ ନିଜ ପୁଅକୁ ସେଟ୍ କରିବା ଏବଂ ଅନ୍ୟଟି ଜ୍ୱାଇଁଙ୍କୁ ଭେଟ୍ ଦେବା’’।

ଏହି ଅବସରରେ ନିଶିକାନ୍ତ ନ୍ୟାସନାଲ୍ ହେରାଲ୍ଡ ପ୍ରସଙ୍ଗ ମଧ୍ୟ ଉଠାଇବା ସହ କହିଥିଲେ ମୁଁ ରାହୁଲ ଗାନ୍ଧୀଙ୍କ ଭାଷଣକୁ ଅପେକ୍ଷା କରିଥିଲି। ହେଲେ ସେ କହିଲେନି, ଲାଗୁଛି ରାହୁଲ ଏଥିପାଇଁ ପ୍ରସ୍ତୁତି କରିନାହାଁନ୍ତି । ନଚେତ୍ ବିଳମ୍ବରେ ଉଠିଥିବେ । ତେବେ ରାଜ୍ୟସଭା ଅଧ୍ୟକ୍ଷଙ୍କୁ ସମ୍ବୋଧିତ କରିବା ସହ ନିଶିକାନ୍ତ ଆହୁରି ମଧ୍ୟ କହିଛନ୍ତି, ଏ ଅନାସ୍ଥା ପ୍ରସ୍ତାବ କ’ଣ ପାଇଁ ଅଣାଯାଇଛି । ସୋନିଆ ଗାନ୍ଧୀ ଏଠି ବସିଛନ୍ତି କିନ୍ତୁ ସବୁ ଭାରତୀୟ ନାରୀଙ୍କ ପରି ତାଙ୍କର କେବଳ ପୁଅ ଓ ଜ୍ୱାଇଁ ଚିନ୍ତା ।

 

ସାଂସଦ ପଦ ଫେରିବା ପରେ ପ୍ରଥମ ଥର ନିର୍ବାଚନମଣ୍ଡଳୀ ଗସ୍ତ କରିବେ ରାହୁଲ

ନୂଆଦିଲ୍ଲୀ : ଓ୍ବାଇନାଡ ଯିବେ ରାହୁଲ । ସାଂସଦ ପଦ ଫେରିବା ପରେ ପ୍ରଥମ ଥର ଲାଗି ନିର୍ବାଚନମଣ୍ଡଳୀ ଗସ୍ତ କରିବେ ରାହୁଲ ଗାନ୍ଧୀ । ଆସନ୍ତା ୧୨ ଓ ୧୩ ତାରିଖରେ ରାହୁଲ କେରଳ ଓ୍ବାଇନାଡ ଗସ୍ତ କରିବେ । ଦୁଇ ଦିନିଆ ଗସ୍ତରେ ବ୍ୟାପକ କାର୍ଯ୍ୟକ୍ରମ ରହିଛି । ଏ ନେଇ ଟୁଇଟର ହ୍ୟାଣ୍ଡେଲରେ ସୂଚନା ଦେଇଛନ୍ତି କଂଗ୍ରେସ ସାଧାରଣ ସମ୍ପାଦକ କେ ସି ବେଣୁଗୋପାଳ । ମୋଦି ସାଙ୍ଗିଆ ମାମଲାରେ ରାହୁଲଙ୍କ ସଦସ୍ୟତା ରଦ୍ଦ ହୋଇଥିବା ବେଳେ ସୁପ୍ରିମକୋର୍ଟ ଏହା ଉପରେ ରୋକ ଲଗାଇଛନ୍ତି । ସୁପ୍ରିମକୋର୍ଟଙ୍କ ରାୟ ପରେ ଲୋକସଭା ସଦସ୍ୟତା ଫେରିପାଇଛନ୍ତି ରାହୁଲ ଗାନ୍ଧୀ ।

ସ୍କୁଲ ଆଡ଼ମିଶନ ପାଇଁ ବାଧ୍ୟତାମୂଳକ ନୁହେଁ ଆଧାର କାର୍ଡ

ଭୁବନେଶ୍ୱର : ଏଣିକି ସ୍କୁଲ ଆଡ଼ମିଶନ ପାଇଁ ବାଧ୍ୟତାମୂଳକ ନୁହେଁ ଆଧାର କାର୍ଡ । ନାମଲେଖା ପ୍ରକ୍ରିୟାକୁ ସରଳ ଓ ସୁଗମ କରିବାକୁ ସ୍କୁଲ ଓ ଗଣଶିକ୍ଷା ବିଭାଗର ବଡ଼ ନିଷ୍ପତ୍ତି । ସବୁ ଜିଲ୍ଲା ଶିକ୍ଷାଧିକାରୀଙ୍କୁ ନୋଟିସ୍ କରିଛି ବିଭାଗ । ଆଧାରକାର୍ଡ ଥିଲେ ହେବ ଆଡମିଶନ, ନଥିଲେ ବି ହେବ ଆଡମିଶନ ।

ଆଧାରକାର୍ଡ ନେଇ ଆଡମିଶନ କରିବାକୁ ବାଧ୍ୟ କରାଯାଇପାରିବନି । ଏଥିପାଇଁ କଡ଼ା ନିର୍ଦ୍ଦେଶ ହୋଇଚି । ଆଡମିଶନ ପରେ ଆଧାର ନଥିଲେ ପ୍ରଧାନଶିକ୍ଷକ ସମନ୍ବୟ ରକ୍ଷା କରି କିପରି ଶୀଘ୍ର ଆଧାର କାର୍ଡ ତିଆରି ହେବ ସେଥିପାଇଁ ବ୍ୟବସ୍ଥା କରିବେ ବୋଲି ମଧ୍ୟ ନିର୍ଦ୍ଦେଶ ହୋଇଛି ।

ସବୁ ବିବାଦର ଅନ୍ତ , ଆସନ୍ତାକାଲି ହେବ ମହାପ୍ରଭୁଙ୍କ ବନକଲାଗି ନୀତି

ପୁରୀ : ଆସନ୍ତା କାଲି ଶ୍ରୀମନ୍ଦିରରେ ମହାପ୍ରଭୁଙ୍କର ଅନୁଷ୍ଠିତ ହେବ ବନକଲାଗି ନୀତି । ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ ଏବଂ ଦତ୍ତ ମହାପାତ୍ର ନିଯୋଗ ସହ ଆଲୋଚନା ପରେ ବିବାଦର ସମାଧାନ ହୋଇଛି । ଆସନ୍ତାକାଲି ଶ୍ରୀବିଗ୍ରହ ମାନଙ୍କ ବନକଲାଗି ନୀତି ଅନୁଷ୍ଠିତ ହେବ । ଦ୍ୱିତୀୟ ଭୋଗ ମଣ୍ଡପ ଭୋଗ ଶେଷ ହେବାପରେ ସନ୍ଧ୍ୟା ୬ ଟା ରୁ ରାତି ୧୧ଟା ପର୍ଯ୍ୟନ୍ତ ସର୍ବ ସାଧାରଣ ଦର୍ଶନ ବନ୍ଦ ରହିବ । ପ୍ରାକୃତିକ ଦ୍ରବ୍ୟରେ ଶ୍ରୀଜୀଉଙ୍କ ଶ୍ରୀମୁଖ ଶୃଙ୍ଗାର କରିବେ ଦତ୍ତମହାପାତ୍ର ସେବକ  । ଶଙ୍ଖ, କସ୍ତୁରୀ, ହିଙ୍ଗୁଳ, ହରିତାଳ ଭଳି ବିଭିନ୍ନ ପ୍ରାକୃତିକ ଦ୍ରବ୍ୟ ରେ ମହାପ୍ରଭୁଙ୍କ ଶ୍ରୀ ମୁଖ ଶୃଙ୍ଗାର କରାଯିବ ।

ବୟଫ୍ରେଣ୍ଡ ବଖାଣିଲା ବ୍ରେକଅପ ବେଦନା ,୨୦ ଦିନ ପୂର୍ବରୁ ପ୍ରେମରେ ପଡ଼ିଥିଲା ଫାଟ

କଟକ : ବୟଫ୍ରେଣ୍ଡ ବଖାଣିଲା ବ୍ରେକଅପ ବେଦନା । ଶୁଭଲକ୍ଷ୍ମୀ ସୁଇସାଇଡ଼ ସସପେନ୍ସ ରୁ ଧିରେ ଧିରେ ହଟୁଛି ପର୍ଦ୍ଦା । ୨୦ ଦିନ ତଳେ ବୟଫ୍ରେଣ୍ଡ ସଂଜୟଙ୍କ ସହ ଶୁଭଲକ୍ଷ୍ମୀଙ୍କର ହୋଇଥିଲା ବ୍ରେକଅପ୍‌ । ଅନୀଲଙ୍କ ସହ ରାତି ବିତାଉଥିବା ନେଇ ସାଙ୍ଘାତିକ ଅଭିଯୋଗ କରିଥିଲେ । ୩ ତାରିଖ ଦିନ ହୋଟେଲରେ ରୁମ ବୁକ ପୂର୍ବରୁ ଅନୀଲ ସହ ଲିଭଇନରେ ରହୁଥିଲେ ଶୁଭଲକ୍ଷ୍ମୀ ।

ବାର୍‌ରେ ଡ୍ୟାନ୍ସ କରିବା କଥା ମଧ୍ୟ ସ୍ଵୀକାର କଲେ ବୟଫ୍ରେଣ୍ଡ ସଞ୍ଜୟ । ବିଳମ୍ବିତ ରାତି ପର୍ଯ୍ୟନ୍ତ ଶୁଭଲକ୍ଷ୍ମୀଙ୍କ ଉପରେ ଉଡୁଥିଲା ଟଙ୍କା । ମୃତ୍ୟୁ ପୂର୍ବରୁ ଥରୁଟିଏ ମଧ୍ୟ ଶୁଭଲକ୍ଷ୍ମୀଙ୍କ ସହ କଥା ହୋଇନଥିବା ପୋଲିସ ସମ୍ମୁଖରେ ସ୍ୱୀକାର କରିଛନ୍ତି । ଗତକାଲି ୨ ଘଣ୍ଟାରୁ ଉର୍ଦ୍ଧ ସମୟ ଧରି ସଂଜୟଙ୍କୁ ଜେରା କରିଥିଲା ଲକ୍ଷ୍ମୀସାଗର ପୋଲିସ ।

ଲୋକସଭାରେ ରାହୁଲଙ୍କ ଭାଷଣ ଡିମାଣ୍ଡ କଲେ ବିଜେପି ସାଂସଦ, ଜାଣନ୍ତୁ କିଏ କ’ଣ କହୁଛନ୍ତି…

ନୂଆଦିଲ୍ଲୀ: ଲୋକସଭାରେ ଅନାସ୍ଥା ପ୍ରସ୍ତାବ ଉପରେ ଚର୍ଚ୍ଚା ଆରମ୍ଭ ହୋଇଛି। ପ୍ରାୟ ୧୩୭ ଦିନ ପରେ ସଂସଦରେ ବିରୋଧି ଦଳ ନେତା ଭାବେ ମଙ୍ଗ ସମ୍ଭାଳିଛନ୍ତି ରାହୁଲ ଗାନ୍ଧୀ । ସୂଚନା ଅନୁଯାୟୀ, ଅଗଷ୍ଟ ୧୦ ଯାଏଁ ଏହି ପ୍ରସ୍ତାବ ଉପରେ ଚର୍ଚ୍ଚା ଚାଲିବ । ଆଉ ଅନ୍ତିମ ଦିନରେ ଜବାବ ରଖିବେ ପ୍ରଧାନମନ୍ତ୍ରୀ ମୋଦୀ । ବିରୋଧୀଙ୍କ ପକ୍ଷରୁ ପ୍ରଥମେ କଂଗ୍ରେସ ସାଂସଦ ଗୌରବ ଗୋଗୋଇ ଚର୍ଚ୍ଚା ଆରମ୍ଭ କରି ମଣିପୁରରେ ସରକାରଙ୍କ ଅବହେଳାକୁ ନେଇ ବର୍ଷିଛନ୍ତି ।  ତେବେ ଜାଣନ୍ତୁ ଅନାସ୍ଥା ପ୍ରସ୍ତାବକୁ ନେଇ କିଏ କ’ଣ କହିଲେ…

ଅନାସ୍ଥା ପ୍ରସ୍ତାବକୁ ନେଇ ବିଜେପି ଏକ ନୂଆ ରଣନୀତି ନେଇ ଗୃହକୁ ଓହ୍ଲାଇଛି। ଏହି ପ୍ରସଙ୍ଗରେ ଚର୍ଚ୍ଚା ଆରମ୍ଭ ହେବା ମାତ୍ରେ ପ୍ରଥମେ ପ୍ରହ୍ଲାଦ ଯୋଶୀ ଏବଂ ପରେ ବିଜେପି ସାଂସଦ ନିଶିକାନ୍ତ ଦୁବେ ମଧ୍ୟ ରାହୁଲ ଗାନ୍ଧୀଙ୍କ ଭାଷଣ ପାଇଁ ଡିମାଣ୍ଡ କରିଥିଲେ। ଯାହାକୁ ନେଇ ସଂସଦରେ ହଙ୍ଗାମା ହୋଇଥିଲା ।

ସୂଚନା ଅନୁସାରେ ମଙ୍ଗଳବାର ଯେତେବେଳେ  ବିରୋଧୀଙ୍କ ପକ୍ଷରୁ ପ୍ରଥମେ କଂଗ୍ରେସ ସାଂସଦ ଗୌରବ ଗୋଗୋଇ ଚର୍ଚ୍ଚା ଆରମ୍ଭ କରିବାକୁ ଆସିଥିଲେ ସେତେବେଳେ ବିଜେପି ସାଂସଦ ବର୍ଷିବା ସହ ଏକାମ ରାହୁଲ ଗାନ୍ଧୀ କରିବା ଉଚିତ୍ ବୋଲି କହିଥିଲେ । ଏହି ସମୟରେ ସଂସଦୀୟ ବ୍ୟାପାର ମନ୍ତ୍ରୀ ପ୍ରହ୍ଲାଦ ଯୋଶୀ କହିଥିଲେ, ଯେ ଆମେ ରାହୁଲଙ୍କ ଭାଷଣ ଶୁଣିବାକୁ ଚାହୁଁଛୁ। କିନ୍ତୁ ସଂସଦରେ ପ୍ରଥମ ଭାଷଣ ଦେଇଥିଲେ ଗୌରବ ଗୋଗୋଇ ।

ତେବେ ଅନାସ୍ଥା ପ୍ରସ୍ତାବ ଆଣିବା ସହ ମଣିପୁର ପ୍ରସଙ୍ଗରେ ଗୌରବ ଗୋଗୋଇ କହିଥିଲେ, ମଣିପୁର ନ୍ୟାୟ ମାଗୁଛି । ଏହି ରାଜ୍ୟର ଝିଅ, କୃଷକ ଓ ଛାତ୍ର ମାନେ ନ୍ୟାୟ ମାଗୁଛନ୍ତି । ଯଦି ମଣିପୁର ଜଳୁଛି ତାହେଲେ ଭାରତ ଜଳୁଛି । ମଣିପୁର ବର୍ବରୋଚିତ ଭାଇରାଲ ଭିଡିଓ ଦେଖି ଦେଶ ସ୍ତବ୍ଧ । ମଣିପୁର ପ୍ରସଙ୍ଗ ଜାତୀୟ ସୁରକ୍ଷା ପ୍ରତି ପ୍ରଶ୍ନଚିହ୍ନ ସୃଷ୍ଟି କରିଛି । କାହିଁକି ମଣିପୁର ସିଏମଙ୍କୁ ହଟାଯାଇନାହିଁ ବୋଲି ଲୋକସଭାରେ ପ୍ରଶ୍ନ କରିଛି କଂଗ୍ରେସ ? ଭାବମୂର୍ତ୍ତି ବଞ୍ଚାଇବାକୁ କେନ୍ଦ୍ର ଚେଷ୍ଟା କରୁଛି । ଏହି ଘଟଣାରେ ପ୍ରଧାନମନ୍ତ୍ରୀ କେବେ ମୌନବ୍ରତ ଭାଙ୍ଗିବେ ଆମେ ଜାଣିବାକୁ ଚାହୁଁଛୁ। ଆଉ ପ୍ରଥମ ପ୍ରଶ୍ନ ପଚାରିବାକୁ ଚାହୁଁଛୁ-  ପ୍ରଧାନମନ୍ତ୍ରୀ ଆଜି ଯାଏଁ ମଣିପୁର କାହିଁକି ଯାଇନାହାଁନ୍ତି?

ଦ୍ୱିତୀୟରେ ମଣିପୁର ପ୍ରସଙ୍ଗରେ କହିବାକୁ ପ୍ରଧାମନ୍ତ୍ରୀଙ୍କୁ ୮୦ ଦିନ କାହିଁକି ଲାଗିଗଲା? ତାହା ପୁଣି ମାତ୍ର ୩୦ ସେକେଣ୍ଡ ପାଇଁ?

ତୃତୀୟ ପ୍ରଶ୍ନରେ- ମଣିପୁର ମୁଖ୍ୟମନ୍ତ୍ରୀଙ୍କୁ ଆଜି ଯାଏଁ କାହିଁକି ଗାଦିଚ୍ୟୁତ କରାଗଲା ନାହିଁ?

ଖାଲି ଏତିକି ନୁହେଁ ଅନାସ୍ଥା ପ୍ରସ୍ତାବକୁ ନେଇ ରାଜ୍ୟସଭାରେ ମଧ୍ୟ ହଟ୍ଟଗୋଳ ଦେଖିବାକୁ ମିଳିଛି । ଟିଏମସିର ସାଂସଦ ଡେରେକ ଓ ବ୍ରାୟନ ଏତେ ଉତକ୍ଷିପ୍ତ ହୋଇଯାଇଥିଲେ ଯେ, ସେ ରାଜ୍ୟସଭାର ଅଧ୍ୟକ୍ଷ ଜଗଦୀପ ଧନଖଡଙ୍କ ଉପରେ ମଧ୍ୟ ବର୍ଷିଥିଲେ । ଏହି ଘଟଣାରେ ଡେରେକଙ୍କୁ ପୂରା ଅଧିବେଶନରୁ ନିଲମ୍ବିତ କରିଦିଆଯାଇଛି ।

 

ମଣିପୁର ମହାବିତର୍କ : ବିରୋଧୀଙ୍କ ପକ୍ଷରୁ ତର୍କ ଆରମ୍ଭ କରି ବର୍ଷିଲେ କଂଗ୍ରେସ ସାଂସଦ ଗୌରବ ଗୋଗୋଇ

ନୂଆଦିଲ୍ଲୀ :  ମଣିପୁର ମହାବିତର୍କ । ଲୋକସଭାରେ ଏନଡିଏ ଭର୍ସେସ ଇଣ୍ଡିଆ । ଗୃହରେ ଅନାସ୍ଥା ପ୍ରସ୍ତାବ ଉପରେ ଆଲୋଚନା ଚାଲିଛି । ବିରୋଧୀଙ୍କ ପକ୍ଷରୁ ପ୍ରଥମେ କଂଗ୍ରେସ ସାଂସଦ ଗୌରବ ଗୋଗୋଇ ଚର୍ଚ୍ଚା ଆରମ୍ଭ କରି ମଣିପୁରରେ ସରକାରଙ୍କ ଅବହେଳାକୁ ନେଇ ବର୍ଷିଛନ୍ତି । ମଣିପୁର ପ୍ରସଙ୍ଗରେ କାହିଁକି ପ୍ରଧାନମନ୍ତ୍ରୀ ମୁହଁ ଖୋଲୁନାହାନ୍ତି ବୋଲି ପ୍ରଶ୍ନ କରିଛନ୍ତି ଗୋଗୋଇ ।

ମଣିପୁରରେ ଚାଲିଛି ଅନ୍ତହିନ ହିଂସା । ଯଦି ମଣିପୁର ଜଳୁଛି ତାହେଲେ ଭାରତ ଜଳୁଛି । ମଣିପୁର ବର୍ବରୋଚିତ ଭାଇରାଲ ଭିଡିଓ ଦେଖି ଦେଶ ସ୍ତବ୍ଧ । ମଣିପୁର ପ୍ରସଙ୍ଗ ଜାତୀୟ ସୁରକ୍ଷା ପ୍ରତି ପ୍ରଶ୍ନଚିହ୍ନ ସୃଷ୍ଟି କରିଛି । କାହିଁକି ମଣିପୁର ସିଏମଙ୍କୁ ହଟାଯାଇନାହିଁ ବୋଲି ଲୋକସଭାରେ ପ୍ରଶ୍ନ କରିଛି କଂଗ୍ରେସ ? ଭାବମୂର୍ତ୍ତି ବଞ୍ଚାଇବାକୁ କେନ୍ଦ୍ର ଚେଷ୍ଟା କରୁଛି । ଇଣ୍ଡିଆ ଟିମ୍ ମଣିପୁର ପୀଡ଼ିତାଙ୍କୁ ଭେଟି ସମବେଦନା ଜଣାଇଛନ୍ତି ।

ମଣିପୁରରେ ବିଜେପି ସରକାର ଫେଲ ହୋଇଛନ୍ତି । ମଣିପୁର ସରକାର ବଞ୍ଚାଇବାକୁ ଯାଇ ପ୍ରଧାନମନ୍ତ୍ରୀ ଚୁପ୍ । ଏବେସୁଦ୍ଧା ମଣିପୁର ହିଂସାରେ ୧୫୦ଜଣ ପ୍ରାଣ ହରାଇଛନ୍ତି । ୫ହଜାର ଘର ପୋଡ଼ିଛି । ରିଲିଫ କ୍ୟାମ୍ପରେ ୬୦ହଜାର ଲୋକ ରହିଛନ୍ତି । ୬ହଜାର ୫ଶହ ଏଫଆଇଆର ଦାଏର ହୋଇଛି । କାହିଁକି ମଣିପୁର ମୁଖ୍ୟମନ୍ତ୍ରୀ ଶାନ୍ତି ପ୍ରତିଷ୍ଠା ପାଇଁ ଆବଶ୍ୟକ ପଦକ୍ଷେପ ନେଲେନି ବୋଲି ପ୍ରଶ୍ନ କରିଛନ୍ତି କଂଗ୍ରେସ ସାଂସଦ ଗୌରବ ଗୋଗୋଇ ।

ରାଜ୍ୟସଭାରୁ ନିଲମ୍ବିତ ହେଲେ ଟିଏମସି ସାଂସଦ ଡେରେକ ଓ’ବ୍ରାଇନ

ନୂଆଦିଲ୍ଲୀ :  ସଂସଦର ମୌସୁମୀ ଅଧିବେଶନରେ ପୁଣି ଏକ ବଡ଼ କାର୍ଯ୍ୟାନୁଷ୍ଠାନ । ରାଜ୍ୟସଭାରୁ ନିଲମ୍ୱିତ ହେଲେ ଟିଏମସି ସାଂସଦ ଡେରେକ ଓ’ବ୍ରାଇନ । ରାଜସଭା ଅଧ୍ୟକ୍ଷ ଉପରେ ପାଟି କରି ପୂରା ଅଧିବେଶନରୁ ହେଲେ ନିଲମ୍ୱିତ  । ଆଜି ରାଜ୍ୟସଭା ଅଧକ୍ଷ ଜଗଦୀପ ଧନଖଡ଼ ଏହି ନିଷ୍ପତ୍ତି ନେଇଛନ୍ତି । ଏହା ପୂର୍ବରୁ ଏହି ଅଧିବେଶନରେ ଆମ୍ ଆଦମୀ ପାର୍ଟିର ସଞ୍ଜୟ ସିଂଙ୍କୁ ମଧ୍ୟ ନିଲମ୍ବିତ କରାଯାଇଛି । ଏହି ମୌସୁମୀ ଅଧିବେଶନରେ ଏପର୍ଯ୍ୟନ୍ତ ଡେରେକ ଓ’ବ୍ରାଇନଙ୍କ ସମେତ ମୋଟ ୩ ଜଣଙ୍କୁ ପୁରା ଅଧିବେଶନରୁ ନିଲମ୍ବିତ କରାଗଲାଣି ।

ଅଧିବେଶନ ଚାଲିଥିଲା ସମୟରେ ଡେରେକ ଓ’ବ୍ରାଇନଙ୍କୁ ରାଜ୍ୟସଭା ଅଧ୍ୟକ୍ଷ ଜଗଦୀପ ଧନଖର କହିଥିଲେ, ଯେ ଆପଣଙ୍କର ଆଚରଣ ଅଶ୍ଳୀଳ, ଆପଣ ପ୍ରଚାର ପାଇଁ ଡ୍ରାମା କରୁଛନ୍ତି। ଅଶ୍ଳୀଳ ଆଚରଣ ପାଇଁ ଆପଣ ବର୍ତ୍ତମାନର ସଂସଦ ଅଧିବେଶନର ଅବଶିଷ୍ଟ ଅବଧି ପାଇଁ ନିଲମ୍ବିତ ହୋଇଛନ୍ତି | ଡେରେକ ଓ’ବ୍ରାଇନଙ୍କ ଗୃହର ପ୍ରକ୍ରିୟାରେ କ୍ରମାଗତ ଭାବରେ ବାଧା ସୃଷ୍ଟି କରିବା, ଚେୟାରମ୍ୟାନଙ୍କୁ ଅବମାନନା କରିବା ଏବଂ ଗୃହରେ କ୍ରମାଗତ ବିଶୃଙ୍ଖଳା ସୃଷ୍ଟି କରିବା ପାଇଁ ଗୃହର ନେତା ପୀୟୁଷ ଗୋୟଲ ତାଙ୍କ ନିଲମ୍ବନ ପାଇଁ ପୂର୍ବରୁ ଏକ ଆବେଦନ ମଧ୍ୟ କରିଥିଲେ।