ରେପୋ ରେଟ ଅପରିବର୍ତ୍ତିତ, ଆହୁରି ବଢ଼ିବ ଖାଦ୍ୟ ସାମଗ୍ରୀର ଦର

1 min read

ନୂଆଦିଲ୍ଲୀ: ଆହୁରି ବଢିବ ଆବଶ୍ୟକୀୟ ଖାଦ୍ୟ ଓ ବ୍ୟବହାରିକ ସାମଗ୍ରୀର ମୂଲ୍ୟ । ବିଶେଷକରି ପରିବା ଦରରେ ମଧ୍ୟ ବୃଦ୍ଧି ଘଟିବ । ଦେଶର ମୁଦ୍ରାସ୍ଫିତି ଚଳିତ ଆର୍ଥିକ ବର୍ଷରେ ଆହୁରି ମହଙ୍ଗା ହେବାକୁ ଯାଉଛି । ପୂର୍ବରୁ ଧାର୍ଯ୍ୟ ୫.୧ ବଦଳରେ ଚଳିତ ଆର୍ଥିକ ବର୍ଷରେ ଇନଫ୍ଲେସନ୍ ୫.୪ ପ୍ରତିଶତକୁ ବୃଦ୍ଧି ପାଇବ । ମେ’ ମାସରେ ମୁଦ୍ରାସ୍ଫିତୀ ହାର ୪.୩ ପ୍ରତିଶତ ଥିବା ବେଳେ ଜୁନରେ ଏହା ୪.୮ ରହିଥିଲା । ଅଗଷ୍ଟ ଏବଂ ସେପ୍ଟେମ୍ବରରେ ଏହା ଆହୁରି ବଢ଼ିବା ନେଇ ପୂର୍ବାନୁମାନ କରିଛି ରିଜର୍ଭ ବ୍ୟାଙ୍କ ।

ତିନିଦିନିଆ ମନିଟାରୀ ପଲିସି ବୈଠକ ପରେ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ ଏଭଳି ସୂଚନା ଦେଇଛନ୍ତି । ମୁଦ୍ରାସ୍ଫିତିର ବର୍ଦ୍ଧିତ ଆକଳନ କାରଣରୁ ଏଥର ରେପୋ ରେଟକୁ ଅପରିବର୍ତ୍ତିତ ରଖାଯାଇଛି । ପୂର୍ବଭଳି ଏହା ୬.୫ ପ୍ରତିଶତରେ ରହିବ । କ୍ରମାଗତ ତୃତୀୟଥର ପାଇଁ ଅପରିବର୍ତ୍ତିର ରହିଛି ରେପୋ ରେଟ୍ । ବ୍ୟାଙ୍କ ଏବଂ ଉପଭୋକ୍ତାଙ୍କ ଉପରେ ଅତିରିକ୍ତ ବୋଝ ନଦେବା ପାଇଁ RBI ଏଭଳି ନିଷ୍ପତ୍ତି ନେଇଥିବା ଗଭର୍ଣ୍ଣର କହିଛନ୍ତି ।

୨୦୨୩-୨୪ ଆର୍ଥିକ ବର୍ଷରେ ଅଭିବୃଦ୍ଧି ହାର ୬.୫ ପ୍ରତିଶତ ରହିବା ନେଇ ଆକଳନ କରିଛି RBI । ତେବେ ମୂଲ୍ୟରେ ପରିବର୍ତ୍ତନ ଏବଂ ଜରୁରୀକାଳୀନ ବିପଦର ଅବଶ୍ୟକତା ସଂପର୍କରେ ସତର୍କତା ଜରୁରୀ ବୋଲି RBI କହିଛି ।