ମୋଦି ସରକାରଙ୍କୁ ମହୁଆଙ୍କ ପ୍ରଶ୍ନ, ପରିବା ହିନ୍ଦୁ ଛେଳି ମୁସଲିମ କେମିତି ହେଲା ?

ନୂଆଦିଲ୍ଲୀ: ଅନାସ୍ଥା ପ୍ରସ୍ତାବର ସମର୍ଥମନରେ ଟିଏମସି ସାଂସଦ ମହୁଆ ମୈତ୍ର ଆଜି ସଂସଦରେ ମୋଦି ସରକାରଙ୍କୁ ଟାର୍ଗେଟ କରିଛନ୍ତି  । ସଂସଦରେ ସେ କହିଛନ୍ତି ପନିପରିବା ହିନ୍ଦୁ ଆଉ ଛେଳି ମୁସଲମାନ  କେମିତି ହେଲା ? ମୋଦି ସରକାରଙ୍କୁ କଟାକ୍ଷ କରି ସେ କହିଛନ୍ତି ଆମେ ଏଭଳି ଗଣତନ୍ତ୍ରରେ ବଞ୍ଚୁଛୁ ଯେଉଁଠି ପ୍ରଧାନମନ୍ତ୍ରୀ ରାଜ୍ୟପାଳଙ୍କୁ କହୁଛନ୍ତି ଚୁପ୍‌ ରୁହ  । ପିଏମ ମୋଦି ଆମ କଥା ଶୁଣିବେନି ଆଉ ଶେଷ ଦିନରେ ଆସି ଭାଷଣ ଦେବେ  । ଏହାଠାରୁ ଆଉ ଦୁର୍ଭାଗ୍ୟପୂର୍ଣ୍ଣ କଣ ହୋଇପାରେ ଯେ ଆମ ପ୍ରଧାନମନ୍ତ୍ରୀ ସଂସଦକୁ ଆସିବାକୁ ମନା କରି ଦେଇଛନ୍ତି ନା ମଣିପୁର ଯିବାକୁ ମନା କରିଦେଇଛନ୍ତି  ।

ଟିଏମସି ସାଂସଦ ଆହୁରି କହିଛନ୍ତି ଯେ ‘‘ମଣିପୁର ହି କାହିଁକି ରାଜସ୍ଥାନ, ଛତିଶଗଡ କାହିଁକି ନୁହେଁ ? ମୁଁ କହିବାକୁ ଚାହୁଁଛି ଯେ ମଣିପୁର ମାମଲା ଅଲଗା ଅଟେ  । ଏହା ଏକ ସମୁଦାୟ ବିରୋଧରେ ଘୃଣ୍ୟ ଅପରାଧ  । ଏକ କମ୍ୟୁନିଟି ବିରୋଧରେ ପୋଲିସ ଓ ମୁଖ୍ୟମନ୍ତ୍ରୀ ରହିଛନ୍ତି  । ଏଭଳି ସିଭିଲ ୱାର ଭାରତରେ କୌଣସି ସ୍ଥାନରେ ଦେଖିବାକୁ ମିଳିନାହିଁ  । ତିନି ମାସରେ ୬୫୦୦ ମାମଲା ରୁଜୁ ସରିଲାଣି  । ୬୦ ହଜାରରୁ ଊର୍ଦ୍ଧ୍ବ ଲୋକ ବିସ୍ଥାପିତ ହୋଇ ସାରିଲେଣି  । ଅନ୍ୟ କେଉଁ ରାଜ୍ୟରେ ଏଭଳି ହୋଇନାହିଁ  । ୩୦୦ରୁ ଅଧିକ ଧାର୍ମିକ ସ୍ଥଳ ଭଙ୍ଗା ସରିଲାଣି ’’ ।

‘‘ଯେଉଁ ପାପୀର ଗୁଣ ନୁହେଁ ଗୋତ୍ର ସହ ଅଧିକ ସମ୍ପର୍କ ନିବିଡ ସେ ଆଜି ଆମକୁ ହତ୍ୟା କରୁଛି  । ଘୃଣାର ଲଢେଇ ମଧ୍ୟରେ ଦେଖନ୍ତୁ କଣ ହୋଇଯାଇଛି ? ପନିପରିବା ହିନ୍ଦୁ ଆଉ ଛେଳି ମୁସଲିମ ହୋଇସାରିଛି’’  ।