spot_img
Home Blog Page 2790

ଓଡିଶାର ପ୍ରଥମ ମହିଳା ମେୟର ନିବେଦିତା ପ୍ରଧାନଙ୍କ ପରଲୋକ

0

କଟକ: ଓଡିଶାର ପ୍ରଥମ ମହିଳା ମେୟର ନିବେଦିତା ପ୍ରଧାନଙ୍କ ପରଲୋକ । କଟକ ମଙ୍ଗଳାବାଗ ସ୍ଥିତ ଏକ ଘରୋଇ ହସ୍ପିଟାଲରେ ତାଙ୍କର ଦେହାନ୍ତ ହୋଇଛି । ତାଙ୍କୁ 63 ବର୍ଷ ବୟସ ହୋଇଥିଲା । ନିବେଦିତା କଟକ ମହାନଗର ନିଗମରେ 2004 ରୁ 2008 ପର୍ଯ୍ୟନ୍ତ ମେୟର ଥିଲେ ।ଏହା ପୂର୍ବରୁ ସେ 1999 ରୁ 2004 ପର୍ଯ୍ୟନ୍ତ କଟକ ସଦର ବିଧାୟକ ଥିଲେ ।

ଦୀର୍ଘ ଦିନ ହେଲା ସେ ମଧୁମେୟ ଉଚ୍ଚ ରକ୍ତଚାପ ରୋଗରେ ପୀଡିତ ଥିଲେ । ତାଙ୍କର କିଡନୀ ମଧ୍ୟ ଖରାପ ହୋଇ ଯାଇଥିଲା । ମେୟର ସୁବାସ ସିଂ, ଡେପୁଟି ମେୟର ଦମୟନ୍ତୀ ମାଝୀଙ୍କ ସହ ବହୁ ନେତା ଓ ପୂର୍ବତନ ମେୟର, କର୍ପୋରେଟର ମେଡିକାଲରେ ପହଞ୍ଚି ତାଙ୍କର ଶେଷ ଦର୍ଶନ କରିଥିଲେ ।

ପ୍ରାଇଭେଟ ନମ୍ବରରେ କମର୍ସିଆଲ କାମ କରୁଥିଲେ ଓଲା ଉବେର

ଭୁବନେଶ୍ବର: ଓଲା, ଉବେର, ରାପିଡୋରେ ଲାଗିଥିବା ବାଇକ ସିଜକୁ ନେଇ ଉତ୍ତେଜନା । ଭୁବନେଶ୍ବର ଆରଟିଓ-୧ ସାମ୍ନାରେ ଉତ୍ତେଜନା । ଏହି ସଂସ୍ଥା ଗୁଡିର ୧୬ଟି ବାଇକକୁ ଭୁବନେଶ୍ୱର ଆଞ୍ଚଳିକ ପରିବହନ ବିଭାଗ ସିଜ୍ କରିଥିଲା ।

ଏହାସହ ୫ ହଜାର ଟଙ୍କା ଫାଇନ କରିଥିଲା ପରିବହନ ବିଭାଗ । ପ୍ରାଇଭେଟ ନମ୍ବରରେ କମରସିଆଲ କାମ କରାଯାଉଥିବା ଅଭିଯୋଗରେ ୧୬ଟି ବାଇକ ସିଜ କରାଯାଇଥିବା ସୂଚନା ଦେଇଥିଲା ପରିବହନ ବିଭାଗ । ସେପଟେ ଏଭଳି ଅଭିଯୋଗ ଭିତ୍ତିହୀନ କହିଛନ୍ତି ଗାଡି ମାଲିକ । ବଳପୂର୍ବକ କାର୍ଯ୍ୟାନୁଷ୍ଠାନ ନିଆଯାଇଥିବା ଅଭିଯୋଗ କରି ଆରଟିଓ- କାର୍ଯ୍ୟାଳୟ ସାମ୍ନାରେ ବିରୋଧ ପ୍ରଦର୍ଶନ କରିଥିଲେ ଗାଡିମାଲିକ ।

ଆଣ୍ଟି କହିଲେ ଶୁଭଲକ୍ଷ୍ମୀଙ୍କ ସତ, ଦୁଇ ବଏଫ୍ରେଣ୍ଡଙ୍କ ସହ ଘଣ୍ଟା ଘଣ୍ଟା କଥା ହେଉଥିଲେ

ଭୁବନେଶ୍ବର: ଦୀପାଲି ବାରରେ ଶୁଭଲକ୍ଷ୍ମୀ ମୃତ୍ୟୁ ଘଟଣାରେ ପଦାକୁ ଆସିଲା ଭାଇରାଲ ଭିଡିଓର ସତ । ଭିଡିଓ ଭାଇରାଲ ପରେ ଡିପ୍ରେସନକୁ ଆସିଥିଲେ ଶୁଭଲକ୍ଷ୍ମୀ । ଗୋଟିଏ ନୁହେଁ ୩ ଟି ବାରରେ ନାଚୁଥିଲେ । ଶୁଭଲକ୍ଷ୍ମୀଙ୍କ ମୃତ୍ୟୁକୁ ୬ ଦିନ ବିତିଛି । ୧୫ ଜଣଙ୍କ ବୟାନ ରେକର୍ଡ ସରିଛି । CDR ରିପୋର୍ଟରୁ ପୋଲିସ ପାଇଛି ସାଙ୍ଘାତିକ ତଥ୍ୟ ।

ବୟଫ୍ରେଣ୍ଡ ସଞ୍ଜୟ ଓ ଅନୀଲ ସହ ଘଣ୍ଟା ଘଣ୍ଟା କଥା ହେଉଥିଲେ ଶୁଭଲକ୍ଷ୍ମୀ । ମୃତ୍ୟୁ ପୂର୍ବରୁ ଶୁଭଲକ୍ଷ୍ମୀଙ୍କ ଏକ ଅନ୍ତରଙ୍ଗ ମୁହୂର୍ତ୍ତ ଭିଡିଓ ଭାଇରାଲ ହୋଇଥିଲା । ଯାହାକୁ ନେଇ ଡିପ୍ରେସନକୁ ଚାଲିଯାଇଥିଲେ । ସେହିଠାରୁ ହିଁ ସଂଜୟଙ୍କ ସହ ଲଭ ଲାଇଫରେ ଆସିଥିଲା କ୍ଳାଇମାକ୍ସ । ସେପଟେ ମୁହଁ ଖୋଲିଛନ୍ତି ତାଙ୍କ ଅଙ୍କଲ । ଦୀପାଲି, ପାଣ୍ଟାଗନ ଓ କଟକ ରୋଡରେ ଥିବା ଅନ୍ୟ କିଛି ବାରରେ ପୂର୍ବରୁ ନାଚିଥିବା କହିଛନ୍ତି ଅଙ୍କଲ ।

ସେପଟେ SFSL ରୁ ଖୁବଶୀଘ୍ର ଆସିବ ମୋବାଇଲ ଡିଟେଲସ । ମୃତ୍ୟୁ ପୂର୍ବର ୪୮ ଘଣ୍ଟା ମଧ୍ୟରେ ସିଏ କାହାକୁ କରିଥିଲେ ହ୍ବାଟସଆପ୍ ଓ ଭିଡିଓ କଲ ଭିସେରା ରିପୋର୍ଟରୁ ନିଶା ସେବନ କଥା ସ୍ପଷ୍ଟ ହେବ । ସମସ୍ତ ଦିଗକୁ ନେଇ ତଦନ୍ତ ଚାଲିଥିବା ବେଳେ ମୁହଁ ଖୋଲିଛନ୍ତି ଶୁଭଲକ୍ଷ୍ମୀଙ୍କ ଆଣ୍ଟି । ତାଙ୍କରି ଘରେ ରହି ଯୁକ୍ତ ୨ ପଡୁଥିବା ବେଳେ ପ୍ରେମ ପାଇଁ ହାତ କାଟିଦେଇଥିବା କହିଛନ୍ତି ଆଣ୍ଟି।

 

 

ଜଳବାୟୁ ବଜେଟ ନେଇ ସାଂସଦଙ୍କ ପ୍ରଶ୍ନ, କେନ୍ଦ୍ରମନ୍ତ୍ରୀ କହିଲେ NAPCCର କାର୍ଯ୍ୟକାରିତା ରାଜ୍ୟମାନଙ୍କ ଦାୟିତ୍ବ

0

ନୂଆଦିଲ୍ଲୀ: ଓଡ଼ିଶା ସରକାର ନିଜସ୍ବ ଜଳବାୟୁ ବଜେଟ ପ୍ରସ୍ତୁତ କରିଛନ୍ତି । ଏନଏପିସିସି ଅନୁସାରେ ଓଡ଼ିଶା ସମେତ ୩୪ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ ସେମାନଙ୍କର ଜଳବାୟୁ ପରିବର୍ତ୍ତନ ସଂକ୍ରାନ୍ତ ରାଜ୍ୟ ଆକ୍ସନ ପ୍ଲାନ ପ୍ରସ୍ତୁତ କରିଛନ୍ତି ବୋଲି କହିଛନ୍ତି ପରିବେଶ, ଜଙ୍ଗଲ ଓ ଜଳବାୟୁ ପରିବର୍ତ୍ତନ ବିଭାଗ ରାଷ୍ଟ୍ରମନ୍ତ୍ରୀ ଅଶ୍ବିନୀ କୁମାର ଚୌବେ । ସେ କହିଛନ୍ତି- ଜଳବାୟୁ ପରିବର୍ତ୍ତନ ସଂପର୍କରେ ଭାରତର ପଦକ୍ଷେପ ଜଳବାୟୁ ପରିବର୍ତ୍ତନ ସଂକ୍ରାନ୍ତ ଜାତୀୟ ଆକ୍ସନ ପ୍ଲାନ- ଏନଏପିସିସି ଉପରେ ପର୍ଯ୍ୟବେଷିତ ।

ସୌର ଶକ୍ତି, ପରିବର୍ଦ୍ଧିତ ଶକ୍ତି ସାମର୍ଥ୍ୟ, ଜଳ, କୃଷି, ହିମାଳୟ ପରିବେଶ ବ୍ୟବସ୍ଥା, ସହନଶୀଳ ପରିବେଶ, ଗ୍ରୀନ ଇଣ୍ଡିଆ, ମାନବ ସ୍ବାର୍ଥ ଓ କୌଶଳଗତ ଜ୍ଞାନ ଆଦି କ୍ଷେତ୍ର ସଂକ୍ରାନ୍ତ ଜାତୀୟ ମିଶନ ଉପରେ ଏନଏପିସିସି ଆଧାରିତ । ଜଳବାୟୁ ପରିବର୍ତ୍ତନ ମୁକାବିଲାରେ ଓଡ଼ିଶା ସରକାରଙ୍କ ଉତ୍ସର୍ଗୀକୃତ ଜଳବାୟୁ ବଜେଟ ଏବଂ ଜାତୀୟ ସ୍ତରରେ ଏକ ଜଳବାୟୁ ବଜେଟ ପ୍ରସ୍ତାବ ସମ୍ପର୍କିତ ସାଂସଦ ମାନସ ରଞ୍ଜନ ମଙ୍ଗରାଜ ଓ ସୁଲତା ଦେଓଙ୍କ ପ୍ରଶ୍ନର ଉତ୍ତରରେ ମନ୍ତ୍ରୀ କହିଛନ୍ତି- ଏନଏପିସିସି ଅନୁସାରେ ଓଡ଼ିଶା ସମେତ ୩୪ଟି ରାଜ୍ୟ ଓ କେନ୍ଦ୍ରଶାସିତ ଏନଏପିସିସି ପ୍ରସ୍ତୁତ କରିଛନ୍ତି । ଏନଏପିସିସିର କାର୍ଯ୍ୟକାରିତା ଦାୟିତ୍ବ ସମ୍ପୃକ୍ତ ରାଜ୍ୟମାନଙ୍କର ।

ଜଳବାୟୁ ପରିବର୍ତ୍ତନ ସମ୍ପର୍କରେ ଓଡିଶା ନିଜର ଯୋଜନା ଓ ନୀତିରେ ପ୍ରତିଫଳିତ କରିଛି । ରାଜ୍ୟରେ ବୃହତ ଧରଣର ନିବେଶ ହେଉଥିବାରୁ ସାମଗ୍ରିକ ବିକାଶ ସମ୍ପର୍କିତ ସୁବିଧା ହାସଲ ଦିଗରେ ଓଡିଶାର ଜଳବାୟୁ ବଜେଟ ସହାୟକ ହୋଇଛି । ଏହା ଓଡିଶାର ଜଳବାୟୁ ସମ୍ପର୍କିତ ଦାୟିତ୍ବବୋଧ କାର୍ଯ୍ୟକ୍ରମ ଓ ଜଳବାୟୁ ସମ୍ପର୍କିତ ସାଧାରଣ ବ୍ୟୟ ଦିଗରେ ଗୁରୁତ୍ବପୂର୍ଣ୍ଣ ଭୂମିକା ବହନ କରୁଛି ବୋଲି ମନ୍ତ୍ରୀ କହିଛନ୍ତି ।

ସଂଲଗ୍ନ ବିଭାଗ ବା ମନ୍ତ୍ରାଳୟ ଜରିଆରେ ଭାରତର ଜଳବାୟୁ ସଂକ୍ରାନ୍ତ ପଦକ୍ଷେପ ଲାଗି ୨୦୨୦-୨୧ ବଜେଟରେ ବ୍ୟବସ୍ଥା ରହିଥିଲା । ପରେ କେନ୍ଦ୍ର ବଜେଟ ଗୁଡିକରେ ଜଳବାୟୁ କାର୍ଯ୍ୟକ୍ରମ ସମ୍ପର୍କରେ ପାଣ୍ଠିର ବ୍ୟବସ୍ଥା କରାଯାଇଆସିଛି । ୨୦୨୩-୨୪ ବଜେଟରେ ମୁଖ୍ୟ ସାତଟି ଅଗ୍ରାଧିକାର ମଧ୍ୟରୁ ସବୁଜ ଅର୍ଥନୀତିକୁ ପ୍ରାଥମିକତା ଦିଆଯାଇଛି । ବଜେଟରେ ସବୁଜ ଇନ୍ଧନ, ସବୁଜ ଫାର୍ମିଂ, ଗ୍ରୀନ ମୋବିଲିଟି, ଗ୍ରୀନ ବିଲଡିଂ, ଗ୍ରୀନ ଇକ୍ବିପମେଣ୍ଟ ଆଦି କାର୍ଯ୍ୟକ୍ରମକୁ ଫୋକସ କରାଯାଇଛି ବୋଲି ମନ୍ତ୍ରୀ କହିଛନ୍ତି ।

ସଂସଦରେ ବିବୃତ୍ତି ରଖିଲେ ମୋଦି, ବିରୋଧୀଙ୍କୁ ଟାର୍ଗେଟ କରି ମଣିପୁର କଥା ଶେଷରେ କହିଲେ

ନୂଆଦିଲ୍ଲୀ: ଲୋକସଭାରେ ଅନାସ୍ଥା ପ୍ରସ୍ତାବ ଉପରେ ବିବୃତି ରଖିଛନ୍ତି ପ୍ରଧାନମନ୍ତ୍ରୀ । ଏହି ଅନାସ୍ଥା ପ୍ରସ୍ତାବ ସରକାରଙ୍କ ବିରୋଧରେ ନୁହେଁ, ଏହା ବିରୋଧୀଙ୍କ ଫ୍ଲୋର ଟେଷ୍ଟ । ୨୦୧୮ରେ ମଧ୍ୟ ବିରୋଧୀ ଅନାସ୍ଥା ପ୍ରସ୍ତାବ ଆଣିଥିଲେ ସବୁ ଫେଲ ମାରିଲେ । ୨୦୧୯ରେ ଆହୁରି ମଜବୁତ ହୋଇ ଏନଡିଏ ସରକାର ଆସିଲା । ଏବେ ମଧ୍ୟ ସମାନ ସ୍ଥିତି ହେବ । ୨୦୨୪ରେ ବିଜେପି ଆହୁରି ମଜବୁତ ହେବ । ଦେଶରେ ମାହୋଲ ଭଲ ଥିବା ବେଳେ ବିରୋଧୀ ବିଶୃଙ୍ଖଳା ସୃଷ୍ଟି କରିବାକୁ ଚେଷ୍ଟା କରିଛନ୍ତି ।

ଯୁବପୀଢି ଏବେ ପ୍ରଚୁର ମାତ୍ରାରେ ଷ୍ଟାର୍ଟଅପ ଆଡକୁ ଆଗ୍ରହ ପ୍ରକାଶ କରୁଛନ୍ତି । ଦେଶକୁ ବିଦେଶୀ ନିବେଶ ଆସୁଛି । ଗରିବ ମନରେ ସ୍ବପ୍ନ ପୂରଣ ପାଇଁ ସାହସ ଆସିଛି । କିନ୍ତୁ ବିରୋଧୀ ଅନାସ୍ଥା ପ୍ରସ୍ତାବ ଆଣି ଲୋକଙ୍କ ଆତ୍ମବିଶ୍ବାସକୁ ଭାଙ୍ଗିଛନ୍ତି । ଦେଶରେ ୫ ବର୍ଷରେ ସାଢେ ୧୩ କୋଟି ଲୋକ ଗରିବ ରେଖା ଉପରକୁ ଉଠିଛନ୍ତି । ଅତିଗରିବ ଲୋକଙ୍କର ମଧ୍ୟ ଏବେ ସ୍ଥିତିରେ ସୁଧାର ଆସିବାରେ ଲାଗିଛି । ରିଫର୍ମ, ଟାନ୍ସଫର୍ମ, ପରଫର୍ମକୁ ସବୁବେଳେ ଗୁରୁତ୍ବ ଦିଆଯାଇଛି ।

ଆୟୁର୍ବେଦ ଓ ଯୋଗକୁ ଅଧିକ ଗୁରୁତ୍ବ ଦିଆଯାଉଛି । ବିରୋଧୀ ଯେତେ ବିଜେପିକୁ ବିରୋଧ କରିବେ ସେତେ ଆହୁରି ଅଧିକ ଭୋଟରେ ବିଜୟ ଲାଭ କରିବ । ଆସନ୍ତା ନିର୍ବାଚନରେ ବିଜେପି ରେକର୍ଡ ବିଜୟ ହାସଲ କରିବ । ଦେଶର ଆର୍ଥିକ ବ୍ୟବସ୍ଥା ବିଶ୍ବର ତୃତୀୟ ନମ୍ବରରେ ପହଞ୍ଚିବ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି । ବିରୋଧୀଙ୍କୁ ଦେଶର ଆର୍ଥିକ ସ୍ଥିତି ସମ୍ପର୍କରେ ଜଣାନାହିଁ । ଦେଶର ପରାକ୍ରମ ବିଷୟରେ ଜଣାନାହିଁ । ୧୪୦ କୋଟି ଲୋକଙ୍କ ପରିଶ୍ରମ ପାଇଁ ଦେଶ ଆଜି ବିଶ୍ବରେ ପ୍ରଶଂସନୀୟ । କିନ୍ତୁ ବିରୋଧୀଙ୍କର ଭାରତ ଉପରେ ବିଶ୍ବାସ ନାହିଁ ।

ବିବୃତି ଆରମ୍ଭ କରିବା ପରଠୁ କଂଗ୍ରେସକୁ ଟାର୍ଗେଟ କରିଥିଲେ ପ୍ରଧାନମନ୍ତ୍ରୀ । ଦେଶର ଅନେକ ରାଜ୍ୟରେ ଲୋକେ କଂଗ୍ରେସରେ ଆସ୍ଥା ନଥିବା କହି ନିର୍ବାଚନରେ ଜିତାଉନାହାନ୍ତି । କିଛି ଦିନ ତଳେ ୟୁପିଏକୁ ଭାଙ୍ଗି ନୂଆ ମେଣ୍ଟ ଇଣ୍ଡିଆ କରିବାକୁ ନେଇ ମଧ୍ୟ ମୋଦି ତାସଲ୍ୟ କରିଥିଲେ । ଦେଶର ନାଁ ଯୋଡି ମହାମେଣ୍ଟ ଇଣ୍ଡିଆ କଲେ ବିରୋଧୀ ଭାବିଛନ୍ତି ତାଙ୍କୁ ସହାନୁଭୁତି ମିଳିବ । ଏଥିସହ ରାହୁଲ ଗାନ୍ଧୀଙ୍କୁ ମଧ୍ୟ ଚାଷୀଙ୍କୁ ଭେଟିବାକୁ ନେଇ ଟାର୍ଗେଟ କରିଥିଲେ ମୋଦି । ତେବେ ମଣିପୁରରେ ଅଦାଲତ ନିଷ୍ପତ୍ତି ଯୋଗୁଁ ହିଂସା ବଡ଼ ହୋଇଥିଲା । ଗତକାଲି ଗୃହମନ୍ତ୍ରୀ ଅମିତ ଶାହା ଏନେଇ ସମସ୍ତ ଉତ୍ତର ଦେଇଛନ୍ତି । ମଣିପୁରରେ ମହିଳାଙ୍କ ପ୍ରତି ନିର୍ଯାତନା ହୋଇଛି । ଏଥିପାଇଁ ଦୋଷୀଙ୍କୁ ଦଣ୍ଡ ମିଳିବ । ଶାନ୍ତି ପାଇଁ ପ୍ରୟାସ କରାଯାଉଛି । ଖୁବଶୀଘ୍ର ଶାନ୍ତି ଫେରିବ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ।

ତେବେ ଦେଢ ଘଣ୍ଟାରୁ ଅଧିକ ବିବୃତି ରଖିବା ପରେ ବି ମଣିପୁର ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀ କିଛି ନକହିବାରୁ ବିରୋଧୀ ଗୃହ ତ୍ୟାଗ କରିଥିଲେ । ବିରୋଧୀ କକ୍ଷତ୍ୟାଗ କରିବା ପରେ ପ୍ରଧାନମନ୍ତ୍ରୀ ମଣିପୁର ପ୍ରସଙ୍ଗରେ କହିଥିଲେ ।

ବାଚନିକ ଭୋଟରେ କାଟ ଖାଇଲା ଅନାସ୍ଥା ପ୍ରସ୍ତାବ, ,୨୦୨୮ରେ ପ୍ରସ୍ତାବ ଆଣିବାକୁ ପରାମର୍ଶ

ନୂଆଦିଲ୍ଲୀ : ମୋଦି ସରକାର ବିରୋଧରେ ଆସିଥିବା ଅନାସ୍ଥା ପ୍ରସ୍ତାବ ବାଚନିକ ଭୋଟରେ କାଟ୍ ଖାଇଛି । ମଣିପୁର ହିଂସାକୁ ନେଇ ବିରୋଧୀ ଆଣିଥିବା ଅନାସ୍ଥା ପ୍ରସ୍ତାବ ସଂଖ୍ୟା ଅଭାବରୁ କାଟ୍ ଖାଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଭାଷଣ ପରେ ଲୋକସଭାରେ ପ୍ରସ୍ତାବ ଉପରେ ଭୋଟ୍ ହୋଇଥିଲା । ଅନ୍ଯପକ୍ଷରେ ଆସନ୍ତାକାଲି ପାଇଁ ଲୋକସଭାକୁ ମୁଲତବୀ ରଖାଯାଇଛି ।

ଦୁଇ ଘଣ୍ଟାର ଅଭିଭାଷଣ,୨୦୨୮ରେ ଅନାସ୍ଥା ପ୍ରସ୍ତାବ ଆଣିବାକୁ ପରାମର୍ଶ

ତିନି ଦିନ ଧରି ଲୋକସଭାରେ ଚାଲିଥିବା ଅନାସ୍ଥ ପ୍ରସ୍ତାବ ଉପରେ ଆଜି ନିଜ ଅଭିଭାଷଣ ରଖିଥିଲେ ପ୍ରଧାନମନ୍ତ୍ରୀ ମୋଦି । ପ୍ରାୟ ଦୁଇ ଘଣ୍ଟା ଧରି ପ୍ରଧାନମନ୍ତ୍ରୀ ଅଭିଭାଷଣ ଦେଇଥିଲେ । ପ୍ରଧାନମନ୍ତ୍ରୀ ନିଜ ଭାଷଣରେ ବିରୋଧୀ ଦଳଙ୍କ ଉପରେ ଜୋରଦାର ଆକ୍ରମଣ କରିଥିଲେ । ବିରୋଧୀ ପକ୍ଷକୁ ଟାର୍ଗେଟ୍ କରି ସେ କହିଥିଲେ ଯେ,ବିରୋଧି ଦଳ ପ୍ରସଙ୍ଗ ଖୋଜି ପାରୁନାହାନ୍ତି । ସେମାନଙ୍କ ପାଖରେ କିଛି ଇନୋଭେସନ୍ ନାହିଁ ,ସୃଜନାତ୍ମକତାର ଅଭାବ ରହିଛି । ବିରୋଧୀ ପକ୍ଷକୁ ଟାର୍ଗେଟ୍ କରି ସେ କହିଥିଲେ ଯେ, ମୁଁ ବିରୋଧୀ ଦଳଙ୍କୁ କହିବାକୁ ଚାହୁଁଛି ଯେ, ଆଗାମୀ ଥର ଟିକିଏ ପ୍ରସ୍ତୁତି କରି ପ୍ରସ୍ତାବ ଆଣିବେ । ୨୦୨୮ରେ ଅନାସ୍ଥା ପ୍ରସ୍ତାବ ଆଣନ୍ତୁ ।

ଟିକିଏ ବୁଦ୍ଧିମତାର ସହିତ କାମ କରନ୍ତୁ । ରାଜନୀତି ନିଜ ଜାଗାରେ ଅଛି । ସଂସଦ ଦଳଗତ ରାଜନୀତି ପାଇଁ ନୁହେଁ । ଦେଶ ପାଇଁ ଏହାର ବ୍ଯବହାର ହେବା ଆବଶ୍ଯକ । କିନ୍ତୁ ବିରୋଧୀ ଏହାକୁ ବୁଝି ପାରୁନାହାନ୍ତି । ମଣିପୁର ସମସ୍ଯା ପାଇଁ ସେ କଂଗ୍ରେସକୁ ଦାୟୀ କରିଥିଲେ । ସେ କହିଥିଲେ ଯେ, ପୂର୍ବତନ ପ୍ରଧାନମନ୍ତ୍ରୀ ଜୱାହରଲାଲ ନେହେରୁଙ୍କୁ ମଣିପୁର ସମସ୍ଯା ପାଇଁ ଦାୟୀ କରି କହିଥିଲେ ଯେ, ଏନେଇ ଲୋହିଆ ଚେତାବନୀ ଦେଇଥିଲେ ।

ସବୁ କହିଲେ ମଣିପୁର କଥା କହିଲେ ନାହିଁ

ଅନ୍ଯପକ୍ଷରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ ମଝିରେ ବିରୋଧୀ ପକ୍ଷ ସଦନରୁ କକ୍ଷତ୍ଯାଗ କରିଥିଲେ । ପ୍ରସ୍ତାବ କାଟ୍ ଖାଇବା ପରେ ସଂସଦ ବାହାରେ ବିରୋଧୀ ଦଳ ନେତା ନିଜ ପ୍ରତିକ୍ରିୟା ରଖି କହିଥିଲେ ଯେ, ପ୍ରଧାନମନ୍ତ୍ରୀ ସମସ୍ତ ବିଷୟ ବାବଦରେ କହିଲେ କିନ୍ତୁ ମଣିପୁର ବାବଦରେ କିଛି ମଧ୍ଯ କହିଲେ ନାହିଁ । ଏନସିପିର ସୁପ୍ରିୟା ସୁଲେ କହିଥିଲେ ଯେ,ପ୍ରଧାନମନ୍ତ୍ରୀଙ୍କ ଭାଷଣର ସିଂହଭାଗ ବିରୋଧୀ ମେଣ୍ଟକୁ ଟାର୍ଗେଟ କରିବାରେ ଯାଇଛି ।

‘ଧୈର୍ଯ୍ୟ ଧର ଶୁଣିକି ଗୃହତ୍ୟାଗ କର‘, ବିରୋଧୀଙ୍କୁ ସଂସଦରେ ଏମିତି ଶୁଣାଇଲେ ସିନ୍ଧିଆ

0

ନୂଆଦିଲ୍ଲୀ: ଅନାସ୍ଥା ପ୍ରସ୍ତାବ ବିପକ୍ଷରେ ସଂସଦରେ ନିଜ ଅଭିଭାଷଣରେ ଜ୍ୟୋତିରାଦିତ୍ୟ ସିନ୍ଧିଆ କଂଗ୍ରେସକୁ ଟାର୍ଗେଟ କରିଛନ୍ତି  ।  ସେ କହିଛନ୍ତି ବିରୋଧୀଙ୍କୁ ଦେଶର ଚିନ୍ତା ନାହିଁ  । ନା ପିଏମ ପଦର ଚିନ୍ତା ଅଛି ନା ରାଷ୍ଟ୍ରପତି ପଦର ଚିନ୍ତା ଅଛି  । ବିରୋଧୀଙ୍କୁ କେବଳ ନିଜ ରାଜନୈତିକ କ୍ୟାରିଅରର ଫାଇଦା ଚିନ୍ତା  । ‘ମୋତେ ସଂସଦରେ ୨୦ବର୍ଷ ହୋଇଗଲାଣି  । କିନ୍ତୁ ଏଭଳି ଦୃଶ୍ୟ ମୁଁ ଆଜିଯାଏଁ ଦେଖିନି’ ।

ପିଏମ ମୋଦିଙ୍କ ପ୍ରତି ବିରୋଧୀ ଯେଉଁଭଳି ଅପଶବ୍ଦ ବ୍ୟବହାର କରୁଛି ସେଥିପାଇଁ ଦେଶକୁ ସେମାନେ କ୍ଷମା ମାଗନ୍ତୁ  । ସେପଟେ ସିନ୍ଧିଆଙ୍କ ବିବୃତ୍ତି ସମୟରେ ବିରୋଧୀ ସାଂସଦ ମାନେ ଗୃହତ୍ୟାଗ କରିଥିଲେ  । ଏହି ସମୟରେ ସିନ୍ଧିଆ ପୁଣିଥରେ ବିରୋଧୀଙ୍କୁ କହିଥିଲେ ଯେ ଧୈର୍ଯ୍ୟ ଧର, ଶୁଣିକି ଯାଅ, ଉତ୍ତେଜିତ ହୁଅ ନାହିଁ  । ସିନ୍ଧିଆ ଇଣ୍ଡିଆକୁ ଟାର୍ଗେଟ କରି କହିଛନ୍ତି ଏମାନେ ଅହଂକାରୀ ଗୋଷ୍ଠୀ  । ସେହିପରି ଟୁଜି ସ୍କାମ ବେଳେ ଆପ୍‌ କଂଗ୍ରେସ ବିରୋଧରେ ପିଆଇଏଲ ଦାଏର କରିଥିଲା  । କିନ୍ତୁ ଆଜି କଂଗ୍ରେସର ହାତ ଧରିଛି ଆପ୍‌ ବୋଲି କଟାକ୍ଷ କରିଛନ୍ତି ସିନ୍ଧିଆ ।

୨୦୧୧ରେ ଯେତେବେଳେ ୧୦୦ ଦିନରୁ ଅଧିକ ନାକାବନ୍ଦୀ ଚାଲିଥିଲା ସେହି ସମୟରେ ସେତେବେଳର ପ୍ରଧାନମନ୍ତ୍ରୀ ମନମୋହନ ସିଂ କାହିଁକି ଚୁପ୍‌ ଥିଲେ ? ଏହା କେମିତିକା ରାଜନୀତି ? ସେହିପରି ୧୯୯୩ରେ ମଣିପୁର ସାଂସଦ ବୟାନ ଦେଇଥିଲେ ଯେ ରାଜ୍ୟ ସରକାର ଚିନ୍ତିତ ଅଛନ୍ତି  । ରାଜ୍ୟ ସରକାରଙ୍କ ପାଖରେ ପାଣ୍ଠି ନାହିଁ  । ରାଜ୍ୟ ସରକାରଙ୍କ ପାଖରେ ସୁରକ୍ଷାବଳ ପାଇଁ ହତିଆର କିଣିବାକୁ ପାଇସା ନାହିଁଁ  । ମଣିପୁର ଭାରତର ଏକ ଅଂଶ । ସଂସଦରେ ବିବୃତ୍ତି ରଖିବା ପୂର୍ବରୁ ବୋଧହୁଏ କଂଗ୍ରେସକୁ ସେ ସମୟର ଭାଷଣ ଶୁଣିବା ଉଚିତ ବୋଲି କହିଛନ୍ତି ସିନ୍ଧିଆ  ।

 

 

 

ମୋଦି ସରକାରଙ୍କୁ ମହୁଆଙ୍କ ପ୍ରଶ୍ନ, ପରିବା ହିନ୍ଦୁ ଛେଳି ମୁସଲିମ କେମିତି ହେଲା ?

0

ନୂଆଦିଲ୍ଲୀ: ଅନାସ୍ଥା ପ୍ରସ୍ତାବର ସମର୍ଥମନରେ ଟିଏମସି ସାଂସଦ ମହୁଆ ମୈତ୍ର ଆଜି ସଂସଦରେ ମୋଦି ସରକାରଙ୍କୁ ଟାର୍ଗେଟ କରିଛନ୍ତି  । ସଂସଦରେ ସେ କହିଛନ୍ତି ପନିପରିବା ହିନ୍ଦୁ ଆଉ ଛେଳି ମୁସଲମାନ  କେମିତି ହେଲା ? ମୋଦି ସରକାରଙ୍କୁ କଟାକ୍ଷ କରି ସେ କହିଛନ୍ତି ଆମେ ଏଭଳି ଗଣତନ୍ତ୍ରରେ ବଞ୍ଚୁଛୁ ଯେଉଁଠି ପ୍ରଧାନମନ୍ତ୍ରୀ ରାଜ୍ୟପାଳଙ୍କୁ କହୁଛନ୍ତି ଚୁପ୍‌ ରୁହ  । ପିଏମ ମୋଦି ଆମ କଥା ଶୁଣିବେନି ଆଉ ଶେଷ ଦିନରେ ଆସି ଭାଷଣ ଦେବେ  । ଏହାଠାରୁ ଆଉ ଦୁର୍ଭାଗ୍ୟପୂର୍ଣ୍ଣ କଣ ହୋଇପାରେ ଯେ ଆମ ପ୍ରଧାନମନ୍ତ୍ରୀ ସଂସଦକୁ ଆସିବାକୁ ମନା କରି ଦେଇଛନ୍ତି ନା ମଣିପୁର ଯିବାକୁ ମନା କରିଦେଇଛନ୍ତି  ।

ଟିଏମସି ସାଂସଦ ଆହୁରି କହିଛନ୍ତି ଯେ ‘‘ମଣିପୁର ହି କାହିଁକି ରାଜସ୍ଥାନ, ଛତିଶଗଡ କାହିଁକି ନୁହେଁ ? ମୁଁ କହିବାକୁ ଚାହୁଁଛି ଯେ ମଣିପୁର ମାମଲା ଅଲଗା ଅଟେ  । ଏହା ଏକ ସମୁଦାୟ ବିରୋଧରେ ଘୃଣ୍ୟ ଅପରାଧ  । ଏକ କମ୍ୟୁନିଟି ବିରୋଧରେ ପୋଲିସ ଓ ମୁଖ୍ୟମନ୍ତ୍ରୀ ରହିଛନ୍ତି  । ଏଭଳି ସିଭିଲ ୱାର ଭାରତରେ କୌଣସି ସ୍ଥାନରେ ଦେଖିବାକୁ ମିଳିନାହିଁ  । ତିନି ମାସରେ ୬୫୦୦ ମାମଲା ରୁଜୁ ସରିଲାଣି  । ୬୦ ହଜାରରୁ ଊର୍ଦ୍ଧ୍ବ ଲୋକ ବିସ୍ଥାପିତ ହୋଇ ସାରିଲେଣି  । ଅନ୍ୟ କେଉଁ ରାଜ୍ୟରେ ଏଭଳି ହୋଇନାହିଁ  । ୩୦୦ରୁ ଅଧିକ ଧାର୍ମିକ ସ୍ଥଳ ଭଙ୍ଗା ସରିଲାଣି ’’ ।

‘‘ଯେଉଁ ପାପୀର ଗୁଣ ନୁହେଁ ଗୋତ୍ର ସହ ଅଧିକ ସମ୍ପର୍କ ନିବିଡ ସେ ଆଜି ଆମକୁ ହତ୍ୟା କରୁଛି  । ଘୃଣାର ଲଢେଇ ମଧ୍ୟରେ ଦେଖନ୍ତୁ କଣ ହୋଇଯାଇଛି ? ପନିପରିବା ହିନ୍ଦୁ ଆଉ ଛେଳି ମୁସଲିମ ହୋଇସାରିଛି’’  ।

୧୭ ରୁ ୨୫ ଅଗଷ୍ଟ ମଧ୍ୟରେ ଏହି ଲାଇନରେ ଚାଲିବ ଆଧୁନିକୀକରଣ କାର୍ଯ୍ୟ, ଜାଣନ୍ତୁ କେଉଁ ଟ୍ରେନ ହେବ ବାତିଲ

ସମ୍ବଲପୁର: ସମ୍ବଲପୁର ସିଟି ଏବଂ ସମ୍ବଲପୁର ଷ୍ଟେସନ ମଧ୍ୟରେ ଦୋହରୀକରଣ କାର୍ଯ୍ୟକ୍ଷମ ପାଇଁ ନିରାପତ୍ତା ସମ୍ବନ୍ଧୀୟ ଆଧୁନିକୀକରଣ କାର୍ଯ୍ୟ ହାତକୁ ନିଆଯାଇଅଛି  । ଯେଉଁଥିପାଇଁ ସମ୍ବଲପୁର-ଭୁବନେଶ୍ୱର ରେଳ ରେଳ ମାର୍ଗରେ ଟ୍ରେନ୍ ସେବା ପ୍ରଭାବିତ ହେବ  । ଏହି ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ପାଇଁ କିଛି ଟ୍ରେନ ସେବାକୁ ସାମୟିକ ଭାବେ ବାତିଲ କରାଯାଇଥିବାବେଳେ କେତେକର ମାର୍ଗ ପରିବର୍ତ୍ତନ କରାଯାଇଅଛି  । ସେହିପରି କେତେକକୁ ଆଂଶିକ ପରିବର୍ତ୍ତନ କରାଯାଇଅଛି  ।

ବାତିଲ୍ ହେବାକୁ ଥିବା ଟ୍ରେନ :

• 18301/18302 ସମ୍ବଲପୁର-ରାୟଗଡା-ସମ୍ବଲପୁର ଏକ୍ସପ୍ରେସ ୧୯ ରୁ ୨୩ ଅଗଷ୍ଟ 2023 ପର୍ଯ୍ୟନ୍ତ ଉଭୟ ଦିଗରୁ ବାତିଲ ରହିବ |

• 18303/18304 ସମ୍ବଲପୁର-ପୁରୀ-ସମ୍ବଲପୁର ଇଣ୍ଟର ସିଟି ଏକ୍ସପ୍ରେସ ୧୯ ରୁ ୨୩ ଅଗଷ୍ଟ 2023 ପର୍ଯ୍ୟନ୍ତ ଉଭୟ ଦିଗରୁ |

• 18128/18126 ରାଉରକେଲା-ପୁରୀ-ରାଉରକେଲା ଏକ୍ସପ୍ରେସ ୧୯ ରୁ ୨୩ ଅଗଷ୍ଟ 2023 ପର୍ଯ୍ୟନ୍ତ ଉଭୟ ଦିଗରୁ |

• 20809 ସମ୍ବଲପୁର-ନନ୍ଦେଡ୍ ଏକ୍ସପ୍ରେସ ସମ୍ବଲପୁରରୁ ୨୦ ଏବଂ ୨୧ ଅଗଷ୍ଟ 2023 ଦିନ |

• 20810 ନନ୍ଦେଡ-ସମ୍ବଲପୁର ଏକ୍ସପ୍ରେସ ନନ୍ଦେଡରୁ ୨୧ ଏବଂ ୨୨ ଅଗଷ୍ଟ 2023 ଦିନ |

• 18309 ସମ୍ବଲପୁର-ଜାମ୍ମୁ ତାୱି ଏକ୍ସପ୍ରେସ ସମ୍ବଲପୁରରୁ ୧୯, ୨୧ ଏବଂ ୨୨ ଅଗଷ୍ଟ 2023 ଦିନ |

• 18310 ଜାମ୍ମୁ ତାୱି-ସମ୍ବଲପୁର ଏକ୍ସପ୍ରେସ ଜାମ୍ମୁ ତାୱିରୁ ୧୮ ଏବଂ ୨୦ ଅଗଷ୍ଟ 2023 ଦିନ |

• 18311 ସମ୍ବଲପୁର-ବନାରସ ଏକ୍ସପ୍ରେସ ସମ୍ବଲପୁରରୁ ୨୦ ଏବଂ ୨୩ ଅଗଷ୍ଟ 2023 ଦିନ |

• 18312 ବନାରସ-ସମ୍ବଲପୁର ଏକ୍ସପ୍ରେସ ବନାରସରୁ ୨୧ ଏବଂ ୨୪ ଅଗଷ୍ଟ 2023 ଦିନ |

• 20832 ସମ୍ବଲପୁର-ଶାଲିମାର ଏକ୍ସପ୍ରେସ ସମ୍ବଲପୁରରୁ ୨୦ ଏବଂ ୨୨ ଅଗଷ୍ଟ 2023 ଦିନ |

• 20831 ଶାଲିମାର-ସମ୍ବଲପୁର ଏକ୍ସପ୍ରେସ ଶାଲିମାରରୁ ୨୧ ଏବଂ ୨୩ ଅଗଷ୍ଟ 2023 ଦିନ |

• 08317 ସମ୍ବଲପୁର-ଜୁନାଗଡ଼ ରୋଡ୍ ପାସେଞ୍ଜର ସ୍ପେଶାଲ ସମ୍ବଲପୁରରୁ ୧୮ ରୁ ୨୪ ଅଗଷ୍ଟ 2023 ପର୍ଯ୍ୟନ୍ତ |

• 08318 ଜୁନାଗଡ଼ ରୋଡ୍-ସମ୍ବଲପୁର ପାସେଞ୍ଜର ସ୍ପେଶାଲ ଜୁନାଗଡ଼ ରୋଡ୍ ରୁ ୧୯ ରୁ ୨୫ ଅଗଷ୍ଟ 2023 ପର୍ଯ୍ୟନ୍ତ |

• 08264/08277 ବିଳାସପୁର-ଟିଟିଲାଗଡ-ରାୟପୁର ପାସେଞ୍ଜର ସ୍ପେଶାଲ ୧୮ ରୁ ୨୩ ଅଗଷ୍ଟ 2023 ପର୍ଯ୍ୟନ୍ତ |

• 08263/08278 ରାୟପୁର-ଟିଟିଲାଗଡ-ବିଳାସପୁର ପାସେଞ୍ଜର ସ୍ପେଶାଲ ୧୯ ରୁ ୨୪ ଅଗଷ୍ଟ 2023 ପର୍ଯ୍ୟନ୍ତ |

• 08311 ସମ୍ବଲପୁର-ଏରୋଡ ସ୍ପେଶାଲ ଏକ୍ସପ୍ରେସ ସମ୍ବଲପୁରରୁ ୨୩ ଅଗଷ୍ଟ 2023 ଦିନ |

• 08312 ଏରୋଡ-ସମ୍ବଲପୁର ଏକ୍ସପ୍ରେସ ଏରୋଡରୁ ୨୫ ଅଗଷ୍ଟ 2023 ଦିନ |

• 08169/08170 ଝାରସୁଗୁଡା-ସମ୍ବଲପୁର-ଝାରସୁଗୁଡା ମେମୁ ୧୯ ରୁ ୨୩ ଅଗଷ୍ଟ 2023 ପର୍ଯ୍ୟନ୍ତ ଉଭୟ ଦିଗରୁ |

• 08171/08172 ଝାରସୁଗୁଡା-ସମ୍ବଲପୁର-ଝାରସୁଗୁଡା ମେମୁ ୧୯ ରୁ ୨୩ ଅଗଷ୍ଟ 2023 ପର୍ଯ୍ୟନ୍ତ ଉଭୟ ଦିଗରୁ |

ସମ୍ବଲପୁର ଷ୍ଟେସନକୁ ସ୍ପର୍ଶ ନକରି ସରଲା ଏବଂ ସମ୍ବଲପୁର ସିଟି ମାର୍ଗ ଦେଇ ଟ୍ରେନର ମାର୍ଗ ପରିବର୍ତ୍ତନ :

A. 18451/18452 ହଟିଆ-ପୁରୀ-ହଟିଆ ତାପସ୍ୱିନି ଏକ୍ସପ୍ରେସ ୧୯ ରୁ ୨୩ ଅଗଷ୍ଟ 2023 ପର୍ଯ୍ୟନ୍ତ ଉଭୟ ଦିଗରୁ |

B. 12880/12879 ଭୁବନେଶ୍ୱର- ଏଲଟିଟି- ଭୁବନେଶ୍ୱର ଏକ୍ସପ୍ରେସ ଭୁବନେଶ୍ୱରରୁ ୨୧ ଅଗଷ୍ଟରେ ଏବଂ ଏଲଟିଟି ରୁ ୧୯ ଅଗଷ୍ଟ 2023 ଦିନ |

C. 22866 ପୁରୀ- ଏଲଟିଟି ଏକ୍ସପ୍ରେସ ୨୨ ଅଗଷ୍ଟ 2023 ରେ ପୁରୀରୁ |

D. 20471 / 20472 ବିକାନର୍-ପୁରୀ-ବିକାନର୍ ଏକ୍ସପ୍ରେସ୍ ବିକାନେରରୁ ୨୦ ଅଗଷ୍ଟରେ ଏବଂ ପୁରୀରୁ ୨୩ ଅଗଷ୍ଟ 2023 ଦିନ |

E. 20807 / 20808 ବିଶାଖାପାଟନମ୍-ଅମୃତସର-ବିଶାଖାପାଟନମ୍ ହିରାକୁଦ୍ ଏକ୍ସପ୍ରେସ ବିଶାଖାପାଟନମରୁ ୧୯ ଓ ୨୨ ଅଗଷ୍ଟରେ ଏବଂ ଅମୃତସରରୁ ୧୯ ଏବଂ ୨୩ ଅଗଷ୍ଟ 2023 ଦିନ |

F. 20813/20814 ପୁରୀ-ଯୋଧପୁର-ପୁରୀ ଏକ୍ସପ୍ରେସ ପୁରୀରୁ ୨୩ ଅଗଷ୍ଟରେ ଏବଂ ଯୋଧପୁରରୁ ୧୯ ଅଗଷ୍ଟ 2023 ଦିନ |

ଟ୍ରେନର ଆଂଶିକ ବାତିଲ୍:

• 12893/12894 ଭୁବନେଶ୍ୱର-ବଲାଙ୍ଗୀର-ଭୁବନେଶ୍ୱର ଇଣ୍ଟର ସିଟି ଏକ୍ସପ୍ରେସ ୧୯ରୁ ରୁ ୨୩ ପର୍ଯ୍ୟନ୍ତ ଉଭୟ ଦିଗରୁ ଜୁଜୋମୁରା ଏବଂ ବଲାଙ୍ଗୀର ମଧ୍ୟରେ ବାତିଲ ରହିବ |

• ୧୯ ଅଗଷ୍ଟ ୨୦୨୩ ରେ ନନ୍ଦେଡରୁ ଛାଡିବାକୁ ଥିବା 20810 ନନ୍ଦେଡ-ସମ୍ବଲପୁର ଏକ୍ସପ୍ରେସ ବରଗଡ ରୋଡ ପର୍ଯ୍ୟନ୍ତ ଚାଲିବ ଏବଂ ବରଗଡ ରୋଡରୁ ସମ୍ବଲପୁର ପର୍ଯ୍ୟନ୍ତ ବାତିଲ ରହିବ |

• ୧୯ ଅଗଷ୍ଟ ରେ ଶାଲିମାରରୁ ଛାଡିବାକୁ ଥିବା 22803 ଶାଲିମାର-ସମ୍ବଲପୁର ଏକ୍ସପ୍ରେସ ସମ୍ବଲପୁର ସିଟି ପର୍ଯ୍ୟନ୍ତ ଚାଲିବ ଏବଂ ସମ୍ବଲପୁର ସିଟିରୁ ସମ୍ବଲପୁର ପର୍ଯ୍ୟନ୍ତ ବାତିଲ ହୋଇ ରହିବ |

• ୧୭ ଅଗଷ୍ଟ ରେ ଜାମ୍ମୁ ତାୱିରୁ ଛାଡ଼ିବାକୁଥିବା 18310 ଜାମ୍ମୁ ତାୱି-ସମ୍ବଲପୁର ଏକ୍ସପ୍ରେସ ସମ୍ବଲପୁର ସିଟି ପର୍ଯ୍ୟନ୍ତ ଚାଲିବ |

• ୧୮ ଅଗଷ୍ଟ ରେ ଏରୋଡରୁ ଛାଡ଼ିବାକୁଥିବା 08312 ଏରୋଡ-ସମ୍ବଲପୁର ଏକ୍ସପ୍ରେସ ବରଗଡ ରୋଡ ପର୍ଯ୍ୟନ୍ତ ଚାଲିବ |

ଟ୍ରେନ ଚଳାଚଳ କ୍ଷେତ୍ରରେ ପ୍ରତିବନ୍ଧକ ଗୁଡିକୁ ଏଡ଼ାଇବାପାଇଁ ଏବଂ ଭବିଷ୍ୟତରେ ଉନ୍ନତ ସୁବିଧା ଟ୍ରେନ ଚଳାଚଳ ପାଇଁ ରେଳବାଇକୁ ସହଯୋଗ କରିବାକୁ ପୂର୍ବତଟ ରେଳପଥ ଏହାର ମୂଲ୍ୟବାନ ଯାତ୍ରୀ ଏବଂ ରେଳ ବ୍ୟବହାରକାରୀଙ୍କୁ ନିବେଦନ କରୁଛି |

୨୦୨୩ ବିଶ୍ବକପ ପୂର୍ବରୁ ଜଳିଲା ଡ୍ରେସିଂ ରୁମ୍‌, ସୁରକ୍ଷା ବ୍ୟବସ୍ଥାକୁ ନେଇ ପ୍ରଶ୍ନ

କୋଲକତା: ୨୦୨୩ ବିଶ୍ବକପ୍‌ ପୂର୍ବରୁ ଇଡ଼େନ ଗାର୍ଡେନରେ ଅଘଟଣ । କୋଲକାତା ସ୍ଥିତ କ୍ରିକେଟ ଷ୍ଟାଡିଅମ ଇଡ଼େନ ଗାର୍ଡେନର ଡ୍ରେସିଙ୍ଗ ରୁମରେ ଅଗ୍ନିକାଣ୍ଡ । ସର୍ଟସର୍କିଟ ଯୋଗୁଁ ନିଆଁ ଲାଗିଯାଇଥିବା ପ୍ରାଥମିକ ତଦନ୍ତରୁ ଜଣାପଡିଛି ।

ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ୨ଟି ଟିମ୍‌ ସହ ପହଞ୍ଚି ନିଆଁକୁ ଆୟତ୍ତ କରିଛି । ଆଉ ଦୁଇଟା ମାସ ପରେ ଇଡେନ ଗାଡେନରେ ବିଶ୍ୱକପ ମ୍ୟାଚ ହେବ  । ଅନ୍ୟପଟେ ଇଡେନ ଗାଡେନରେ ଖେଳାଳିଙ୍କ ଡ୍ରେସିଙ୍ଗ ରୁମ ଅଗ୍ନିକାଣ୍ଡକୁ ନେଇ ସୁରକ୍ଷା ବ୍ୟବସ୍ଥା ଉପରେ ପ୍ରଶ୍ନ ଉଠୁଛି । ତେବେ ଅଗ୍ନକାଣ୍ଡରେ କାହାର କିଛି କ୍ଷତି ହୋଇନଥିବା ସୂଚନା ମିଳିଛି ।