spot_img
Home Blog Page 285

ନିଆଁର ଆଁରେ ଛାରଖାର ଭୁବନେଶ୍ବର ୟୁନିଟ୍ ୱାନ ମାର୍କେଟ

ଭୁବନେଶ୍ୱର : ନିଆଁର ଆଁରେ ଛାରଖାର ରାଜଧାନୀ ୟୁନିଟ ୱାନ ମାର୍କେଟ । ଭୟଙ୍କର ଅଗ୍ନିକାଣ୍ଡରେ ସର୍ବସ୍ବାନ୍ତ ୪୦ ଦୋକାନୀ । ଜଳିପୋଡ଼ି ପାଉଁଶ ହେଲା କୋଟିଏରୁ ଅଧିକ ଟଙ୍କାର ସାମଗ୍ରୀ । ସୋମବାର ମଧ୍ୟରାତ୍ରିରେ ଅଗ୍ନିକାଣ୍ଡ ଘଟି ଛାରଖାର ହୋଇଛି ଭୁବନେଶ୍ବର ୟୁନିଟ ୱାନ ମାର୍କେଟ । ଦୋକାନ ସହ ନିକଟରେ ଥିବା ସାଇକେଲ ଷ୍ଟାଣ୍ଡକୁ ନିଆଁ ବ୍ୟାପିବାରୁ ୫ ରୁ ଅଧିକ ବାଇକ ସମ୍ପୂର୍ଣ ପୋଡ଼ି ଯାଇଛି l ନିଆଁକୁ ଆୟତ୍ତ କରିଛନ୍ତି ସେଣ୍ଟ୍ରାଲ ଷ୍ଟ୍ରାଇକ୍ ଫୋର୍ସ ସମେତ ତମାଣ୍ଡୋ, ଚନ୍ଦ୍ରଶେଖରପୁର ଓ ସଚିବାଳୟ ଅଗ୍ନିଶମ ବାହିନୀ । ୭ରୁ ଉର୍ଦ୍ଧ୍ବ ଦମକଳ ଗାଡ଼ି ଅକ୍ଳାନ୍ତ ପରିଶ୍ରମ ପରେ ଆୟତ୍ତକୁ ଆସିଥିଲା ନିଆଁ । ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ ଥିବାବେଳେ ସର୍ଟସର୍କିଟ୍ରୁ ଏପରି ଅଘଟଣ ଘଟିଥିବା ସନ୍ଦେହ କରାଯାଉଛି । ରାତି ପ୍ରାୟ ସାଢ଼େ ଗୋଟାଏ ବେଳେ ଏକ ପ୍ଲାଷ୍ଟିକ୍ ଓ ନଡ଼ିଆ ଦୋକାନରେ ନିଆଁ ଲାଗିଥିବା ଦେଖି କିଛି ଲୋକ କ୍ୟାପିଟାଲ ଥାନାକୁ ଖବର ଦେଇଥିଲେ । ତେବେ ଦମକଳବାହିନୀ ପହଞ୍ଚିବା ବେଳକୁ ନିଆଁ ଉଗ୍ରରୂପ ନେଇସାରିଥିଲା । ଗୋଟିଏ ଏ ପରେ ଗୋଟିଏ ଦୋକାନକୁ ବ୍ୟାପି ଚାଲିଥିଲା ନିଆଁ । ଅଗ୍ନିକାଣ୍ଡରେ ୪୦ରୁ ଅଧିକ ଦୋକାନ କ୍ଷତିଗ୍ରସ୍ତ ହୋଇଥିବାବେଳେ କୋଟିଏରୁ ଅଧିକ ସାମଗ୍ରୀ ଜଳି ଯାଇଛି ।

ସକାଳୁ ସକାଳୁ ଭୁବନେଶ୍ୱର ମେୟର, ବିଏମସି କମିଶନର ଓ ବିଧାୟକ ଅନନ୍ତ ନାରାୟଣ ଜେନା ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଛନ୍ତି l ବାରମ୍ବାର ଏସଓପି ମାନୁ ନଥିବା ଓ ଦୋକାନକୁ ଆଗକୁ ମଡ଼ାଇ ପଲିଥିନ ରଖୁଛନ୍ତି । ବାରମ୍ବାର ତାଗିଦ ସତ୍ତ୍ବେ ଗ୍ରୁପ ଇନ୍ସୁରାନ୍ସ କରୁ ନାହାନ୍ତି ଦୋକାନୀ । ଲାଗି ଲାଗି ଦୋକାନ ସହ ଇଲେକ୍ଟ୍ରିକ ତାର ଝୁଲି ରହିଥିବାରୁ ସର୍ଟସର୍କିଟରୁ ନିଆଁ ଲାଗିଥିବା ସନ୍ଦେହ କରାଯାଉଛି । ତେବେ ପୋଡ଼ିଯାଇଥିବା ଦୋକାନସ୍ଥଳକୁ ବିଏମସି ପକ୍ଷରୁ ସେଫେଇ କରାଯାଇଛି । ଆଗାମୀ ଦିନରେ ଯାହାକୁ ଦୋକାନ ଦିଆଯିବ, ସେମାନେ ଏସଓପି ମାନି ଦୋକାନ କରିବାକୁ ପରାମର୍ଶ ଦେଇଛନ୍ତି କମିଶନର । ଗତ କିଛିଦିନ ତଳେ ମାର୍କେଟ୍ରେ ଅଗ୍ନିକାଣ୍ଡ ଘଟି କୋଟିକୋଟି ଟଙ୍କାର ତେଜରାତି ସାମଗ୍ରୀ ଜଳି ଯାଇଥିଲା । ବାରମ୍ବାର ଏପରି ଘଟୁଥିବାରୁ ଏନେଇ ସ୍ଥାୟୀ ପଦକ୍ଷେପ ନେବା ଜରୁରୀ ହୋଇ ପଡ଼ିଥିବା କହିଛନ୍ତି ବୁଦ୍ଧିଜୀବୀ ।

ଗୋଆ ନିଶା ପଦାର୍ଥର ଓଡ଼ିଶାରେ ଡିମାଣ୍ଡ, ୭ ରାଜ୍ୟରେ ଚଢ଼ାଉ ବେଳେ ମିଳିଲା ସାଙ୍ଘାତିକ ସୁରାଗ

ଭୁବନେଶ୍ୱର : ବିଷ ବଳୟରେ ବିଷାକ୍ତ ହୋଇଗଲାଣି ଓଡ଼ିଶା । ସାପ ଗରଳ ଠୁ ବି ଭୟଙ୍କର ନିଶା ଖୋଜୁଛନ୍ତି ନିଶାଡ଼ୀ । ୭ ରାଜ୍ୟରେ ଚଢ଼ାଉ ବେଳେ ମିଳିଲା ସାଙ୍ଘାତିକ ସୁରାଗ । ସହର ବଦଳିବା ସାଙ୍ଗକୁ ବଦଳୁଛି ସହରୀ ଲାଇଫଷ୍ଟାଇଲ । ପାଶ୍ଚାତ୍ୟ ସଭ୍ୟତାରେ ତାଳ ଦେବାକୁ ଯାଇ ବିଦେଶୀ ନିଶା ଖାଇ ଝୁମୁଛନ୍ତି ଯୁବପିଢ଼ି । ଗୋଆରେ ଏକ ନାର୍କୋଟିକ୍ସ ଓ ମନି ଲଣ୍ଡରିଂ ସମ୍ବନ୍ଧିତ କେସର ତଦନ୍ତ କରିବାକୁ ଯାଇ ଏଭଳି କିଛି ସୁରାଗ ପାଇଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ବା ଇଡି । ଗୋଆରୁ ଓଡ଼ିଶାକୁ ଲମ୍ବିଛି ନିଶା ସିଣ୍ଡିକେଟର ଚେର । ଓଡ଼ିଶା ସମେତ ୭ ରାଜ୍ୟର ୨୬ ଟି ସ୍ଥାନରେ ଚଢ଼ାଉ କରିଛି ଇଡି । ନଗଦ ୩ କୋଟି ଟଙ୍କା ସହ ଜବତ ହୋଇଛି ପୁଳା ପୁଳା ନିଶା ଦ୍ରବ୍ୟ । ଜଣେ ଅଭିଯୁକ୍ତକୁ ଏହି ଘଟଣାରେ ଗିରଫ ପରେ ୭ ଦିନିଆ ରିମାଣ୍ଡରେ ନେଇ ଚାଲିଛି ଅନ୍ତର୍ଜାତୀୟ ଲିଙ୍କର ଖୋଳତାଡ଼ ।

ଭୁବନେଶ୍ୱରରେ ପହଞ୍ଚି ୩୦ ରୁ ଉର୍ଦ୍ଧ୍ବ ଅଧିକାରୀ କରିଛନ୍ତି ସରଜମିନ ଯାଞ୍ଚ । ଲାଗେଜ କ୍ୟାରିୟର ଠାରୁ ବ୍ୟାଗେଜ ସ୍କାନର ଯାଏଁ ସବୁର ହୋଇଛି ଯାଞ୍ଚ । ସେପଟେ ଭୁବନେଶ୍ୱର ବିମାନବନ୍ଦର ବର୍ତ୍ତମାନ ନିଶା ମାଫିଆଙ୍କ ପାଇଁ ଏକ ସେଫ ପ୍ଲେସ ପାଲଟିଛି । କେତବେଳେ ମାରୁୱାନା ତ ଆଉ କେତେବେଳେ ସିନ୍ଥେଟିକ୍ ଡ୍ରଗ୍ସ ଠାବ ହେଉଛି । କଡ଼ା ସୁରକ୍ଷା ବଳୟକୁ ଭେଦ କରି କିଛିଦିନ ବ୍ୟବଧାନରେ ଧରାପଡୁଛି ହାଇଡ୍ରଫୋନିକ ଉଇଡ । ଥାଇଲାଣ୍ଡ, ମିଆଁମାରରୁ ଅନ୍ୟ ରାଜ୍ୟକୁ ନିଶା ଚାଲାଣ ହେଉଥିବା ବେଳେ ଭାୟା ପାଲଟିଛି ଭୁବନେଶ୍ୱର ଏୟାରପୋର୍ଟ । ଓଡ଼ିଶା ଭିତରକୁ ନିଶା ଚାଲାଣ କଥା ସାମ୍ନାକୁ ଆସିଲେ, ନୋଡାଲ ଏଜେନ୍ସି ଭାବେ କାମ କରୁଛି STF । କିନ୍ତୁ ବାରମ୍ବାର ଏଭଳି ଘଟଣାର ପୁନରାବୃତ୍ତି ହେବା STF ପାଇଁ ମଧ୍ୟ ସୃଷ୍ଟି କରିଛି ବଡ଼ ଚ୍ୟାଲେଞ୍ଜ।

ପୁଣି ପୂର୍ଣ୍ଣରୂପ ନେବ ଶ୍ରୀମନ୍ଦିର ସିଂହଦ୍ଵାର, ଗୁମୁଟ ଉପରେ ଶୋଭା ପାଇବେ ଦଶାବତାର ମୂର୍ତ୍ତି

ପୁରୀ : ପୁଣି ପୂର୍ଣ୍ଣରୂପ ନେବ ଶ୍ରୀମନ୍ଦିର ସିଂହଦ୍ଵାର । ଗୁମୁଟ ଉପରେ ଶୋଭା ପାଇବେ ଦଶାବତାର ମୂର୍ତ୍ତି । ନବମ ସ୍ଥାନରେ କାହାର ମୂର୍ତ୍ତି ରହିବ ନିଷ୍ପତ୍ତି ନେବେ ଶଙ୍କାରାଚାର୍ଯ୍ୟ । ୧୪ବର୍ଷ ପରେ ଦଶବତାର ମୂର୍ତ୍ତିକୁ ପୁଣି ସିଂହଦ୍ଵାର ଗୁମୁଟ ଉପରେ ସଂସ୍ଥାପନ କରିବାକୁ ଅଣ୍ଟା ଭିଡିଛି ଶ୍ରୀମନ୍ଦିର ପ୍ରଶାସନ । ପରିଚାଳନା କମିଟି ବୈଠକରେ ଏନେଇ ଆଲୋଚନା ପରେ ସୂଚନା ଦେଇଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ । ୨୦୧୨ରେ ଚୂନ ଛଡ଼ାଯିବା ସମୟରେ କଢ଼ାଯାଇଥିଲା ଚୂନରେ ନିର୍ମିତ ଏହି ମୂର୍ତ୍ତି । ବୀର ହରେକୃଷ୍ଣପୁର ଦକ୍ଷିଣସାହିରେ ଫଟୋ ଦିଆଯାଇ ମୂର୍ତ୍ତି ନିର୍ମାଣ କରାଯାଇଥିଲା । ଅବିକଳ ପଥର ମୁର୍ତ୍ତି ତିଆରି ହୋଇ ୬ ବର୍ଷ ହେଲା ପଡ଼ି ରହିଛି । ତେବେ ଏହାକୁ ପୁନଃ ସ୍ଥାପନ ପାଇଁ ପରିଚାଳନା କମିଟିରେ ନିଷ୍ପତ୍ତି ନିଆଯାଇଛି ।

ତେବେ ନୂଆ ମୂର୍ତ୍ତିର ନବମ ସ୍ଥାନରେ ବୁଦ୍ଧ ରହିବେ ନା ଜଗନ୍ନାଥ, ତାକୁ ନେଇ ରହିଛି ବିବାଦ । ଜୟଦେବଙ୍କ ଗୀତଗୋବିନ୍ଦରେ ନବମ ସ୍ଥାନରେ ବୁଦ୍ଧଙ୍କ ଅବତାରର ଥିବା କହିଛନ୍ତି ଶ୍ରୀଜଗନ୍ନାଥ ସଂସ୍କୃତି ଗବେଷକ । ପୌରାଣିକ ତଥ୍ୟ ଅନୁସାରେ ୧୫୦ ବର୍ଷ ତଳେ ସିଂହଦ୍ୱାରକୁ ଶଙ୍କରାଚାର୍ଯ୍ୟ ନିର୍ମାଣ କରିଥିଲେ । ପରବର୍ତ୍ତୀ ସମୟରେ ମହାରାଜା ମାନେ ଏହି ଦଶାବତାର ମୂର୍ତ୍ତି ସ୍ଥାପନ କରିଥିଲେ । ଏଥିରେ ମତ୍ସ୍ୟ, କଛପ, ବରାହ, ନୃସିଂହ, ବାମନ, ପର୍ଶୁରାମ, ରାମଚନ୍ଦ୍ର, ହଳଧର, ଜଗନ୍ନାଥ ଓ କଳ୍କୀ ଥିବା ଜଣାପଡିଛି । ତେବେ ନବମ ସ୍ଥାନରେ ବୁଦ୍ଧଙ୍କ ସ୍ଥାନରେ ଶ୍ରୀଜଗନ୍ନାଥ ରହିବା ଶାସ୍ତ୍ର ବିରୋଧୀ ବୋଲି ମତ ଦେଇଥିଲେ ବୁଦ୍ଧିଜୀବୀ । ତେବେ ନବମ ସ୍ଥାନରେ କେଉଁ ମୁର୍ତ୍ତି ସ୍ଥାପନ କରାଯିବ, ସେନେଇ ଜଗତଗୁରୁ ଶଙ୍କରାଚାର୍ଯ୍ୟ ନିଷ୍ପତ୍ତି ନେବାକୁ ମତ ପ୍ରକାଶ ପାଇଛି । ୧୪ ବର୍ଷ ପରେ ପରିଚାଳନା କମିଟି ବୈଠକରେ ଦଶାବତାର ମୂର୍ତ୍ତି ପୁନଃ ସ୍ଥାପନ ନେଇ ନିଷ୍ପତ୍ତି ପରେ ଖୁସିବ୍ୟକ୍ତ କରିଛନ୍ତି ଗବେଷକ, ସେବାୟତ ଓ ବୁଦ୍ଧିଜୀବୀ ।

ଅବସର ଘୋଷଣା କଲେ ଭାରତୀୟ ବ୍ୟାଡମିଣ୍ଟନ ତାରକା ସାଇନା ନେହଓ୍ବାଲ

୨୦୧୨ରେ ଲଣ୍ଡନ ଅଲିମ୍ପିକ୍ସରେ ଭାରତ ପାଇଁ କାସ୍ୟ ପଦକ ଜିତିଥିବା ଦେଶର ପ୍ରଥମ ମହିଳା ବ୍ୟାଡମିଣ୍ଟନ ସାଇନା ନେହଓ୍ବାଲ ଅବସର ଘୋଷଣା କରିଛନ୍ତି । ଦୀର୍ଘ ସମୟ ଧରି ସାଇନା ଆଘାତ ଜନିତ ସମ୍ୟାରେ ଜୁଝୁଥିଲେ । ତାଙ୍କର ଶରୀର ଏବେ ତାଙ୍କ ସାଥ୍ ଦେଉନଥିବା ସାଇନା ଉଲ୍ଲେଖ କରିଛନ୍ତି । ଦୁଇବର୍ଷ ପୂର୍ବେ ସାଇନା ଖେଳିବା ଛାଡ଼ିଦେଇଲେ ।

ଆଘାତ ଜନିତ ସମସ୍ୟା କାରଣରୁ ସାଇନାଙ୍କ କ୍ୟାରିୟର ବହୁମାତ୍ରାରେ ପ୍ରଭାବିତ ହେଉଥିଲା । ରିଓ ଅଲିମ୍ପିକ୍ସ-୨୦୧୬ରେ ସେ ଆହତ ହୋଇଥିଲେ । ଏହାପରେ ସେ ପ୍ରତ୍ୟାବର୍ତ୍ତନ କରିଥିଲେ ଓ ୨୦୧୭ରେ ଓ୍ବାର୍ଲ୍ଡ ଚାମ୍ପିୟନଶିପରେ କାଂସ୍ୟ ପଦକ ଜିତିଥିଲେ । ୨୦୧୮ କମନଓ୍ବେଲଥ ଗେମ୍ସରେ ମଧ୍ୟ ସେ ନିଜ ନାମରେ ପଦକ ଜିତିଥିଲେ । ୨୦୧୭ ଓ୍ବାର୍ଲ୍ଡ ଚାମ୍ପିୟନଶିପରେ ସେ କାଂସ୍ୟ ଜିତିଥିଲେ । ୨୦୧୮ କମନଓ୍ବେଲଥ ଗେମ୍ସରେ ମଧ୍ୟ ସେ ନିଜ ନାମରେ ପଦକ ଜିତିଥିଲେ । ସାଇନାଙ୍କ ଶରୀର ନରମ ପଡ଼ିଯାଇଥିବାରୁ ଖେଳିବାରେ ସମସ୍ୟା ହେଉଥିବା ନେଇ ୨୦୨୪ରେ ସାଇନା କହିଥିଲେ ।

CUET PG 2026 ପଞ୍ଜିକରଣ ତାରିଖ ବୃଦ୍ଧି: ଜାନୁଆରୀ ୨୩ ପର୍ଯ୍ୟନ୍ତ ଭରିପାରିବେ ଆବେଦନ ଫର୍ମ

ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି (ଏନଟିଏ) ଅଫିସିଆଲ ଭାବେ ପୋଷ୍ଟଗ୍ରାଜୁଏଟ (ପିଜି) କୋର୍ସେସରେ ଆଡମିସନ ପାଇଁ ରେଜିଷ୍ଟ୍ରେସନର ଅନ୍ତିମ ତାରିଖ ବୃଦ୍ଧି କରିଛି । ଏବେ ଛାତ୍ରଛାତ୍ରୀମାନେ ଆସନ୍ତା ୨୩ ତାରିଖ ସୁଦ୍ଧା ନିଜର ରେଜିଷ୍ଟ୍ରସନ ପୂରା କରିପାରିବେ । ଛାତ୍ରଛାତ୍ରୀମାନେ ଅଫିସିଆଲ ଓ୍ବେବସାଇଟ https://exams.nta.nic.in/cuet-pg/ କୁ ଯାଇ ନିଜର ଆବେଦନ କରିପାରିବେ । ସାରା ଦେଶର ହଜାର ହଜାର ଛାତ୍ରଛାତ୍ରୀ ଓ ଅଭିଭାବକଙ୍କ ଅନୁରୋଧକୁ ଧ୍ୟାନରେ ରଖି ଏହି ନିଷ୍ପତ୍ତି ନିଆଯାଇଛି । ବୈଷୟିକ ତ୍ରୁଟି ଓ ଅନ୍ୟ କାରଣରୁ କିଛି ଛାତ୍ରଛାତ୍ରୀ ସଠିକ୍ ସମୟରେ ଫର୍ମ ଭରିପାରିନଥିଲେ । ଜାନୁଆରୀ ୨୫ ତାରିଖ ସୁଦ୍ଧା ପ୍ରାର୍ଥୀମାନେ ପରୀକ୍ଷା ଫିସ୍ ଜମା କରିପାରିବେ । ସେହିପରି କରେକ୍ସନ ଓ୍ବିଣ୍ଡୋ ଅବଧି ଜାନୁଆରୀ ୨୮ ପର୍ଯ୍ୟନ୍ତ ରହିଛି ।

କଳାହାଣ୍ଡି ଜିଲ୍ଲାର ଅନେକ ମଣ୍ଡିରୁ ଉଠୁନି ଧାନ, ଶୀତ କାକରରେ ଜଗି ରହୁଛନ୍ତି ଚାଷୀ

କଳାହାଣ୍ଡି : ଆନ୍ଦୋଳନ, ଧର୍ମଘଟ ପରେ ବି ସୁଧୁରୁନି ମଣ୍ଡି ସମସ୍ୟା । କଳାହାଣ୍ଡି ଜିଲ୍ଲାର ବିଭିନ୍ନ ମଣ୍ଡିରେ ଜାରି ରହିଛି ଅଚଳାବସ୍ଥା । ମଣ୍ଡିରେ ପଡ଼ିରହିଛି କ୍ଵିଣ୍ଟାଲ କ୍ଵିଣ୍ଟାଲ ଧାନ ବସ୍ତା । ଶୀତ କାକରରେ କଷ୍ଟ ଉପାର୍ଜିତ ଫସଲକୁ ଜଗି ବସିଛନ୍ତି ଅନ୍ନଦାତା ।… କଳାହାଣ୍ଡି ଜିଲ୍ଲାରେ ଚାଷୀଙ୍କ ଠାରୁ ଖରିଫ ଧାନ ସଂଗ୍ରହ କରିବାକୁ ଗତ ନଭେମ୍ବର ୨୯ ତାରିଖରୁ ମଣ୍ଡି ଖୋଲିଲାଣି । ଚଳିତ ଥର ଜିଲ୍ଲାକୁ ୫୪ ଲକ୍ଷ ୮ ହଜାର କ୍ଵିଣ୍ଟାଲ ଧାନ କ୍ରୟ ନେଇ ଟାର୍ଗେଟ ଆସିଛି । ହେଲେ ବର୍ତ୍ତମାନ ସୁଦ୍ଧା ଜିଲ୍ଲାରୁ ୩୯ ଲକ୍ଷ କ୍ଵିଣ୍ଟାଲ ଧାନ କିଣିବାରେ ସଫଳ ହୋଇଛି ପ୍ରଶାସନ । ଆଜି ବି ଅନେକ ମଣ୍ଡିରେ ଧାନ ପଡିରହିଛି ।

ମଣ୍ଡି ଅବ୍ୟବସ୍ଥା ନେଇ ରାଜ୍ୟ ରାଜନୀତି ସରଗରମ ହେବାରେ ଲାଗିଛି । ବିଭିନ୍ନ ସମୟରେ ବିରୋଧୀଙ୍କ ପ୍ରଶ୍ନ ବାଣରେ ଶାସକ ଦଳ ନେତା ଘାଇଲା ହେଉଥିବାର ନଜିର ରହିଛି । ଦୁଇ ଦିନ ତଳେ ଭବାନୀପାଟଣାରେ ଆୟୋଜିତ ଘୁମୁରା ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ମଞ୍ଚ ଉପରେ ହିଁ ଚାଷୀଙ୍କ ସମସ୍ୟା ସଂପର୍କରେ ମୁଖ୍ୟମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ ବିଜେଡି ନେତା । ଶେଷରେ ମଣ୍ଡି ଅବ୍ୟବସ୍ଥା ଘଟଣାକୁ ସ୍ଵୀକାର କରିଥିଲେ ଖୋଦ ମୁଖ୍ୟମନ୍ତ୍ରୀ । ଜିଲ୍ଲାରେ ବର୍ତ୍ତମାନ ରବି ଧାନ ଚାଷ ଆରମ୍ଭ ହେଲାଣି । ହେଲେ ଏଯାଏଁ ଚାଷୀ ଖରିଫ ଫସଲକୁ ବିକ୍ରି କରିପାରିନାହାନ୍ତି । ଏଠି ପ୍ରଶ୍ନ ଉଠୁଛି- କେବେ ଚାଷୀଙ୍କ ସମସ୍ୟାର ହେବ ସମାଧାନ ? କେବେ ସୁରୁଖୁରରେ ଧାନ ବିକ୍ରି କରିବେ ଅନ୍ନଦାତା ? ନା ଦଲାଲଙ୍କ ହାତରେ ଧାନ ଟେକି ହେବେ ଶୋଷଣର ଶିକାର ?

ଚାକିରିକୁ ପଛରେ ପକାଇଲା ଫାର୍ମିଂ, ଚାଷ କରି ଲାଭବାନ ଜ୍ୟୋତିକାନ୍ତ

ବରୀ : ଯେଉଁଆଡେ ଦେଖିବେ ସବୁଜ ବନାନୀ । କ୍ଷେତରେ ଖେଳୁଛି ବିଭିନ୍ନ ପନିପରିବା । ଆଉ ଏଭଳି ଚାଷ କରିଛନ୍ତି ଯାଜପୁର ବରୀ ବ୍ଲକର ଯୁବ ଚାଷୀ ଜ୍ୟୋତିକାନ୍ତ ମହାପାତ୍ର । ସେ ପାଠପଢା ପରେ ଚାକିରି ପଛରେ ନଦୌଡି ଚାଷ କାମକୁ ଆଦରି ବେଶ ଲାଭବାନ ହୋଇପାରିଛନ୍ତି । ନିଜର ୩ ରୁ ୪ ଏକର ଜମିରେ ଜୈବିକ ପଦ୍ଧତିରେ ବାଇଗଣ, ଜହ୍ନି, ଅମୃତଭଣ୍ଡା, ଆଳୁ, ଆପୁଲବେରୀ କୋଳି ସାଙ୍ଗକୁ ବିଭିନ୍ନ ପ୍ରକାର ଫୁଲ ଚାଷ କରୁଛନ୍ତି ।

ଜ୍ୟୋତିକାନ୍ତ ନିଜସ୍ଵ ଉଦ୍ୟମରେ ବିଭିନ୍ନ ପ୍ରକାର ଫୁଲ ଓ ପନିପରିବା ଚାଷ କରି ସ୍ଵାବଲମ୍ବୀ ହୋଇପାରିଛନ୍ତି । ଏଥିସହ କିଛି ଲୋକଙ୍କୁ ରୋଜଗାର ଦେବା ସହ ଅନ୍ୟପାଇଁ ଉଦାହରଣ ପାଲଟିଛନ୍ତି । ଜ୍ୟୋତିକାନ୍ତଙ୍କୁ ସରକାର ସହାୟତା ଯୋଗାଇ ଦେଲେ ସେ ଆହୁରି ଲାଭବାନ ହୋଇପାରନ୍ତେ ।

NSA ଅଜିତ ଡୋଭାଲଙ୍କୁ କାହିଁକି କୁହାଯାଏ ଭାରତର ‘ଜେମ୍ସ ବଣ୍ଡ’ ?

ଭାରତର ରାଷ୍ଟ୍ରୀୟ ସୁରକ୍ଷା ପରାମର୍ଶଦାତା (NSA) ଅଜିତ ଡେଭାଲା ଆଜି ୮୧ ବର୍ଷରେ ପଦାପର୍ଣ କରିଛନ୍ତି । ପାକିସ୍ତାନରେ ଗୁପ୍ତଚର ଅପରେସନ, କୀର୍ତ୍ତି ଚକ୍ରରେ ସମ୍ମାନିତ ଓ ରାଷ୍ଟ୍ରୀୟ ସୁରକ୍ଷାରେ ଗୁରୁତ୍ବପୂର୍ଣ୍ଣ ଭୂମିକା ନିଭାଇଥିବା ଡୋଭାଲଙ୍କୁ ‘ଜେମ୍ସ ବଣ୍ଡ’ ବୋଲି କୁହାଯାଇଥାଏ । ସେ ଅନେକ ଗୁରୁତ୍ବପୂର୍ଣ୍ଣ ଅଭିଯାନରେ ନେତୃତ୍ବ ନେଇଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅତ୍ୟନ୍ତ ଖାସ୍ ବ୍ୟକ୍ତି ଭାବେ ପରିଚିତ ଡୋଭାଲ ଆଜି ଜାନୁଆରୀ ୨୦ରେ ୮୧ ବର୍ଷ ବୟସରେ ପଦାପର୍ଣ କରିଛନ୍ତି ।

ଉତ୍ତରାଖଣ୍ଡ ବାସିନ୍ଦା ଡୋଭାଲଙ୍କ ଜନ୍ମ ଏକ ସୈନ୍ୟ ପରିବାରରେ ହୋଇଥିଲା । ତାଙ୍କର ପିତା ଫୌଜରେ ଅଫିସର ଓ ମା’ ଉତ୍ତରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ହେମବତୀ ନନ୍ଦନ ବହୁଗୁଣାଙ୍କ ଚଚେରୀ ଭଉଣୀ ଥିଲେ । ଆଗ୍ରା ୟୁନିଭରସିଟିରୁ ପାଠ ପଢ଼ା ସାରି ୧୯୬୮ରେ ଡୋଭାଲ କେରଳ କ୍ୟାଡରରେ ଆଇପିଏସ ହୋଇଥିଲେ । କେରଳର ASPର ପୋଷ୍ଟିଂ ଅବସରରେ ଦୁଇ ସମୁଦାୟଙ୍କ ମଧ୍ୟରେ ହୋଇଥିବା ଦଙ୍ଗାକୁ ନେଇ ନିଜର ଆକ୍ସନ ପରେ ସେ ଚର୍ଚ୍ଚାକୁ ଆସିଥିଲେ ।

କାହିଁକି କୁହାଯାଏ ଜେମ୍ସ ବଣ୍ଡ ?

1୯୭୨ରେ ଇଣ୍ଟେଲିଜେନ୍ସ ବ୍ୟୁରୋ (ଆଇବି)ରେ ସାମିଲ ହେବା ପରେ ଭାରତର ସୁରକ୍ଷା ରଣନୀତିକୁ ଆକାର ଦେବାରେ ଡୋଭାଲ ବିଶେଷ ଭୂମିକା ନିଭାଇଥିଲେ । ୮୦ ଦଶକରେ ସେ RAW ଏଜେଣ୍ଟ ହୋଇ ପାକିସ୍ତାନ ଯାଇଥିଲେ । ପାଖାପାଖି ୬ ବର୍ଷ ପର୍ଯ୍ୟନ୍ତ ପାକିସ୍ତାନରେ ରହି ସେ ଗୁରୁତ୍ବପୂର୍ଣ୍ଣ ତଥ୍ୟ ନୂଆଦିଲ୍ଲୀକୁ ପଠାଇଥିଲେ । ତା’ପରେ ସେ NSAର ଦାୟିତ୍ବ ଗ୍ରହଣ କରି ଚିନ ସହ ସମ୍ବନ୍ଧକୁ ସମ୍ଭାଳିବାରେ ଗୁରୁତ୍ବପୂର୍ଣ୍ଣ ଭୂମିକା ନିଭାଇଥିଲେ । ପାକିସ୍ତାନରେ ନିଜର ଅପରେସନ ଓ ଭାରତର ସୁରକ୍ଷା ବ୍ୟବସ୍ଥାକୁ ମଜବୁତ କରିବାକୁ ନେଇ ତାଙ୍କୁ ‘ଜେମ୍ସ ବଣ୍ଡ’ କୁହାଯାଏ ।

୫୦ ବର୍ଷର ପୁରୁଣା ଷ୍ଟେସନରେ ରହୁନି ସୁପରଫାଷ୍ଟ ଏକ୍ସପ୍ରେସ, ହନ୍ତସନ୍ତ ହେଉଛନ୍ତି ଯାତ୍ରୀ

ଆଠଗଡ଼ : ଅବ୍ୟବସ୍ଥା ଘେରରେ ରେଲୱେ ଷ୍ଟେସନ । ୫୦ ବର୍ଷର ପୁରୁଣା ଷ୍ଟେସନରେ ରହୁନି ସୁପରଫାଷ୍ଟ ଏକ୍ସପ୍ରେସ । ଟ୍ରେନ ହଲ୍ଟ କରୁନଥିବାରୁ ହନ୍ତସନ୍ତ ହେଉଛନ୍ତି ଯାତ୍ରୀ । କଟକ ଜିଲ୍ଲାର ଘଣ୍ଟିଖାଲ- ନିଧିପୁର ରେଲୱେ ଷ୍ଟେସନ ଉପରେ ଲକ୍ଷାଧିକ ଲୋକ ନିର୍ଭର କରନ୍ତି । ଆଠଗଡ଼, ତିଗିରିଆ, ବଡ଼ମ୍ବା, ନରସିଂହପୁର, ବାଙ୍କୀର ହଜାର ହଜାର ଲୋକେ ଏହି ଷ୍ଟେସନ ଉପରେ ନିର୍ଭର କରନ୍ତି । ମାତ୍ର ଏହି ଷ୍ଟେସନରେ ଦୁଇଟି ଟ୍ରେନ, ଅନୁଗୁଳ – ପୁରୀ ପାସେଞ୍ଜର ଏବଂ ଖଡ଼ଗପୁର – ଖୋର୍ଦ୍ଧା ଏକ୍ସପ୍ରେସ ହଲ୍ଟ କରୁଛି । ଫଳରେ ସମ୍ବଲପୁର, ବଲାଙ୍ଗୀର, ରାଉରକେଲାକୁ ଯାତାୟତ କରିବାକୁ ଯାତ୍ରୀ ମାନେ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ।

ଘଣ୍ଟିଖାଲ- ନିଧିପୁର ରେଲୱେ ଷ୍ଟେସନ ଦେଇ ଇଣ୍ଟରସିଟି ଟ୍ରେନ ଯାଉଥିଲେ ମଧ୍ୟ ଏଠାରେ ହଲ୍ଟ କରୁନାହିଁ । ଯେଉଁ ଅନୁଗୁଳ – ପୁରୀ ପାସେଞ୍ଜର ଟ୍ରେନଟି ସକାଳ ୭.୫୪ ମିନିଟରେ ଭୁବନେଶ୍ଵର ଅଭିମୁଖେ ଯାତ୍ରା କରୁଥିଲା ।  ତାହାର ସମୟ ପରିବର୍ତ୍ତନ ହୋଇଯାଇଛି । ଫଳରେ ଷ୍ଟେସନ ଠାରୁ ଦୂରରୁ ଆସୁଥିବା ଲୋକେ ବହୁ ହଇରାଣ ହେଉଛନ୍ତି । ପାସେଞ୍ଜର ଟ୍ରେନର ସମୟ ପରିବର୍ତ୍ତନ କରାଯିବା ସହ ଆଉ ତିନୋଟି ହଲ୍ଟ ପାଇଁ ସ୍ଥାନୀୟ ଲୋକେ ଦାବି କରିଛନ୍ତି ।…

ଆଠଗଡ ବ୍ଲକରେ ଚାରି ଗୋଟି ଷ୍ଟେସନ ଥିଲେ ମଧ୍ୟ ସ୍ଥାନୀୟ ଲୋକେ ଉନ୍ନତମାନର ରେଳ ସେବା ପାଇବାରୁ ବଞ୍ଚିତ ଅଛନ୍ତି । ସାଧାରଣ ଲୋକେ ଘଣ୍ଟିଖାଲ-ନିଧିପୁର ଷ୍ଟେସନରେ ଆଉ ୩ଟି ହଲ୍ଟ କରିବା ପାଇଁ ଷ୍ଟେସନ ମାଷ୍ଟରଙ୍କ ଜରିଆରେ ମୁଖ୍ୟମନ୍ତ୍ରୀ, ରେଲୱେ ମନ୍ତ୍ରୀଙ୍କୁ ଦାବି ପତ୍ର ଦେଇଛନ୍ତି । କେବେ ଲୋକଙ୍କ ଦାବି ପୂରଣ ହେଉଛି ତାହା ଦେଖିବାକୁ ବାକି ରହିଲା ।

ସୁରକ୍ଷା କର୍ମୀଙ୍କ ଗୁଳିରେ ୬ ଜଣ ହାଡକୋର ମାଓବାଦୀ ନିହତ

ମାଲକାନଗିରି : ମାଲକାନଗିରି ଛତିଶଗଡ ସିମାନ୍ତ ବିଜାପୁର ଜିଲ୍ଲାରେ ଏନକାଉଣ୍ଟର । ସୁରକ୍ଷା କର୍ମୀଙ୍କ ଗୁଳିରେ ୬ ଜଣ ହାଡକୋର ମାଓବାଦୀ ନିହତ । ଇନ୍ଦ୍ରାବତୀ ନ୍ୟାସନାଲ ପାର୍କ ଜଙ୍ଗଲରେ ଜବାନଙ୍କ ସହ ମୁହାଁ ମୁହିଁ ହୋଇଥିଲେ ମାଓବାଦୀ । ଏହି ଏନକାଉଣ୍ଟରରେ ଚାରି ଜଣ ମହିଳା ମାଓବାଦୀଙ୍କ ସହ ଦୁଇ ଜଣ ପୁରୁଷ ମାଓବାଦୀ ପ୍ରାଣ ହରାଇଛନ୍ତି । ପୁର୍ବରୁ ଏମାନଙ୍କ ମୁଣ୍ଡ ଉପରେ ଛତିଶଗଡ ସରକାର ୨୭ ଲକ୍ଷ ଟଙ୍କାର ପୁରସ୍କାର ରାଶି ଘୋଷଣା କରିଥିଲେ । ଘଟଣା ସ୍ଥଳରୁ AK47 ଓ INSAS ଭଳି ଅନେକ ଅତ୍ୟାଧୁନିକ ବନ୍ଧୁକ ଜବତ କରିଛନ୍ତି ସୁରକ୍ଷା କର୍ମୀ । ରକେଟ ଲଞ୍ଚର, ଗ୍ରେନେଡ଼ ଓ ନଗଦ ଟଙ୍କା ମଧ୍ୟ ସୁରକ୍ଷା କର୍ମୀ ଜବତ କରିଥିବା ନେଇ ବିଜାପୁର ଏସପି ସୁଚନା ଦେଇଛନ୍ତି ।