୨୦୨୩ ବିଶ୍ବକପ ପୂର୍ବରୁ ଜଳିଲା ଡ୍ରେସିଂ ରୁମ୍‌, ସୁରକ୍ଷା ବ୍ୟବସ୍ଥାକୁ ନେଇ ପ୍ରଶ୍ନ

କୋଲକତା: ୨୦୨୩ ବିଶ୍ବକପ୍‌ ପୂର୍ବରୁ ଇଡ଼େନ ଗାର୍ଡେନରେ ଅଘଟଣ । କୋଲକାତା ସ୍ଥିତ କ୍ରିକେଟ ଷ୍ଟାଡିଅମ ଇଡ଼େନ ଗାର୍ଡେନର ଡ୍ରେସିଙ୍ଗ ରୁମରେ ଅଗ୍ନିକାଣ୍ଡ । ସର୍ଟସର୍କିଟ ଯୋଗୁଁ ନିଆଁ ଲାଗିଯାଇଥିବା ପ୍ରାଥମିକ ତଦନ୍ତରୁ ଜଣାପଡିଛି ।

ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ୨ଟି ଟିମ୍‌ ସହ ପହଞ୍ଚି ନିଆଁକୁ ଆୟତ୍ତ କରିଛି । ଆଉ ଦୁଇଟା ମାସ ପରେ ଇଡେନ ଗାଡେନରେ ବିଶ୍ୱକପ ମ୍ୟାଚ ହେବ  । ଅନ୍ୟପଟେ ଇଡେନ ଗାଡେନରେ ଖେଳାଳିଙ୍କ ଡ୍ରେସିଙ୍ଗ ରୁମ ଅଗ୍ନିକାଣ୍ଡକୁ ନେଇ ସୁରକ୍ଷା ବ୍ୟବସ୍ଥା ଉପରେ ପ୍ରଶ୍ନ ଉଠୁଛି । ତେବେ ଅଗ୍ନକାଣ୍ଡରେ କାହାର କିଛି କ୍ଷତି ହୋଇନଥିବା ସୂଚନା ମିଳିଛି ।