spot_img
Home Blog Page 2792

ରାଘବଙ୍କ ସଦସ୍ୟତା ରଦ୍ଦ କରିବାକୁ ବିଜେପି ଚାହୁଁଛି ବୋଲି ଅଭିଯୋଗ କଲା ଆପ୍

ନୂଆଦିଲ୍ଲୀ: ରାଘବ ଚଡ୍ଡାଙ୍କ ବିରୋଧରେ ବିଜେପିର ଷଡଯନ୍ତ୍ର । ଓ୍ବାଇନାଡ ସାଂସଦ ରାହୁଲ ଗାନ୍ଧୀଙ୍କ ଭଳି ରାଘବଙ୍କ ସଦସ୍ୟତା ରଦ୍ଦ କରିବାକୁ ବିଜେପି ଚାହୁଁଛି ବୋଲି ଆପ୍ ଅଭିଯୋଗ କରିଛି । ରାଘବ ଚଡ୍ଡାଙ୍କ ସଦସ୍ୟତା ରଦ୍ଦ କରିବାକୁ ବିଜେପି ମିଛ ଅଭିଯୋଗ କରିଛି ବୋଲି କହିଛି ଆମ ଆଦମୀ ପାର୍ଟି । ବିଜେପିର ଅଭିଯୋଗ ପରେ ମାମଲା ବିଶେଷାଧିକାର ସମିତିକୁ ପଠାଇଦିଆଯାଇଛି ।

ଦିଲ୍ଲୀ ସେବା ବିଲ ସିଲେକ୍ଟ କମିଟିକୁ ପଠାଇବା ପାଇଁ ରାଜ୍ୟସଭାରେ ଆଗତ ହୋଇଥିବା ପ୍ରସ୍ତାବରେ ରାଘବ ମିଛ ଦସ୍ତଖତ କରିଥିବା ଅଭିଯୋଗ କରିଛି ବିଜେପି । ରାଘବ ଚଡ୍ଡାଙ୍କ ବିରୋଧରେ ବିଜେପିର ଲଗାତାର ହମଲା ପରେ ପ୍ରେସମିଟ କରି ଅଭିଯୋଗକୁ ଖଣ୍ଡନ କରିଛନ୍ତି ଆପ୍ ସାସଂଦ ।

ମିଡିଆ ଆଗରେ ଦସ୍ତାବିଜ ରଖିବା ସହ ବିଜେପି ତାଙ୍କ ବିରୋଧରେ ମିଛ ପ୍ରଚାର କରୁଛି ବୋଲି କହିଛନ୍ତି । ରାଜ୍ୟସଭା ସଚିବାଳୟକୁ ବିଜେପି ଦେଇଥିବା ଅଭିଯୋଗପତ୍ରରେ ମିଛ ଦସ୍ତଖତ ସମ୍ପର୍କରେ କିଛି ଉଲ୍ଲେଖ ନାହିଁ ବୋଲି ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ରାଘବ ।

ଆଜି ବି ସଂସଦରେ ମଣିପୁର ମୁଦ୍ଦାକୁ ନେଇ ଘମାସାନ

ନୂଆଦିଲ୍ଲୀ: ସଂସଦରେ ମଣିପୁର ମୁଦ୍ଦାକୁ ନେଇ ଘମାସାନ । ଆଜି ବି ସରକାରଙ୍କୁ ଘେରିବାକୁ ବିରୋଧୀ ରଣନୀତି ପ୍ରସ୍ତୁତ କରିଥିବା ବେଳେ ତୃତୀୟ ଦିନ ଆରମ୍ଭରୁ ଗୃହରେ ଅଭିଭାଷଣ ରଖିଛନ୍ତି ଅର୍ଥମନ୍ତ୍ରି ନିର୍ମଳା ସୀତାରମଣ । ଦେଶର ଅର୍ଥବ୍ୟବସ୍ଥା ଓ ସରକାରଙ୍କ ଉପଲବ୍ଧି ସମ୍ପର୍କରେ ଅର୍ଥମନ୍ତ୍ରୀ ଉଲ୍ଲେଖ କରିଛନ୍ତି । ଭାଷଣରେ କଂଗ୍ରେସ ନେତୃତ୍ବାଧୀନ ୟୁପିଏକୁ ଟାର୍ଗେଟ କରିଛନ୍ତି ନିର୍ମଳା ।

ୟୁପିଏ ସରକାର ଅମଳରେ ଦେଶରେ ଅନେକ ଭ୍ରଷ୍ଟାଚାର ହୋଇଥିବା ବେଳେ ୨୦୧୪ରେ ୟୁପିଏ ସରକାର ବିରୋଧରେ ଜନତା ଅନାସ୍ଥା ପ୍ରସ୍ତାବ ଆଗତ କରିଥିଲେ ବୋଲି ଅର୍ଥମନ୍ତ୍ରୀ କହିଛନ୍ତି । ଆଜି ଅନାସ୍ଥା ପ୍ରସ୍ତାବ ଫାଇନାଲ ରାଉଣ୍ଡରେ ଗୃହରେ ବିବୃତି ରଖିବେ ପ୍ରଧାନମନ୍ତ୍ରୀ । ଅପରାହ୍ନ ୪ଟାରେ ପ୍ରଧାନମନ୍ତ୍ରୀ ଅନାସ୍ଥା ପ୍ରସ୍ତାବ ଉପରେ ଉତ୍ତର ରଖିବେ ।

ପ୍ରଧାନମନ୍ତ୍ରୀଙ୍କ ଭାଷଣ ପୂର୍ବରୁ ବିରୋଧୀଙ୍କ ପକ୍ଷରୁ ଭାଷଣ ଦେବେ ବିରୋଧୀ ଦଳ ନେତା ଅଧୀର ରଞ୍ଜନ ଚୌଧୁରୀ । ଟିଏମସି ସାଂସଦ ମହୁଆ ମଇତ୍ରୋ ମଧ୍ୟ ଆଜି ବିରୋଧୀଙ୍କ ପକ୍ଷରୁ ଗୃହରେ ଭାଷଣ ରଖିବେ ବୋଲି ଜଣାପଡ଼ିଛି । ଗତକାଲି ଆଟାକିଂ ମୋଡରେ ଗୃହରେ ଭାଷଣ ରଖିଥିଲେ ଓ୍ବାଇନାଡ ସାଂସଦ ରାହୁଲ ଗାନ୍ଧୀ ।

ଭୁବନେଶ୍ବର ଇନଫୋସିସ୍‌ରେ ଖୋଲିଲା BPM ସେବା, ପ୍ରଥମ ପର୍ଯ୍ୟାୟରେ ୫୦୦ ନିଯୁକ୍ତି

ଭୁବନେଶ୍ବର: ଇନଫୋସିସ୍ BPM ସେବାର ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହା ଇନଫୋସିସର ସମ୍ପୂର୍ଣ୍ଣ ମାଲିକାନାରେ ଥିବା ସହାୟକ କମ୍ପାନୀ । ଏହି ଶାଖା କମ୍ପାନୀ ଆରମ୍ଭ କରି କଳା ଭିତ୍ତିଭୂମି ସ୍ଥିତି ସୁଦୃଢ କରିବ ଇନଫୋସିସ । ପ୍ରଥମ ପର୍ଯ୍ୟାୟରେ ୫ଶହ ଜଣଙ୍କୁ ନିଯୁକ୍ତି ଦିଆଯିବ । ପର୍ଯ୍ୟାୟ କ୍ରମେ ଏହା ୨ ହଜାର ନିଯୁକ୍ତି ସୁଯୋଗ ଯାଏ ବିସ୍ତାର ହେବାର ସମ୍ଭାବନା ରହିଛି ।  ଏହି କମ୍ପାନୀ ପୂର୍ବ ଭାରତରେ ଇନଫୋସିସର ପ୍ରଥମ ବ୍ୟବସାୟ ପ୍ରକ୍ରିୟା ପରିଚାଳନା ୟୁନିଟ୍ |

ବିଶ୍ବର ସର୍ବବୃହତ୍ ସୂଚନା ପ୍ରଯୁକ୍ତିବିଦ୍ୟା ସେବା ପ୍ରଦାନକାରୀ ସଂସ୍ଥା ଇନ୍ଫୋସିସର ନୂତନ ବିଜନେସ୍ ପ୍ରୋସେସିଂ ମ୍ୟାନେଜମେଣ୍ଟ ସେଣ୍ଟର୍ (ବିପିଏମ୍) ଶାଖା ଆଜି ଭୁବନେଶ୍ବର ପଟିଆସ୍ଥିତ ଇନ୍ଫୋସିସ ପରିସରରେ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ବାରା ଉଦ୍‌ଘାଟିତ ହୋଇଯାଇଛି । ଏହି ଅବସରରେ ସୂଚନା ଓ ପ୍ରଯୁକ୍ତିବିଦ୍ୟା ବିଭାଗ ଉପଦେଷ୍ଟା ଅନୁଭବ ପଟ୍ଟନାୟକ, ଫାଇବ୍-ଟି (5 T) ସଚିବ ଭି.କେ ପାଣ୍ଡିଆନ, ଇଲେକଟ୍ରୋନିକ୍ସ ତଥା ସୂଚନା ଓ ପ୍ରଯୁକ୍ତିବିଦ୍ୟା ବିଭାଗର ପ୍ରମୁଖ ଶାସନ ସଚିବ ମନୋଜ କୁମାର ମିଶ୍ର, ସ୍ବତନ୍ତ୍ର ସଚିବମାନସ ରଞ୍ଜନ ପଣ୍ଡା ଏବଂ ଅତିରିକ୍ତ ଶାସନ ସଚିବ ମନୋଜ କୁମାର ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ଥିଲେ ।

ଉଦ୍‌ଘାଟନୀ ଅଭିଭାଷଣରେ ମାନ୍ୟବର ମୁଖ୍ୟମନ୍ତ୍ରୀ କହିଥିଲେ ଯେ ବିଗତ ଦୁଇ ଦଶନ୍ଧିଧରି ଓଡ଼ିଶା ଅନ୍ୟ ରାଜ୍ୟମାନଙ୍କ ତୁଳନାରେ ଦୃଢ଼ ଏବଂ ସ୍ଥିର ଗତିରେ ବିକାଶ କରିଚାଲିଛି । ଏହାଦ୍ବାରା ରାଜ୍ୟର ଏକପ୍ରକାର କାୟାକଳ୍ପ ଘଟିବା ସହ ନବସୃଜନ ଓ ଅଭିନବ ଉଦ୍ୟମିତା ନୀତି ଜରିଆରେ ଗଭୀର ଆତ୍ମବିଶ୍ବାସର ଏକ ନୂଆ ପରିଭାଷା ସୃଷ୍ଟି ହୋଇପାରିଛି । ଇନ୍ଫୋସିସ ଜାତୀୟ ସ୍ତରରେ ବିଶେଷକରି ଓଡ଼ିଶାରେ ସୂଚନା ପ୍ରଯୁକ୍ତିବିଦ୍ୟା ଅଭିବୃଦ୍ଧି କ୍ଷେତ୍ରରେ ବିଶେଷ ଭୂମିକା ଗ୍ରହଣ କରିଛି ।

ବିଗତ ଅଢ଼େଇ ଦଶନ୍ଧିରୁ ଅଧିକ ସମୟ ଧରି ଏହି ପ୍ରମୁଖ ଆଇ.ଟି. ସେବା ପ୍ରଦାନକାରୀ ସଂସ୍ଥାର ରାଜ୍ୟର ବିକାଶ, ରାଜସ୍ବ ବୃଦ୍ଧି ତଥା ନିଯୁକ୍ତି କ୍ଷେତ୍ରରେ ବହୁ ଉଲ୍ଲେଖନୀୟ ଅବଦାନ ରହିଛି । ମୁଁ ବିଶେଷ ଖୁସି ଯେ ଇନ୍ଫୋସିସ ଏହାର ବିଜନେସ୍ ପ୍ରୋସେସିଂ ମ୍ୟାନେଜମେଣ୍ଟ ସେଣ୍ଟର୍ ଓଡ଼ିଶାରେ ଆରମ୍ଭ କରିଛି । ଏହି କେନ୍ଦ୍ରର ସଂପ୍ରସାରଣ ଦ୍ବାରା ଆମ ଯୁବପିଢ଼ିମାନଙ୍କ ପାଇଁ ବ୍ୟାପକ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ । ଆମ ପିଲାମାନେ ଏହି କେନ୍ଦ୍ରକୁ ଦେଶର ସର୍ବଶ୍ରେଷ୍ଠ ସେବା କେନ୍ଦ୍ରରେ ପରିଣତ କରିବାରେ ସଫଳ ହେବେ ବୋଲି  ଦୃଢ଼ ନିଶ୍ଚିତ । ରାଜ୍ୟ ସରକାର ଏଥ୍‌ନିମନ୍ତେ ସମସ୍ତ ପ୍ରକାର ସାହାଯ୍ୟ ସହଯୋଗ ଯୋଗାଇଦେବାକୁ ମଧ୍ୟ ପ୍ରସ୍ତୁତ ।

ଏହି ଅବସରରେ ବୈଦ୍ୟୁତିକ ଓ ସୂଚନା ପ୍ରଯୁକ୍ତି ତଥା କ୍ରୀଡ଼ା, ଯୁବ-କଲ୍ୟାଣ ଓ ଗୃହ ବିଭାଗ ମନ୍ତ୍ରୀ ଶ୍ରୀଯୁକ୍ତ ତୁଷାରକାନ୍ତି ବେହେରା କହିଥିଲେ ଯେ ଓଡ଼ିଶା ଏବେ ପ୍ରଯୁକ୍ତିବିଦ୍ୟା କ୍ଷେତ୍ରରେ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିପାରିଛି । ପ୍ରତିଷ୍ଠିତ ବୈଷୟିକ ଅନୁଷ୍ଠାନ ମାନେ ରାଜ୍ୟ ସରକାରଙ୍କ ନୀତି ନିୟମ ଦ୍ବାରା ଆକୃଷ୍ଟ ହୋଇ ଓଡିଶାରେ ନିଜର ପ୍ରୟୋଗ କେନ୍ଦ୍ର ସ୍ଥାପନା କରିବାପାଇଁ ଆଗ୍ରହ ପ୍ରକାଶ କରୁଛନ୍ତି । ନିଃସନ୍ଦେହ ଓଡ଼ିଶାର ଅର୍ଥନୈତିକ ଅଭିବୃଦ୍ଧି ଓ ନିଯୁକ୍ତି ସୁଯୋଗ କ୍ଷେତ୍ରରେ ଇନ୍ଫୋସିସ ଅଗ୍ରଣୀ ଭୂମିକାରେ ରହିଆସିଛି । ଏହି ବିଜନେସ୍ ପ୍ରୋସେସିଂ ମ୍ୟାନେଜମେଣ୍ଟ ସେଣ୍ଟର୍‌ ରାଜ୍ୟର ଉଚ୍ଚଶିକ୍ଷିତ ଯୁବପିଢ଼ିମାନଙ୍କ ପାଇଁ ଅଧିକ ନିଯୁକ୍ତି ସୁଯୋଗ ସୃଷ୍ଟି କରିବା ସହିତ ରାଜ୍ୟର ଅର୍ଥନୈତିକ ଅଭିବୃଦ୍ଧି କ୍ଷେତ୍ରରେ ସହାୟକ ହେବ ।

ଇନ୍ଫୋସିସ୍‌ର କାର୍ଯ୍ୟନିର୍ବାହୀ ଉପାଧ୍ୟକ୍ଷ ତଥା ସହକାରୀ ମୁଖ୍ୟ – ସତୀଶ ଏଚ୍.ସି. ତାଙ୍କ ଅଭିଭାଷଣରେ ରାଜ୍ୟ ସରକାରଙ୍କ ସହଯୋଗର ଭୂରିଭୁରି ପ୍ରଶଂସା କରିଥିଲେ । ବର୍ତ୍ତମାନ ଇନ୍ଫୋସିସ୍ ଭୁବନେଶ୍ବରରେ ପାଖାପାଖି ୧୦,୦୦୦ କର୍ମଚାରୀ କାର୍ଯ୍ୟରତ  । ଆଗାମୀ ଭବିଷ୍ୟତରେ ଏହି କ୍ଷମତାକୁ ୨୦, ୦୦୦କୁ ବୃଦ୍ଧି କରାଯିବାର ଯୋଜନା ରହିଛି  । ଦକ୍ଷତା ବୃଦ୍ଧି ଏବଂ ନିଯୁକ୍ତି କ୍ଷେତ୍ରରେ ଏହି ନୂତନ କେନ୍ଦ୍ରର ଭୂମିକା ଗୁରୁତ୍ବପୂର୍ଣ୍ଣ ରହିବ ।

ଏହାଦ୍ବାରା ଓଡ଼ିଶାର ଶିକ୍ଷିତ ଯୁବପିଢ଼ିମାନଙ୍କ ପାଇଁ ଅନେକ ସୁଯୋଗ ସୃଷ୍ଟି ହେବ । ବି.ପି.ଏମ୍. ସେବାକେନ୍ଦ୍ର ମୁଖ୍ୟ, ଉପାଧ୍ୟକ୍ଷ ପ୍ରଭାତ କୁମାର ଦାସ ସ୍ବାଗତ ଅଭିଭାଷଣ ପ୍ରଦାନ କରିଥିଲେ । ବି.ପି.ଏମ୍. ସେବା ବ୍ୟବସାୟ ମୁଖ୍ୟ, ଉପାଧ୍ୟକ୍ଷ ନୀଲ୍ ମୋହନ ପରିଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ ।

ଏଣିକି ଆଉ ତଳେ ବସି ପଢ଼ିବେନି ପ୍ରାଥମିକ ସ୍କୁଲର ଛାତ୍ରଛାତ୍ରୀ

ଭୁବନେଶ୍ବର: ରାଜ୍ୟରେ ବଦଳିବ ପ୍ରାଥମିକ ଶ୍ରେଣୀ ଗୃହର ପରିବେଶ । ଆଉ ତଳେବସି ପଢିବେନି ପ୍ରାଥମିକ ସ୍କୁଲର ଛାତ୍ରଛାତ୍ରୀ । ଏଣିକି ପିଲାମାନେ ଦରିରେ ବସିବେ, ରଙ୍ଗୀନ ଡେସ୍କରେ ଲେଖିବେ । ଛାତ୍ରଛାତ୍ରୀଙ୍କୁ ଆକର୍ଷଣୀୟ ଶ୍ରେଣୀଗୃହ ସହିତ ଅତ୍ୟାଧୁନିକ ଶୈକ୍ଷିକ ଉପକରଣ ଯୋଗାଇଦିଆଯିବ ।

ପିଲାଙ୍କ ମନରେ ଶିକ୍ଷାପ୍ରତି ଆଗ୍ରହ ସୃଷ୍ଟିକରିବାକୁଏଭଳି ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି  ରାଜ୍ୟ ସରକାର ।  ରାଜ୍ୟର ୧୬ଟି ଜିଲ୍ଲାର ପ୍ରାଥମିକ ସ୍କୁଲର ପରିବେଶ ଅତ୍ୟାଧୁନିକ କରାଯିବ  । ଏଥିପାଇଁ ପ୍ରାଥମିକ ପର୍ଯ୍ୟାୟରେ ୬ ହଜାରରୁ ଅଧିକ ପ୍ରାଥମିକ ସ୍କୁଲକୁ ସାମିଲ କରାଯାଇଛି  । ପ୍ରଥମରୁ ତୃତୀୟ ଶ୍ରେଣୀର ପିଲାମାନେ ପଢ଼ିବା, ଲେଖିବା, ଆବଶ୍ୟକୀୟ ଶିକ୍ଷଣ ଦକ୍ଷତା ହାସଲ କରିବା ଲକ୍ଷ୍ୟରେ ଶ୍ରେଣୀଗୃହ ପରିବେଶକୁ ଅନୁକୂଳ କରିବାର ପଦକ୍ଷେପ ନିଆଯାଉଛି । ଛାତ୍ରଛାତ୍ରୀଙ୍କ ମନରେ ଶିକ୍ଷା ପ୍ରତି ଆଗ୍ରହ, କୌତୁହଳ ଓ ଉତ୍ସାହ ଆଣିବା ଉଦ୍ଦେଶ୍ୟରେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ବ୍ୟାପକ ବ୍ୟବସ୍ଥା କରିଛି । ଶ୍ରେଣୀଗୃହକୁ ଶିଶୁ ସୁଲଭ, ଆକର୍ଷଣୀୟ, ଆନନ୍ଦମୟ କରିବା ପାଇଁ ବିଭିନ୍ନ କାନ୍ଥଚିତ୍ର, ବିଭିନ୍ନ ଆକୃତିର ଡେକ୍ସ, ଆଲମାରୀ, ଗ୍ରୀନ୍ ବୋର୍ଡ, ପ୍ରଦର୍ଶନ ବୋର୍ଡ, ଶୈକ୍ଷିକ ଉପକରଣ ଝୁଲାଇବା ପାଇଁ ହୁକ, ବସିବା ପାଇଁ ଦରି, ଶ୍ରେଣୀଗୃହର ଆବଶ୍ୟକ ମରାମତି, ବିଦ୍ୟୁତିକରଣ ଓ ଆଲୋକୀକରଣ, ଶିକ୍ଷଣ ସାମଗ୍ରୀ ପ୍ରଦର୍ଶନର ବ୍ୟବସ୍ଥା ଆଦି କରାଯିବ । ଶ୍ରେଣୀଗୃହ ପରିବେଶକୁ ଆକର୍ଷଣୀୟ କରିବା ଉଦ୍ଦେଶ୍ୟରେ ମୌଳିକ ଭିତ୍ତିଭୂମିର ରକ୍ଷଣାବେକ୍ଷଣ ଏବଂ ମରାମତି ସୁବିଧା ଯୋଗାଇ ଦେବାକୁ ଆବଶ୍ୟକ ପାଣ୍ଠି ଯୋଗାଇ ଦେଇଛି ।

ଏହା ପ୍ରାଥମିକ ଛାତ୍ରଛାତ୍ରୀଙ୍କର ଶୈକ୍ଷିକ ବିକାଶରେ ଅତ୍ୟନ୍ତ ସହାୟକ ହେବ । ମୌଳିକ ସାକ୍ଷରତା ଓ ସଂଖ୍ୟା ଜ୍ଞାନ କାର୍ଯ୍ୟକ୍ରମ ପ୍ରଚଳନର ଉଦ୍ଦେଶ୍ୟ ହେଉଛି ଏହି ମୂଳଦୁଆକୁ ମଜଭୁତ କରିବା । ପ୍ରତ୍ୟେକ ଛାତ୍ରଛାତ୍ରୀ ଯେପରି ଭାଷା ଓ ଗାଣିତିକ ଜ୍ଞାନରେ ପାରଦର୍ଶୀ ହୋଇପାରିବେ ସେଥ୍ୟପ୍ରତି ଲକ୍ଷ୍ୟ ସ୍ଥିର ହୋଇଛି । ଲକ୍ଷ୍ୟ ହାସଲ ପାଇଁ ସ୍ବତନ୍ତ୍ର ଢାଞ୍ଚାରେ ପାଠ୍ୟକ୍ରମ ପ୍ରସ୍ତୁତି, ଚିନ୍ତାକର୍ଷକ ଶିକ୍ଷଣ ସାମଗ୍ରୀ, ଶିକ୍ଷକ ଦକ୍ଷତା ବିକାଶ, ମୂଲ୍ୟାଙ୍କନ ଶୈଳୀ ଇତ୍ୟାଦି ପର୍ଯ୍ୟାୟକ୍ରମ ବିକାଶ କରାଯାଇଛି । ପୂର୍ବରୁ ପାଇଲଟ୍‌ ପ୍ରକଳ୍ପ ଭାବେ ରାଜଭବନ ଉଚ୍ଚ ପ୍ରାଥମିକ ବିଦ୍ୟାଳୟକୁ ଗ୍ରହଣ କରାଯାଇଥିଲା । ବିକଶିତ ହୋଇଥିବା ଶ୍ରେଣୀଗୃହକୁ ସମସ୍ତ ବୈଷୟିକ ଶିକ୍ଷକ ଓ ବରିଷ୍ଠ ଶିକ୍ଷକ ପରିଦର୍ଶନ କରି ତାଲିମ ନେଇଛନ୍ତି । ଏହି ବିଦ୍ୟାଳୟରେ ସମସ୍ତ ସୁବିଧା ସୁଯୋଗ କରାଯିବା ପରେ ଛାତ୍ରଛାତ୍ରୀଙ୍କ ଭିତରେ ଆକାଂକ୍ଷିତ ଶୈକ୍ଷିକ ବିକାଶ ହେଉଥୁବା ଲକ୍ଷ୍ୟ କରାଯାଇଛି । ପରେ ସମାନ ଢାଞ୍ଚାରେ ଶ୍ରେଣୀଗୃହ ପ୍ରସ୍ତୁତି କରିବା ପାଇଁ ପଦକ୍ଷେପ ନିଆଯାଇଛି । ୧୬ଟି ଜିଲ୍ଲାରେ ବିଦ୍ୟାଳୟ ସ୍ତରରେ ଏଫ୍ଏସ୍ଏନ୍ କାର୍ଯ୍ୟକ୍ରମକୁ ସଫଳ ରୂପାୟନ ପାଇଁ ସମସ୍ତ ବରିଷ୍ଠ ବୈଷୟିକ ପରାମର୍ଶଦାତାଙ୍କ ସହ ବିଭାଗୀୟ ଅଧିକାରୀଙ୍କୁ ପ୍ରଶିକ୍ଷଣ ଦିଆଯାଇଛି ।

ନକଲି ହିନ୍ଦୀ ଶିକ୍ଷୟିତ୍ରୀ ଥାନାରେ ଅଟକ, ଆଉ ୩ ନକଲି ଶିକ୍ଷକ ଫେରାର୍

ବଲାଙ୍ଗୀର: ବଲାଙ୍ଗୀରରେ ନକଲି ହିନ୍ଦୀ ଶିକ୍ଷୟିତ୍ରୀ ଥାନାରେ ଅଟକ I ବଲାଙ୍ଗୀର ପୁଇଁତଲା ଥାନା ଅନ୍ତର୍ଗତ ରଣ୍ଡା ହାଇସ୍କୁଲର ହିନ୍ଦୀ ଶିକ୍ଷୟିତ୍ରୀ ମୃଣ୍ମୟୀ ପଣ୍ଡାଙ୍କୁ ଅଟକ ଅଛନ୍ତି ପୋଲିସ I ମୃଣ୍ମୟୀଙ୍କ ସହ ୪ଜଣ ଶିକ୍ଷକ ନକଲି ସାର୍ଟିଫିକେଟରେ ଚାକିରି କରିଥିବାନେଇ ଟାଉନଥାନାରେ ଅଭିଯୋଗ କରିଥିଲେ ଜିଲ୍ଲା ଶିକ୍ଷାଧିକାରୀ  । ଅଭିଯୋଗ ଆଧାରରେ ମୃଣ୍ମୟୀଙ୍କୁ ଥାନାରେ ଅଟକ ରଖାଯାଇଛି  I

୨୦୧୩ ମସିହାରୁ ଗତ ୧୦ ବର୍ଷ ଧରି ନକଲି ବିଇଡି ସାର୍ଟିଫିକେଟରେ ମୃଣ୍ମୟୀ ଚାକିରି କରିଥିବା ଅଭିଯୋଗ ହୋଇଛି  I ମୃଣ୍ମୟୀ ପ୍ରଦାନ କରିଥିବା ସାର୍ଟିଫିକେଟ ଅନୁସାରେ ଗୋଟିଏ ବର୍ଷରେ ସେ ଯୁକ୍ତ ଦୁଇ ଓ ହିନ୍ଦୀ ଟିଚର୍ସ ଟ୍ରେନିଂ ପାସ କରିଥିଲେ  । ଜିଲ୍ଲା ଶିକ୍ଷା ବିଭାଗ ମାମଲାର ତଦନ୍ତ କରି ସତ ଜାଣିବାକୁ ପାଇଛି  । ସାର୍ଟିଫିକେଟ ଇସ୍ୟୁ ହୋଇଥିବା ୟୁନିଭସିଟିକୁ ତଥ୍ୟ ମାଗି ପ୍ରମାଣ ହାତେଇଛି ଶିକ୍ଷା ବିଭାଗ । ଗତକାଲିଠୁ ତାଙ୍କୁ ଥାନାରେ ରଖି ପଚରାଉଚରା କରାଯାଉଛି । ଅନ୍ୟ ତିନି ନକଲି ଶିକ୍ଷକ ଫେରାର ଥିବା ସୂଚନା ମିଳିଛି  ।

ରେପୋ ରେଟ ଅପରିବର୍ତ୍ତିତ, ଆହୁରି ବଢ଼ିବ ଖାଦ୍ୟ ସାମଗ୍ରୀର ଦର

ନୂଆଦିଲ୍ଲୀ: ଆହୁରି ବଢିବ ଆବଶ୍ୟକୀୟ ଖାଦ୍ୟ ଓ ବ୍ୟବହାରିକ ସାମଗ୍ରୀର ମୂଲ୍ୟ । ବିଶେଷକରି ପରିବା ଦରରେ ମଧ୍ୟ ବୃଦ୍ଧି ଘଟିବ । ଦେଶର ମୁଦ୍ରାସ୍ଫିତି ଚଳିତ ଆର୍ଥିକ ବର୍ଷରେ ଆହୁରି ମହଙ୍ଗା ହେବାକୁ ଯାଉଛି । ପୂର୍ବରୁ ଧାର୍ଯ୍ୟ ୫.୧ ବଦଳରେ ଚଳିତ ଆର୍ଥିକ ବର୍ଷରେ ଇନଫ୍ଲେସନ୍ ୫.୪ ପ୍ରତିଶତକୁ ବୃଦ୍ଧି ପାଇବ । ମେ’ ମାସରେ ମୁଦ୍ରାସ୍ଫିତୀ ହାର ୪.୩ ପ୍ରତିଶତ ଥିବା ବେଳେ ଜୁନରେ ଏହା ୪.୮ ରହିଥିଲା । ଅଗଷ୍ଟ ଏବଂ ସେପ୍ଟେମ୍ବରରେ ଏହା ଆହୁରି ବଢ଼ିବା ନେଇ ପୂର୍ବାନୁମାନ କରିଛି ରିଜର୍ଭ ବ୍ୟାଙ୍କ ।

ତିନିଦିନିଆ ମନିଟାରୀ ପଲିସି ବୈଠକ ପରେ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ ଏଭଳି ସୂଚନା ଦେଇଛନ୍ତି । ମୁଦ୍ରାସ୍ଫିତିର ବର୍ଦ୍ଧିତ ଆକଳନ କାରଣରୁ ଏଥର ରେପୋ ରେଟକୁ ଅପରିବର୍ତ୍ତିତ ରଖାଯାଇଛି । ପୂର୍ବଭଳି ଏହା ୬.୫ ପ୍ରତିଶତରେ ରହିବ । କ୍ରମାଗତ ତୃତୀୟଥର ପାଇଁ ଅପରିବର୍ତ୍ତିର ରହିଛି ରେପୋ ରେଟ୍ । ବ୍ୟାଙ୍କ ଏବଂ ଉପଭୋକ୍ତାଙ୍କ ଉପରେ ଅତିରିକ୍ତ ବୋଝ ନଦେବା ପାଇଁ RBI ଏଭଳି ନିଷ୍ପତ୍ତି ନେଇଥିବା ଗଭର୍ଣ୍ଣର କହିଛନ୍ତି ।

୨୦୨୩-୨୪ ଆର୍ଥିକ ବର୍ଷରେ ଅଭିବୃଦ୍ଧି ହାର ୬.୫ ପ୍ରତିଶତ ରହିବା ନେଇ ଆକଳନ କରିଛି RBI । ତେବେ ମୂଲ୍ୟରେ ପରିବର୍ତ୍ତନ ଏବଂ ଜରୁରୀକାଳୀନ ବିପଦର ଅବଶ୍ୟକତା ସଂପର୍କରେ ସତର୍କତା ଜରୁରୀ ବୋଲି RBI କହିଛି ।

ଛୁଆକୁ ମାରିବାକୁ ରାଜି ନହେବାରୁ ସ୍ବାମୀର ଆତ୍ମହତ୍ୟା ଅଭିଯୋଗ

ଶରଣକୁଳ: ଛୁଆକୁ ମାରିବାକୁ ସ୍ତ୍ରୀ ରାଜି ନହେବାରୁ ସ୍ବାମୀର ଆତ୍ମହତ୍ୟା ଅଭିଯୋଗ। ନୟାଗଡ଼ ଜିଲ୍ଲା ଶରଣକୁଳ ଥାନା ତୋଡିବାରୀ ଗାଁରେ ଘଟିଛି ଏଭଳି ଚାଞ୍ଚଲ୍ୟକରଣ ଘଟଣା। ୨୧ଦିନର ଶିଶୁକନ୍ୟାକୁ ମାରିବାକୁ ସ୍ତ୍ରୀ ରାଜି ନହେବାରୁ ସ୍ବାମୀ ଆତ୍ମହତ୍ୟା କରିଥିବାନେଇ ଥାନାରେ ଅଭିଯୋଗ କରିଛନ୍ତି ସ୍ତ୍ରୀ।

ସ୍ତ୍ରୀ ସୁମିତ୍ରା ନାଏକଙ୍କ ଅଭିଯୋଗ ଅନୁସାରେ ସମ୍ବିଦ ସାହୁଙ୍କୁ ସେ ପ୍ରେମ ବିବାହ କରିଥିଲେ। ଅଲଗା ଜାତିର ହୋଇଥିବାରୁ ସମ୍ବିତଙ୍କ ପରିବାର ତାଙ୍କୁ ଗ୍ରହଣ କରିନଥିଲେ । ପରେ ଉଭୟଙ୍କର ବିବାହ ବିଚ୍ଛେଦ ହୋଇଥିଲା । ଗଣିଆରେ ବାପାମାଆଙ୍କ ସହ ସେ ରହୁଥିବା ସମୟରେ ପୁଣି ତାଙ୍କ ସହିତ ସମ୍ପର୍କ ରଖିଥିଲେ ସମ୍ବିତ। ପରେ ତାଙ୍କର ଏକ ଶିଶୁକନ୍ୟା ଜନ୍ମ ହୋଇଥିଲା।

ଛୁଆଟିକୁ ୨୧ଦିନ ହୋଇଥିବାବେଳେ ତାକୁ ହତ୍ୟା କରିବାକୁ ଜିଦ୍ ଧରିଥିଲା ସ୍ବାମୀ। ଏନେଇ ସୁମିତ୍ରା ରାଜି ନହେବାରୁ ସମ୍ବିତ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି। ମାମଲା ରୁଜୁ କରି ପୋଲିସ ତଦନ୍ତ ଆରମ୍ଭ କରିଛି। ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ମୃତ୍ୟୁର କାରଣ ସ୍ପଷ୍ଟ ହେବ ବୋଲି ପୋଲିସ କହିଛି।

ଭୁବନେଶ୍ବର ନନ୍ଦନବିହାରରେ ଭୟାବହ ଅଗ୍ନିକାଣ୍ଡ, ୩ ମହଲା କୋଠାରେ ଲାଗିଲା ନିଆଁ

ଭୁବନେଶ୍ବର: ଭୁବନେଶ୍ବର ଚନ୍ଦ୍ରଶେଖରପୁର ନନ୍ଦନବିହାରରେ ଭୟାବହ ଅଗ୍ନିକାଣ୍ଡ। ଭୋରରୁ ୩ ମହଲା କୋଠାରେ ଲାଗିଲା ନିଆଁ। ଏମ୍ବାସୀ ବାର ମାଲିକଙ୍କ ଘରେ ସର୍ଟସର୍କିଟରୁ ଅଗ୍ନିକାଣ୍ଡ ହୋଇଛି। ହଠାତ ନିଆଁ ଦେଖି ଘର ମାଲିକଙ୍କ ସ୍ତ୍ରୀ ଓ ପିଲା ବାଥରୁମରେ ପଶିଯାଇଥିଲେ। ସାଓ୍ବାର ଖୋଲି ଦୀର୍ଘ ସମୟ ପର୍ଯ୍ୟନ୍ତ ବାଥରୁମ ଭିତରେ ରହିଥିଲେ।

ଘର ମାଲିକ କୁନାଲ ଗୋସ୍ବାମୀ ଭୟରେ ତିନି ମହଲା ଉପରୁ ଡେଇଁ ପଡ଼ିଥିଲେ। ତାଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଛି। ଗୁରୁତର ଅବସ୍ଥାରେ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ବାଥରୁମରେ ପଶିଥିବା ସ୍ତ୍ରୀ ଓ ପିଲାଙ୍କୁ ଲାଡର ସାହାର୍ଯ୍ୟରେ ଉଦ୍ଧାର କରି ଅଗ୍ନିଶମ ବାହିନୀ। କେୟାର ଟେକରକୁ ଉଦ୍ଧାର କରିବା ସମୟରେ କିଛି ଅଗ୍ନିଶମ କର୍ମଚାରୀ ବି ଆହତ ହୋଇଥିବା ସୂଚନା ମିଳିଛି ।

ଅମାନିଆ ସାପ ଧରାଳିଙ୍କ ଉପରେ ଲାଗିବ ରୋକ୍, ଆସିଲା ଗାଇଡ଼ଲାଇନ୍

ଭୁବନେଶ୍ୱର: ଅମାନିଆ ସାପ ଧରାଳିଙ୍କ ଉପରେ ଲାଗିବ ରୋକ୍। ଏଣିକି ଯେ କେହି ଚାହିଁଲେ ସାପ ଧରିପାରିବେ ନାହିଁ। କେବଳ ବନ ବିଭାଗ ଓ ଓସଡମା ତରଫରୁ ସ୍ବୀକୃତିପ୍ରାପ୍ତ ସାପ ଧରାଳି ହିଁ ସାପ ଧରିପାରିବେ। ଏଥିପାଇଁ ବନ ବିଭାଗ ସ୍ବତନ୍ତ୍ର ଭାବେ ସାପ ଧରାଳି ଚୟନ କରିବ। ଏନେଇ ମିଳିତ ଗାଇଡଲାଇନ ଜାରି କରିଛନ୍ତି ବନ ବିଭାଗ ଓ ଓସଡମା। ଗାଇଡଲାଇନ ଅନୁସାରେ ସାପଧରାଳିଙ୍କୁ ସରକାରଙ୍କ ତରଫରୁ କୌଣସି ପାରିଶ୍ରମିକ ଦିଆଯିବ ନାହିଁ।

କେବଳ ସ୍ବେଚ୍ଛାକୃତ ଭାବେ ସେମାନେ ଏହି କାର୍ଯ୍ୟ କରିବେ। ମାତ୍ର ସେମାନଙ୍କୁ ଗ୍ରୁପ୍ ଇନସ୍ୟୁରାନ୍ସ ପ୍ରଦାନ କରାଯିବ। ଯେଉଁମାନେ ସାପ ଧରିବାକୁ ଇଚ୍ଛା ପ୍ରକାଶ କରିବେ ସେମାନେ ବନ ବିଭାଗ ନିକଟରେ ଆବେଦନ କରିବେ। ନିଶାଦ୍ରବ୍ୟ ସେବନ କରୁନଥିବା ଏବଂ ସ୍ବାସ୍ଥ୍ୟଗତ ସମସ୍ୟା ନଥିବା ୬୫ ବର୍ଷରୁ କମ ବୟସର ଲୋକଙ୍କୁ ଏଥିପାଇଁ ଚୟନ କରାଯିବ।

ସେମାନଙ୍କୁ ଦୁଇଦିନିଆ ତାଲିମ ଦିଆଯାଇ ସାପ ଧରିବାକୁ ସ୍ବୀକୃତି ପ୍ରଦାନ କରାଯିବ। ସ୍ବୀକୃତି ଅବଧି ୫ବର୍ଷ ରହିଥିବାବେଳେ ବିଶୃଙ୍ଖଳିତ ଆଚରଣ କଲେ ଅନୁମତି ପତ୍ର ପ୍ରତ୍ୟାହାର କରାଯିବ।

ନଦୀରେ ବୁଡ଼ି ଯୁବତୀ ନିଖୋଜ, ଗାଧୋଇବାକୁ ଯାଇଥିବା ବେଳେ ଘଟିଲା ଅଘଟଣ

ବାଲିଚନ୍ଦ୍ରପୁର: ନଦୀରେ ବୁଡ଼ି ଯୁବତୀ ନିଖୋଜ। ଯାଜପୁର ଜିଲ୍ଲା ବାଲିଚନ୍ଦ୍ରପୁର ଥାନା ନିଆଳି ଗାଁରେ ଘଟିଛି ଅଘଟଣ। ନିଖୋଜ ଯୁବତୀ ହେଲେ ସସ୍ମିତା ପରିଡା। ଘର ପାଖ କେଲୁଅ ନଦୀକୁ ଗାଧୋଇବାକୁ ଯାଇଥିବା ବେଳେ ଗୋଡ଼ ଖସି ନଦୀରେ ଭାସିଯାଇଥିବା ସୂଚନା।

ସ୍ଥାନୀୟ ଲୋକ ନଦୀରେ ଖୋଜାଖୋଜି କରିବା ପରେ ମଧ୍ୟ ତାଙ୍କର ପତ୍ତା ମିଳିନି। ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି।