spot_img
Home Blog Page 2840

ଚାଷୀଙ୍କ ଘରେ ପଶି ଲୁଟିଲେ ୧୨ ସଶସ୍ତ୍ର ଡକାୟତ, ପାଚେରୀରୁ ଖସି ପଡି ଜଣେ କାବୁ

କଳାହାଣ୍ଡି: କିଛି ଦିନ ନିରବତା ପରେ ପୁଣି ମାତିଲେ ଡକାୟତ । କୋକସରା ଥାନା ଓଲମା ଗାଁରେ ସଶସ୍ତ୍ର ଡକାୟତ ବିଳମ୍ବିତ ରାତିରେ ଚାଷୀ ଧନଞ୍ଜୟ ସାହୁଙ୍କ ଘରେ ପଶି  ପରିବାର ସଦସ୍ୟଙ୍କୁ ଏକ କୋଠରୀରେ ବନ୍ଦ କରି ଲୁଟି ନେଲେ 25 ଭରି ସୁନା ଓ ଟଙ୍କା । ପ୍ରାୟ ଦଶରୁ ଅଧିକ ଡକାୟତ ଆସିଥିବା ବେଳେ କିଛି ଡକାୟତ ଫେରାର ହୋଇ ଯାଇଛନ୍ତି  । ଜଣେ ଡକାୟତ ଚାଷୀଙ୍କ ପାଚେରୀ ଡେଇଁ ଫେରାର ହେଉଥିବା ବେଳେ ଗୋଡ ଭାଙ୍ଗି ଯିବାରୁ ତାକୁ କାବୁ କରି ପୋଲିସ ଜିମା ଦେଇଛନ୍ତି ପରିବାର ସଦସ୍ୟ  ।

ବର୍ତ୍ତମାନ କୋକସରା ଥାନାରେ ଜଣେ ଡକାୟତ ଅଟକ ରହିଛି । ପୋଲିସ ଡକାୟତକୁ ଧରି ଛାନଭିନ ଜାରି ରଖିଛି  । ତଦନ୍ତ ପରେ ଜଣାପଡ଼ିବ କେଉଁ ଅଞ୍ଚଳ ର ଡକାୟତ ଦଳ ପୂର୍ବରୁ କେଉଁ କେଉଁ ଅଞ୍ଚଳ ରେ ଡକାୟତ କରିଥିଲେ  ।

ଓଡିଶାରେ ଦୁର୍ନୀତି କରି ଦିଲ୍ଲୀରେ ଲୁଚିଥିଲେ ବିଡିଓ, ୮ ବର୍ଷ ପରେ ବାନ୍ଧିଲା ଭିଜିଲାନ୍ସ

ଭୁବନେଶ୍ବର: ଫେରାର ପୂର୍ବତନ ବିଡିଓଙ୍କୁ ବାନ୍ଧିଲା ଭିଜିଲାନ୍ସ । ନାରାୟଣପାଟଣାର ପୂର୍ବତନ ବିଡିଓଙ୍କୁ ଦିଲ୍ଲୀରୁ ଧରିଲା ଭିଜିଲାନ୍ସ । ନାରାୟଣପାଟଣାର ପୂର୍ବତନ ବିଡିଓ ରମେଶ ଚନ୍ଦ୍ର ସାହୁ । ରମେଶଙ୍କ ନାଁରେ ରହିଛି ୭ଟି ଦୁର୍ନୀତି ମାମଲା । ଗତ ୮ବର୍ଷ ଧରି ଫେରାର ଥିଲେ ରମେଶ ଚନ୍ଦ୍ର ସାହୁ । ଆଜି ଦିଲ୍ଲୀ କୋର୍ଟରେ ହାଜର କରାଯିବ । ପରେ ଟ୍ରାଞ୍ଜିଟ ରିମାଣ୍ଡରେ ଓଡ଼ିଶା ଅଣାଯିବ ।

ଗତ ୮ ବର୍ଷ ମଧ୍ୟରେ ସେ ଦିଲ୍ଲୀ ଏବଂ ପଡୋଶୀ ଅଞ୍ଚଳରେ ଭଡା ଘରେ ରହି ସ୍ଥାନ ପରିବର୍ତ୍ତନ କରି ଚାଲିଥିଲେ । ଗିରଫଦାରୀରୁ ବଞ୍ଚିବା ପାଇଁ ସେ ଆସାମର ଜୋରହାଟକୁ ମଧ୍ୟ ପଳାଇ ଯାଇଥିଲେ। ନିକଟରେ ସେ ଆସାମରୁ ଦିଲ୍ଲୀ ଫେରିଥିଲେ  । ତାଙ୍କ ଲୋକେସନ ଟ୍ରେସ କରି ଦିଲ୍ଲୀରେ ଭିଜିଲାନ୍ସର ଏକ ଟିମ୍‌ ଡେରା ପକାଇଥିଲା  । ଆଜି ସେଠାରୁ ତାଙ୍କୁ କାବୁ କରିଛି ଭିଜିଲାନ୍ସ  ।

ନଦୀକୁ ଗାଧୋଇବାକୁ କିମ୍ବା ଶୌଚ ପାଇଁ ଯାଉଥିଲେ ସାବଧାନ, ବ୍ରାହ୍ମଣୀ ନଦୀରେ କୁମ୍ଭୀର

ଢେଙ୍କାନାଳ: ବ୍ରାହ୍ମଣୀ ନଦୀରେ କୁମ୍ଭୀର । ଯାହାକୁ ନେଇ ସଚେତନତା ଜାରି କଲା ଢେଙ୍କାନାଳ ବନଖଣ୍ଡ । ତାଳଚେର ସିରିଗିଡା ଗାଁ ସ୍ଥିତ ବ୍ରାହ୍ମଣୀ ନଦୀରେ କୁମ୍ଭୀର ଦେଖିବାକୁ ମିଳିଥିବା ପରେ ଲୋକଙ୍କ ମଧ୍ୟରେ ଭୟର ବାତାବରଣ ସୃଷ୍ଟି ହୋଇଛି । ଏନେଇ ଢେଙ୍କାନାଳ ବନଖଣ୍ଡ ପକ୍ଷରୁ ସବୁ ଅଂଚଳରେ ସତର୍କ ସୂଚନା ଦିଆଯାଇଛି । ନଦୀକୁ ଗାଧୋଇବାକୁ କିମ୍ବା ଶୌଚ ପାଇଁ ଯାଉଥିଲେ ସାବଧାନ ।

ସତର୍କତା ଅବଲମ୍ବନ କରି ବ୍ରାହ୍ମଣୀ ନଦୀକୁ ଯିବା ପାଇଁ ବନ ବିଭାଗ ପକ୍ଷରୁ ନିର୍ଦ୍ଦେଶ ହୋଇଛି । ଯାହାକୁ ନେଇ ପରଜଙ୍ଗ, କାମାକ୍ଷାନଗର ,ଭୁବନ ଅଞ୍ଚଳରେ ଲୋକଙ୍କ ମନରେ ଛାନିଆ ଖେଳି ଯାଇଛି । ଢେଙ୍କାନାଳ ବନଖଣ୍ଡ ଅଧିକାରୀଙ୍କ ନିର୍ଦେଶ କ୍ରମେ ମହାବିରୋଡ଼ ରେଞ୍ଜର ବ୍ରାହ୍ମଣୀ ନଦୀ ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ବନବିଭାଗ ଲୋକଙ୍କୁ ସଚେତନ କରାଉଛି  ।

ଯୋଡ଼ା ଶ୍ରାବଣ ପାଇଁ ବନ୍ଦ ଥିଲା ଜଳଲାଗି, ଆଜିଠୁ ପୁଣି ଜଳାଭିଷେକ କରୁଛନ୍ତି କାଉଡିଆ

ନନ୍ଦିଘୋଷ ବ୍ୟୁରୋ: ଚଳଚଞ୍ଚଳ ଶୈବପୀଠ । ମହାଦେବଙ୍କୁ ଜଳାଭିଷେକ କରୁଛନ୍ତି କାଉଡ଼ିଆ । ଗୋଟିଏ ମାସ ବ୍ୟବଧାନ ପରେ ପୁଣି ଚଳଚଞ୍ଚଳ ଶୈବପୀଠ । ମଳମାସ ସରିଥିବାରୁ ଶ୍ରାବଣର ଶେଷ ଦୁଇ ସୋମବାର ହେବ ଜଳଲାଗି । ଏଥିପାଇଁ ଚଳଚଞ୍ଚଳ ଶୈବପୀଠ । ରାଜ୍ୟର ବିଭିନ୍ନ ପ୍ରାନ୍ତରୁ କାଉଡ଼ିଆମାନେ ଏକାଠି ହୋଇ ପୂଜା କରିବା ସହ ପାଣି ଉଠାଇ ଶୈବପୀଠରେ ପହଞ୍ଚିଛନ୍ତି ।

ବିଶ୍ବାସ ଓ ଭକ୍ତିର ଏକ ମହାମିଳନ ଦେଖିବାକୁ ମିଳିଛି । ପୂଜାର୍ଚ୍ଚନା ପରେ ପାଣିଭାର ନେଇ ଶୈବପୀଠରେ ପହଞ୍ଚିଛନ୍ତି କାଉଡ଼ିଆ । ମାସର ପ୍ରଥମ ଦୁଇ ସୋମବାର ହୋଇଥିଲା ଜଳଲାଗି । ତେବେ ଯୋଡ଼ା ଶ୍ରାବଣ ପଡିବାକୁ ମଝିରେ ମଳମାସ ପାଇଁ ଜଳଲାଗି ବନ୍ଦ ରହିଥିଲା । ମଳମାସ ଶେଷ ହେବା ପରେ ଅଗଷ୍ଟ ମାସର ଶେଷକୁ ଦୁଇଟି ସୋମବାର 21 ତାରିଖ ଅର୍ଥାତ ଆଜି ଓ 28ତାରିଖ ଦିନ ଜଳଲାଗିର ବ୍ୟବସ୍ଥା ରହିଥିବା ସଂସ୍କୃତି ଗବେଷକ ମାନେ କହିଥିଲେ । ଗତକାଲି ପବିତ୍ର ଗଡ଼କଡ଼ିଆରୁ ଜଳାଭାରର ଧରି ଉତ୍ସାହର ସହ ଲିଙ୍ଗରାଜ, ଧବଳେଶ୍ଵର, ସର୍ପେଶ୍ବର ଆଦି ଶୈବପୀଠରେ ପହଞ୍ଚିଛନ୍ତି କାଉଡ଼ିଆ ।

ଆସନ୍ତା ୨୩ରୁ ଉତ୍ତର ଆଭ୍ୟନ୍ତରୀଣ ଓଡ଼ିଶାରେ ପ୍ରବଳ ବର୍ଷିବ, ୧୭ ଜିଲ୍ଲାକୁ ୟେଲୋ ଆଲର୍ଟ

ଭୁବନେଶ୍ବର: ଖରା ବର୍ଷାର ଲୁଚକାଳି ଭିତରେ ୨୩ରେ ଆସୁଛି ବଡ ବର୍ଷା । ଉତ୍ତର ଆଭ୍ୟନ୍ତରୀଣ ଓଡ଼ିଶାରେ ପ୍ରବଳ ବର୍ଷିବ । କିଛି ସ୍ଥାନରେ ୭୦ରୁ ୧୧୦ ମିଲିମିଟର ବର୍ଷା ନେଇ ଆକଳନ । ୨୫ରେ ବଙ୍ଗୋପସାଗରରେ ସୃଷ୍ଟି ହେବ ଘୂର୍ଣ୍ଣିବଳୟ । ପ୍ରଚଣ୍ଡ ବିଜୁଳି ଘଡଘଡି ସହ ବର୍ଷା ନେଇ ୧୭ଟି ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି କଲା ପାଣିପାଗ କେନ୍ଦ୍ର । ବର୍ଷା ସତ୍ବେ ବି ମୌସୁମୀ ସିଜିନରେ ୮ ପ୍ରତିଶତ ନିଅଣ୍ଟିଆ ବର୍ଷା ରେକର୍ଡ ।

ଦକ୍ଷିଣ-ଉପକୂଳରେ ସ୍ଥିତି ଉତ୍କଟ । ଓଡ଼ିଶା ଉପରେ ନାହିଁ କୌଣସି ପାଣିପାଗ ନିୟାମକ । ଫଳରେ ସାରା ରାଜ୍ୟରେ କେଉଁଠି ଘଡଘଡି ବିଜୁଳି ସହ ବର୍ଷା ହେଉଛି ତ କେଉଁଠି ରାଜ କରୁଛି ଗରମ ଗୁଳୁଗୁଳି । ଆସନ୍ତା ଦୁଇ ଦିନ ପର୍ଯ୍ୟନ୍ତ ରାଜ୍ୟରେ ଏଭଳି ସ୍ଥିତି ଜାରି ରହିବ । ସାମ୍ଭାବ୍ୟ ଘୂର୍ଣ୍ଣିବଳୟ ପ୍ରଭାବରେ ବଦଳିବ ବାୟୁ ଚଳାଚଳର ପ୍ରକ୍ରିୟା । ପ୍ରଭାବରେ ୨୩ ତାରିଖରେ ପ୍ରବଳ ବର୍ଷା ନେଇ ବାଲେଶ୍ବର, ମୟୁରଭଞ୍ଜ, କେନ୍ଦୁଝର ଏବଂ ସୁନ୍ଦରଗଡକୁ ୟେଲୋ ଆଲର୍ଟ ଜାରି କରାଯାଇଛି । ବାରମ୍ବାର ଲଘୁଚାପ ସତ୍ତ୍ବେ ବି ରାଜ୍ୟରେ ନିଅଣ୍ଟିଆ ବର୍ଷା ରେକର୍ଡ ହୋଇଛି । ଜୁନ୍ ୧ ତାରିଖରୁ ଆଜି ପର୍ଯ୍ୟନ୍ତ ସ୍ବାଭାବିକ ଠାରୁ ୮ ପ୍ରତିଶତ ନଅଣ୍ଟିଆ ବର୍ଷା ରେକର୍ଡ ହୋଇଥିବା ବେଳେ ୧୧ଟି ଜିଲ୍ଲାରେ ଉତ୍କଟ ସ୍ଥିତି ଦେଖିବାକୁ ମିଳିଛି ।

ଚନ୍ଦ୍ର ଠୁ ଖୁବ୍ କମଦୂରରେ ଚନ୍ଦ୍ରଯାନ-୩, ଚନ୍ଦ୍ରପୃଷ୍ଠରେ ଚମକିବ ଅଶୋକ ଚକ୍ର ଓ ଇସ୍ରୋ ଲୋଗୋ

ବେଙ୍ଗାଲୁରୁ: ମିଶନ ମୁନ୍ କାଉଣ୍ଟଡାଉନ । ସମୟ ଗଡ଼ିବା ସହ ବଢୁଛି ହାର୍ଟବିଟ୍ । ମଝିରେ ଆଉ ଗୋଟିଏ ଦିନ । ଚନ୍ଦ୍ରଠାରୁ ଖୁବ୍ କମ ଦୁରରେ ଚନ୍ଦ୍ରଯାନ-୩ । ଗତକାଲି ୨୫ କିଲୋମିଟର ଦୂର ଥିବା ବେଳେ ଆଜି ଏହି ଦୂରତା ଆହୁରି କମିଛି । ଚନ୍ଦ୍ରପୃଷ୍ଠରେ ଅବତରଣ ପରେ ସ୍ବର୍ଣ୍ଣିମ ଇତିହାସ ଲେଖିବ ଇସ୍ରୋ । ଫାଇନାଲ ଡିବୁଷ୍ଟିଂ ପ୍ରକ୍ରିୟା ସଫଳ ହେବା ପରେ ବଢ଼ିଛି ସଫ୍ଟ ଲ୍ୟାଣ୍ଡିଂ ଆଶା ।

ଡିବୁଷ୍ଟିଂ ଅପରେସନରେ ଚନ୍ଦ୍ରଯାନ-୩ର ସ୍ପିଡକୁ କମାଇ ଦିଆଯାଇଛି । ଲ୍ୟାଣ୍ଡରର ଇଣ୍ଟରନାଲ ଯାଞ୍ଚ ପରେ ସୂର୍ଯ୍ୟୋଦୟ ପର୍ଯ୍ୟନ୍ତ ଅପେକ୍ଷା କରାଯିବ । ଅଗଷ୍ଟ ୨୩ ତାରିଖ ସନ୍ଧ୍ୟା ୬ଟା ୪ମିନିଟରେ ସଫ୍ଟ ଲ୍ୟାଣ୍ଡିଂ କରିବାକୁ ଚେଷ୍ଟା କରାଯିବ । ଲ୍ୟାଣ୍ଡିଂ ପ୍ରକ୍ରିୟା ଆରମ୍ଭ ହେବାର ପ୍ରାୟ ୨୦ମିନିଟ ପରେ ଲ୍ୟାଣ୍ଡର ଚନ୍ଦ୍ରପୃଷ୍ଠରେ ପହଞ୍ଚିବ । ଏହି ୨୦ ମିନିଟ ଚନ୍ଦ୍ରଯାନର ସଫଳତା ପାଇଁ ବେଶ ଗୁରୁତ୍ବପୂର୍ଣ୍ଣ ।

ଲ୍ୟାଣ୍ଡିଂ ପରେ ବୈଜ୍ଞାନିକଙ୍କ କମାଣ୍ଡ ଆଧାରରେ ଚନ୍ଦ୍ରପୃଷ୍ଠରେ ଗବେଷଣା ଆରମ୍ଭ କରିବ ରୋଭର ପ୍ରଜ୍ଞାନ । ରୋଭରରେ ଲଗାଯାଇଥିବା ଅଶୋକ ଚକ୍ର ଓ ଇସ୍ରୋର ଲୋଗୋ ଚିହ୍ନ ଚନ୍ଦ୍ରପୃଷ୍ଠରେ ଚିହ୍ନ ଛାଡ଼ିବ ।

ପୁଞ୍ଜି ନିବେଶରେ ତୃତୀୟ ସ୍ଥାନରେ ଓଡ଼ିଶା, ବୈମାନିକ ସେବା କ୍ଷେତ୍ରରେ ସର୍ବାଧିକ ବିନିଯୋଗ

ଭୁବନେଶ୍ବର: ପୁଞ୍ଜି ନିବେଶରେ ଓଡ଼ିଶାର ରେକର୍ଡ । ଦେଶର ପ୍ରଥମ ପାଞ୍ଚଟି ରାଜ୍ୟ ଭିତରେ ସ୍ଥାନ ପାଇଛି ଓଡ଼ିଶା । ଉତ୍ତରପ୍ରଦେଶ, ଗୁଜୁରାଟ ପରେ ଓଡ଼ିଶା ତୃତୀୟ ସ୍ଥାନରେ ରହିଛି । ବ୍ୟାଙ୍କ ଋଣ ସହାୟତାରେ ଉତ୍ତରପ୍ରଦେଶ, ଗୁଜୁରାଟ, ଓଡ଼ିଶା, ମହାରାଷ୍ଟ୍ର, କର୍ଣ୍ଣାଟକ ରାଜ୍ୟରେ ୫୭ ପ୍ରତିଶତରୁ ଅଧିକ ପୁଞ୍ଜି ନିବେଶ ହୋଇଛି । ଗତ ଆର୍ଥିକ ବର୍ଷରେ ଦେଶର ବିଭିନ୍ନ ରାଜ୍ୟରେ ପୁଞ୍ଜି ନିବେଶ ନେଇ ଏଭଳି ରିପୋର୍ଟ ପ୍ରକାଶ କରିଛି ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ ।

ଓଡ଼ିଶାରେ ୧୧.୮ ପ୍ରତିଶତ ପୁଞ୍ଜି ନିବେଶ ଯୋଗୁ ଓଡ଼ିଶା ତୃତୀୟ ସ୍ଥାନରେ ରହିଛି । ପୁଞ୍ଜି ନିବେଶରେ ସବୁଠୁ ପଛରେ ଅଛନ୍ତି ଗୋଆ ଏବଂ କେରଳ ।ରିପୋର୍ଟ ମୁତାବକ ୨୦୨୨-୨୩ ଆର୍ଥିକ ବର୍ଷରେ ଦେଶରେ ବ୍ୟାଙ୍କ ସହାୟତାରେ ୮୦ ପ୍ରତିଶତ ଅର୍ଥ ନୂଆ ପ୍ରକଳ୍ପରେ ବିନିଯୋଗ ହୋଇଛି । ଯାହାକି ବିଗତ ୮ ବର୍ଷରେ ସର୍ବ କାଳିନ ରେକର୍ଡ । ୯୮୨ଟି ପ୍ରକଳ୍ପ ପାଇଁ ମୋଟ୍ ୩ ଲକ୍ଷ୍ୟ ୫୨ ହଜାର ୬୨୪ କୋଟି ଟଙ୍କାର ବ୍ୟାଙ୍କ ଋଣ ସହାୟତା ପ୍ରଦାନ କରିଛି ।

ସେଥିରୁ ୫୪୭ଟି ପ୍ରକଳ୍ପ ପାଇଁ ୨ ଲକ୍ଷ ୬୬ ହଜାର ୫୪୭ କୋଟି ଟଙ୍କା ବ୍ୟାଙ୍କ ଋଣ ପ୍ରଦାନ କରିଛି । ଯାହାକି ୨୦୨୧ -୨୨ ଆର୍ଥିକ ବର୍ଷ ତୁଳନାରେ ୮୭.୭ ପ୍ରତିଶତ ଅଧିକ । ଓଡ଼ିଶାରେ ପୁଞ୍ଜି ନିବେଶ ପାଇଁ ଉନ୍ନତଭିତ୍ତିଭୂମି ଓ ଶିଳ୍ ପ୍ରତିଷ୍ଠା ପାଇଁ ଅନୁକୂଳ ବାତାବରଣ ଯୋଗୁ ପୁଞ୍ଜିର ଶୁଅ ଛୁଟିଛି । ବୈମାନିକ ସେବା କ୍ଷେତ୍ରରେ ରାଜ୍ୟରେ ହୋଇଛି ଅଧିକ ପୁଞ୍ଜି ବିନିଯୋଗ । ଓଡ଼ିଶା ସରକାରଙ୍କ ବିକାଶମୁଖୀ ଶିଳ୍ପ ନୀତିଯୋଗୁ ରାଜ୍ୟରେ ଶିଲ୍ପ ପ୍ରତିଷ୍ଠା ପାଇଁ ପୁଞ୍ଜି ନିବେଶକାରୀ ।

୨୦୨୨ ଏପ୍ରିଲରୁ ବ୍ୟାଙ୍କ ସହାୟତାରେ ରାଜ୍ୟରେ ଶିଳ୍ପ ପ୍ରତିଷ୍ଠା ପାଇଁ ଅଧିକ ବିନିଯୋଗ ହୋଇଛି । ରିଜର୍ଭ ବ୍ୟାଙ୍କ ଇଣ୍ଡିଆର ରିପୋର୍ଟ ଅନୁଯାଇ ଓଡ଼ିଶା ସମେତ ପାଞ୍ଚଟି ରାଜ୍ୟରେ ଉନ୍ନତ୍ତ ଶିଳ୍ପ ଭତ୍ତିଭୂମି ଓ ସରକାରୀ ପ୍ରୋତ୍ସାହନ ଯୋଗୁ ଜାତୀୟ ଓ ଅନ୍ତରାଷ୍ଟ୍ରୀୟ ବଜାରରୁ ଲକ୍ଷାଧିକ କୋଟି ଟଙ୍କାର ପୁଞ୍ଜିନିବେଶ ସମ୍ଭବ ହେବା ସହ ବ୍ୟାପକ ନିଯୁକ୍ତି ସୁଯୋଗ ସୃଷ୍ଟି ହୋଇଛି । ଓଡ଼ିଶାରେ ପୁଞ୍ଜି ନିବେଶକାରୀଙ୍କୁ ଆକୃଷ୍ଟ କରିବା ପାଇଁ ମେକ ଇନ୍ ଓଡ଼ିଶା କନକ୍ଲେଭ ଓ ମୁଖ୍ୟମନ୍ତ୍ରୀଙ୍କ ବଳିଷ୍ଠ ନେତୃତ୍ବ ମାଇଲଷ୍ଟୋନ ପରି କାମ ଦେଇଛି । ଯାହାକି କି ଅନ୍ୟ ରାଜ୍ୟ ପାଇଁ ସୃଷ୍ଟି କରିଛି ଉଦାହରଣ ।

CVC ରିପୋର୍ଟରେ ବଡ ଖୁଲାସା, କେନ୍ଦ୍ର ସରକାରଙ୍କ ଏକ ଲକ୍ଷ କର୍ମଚାରୀଙ୍କ ବିରୋଧରେ ଦୁର୍ନୀତି ଅଭିଯୋଗ

ନୂଆଦିଲ୍ଲୀ: କେନ୍ଦ୍ର ସରକାରଙ୍କ କେଉଁ ବିଭାଗରେ କେତେ ଦୁର୍ନୀତି ହୋଇଛି ସେ ନେଇ ରିପୋର୍ଟ ଦେଇଛି ସେଣ୍ଟ୍ରାଲ ଭିଜିଲାନ୍ସ କମିଶନ । କମିଶନ ଜାରି କରିଥିବା ବାର୍ଷିକ ରିପୋର୍ଟ ଅନୁସାରେ ଗତବର୍ଷ କେନ୍ଦ୍ର ଗୃହ ମନ୍ତ୍ରାଳୟର ଅଧିକାରୀଙ୍କ ବିରୋଧରେ ଦୁର୍ନୀତିର ଅଭିଯୋଗ ସର୍ବାଧିକ ଆସିଛି । ଏହାପଛକୁ ରେଳବାଇ ଓ ବ୍ୟାଙ୍କ କର୍ମଚାରୀଙ୍କ ବିରୋଧରେ ସର୍ବାଧିକ ଦୁର୍ନୀତି ଅଭିଯୋଗ ଆସିଛି ।

କେନ୍ଦ୍ର ସରକାରଙ୍କ ସମସ୍ତ ବିଭାଗର ଅଧିକାରୀ ଓ କର୍ମଚାରୀଙ୍କ ବିରୋଧରେ ମୋଟ ଏକ ଲକ୍ଷ ୧୫ ହଜାର ୨୦୩ଟି ଦୁର୍ନୀତି ଅଭିଯୋଗ ରହିଛି । ସେଥିମଧ୍ୟରୁ ୮୫ ହଜାର ୪୩୭ଟି ଅଭିଯୋଗର ସମାଧାନ ହୋଇଥିବା ବେଳେ ୨୯ ହଜାର ୭୬୬ ଅଭିଯୋଗ ବିଚାରଧିନ ରହିଛି । ଗୃହ ମନ୍ତ୍ରାଳୟର କର୍ମଚାରୀ ଓ ଅଧିକାରୀଙ୍କ ବିରୋଧରେ ୪୬ ହଜାର ୬୪୩ ଅଭିଯୋଗ ଆସିଥିବା ବେଳେ ୧୦ ହଜାର ୫୮୦ଟି ଅଭିଯୋଗ ରେଳ ବିଭାଗରେ ରହିଛି । କୋଇଲା ମନ୍ତ୍ରାଳୟ, ଶ୍ରମ ମନ୍ତ୍ରାଳୟ, ପେଟ୍ରୋଲିୟମ ମନ୍ତ୍ରାଳୟର ଅଧିକାରୀଙ୍କ ବିରୋଧରେ ଦୁର୍ନୀତି ଅଭିଯୋଗ ରହିଛି ।

କାଉଡିଆଙ୍କୁ ଧକ୍କା ଦେଲା କାର, ଦୁଇ ମୃତ ୧୦ ଆହତ

ଆସିକା: କୋଟିନଡା ଥାନା ଭେଜିପୁଟ ନିକଟରେ କାର ଧକ୍କାରେ ଦୁଇ ଜଣ କାଉଡିଆଙ୍କ ମୃତ୍ୟୁ । ଏଥିସହ ଅନ୍ୟ ୧୦ ଜଣ ଆହତ ହୋଇଛନ୍ତି । ସମସ୍ତ ଆହତଙ୍କୁ ବ୍ରହ୍ମପୁର ଏମକେସିଜି ମେଡିକାଲରେ ଭର୍ତ୍ତି କରାଯାଇଛି ।

ମୃତ ଦୁଇ କାଉଡିଆ ହେଲେ ଅନିତା ସ୍ବାଇଁ ଓ ମୁକୁନା ବେହେରା । ସମସ୍ତ କାଉଡ଼ିଆ ବାଲିପଦର ଅରଖପୁର ଗାଁର ବୋଲି ଜଣାପଡିଛି ।

ଜିତିଲା ଟିମ୍ ଇଣ୍ଡିଆ

ନନ୍ଦିଘୋଷ ବ୍ୟୁରୋ: ଆୟାରଲ୍ୟାଣ୍ଡ ବିପକ୍ଷ ୩ ମ୍ୟାଚ ବିଶିଷ୍ଟ ଟି-୨୦ ସିରିଜର ଦ୍ବିତୀୟ ମ୍ୟାଚରେ ଟିମ ଇଣ୍ଡିଆର ବଡ଼ ବିଜୟ । ୩୩ ରନରେ ଜିତିଲା ବୁମରା ବାହିନୀ । ଆୟର୍ଲାଣ୍ଡ ଆଗରେ ଭାରତ ୧୮୬ ରନର ଲକ୍ଷ୍ୟ ରଖିଥିବାବେଳେ ଆୟର୍ଲାଣ୍ଡ ନିର୍ଦ୍ଧାରିତ ୨୦ ଓଭରରେ ରନ କରିପାରିଥିଲା । ଦଳ ପକ୍ଷରୁ ଆଣ୍ଡ୍ୟୁ ବାଲବାର୍ନି ସର୍ବାଧିକ ୭୨ ରନ କରିଥିଲେ । ମାର୍କ ଆଡାୟାର ୨୮ରନ କରିଥିଲେ । ଭାରତ ପକ୍ଷରୁ ଋତୁରାଜ ଗାଏକ୍ବାଡ ୫୮ ରନର ପାଳି ଖେଳିଥିଲେ । ସେପଟେ ରିଙ୍କୁ ସିଂ ଏବଂ ଶିଭମ ଦୁବେ ମଧ୍ୟ ଶେଷ ଓଭର ସମୟରେ ବଡ଼ ବଡ଼ ଓଟ୍ ମାରି କ୍ରିଡାପ୍ରେମୀଙ୍କ ମନ ଜିଣିଥିଲେ ।