spot_img

Latest Posts

ପୁଣି ବର୍ବରତା : ବିଚ୍ ରାସ୍ତାରେ ଯୁବକ ଓ ତାଙ୍କ ମହିଳା ବନ୍ଧୁଙ୍କୁ ଆକ୍ରମଣ

ବ୍ରହ୍ମପୁର: ପୁଣି ବିଚ୍ ରାସ୍ତାରେ ଅମାନୁଷିକ ଆକ୍ରମଣ । ବିଚ୍ ରାସ୍ତାରେ ଯୁବକ ଓ ତାଙ୍କ ମହିଳା ବନ୍ଧୁଙ୍କୁ ଆକ୍ରମଣ । ବ୍ରହ୍ମପୁର ଗିରିରୋଡରେ ଘଟିଛି ଅମାନୁଷିକ ଆକ୍ରମଣ। ଉମେଶ ରଥ ନାମକ ଜଣେ ଯୁବକ ଓ ତାଙ୍କ ମହିଳା ବନ୍ଧୁଙ୍କୁ ଅତି ନିର୍ମମ ଭାବେ ସର୍ବସମ୍ମୁଖରେ ହୋଇଛି ଆକ୍ରମଣ। ଯାହାର ଭିଡ଼ିଓ ସୋସିଆଲ ମିଡିଆରେ ଭାଇରାଲ୍ ହୋଇଛି। ଉମେଶ ଗତ କିଛିଦିନ ଧରି ଏକ ମାମଲାରେ ଫେରାର ରହିଥିଲା । ନିକଟରେ ସେ ଆଗୁଆ ଜାମିନ ପାଇଥିଲେ। ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଉମେଶକୁ ଦୁଇଭାଇ ଆକ୍ରମଣ କରୁଥିବା ଭିଡ଼ିଓରୁ ସ୍ପଷ୍ଟ ହୋଇଛି।ଆକ୍ରମଣକାରୀ ଦୁଇଜଣ ହେଲେ ହିଲପାଟଣାର ମୁକ୍ତେଶ କୁମାର ସାହୁ ଓରଫ ମୁକେଶ ଓ ତାଙ୍କ ସାନ ଭାଇ ଲାଞ୍ଜିପଲ୍ଲୀର ଆଶିଷ କୁମାର ସାହୁ । ଆକ୍ରମଣରେ ଆହତ ହୋଇ ଉମେଶ ବ୍ରହ୍ମପୁର ଏମକେସିଜି ମେଡ଼ିକାଲରେ ଭର୍ତ୍ତି ହୋଇଥିବା ଜଣାପଡିଛି। ଖବରପାଇ ଘଟଣା ସ୍ଥଳରେ ପୁଲିସ ପହଞ୍ଚି ତଦନ୍ତ କରୁଥିବା ଜଣାପଡିଛି। ଓଭର ବ୍ରିଜ ଉପରୁ ତଳକୁ ଠେଲି ହତ୍ୟା ଉଦ୍ୟମ ଘଟଣାରେ ସମ୍ପୃକ୍ତ ଦୀପୁନାକୁ ଏନକାଉଣ୍ଟର କରି ବାହାବା ନେଇଥିବା ବେଳେ ସର୍ବସାଧାରଣରେ ଜଣେ ମହିଳାଙ୍କ ସହିତ ଉମେଶଙ୍କ ଉପରେ ହୋଇଥିବା ମରଣାନ୍ତକ ଆକ୍ରମଣ ଘଟଣାରେ ପୋଲିସ ଆଉ ଏକ ଏନକାଉଣ୍ଟର କରୁଛି ଅଥବା ରାଜନୈତିକ ଚାପରେ ଚୁପ ରହୁଛି ତାହା ଉପରେ ରହିଛି ସମସ୍ତଙ୍କ ନଜର। ତେବେ ଘଟଣାକୁ ଅତି ଗୁରୁତର ଭାବେ ନେଇଛନ୍ତି ବ୍ରହ୍ମପୁର ଏସପି ଡା.ସର୍ବଣା ବିବେକ ଏମ। ଅପରାଧୀଙ୍କୁ ଧରିବାକୁ ସ୍ୱତନ୍ତ୍ର ଟିମ ଗଠିତ ହୋଇଥିବା ଜଣାପଡ଼ିଛି।…

Latest Posts

Don't Miss