ଆଜି ବି ସଂସଦରେ ମଣିପୁର ମୁଦ୍ଦାକୁ ନେଇ ଘମାସାନ

ନୂଆଦିଲ୍ଲୀ: ସଂସଦରେ ମଣିପୁର ମୁଦ୍ଦାକୁ ନେଇ ଘମାସାନ । ଆଜି ବି ସରକାରଙ୍କୁ ଘେରିବାକୁ ବିରୋଧୀ ରଣନୀତି ପ୍ରସ୍ତୁତ କରିଥିବା ବେଳେ ତୃତୀୟ ଦିନ ଆରମ୍ଭରୁ ଗୃହରେ ଅଭିଭାଷଣ ରଖିଛନ୍ତି ଅର୍ଥମନ୍ତ୍ରି ନିର୍ମଳା ସୀତାରମଣ । ଦେଶର ଅର୍ଥବ୍ୟବସ୍ଥା ଓ ସରକାରଙ୍କ ଉପଲବ୍ଧି ସମ୍ପର୍କରେ ଅର୍ଥମନ୍ତ୍ରୀ ଉଲ୍ଲେଖ କରିଛନ୍ତି । ଭାଷଣରେ କଂଗ୍ରେସ ନେତୃତ୍ବାଧୀନ ୟୁପିଏକୁ ଟାର୍ଗେଟ କରିଛନ୍ତି ନିର୍ମଳା ।

ୟୁପିଏ ସରକାର ଅମଳରେ ଦେଶରେ ଅନେକ ଭ୍ରଷ୍ଟାଚାର ହୋଇଥିବା ବେଳେ ୨୦୧୪ରେ ୟୁପିଏ ସରକାର ବିରୋଧରେ ଜନତା ଅନାସ୍ଥା ପ୍ରସ୍ତାବ ଆଗତ କରିଥିଲେ ବୋଲି ଅର୍ଥମନ୍ତ୍ରୀ କହିଛନ୍ତି । ଆଜି ଅନାସ୍ଥା ପ୍ରସ୍ତାବ ଫାଇନାଲ ରାଉଣ୍ଡରେ ଗୃହରେ ବିବୃତି ରଖିବେ ପ୍ରଧାନମନ୍ତ୍ରୀ । ଅପରାହ୍ନ ୪ଟାରେ ପ୍ରଧାନମନ୍ତ୍ରୀ ଅନାସ୍ଥା ପ୍ରସ୍ତାବ ଉପରେ ଉତ୍ତର ରଖିବେ ।

ପ୍ରଧାନମନ୍ତ୍ରୀଙ୍କ ଭାଷଣ ପୂର୍ବରୁ ବିରୋଧୀଙ୍କ ପକ୍ଷରୁ ଭାଷଣ ଦେବେ ବିରୋଧୀ ଦଳ ନେତା ଅଧୀର ରଞ୍ଜନ ଚୌଧୁରୀ । ଟିଏମସି ସାଂସଦ ମହୁଆ ମଇତ୍ରୋ ମଧ୍ୟ ଆଜି ବିରୋଧୀଙ୍କ ପକ୍ଷରୁ ଗୃହରେ ଭାଷଣ ରଖିବେ ବୋଲି ଜଣାପଡ଼ିଛି । ଗତକାଲି ଆଟାକିଂ ମୋଡରେ ଗୃହରେ ଭାଷଣ ରଖିଥିଲେ ଓ୍ବାଇନାଡ ସାଂସଦ ରାହୁଲ ଗାନ୍ଧୀ ।