ରାଘବଙ୍କ ସଦସ୍ୟତା ରଦ୍ଦ କରିବାକୁ ବିଜେପି ଚାହୁଁଛି ବୋଲି ଅଭିଯୋଗ କଲା ଆପ୍

ନୂଆଦିଲ୍ଲୀ: ରାଘବ ଚଡ୍ଡାଙ୍କ ବିରୋଧରେ ବିଜେପିର ଷଡଯନ୍ତ୍ର । ଓ୍ବାଇନାଡ ସାଂସଦ ରାହୁଲ ଗାନ୍ଧୀଙ୍କ ଭଳି ରାଘବଙ୍କ ସଦସ୍ୟତା ରଦ୍ଦ କରିବାକୁ ବିଜେପି ଚାହୁଁଛି ବୋଲି ଆପ୍ ଅଭିଯୋଗ କରିଛି । ରାଘବ ଚଡ୍ଡାଙ୍କ ସଦସ୍ୟତା ରଦ୍ଦ କରିବାକୁ ବିଜେପି ମିଛ ଅଭିଯୋଗ କରିଛି ବୋଲି କହିଛି ଆମ ଆଦମୀ ପାର୍ଟି । ବିଜେପିର ଅଭିଯୋଗ ପରେ ମାମଲା ବିଶେଷାଧିକାର ସମିତିକୁ ପଠାଇଦିଆଯାଇଛି ।

ଦିଲ୍ଲୀ ସେବା ବିଲ ସିଲେକ୍ଟ କମିଟିକୁ ପଠାଇବା ପାଇଁ ରାଜ୍ୟସଭାରେ ଆଗତ ହୋଇଥିବା ପ୍ରସ୍ତାବରେ ରାଘବ ମିଛ ଦସ୍ତଖତ କରିଥିବା ଅଭିଯୋଗ କରିଛି ବିଜେପି । ରାଘବ ଚଡ୍ଡାଙ୍କ ବିରୋଧରେ ବିଜେପିର ଲଗାତାର ହମଲା ପରେ ପ୍ରେସମିଟ କରି ଅଭିଯୋଗକୁ ଖଣ୍ଡନ କରିଛନ୍ତି ଆପ୍ ସାସଂଦ ।

ମିଡିଆ ଆଗରେ ଦସ୍ତାବିଜ ରଖିବା ସହ ବିଜେପି ତାଙ୍କ ବିରୋଧରେ ମିଛ ପ୍ରଚାର କରୁଛି ବୋଲି କହିଛନ୍ତି । ରାଜ୍ୟସଭା ସଚିବାଳୟକୁ ବିଜେପି ଦେଇଥିବା ଅଭିଯୋଗପତ୍ରରେ ମିଛ ଦସ୍ତଖତ ସମ୍ପର୍କରେ କିଛି ଉଲ୍ଲେଖ ନାହିଁ ବୋଲି ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ରାଘବ ।