ନକଲି ହିନ୍ଦୀ ଶିକ୍ଷୟିତ୍ରୀ ଥାନାରେ ଅଟକ, ଆଉ ୩ ନକଲି ଶିକ୍ଷକ ଫେରାର୍

1 min read

ବଲାଙ୍ଗୀର: ବଲାଙ୍ଗୀରରେ ନକଲି ହିନ୍ଦୀ ଶିକ୍ଷୟିତ୍ରୀ ଥାନାରେ ଅଟକ I ବଲାଙ୍ଗୀର ପୁଇଁତଲା ଥାନା ଅନ୍ତର୍ଗତ ରଣ୍ଡା ହାଇସ୍କୁଲର ହିନ୍ଦୀ ଶିକ୍ଷୟିତ୍ରୀ ମୃଣ୍ମୟୀ ପଣ୍ଡାଙ୍କୁ ଅଟକ ଅଛନ୍ତି ପୋଲିସ I ମୃଣ୍ମୟୀଙ୍କ ସହ ୪ଜଣ ଶିକ୍ଷକ ନକଲି ସାର୍ଟିଫିକେଟରେ ଚାକିରି କରିଥିବାନେଇ ଟାଉନଥାନାରେ ଅଭିଯୋଗ କରିଥିଲେ ଜିଲ୍ଲା ଶିକ୍ଷାଧିକାରୀ  । ଅଭିଯୋଗ ଆଧାରରେ ମୃଣ୍ମୟୀଙ୍କୁ ଥାନାରେ ଅଟକ ରଖାଯାଇଛି  I

୨୦୧୩ ମସିହାରୁ ଗତ ୧୦ ବର୍ଷ ଧରି ନକଲି ବିଇଡି ସାର୍ଟିଫିକେଟରେ ମୃଣ୍ମୟୀ ଚାକିରି କରିଥିବା ଅଭିଯୋଗ ହୋଇଛି  I ମୃଣ୍ମୟୀ ପ୍ରଦାନ କରିଥିବା ସାର୍ଟିଫିକେଟ ଅନୁସାରେ ଗୋଟିଏ ବର୍ଷରେ ସେ ଯୁକ୍ତ ଦୁଇ ଓ ହିନ୍ଦୀ ଟିଚର୍ସ ଟ୍ରେନିଂ ପାସ କରିଥିଲେ  । ଜିଲ୍ଲା ଶିକ୍ଷା ବିଭାଗ ମାମଲାର ତଦନ୍ତ କରି ସତ ଜାଣିବାକୁ ପାଇଛି  । ସାର୍ଟିଫିକେଟ ଇସ୍ୟୁ ହୋଇଥିବା ୟୁନିଭସିଟିକୁ ତଥ୍ୟ ମାଗି ପ୍ରମାଣ ହାତେଇଛି ଶିକ୍ଷା ବିଭାଗ । ଗତକାଲିଠୁ ତାଙ୍କୁ ଥାନାରେ ରଖି ପଚରାଉଚରା କରାଯାଉଛି । ଅନ୍ୟ ତିନି ନକଲି ଶିକ୍ଷକ ଫେରାର ଥିବା ସୂଚନା ମିଳିଛି  ।