ଓ୍ବାଙ୍ଖଡେରେ ଇଣ୍ଡିଆ ଶ୍ରୀଲଙ୍କା ମୁକାବିଲା, ପ୍ରଥମେ ବ୍ୟାଟିଂ କରିବ ଭାରତ

ମୁମ୍ବାଇ: ଆଜି ବିଶ୍ବକପ କ୍ରିକେଟରେ ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ମୁକାବିଲା । ଟସ ଜିତି ବୋଲିଂ ନିଷ୍ପତ୍ତି ନେଇଛି ଶ୍ରୀଲଙ୍କା । ପ୍ରଥମେ ବ୍ୟାଟିଂ କରିବ ଭାରତ । ମୁ୍ମ୍ବାଇର ଓ୍ବାଙ୍ଖଡେ ଷ୍ଟାଡିୟମରେ ଆରମ୍ଭ ହୋଇଛି ମ୍ୟାଚ । ପ୍ରଥମେ ବ୍ୟାଟିଂ କରି ବଡ଼ ସ୍କୋର କରିବାକୁ ଭାରତ ପ୍ରସ୍ତୁତ ଅଛି ।

ଟିମ୍ ଇଣ୍ଡିଆର ସମସ୍ତ ଖେଳାଳି ଫର୍ମରେ ରହିଛନ୍ତି । ଆଜିର ମ୍ୟାଚ ଜିତି ଅପରାଜେୟ ଧାରା ଜାରି ରଖିବାକୁ ଲକ୍ଷ୍ଯ ରଖିଛି ରୋହିତ ବିଗ୍ରେଡ । ଆଜିର ମ୍ୟାଚ ଜିତି ସେମିଫାଇନାଲ ଟିକେଟକୁ ପକ୍କା କରିବାକୁ ଭାରତ ରଣନୀତି ପ୍ରସ୍ତୁତ କରିଛି । ଦିନିକିଆ ବିଶ୍ବକପ ଇତିହାସରେ ଉଭୟ ଦେଶ ୯ ଥର ମୁହାଁମୁହିଁ ହୋଇଛନ୍ତି । ଉଭୟ ଦଳ ୪ଟି ଲେଖାଏ ମ୍ୟାଚ ଜିତିଥିବାବେଳେ ଗୋଟିଏର ଫଳାଫଳ ବାହାରିପାରିନଥିଲା ।

ଦିନିକିଆ ଇତିହାସରେ ଦୁଇ ଦେଶ ୧୬୭ ଥର ମୁକାବିଲା କରିଥିବା ବେଳେ ଭାରତ ୯୮ଟି ଓ ଶ୍ରୀଲଙ୍କା ୫୭ଟିରେ ବିଜୟ ଲାଭ କରିଛିଲେ । ଭାରତ ଘରୋଇ ପରିବେଶରେ ୩୯ଟି ମ୍ୟାଚ ଜିତିଥିବା ବେଳେ ଶ୍ରୀଲଙ୍କା ୨୮ଟି ଜିତିଛି । ଏସିଆ କପ ଫାଇନାଲରେ ଭାରତ ଶ୍ରୀଲଙ୍କାକୁ ଶୋଚନୀୟ ଭାବେ ପରାଜିତ କରି ଟାଇଟଲ ହାତେଇଥିଲା । ବର୍ତ୍ତମାନ ସ୍ଥିତିରେ ଶ୍ରୀଲଙ୍କତା ବିପକ୍ଷରେ ଭାରତର ପଲ୍ଲା ଭାରି ରହିଛି ।