ଓଡିଶାର ପ୍ରଥମ ମହିଳା ମେୟର ନିବେଦିତା ପ୍ରଧାନଙ୍କ ପରଲୋକ

କଟକ: ଓଡିଶାର ପ୍ରଥମ ମହିଳା ମେୟର ନିବେଦିତା ପ୍ରଧାନଙ୍କ ପରଲୋକ । କଟକ ମଙ୍ଗଳାବାଗ ସ୍ଥିତ ଏକ ଘରୋଇ ହସ୍ପିଟାଲରେ ତାଙ୍କର ଦେହାନ୍ତ ହୋଇଛି । ତାଙ୍କୁ 63 ବର୍ଷ ବୟସ ହୋଇଥିଲା । ନିବେଦିତା କଟକ ମହାନଗର ନିଗମରେ 2004 ରୁ 2008 ପର୍ଯ୍ୟନ୍ତ ମେୟର ଥିଲେ ।ଏହା ପୂର୍ବରୁ ସେ 1999 ରୁ 2004 ପର୍ଯ୍ୟନ୍ତ କଟକ ସଦର ବିଧାୟକ ଥିଲେ ।

ଦୀର୍ଘ ଦିନ ହେଲା ସେ ମଧୁମେୟ ଉଚ୍ଚ ରକ୍ତଚାପ ରୋଗରେ ପୀଡିତ ଥିଲେ । ତାଙ୍କର କିଡନୀ ମଧ୍ୟ ଖରାପ ହୋଇ ଯାଇଥିଲା । ମେୟର ସୁବାସ ସିଂ, ଡେପୁଟି ମେୟର ଦମୟନ୍ତୀ ମାଝୀଙ୍କ ସହ ବହୁ ନେତା ଓ ପୂର୍ବତନ ମେୟର, କର୍ପୋରେଟର ମେଡିକାଲରେ ପହଞ୍ଚି ତାଙ୍କର ଶେଷ ଦର୍ଶନ କରିଥିଲେ ।