spot_img
Home Blog Page 2785

ମୃତ ହାତୀର ଦଶାହ କଲେ ଗାଁ ଲୋକେ

ମୟୂରଭଂଜ: ହାତୀର ଦଶାହ ପାଳନ କଲେ ଗ୍ରାମବାସୀ । ମୟୂରଭଂଜ ଜିଲ୍ଲା କରଞ୍ଜିଆ ଉପଖଣ୍ଡ ରରୁଆଁ ବ୍ଲକ୍ ଯlମୁନ୍ତିରେ ଦେଖିବାକୁ ମିଳିଛି ଏଭଳି ଘଟଣା।  ଗତ କିଛି ଦିନ ପୂର୍ବରୁ କରଞ୍ଜିଆ ବନଖଣ୍ଡରେ ରହୁଥିଲେ ୨୩ ଟିକିଆ ହାତୀ ପଲ। ହାତୀ ପଲ ଝାଡ଼ଖଣ୍ଡ ପଟକୁ ଯାଉଥିବା ବେଳେ ଯlମୁନ୍ତିରେ ୨ମାସର ଛୁଆ ହାତୀଟି ଅସୁସ୍ଥତା କାରଣରୁ ଗାଁମ ନିକଟ ପଡିଆରେ ପଡ଼ି ରହିଥିଲା।

ଅସୁସ୍ଥ ହାତୀ ଛୁଆକୁ ବନ ବିଭାଗ ଉଦ୍ଧାର କରି ଚିକିତ୍ସା ଆରମ୍ଭ କରିଥଲେ କିନ୍ତୁ ହାତୀ ଛୁଆଟିର ମୃତ ହୋଇଥିଲା। ହାତୀ ଛୁଆଟିର ମୃତ୍ୟୁ ଗ୍ରାମବାସୀଙ୍କୁ ବ୍ୟଥିତ କରିଥିଲା । ହାତୀ ଛୁଆର ବ୍ୟବଚ୍ଛେଦ ପରେ ବନ ବିଭାଗର ସହଯୋଗରେ ଗାଁ ନିକଟ ପଡିଆରେ ଅନ୍ତିମ ସଂସ୍କାର କରିଥିଲା। ଏବଂ ଠିକ୍ ଦଶଦିନ ବେଳକୁ ମଣିଷର ମୃତ୍ୟୁ ଘଟିଲେ ଯେମିତି କ୍ରିୟା କର୍ମ କରାଯାଏ ଠିକ୍ ସେହି ଭଳି ହାତୀ ଛୁଆ ପାଇଁ ଦଶାହ ପାଳନ କରିଛନ୍ତି ଗ୍ରାମବାସୀ।

ହାତୀ ଛୁଆର ସ୍ମୃତିରେ ସମାଧି ସ୍ଥାପନ କରିବା ସହିତ ଗାଁର ପୁରୁଷ ମାନେ ବାଳ ମଣ୍ଡନ କରି ରିତି ନୀତିରେ ସମାଧି ନିକଟରେ ମନ୍ତ୍ର ଧ୍ଵନୀରେ ପ୍ରକମ୍ପିତ ହୋଇଥିଲା ଏବଂ ଭୋଜି ଭାତର ଆୟୋଜନ ମଧ୍ୟ ହୋଇଥିଲା।

ମୟୂରଭଞ୍ଜରେ 5T ସଚିବ, ବିକାଶ କାର୍ଯ୍ୟର କଲେ ଅନୁଧ୍ୟାନ

ମୟୂରଭଞ୍ଜ: ଦ୍ବିତୀୟ ଦିନରେ ମୟୂରଭଞ୍ଜରେ 5T ସଚିବଙ୍କ ମାରାଥନ ସମୀକ୍ଷା । ଗ୍ରାଉଣ୍ଡ ଜିରୋରେ ବିକାଶ କାର୍ଯ୍ୟର ଅନୁଧ୍ୟାନ କରୁଛନ୍ତି 5T ସଚିବ । ଆଜି ବାରିପଦା ମିଶନ ଶକ୍ତି କାଫେ ଯାଇ ମିଶନ ଶକ୍ତି ମା’ଙ୍କୁ ଭେଟିଥିଲେ । ଲୋକଙ୍କ ହାତରୁ ନେଉଛନ୍ତି ଦାବିପତ୍ର । ସମସ୍ୟାର ସମାଧାନ ପାଇଁ ଦେଉଛନ୍ତି ପ୍ରତିଶ୍ରୁତି ।

ମିଶନ ଶକ୍ତି ମା’ ମାନଙ୍କ ଦ୍ବାରା ପରିଚାଳିତ ଶକ୍ତି କାଫେରେ ସକାଳ ଜଳଖିଆ କରିଥିଲେ । ମା’ ମାନଙ୍କ ବିକାଶ ପାଇଁ ମୁଖ୍ୟମନ୍ତ୍ରୀ ବିଶେଷ ଧ୍ୟାନ ଦେଉଛନ୍ତି । ସେହି ଅନୁସାରେ ମା’ ମାନେ କଠିନ ପରିଶ୍ରମ କରି ଉତ୍ପାଦିତ ସାମଗ୍ରିର ମାନ ବୃଦ୍ଧି କରିବାକୁ ପରାମର୍ଶ ଦେଇଛନ୍ତି 5T ସଚିବ । ପରେ ସାରସକଣା, ବାରିପଦା, ମୋରଡ଼ା, ବଡ଼ସାହି ଓ ଉଦଳାରେ ଆୟୋଜିତ ଜନ ଅଭିଯୋଗ ଶୁଣାଣିରେ ଯୋଗଦେବେ 5T ସଚିବ ।

ଜଙ୍ଗଲରେ ଭୟଙ୍କର ଅଗ୍ନିକାଣ୍ଡ, ୬୭ ମୃତ

ଓ୍ବାସିଂଟନ: ଜଙ୍ଗଲରେ ଭୟଙ୍କର ଅଗ୍ନିକାଣ୍ଡ, ୬୭ ମୃତ । ନିଆଁରେ ଜଳିଗଲା ହଜାରେରୁ ଅଧିକ କୋଠା । ଆମେରିକାର ହାୱାଇ ଦ୍ୱୀପ ଜଙ୍ଗଲରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି । ବର୍ତ୍ତମାନ ସୁଦ୍ଧା ୬୭ ଜଣଙ୍କ ଜୀବନ ଗଲାଣି । ନିଆଁରେ ହଜାରେରୁ ଅଧିକ ଘର ଜଳି ଯାଇଥିବା ବେଳେ, କୋଟି କୋଟି ଟଙ୍କାର ଆସବାବପତ୍ର ସହ ବହୁ କାର ପୋଡି ପାଉଁଶ ହୋଇଯାଇଛି । ନିଆଁ ବ୍ୟାପୁଥିବାରୁ ମୃତ୍ୟୁସଂଖ୍ୟା ଆହୁରି ବଢିବା ଆଶଙ୍କା କରାଯାଉଛି । ହେଲିକପ୍ଟର ସହାୟତାରେ ନିଆଁ ଲିଭାଇବା ପାଇଁ ଉଦ୍ୟମ ଜାରି ରହିଛି ।

OCA ପୂର୍ବତନ ଯୁଗ୍ମ ସମ୍ପାଦକ ସତ୍ୟବ୍ରତ ବେହେରାଙ୍କ ପରଲୋକ

କଟକ: ଓଡ଼ିଶା କ୍ରିକେଟ ଆସୋସିଏସନର ପୂର୍ବତନ ଯୁଗ୍ମ ସମ୍ପାଦକ ସତ୍ୟବ୍ରତ ବେହେରାଙ୍କ ପରଲୋକ । ସତ୍ୟବ୍ରତ କଟକ ଜିଲ୍ଲା କ୍ରିକେଟ ସଂଘ ସଭାପତି ଭାବେ ଦୀର୍ଘ ବର୍ଷ ଧରି ଦକ୍ଷତାର ସହ କାର୍ଯ୍ୟ କରିଥିଲେ। ଅନେକ ଉଦିୟମାନ କ୍ରିକେଟ ପ୍ରତିଭାଙ୍କୁ ସାମ୍ନାକୁ ଆଣିବାରେ ତାଙ୍କର ପ୍ରମୁଖ ଭୂମିକା ରହିଥିଲା ।

ଓସିଏର ପୂର୍ବତନ ସମ୍ପାଦକ ଆର୍ଶୀବାଦ ବେହେରାଙ୍କ ବଡ଼ ପୁଅ ହେଉଛନ୍ତି ସତ୍ୟବ୍ରତ। ତାଙ୍କ ସାନ ଭାଇ ସଞ୍ଜୟ ବେହେରା ଏବେ ଓସିଏର ସମ୍ପାଦକ ଦାଇତ୍ୱରେ ରହିଛନ୍ତି। ସତ୍ୟବ୍ରତ ଆଜିକୁ ଦୀର୍ଘ ବର୍ଷ ହେବ ସ୍ନାୟୁ ରୋଗରେ ପୀଡିତ ହୋଇ ଚିକିତ୍ସିତ ହୋଇ ଆସୁଥିଲେ। ଗତ ସପ୍ତାହେ ତଳେ ବ୍ରେନ ଷ୍ଟ୍ରୋକ ରେ ପୀଡିତ ହୋଇ ସିଡିଏର ଏକ ଘରୋଇ ହସ୍ପିଟାଲର ICU ଭେଣ୍ଟିଲେଟରରେ ଚିକିତ୍ସିତ ହେଉଥିଲେ। ପରଲୋକ ବେଳକୁ ତାଙ୍କୁ ୫୨ ବର୍ଷ ହୋଇଥିଲା। ତାଙ୍କ ବିୟୋଗ ଖବର ପାଇ ଡିଅର ପାର୍କ ସ୍ଥିତ ବାସଭବନରେ ଅନେକ ରାଜନୀତିଜ୍ଞ, କ୍ରିକେଟର ରାଜନେତା ଶେଷ ଦର୍ଶନ କରିଛନ୍ତି। ତାଙ୍କ ଶେଷକୃତ ସ୍ୱର୍ଗଦ୍ୱାରରେ କରାଯିବ ନେଇ ପରିବାର ପକ୍ଷରୁ କୁହାଯାଇଛି।

ସମ୍ବଲପୁର ସ୍କୁଲରେ ବ୍ୟାପିଲା ଝାଡ଼ାବାନ୍ତି, ୮୦ ଛାତ୍ରଛାତ୍ରୀ ଆକ୍ରାନ୍ତ

ସମ୍ବଲପୁର: ସମ୍ବଲପୁର ଗୋଶାଳା ସ୍ଥିତ ନବୋଦୟ ବିଦ୍ୟାଳୟରେ ବ୍ୟାପିଲା ଝାଡାବାନ୍ତି। ହଷ୍ଟେଲର ୮୦ରୁ ଅଧିକ ଛାତ୍ରଛାତ୍ରୀ ଝାଡାବାନ୍ତିରେ ଆକ୍ରାନ୍ତ ହୋଇଛନ୍ତି । ସ୍ଥିତି ଅନୁଧ୍ୟାନ ପାଇଁ ସ୍ବାସ୍ଥ୍ୟ ବିଭାଗର ଏକ ଟିମ ଘଟଣାସ୍ଥଳରେ ଉପସ୍ଥିତ ଅଛନ୍ତି ।

ଖାଦ୍ୟ କିମ୍ବା ପିଇବା ପାଣି ଯୋଗୁଁ ଛାତ୍ରଛାତ୍ରୀ ଆକ୍ରାନ୍ତ ହୋଇଥିବା ସନ୍ଦେହ କରାଯାଉଛି । ତେବେ ସମସ୍ତ ଆକ୍ରାନ୍ତ ଛାତ୍ରଛାତ୍ରୀ ସୁସ୍ଥ ଥିବା ସୂଚନା ଦେଇଛନ୍ତି ସ୍କୁଲ କର୍ତ୍ତୃପକ୍ଷ ।

ଆଜି ବିଶ୍ୱ ହସ୍ତୀ ଦିବସ, ହାତୀମାନଙ୍କ ସୁରକ୍ଷାକୁ ଓ ବଂଶ ବୃଦ୍ଧି ଏହି ଦିବସର ଲକ୍ଷ୍ୟ

ଭୁବନେଶ୍ବର: ଆଜି ବିଶ୍ଵ ହାତୀ ଦିବସ । ଏହି ଅବସରରେ କପିଳାସ ପ୍ରାଣୀ ଉଦ୍ୟାନରେ ଶନିବାର ପାଳିତ ହୋଇଛି ବିଶ୍ୱହାତୀ ଦିବସ । ଏହି ଅବସରରେ ପ୍ରାଣୀ ଉଦ୍ୟାନ ପରିସରରେ ଥିବା ହାତୀ ଉଦ୍ଧାର କେନ୍ଦ୍ରରେ ୬ ହାତୀଙ୍କୁ ଚନ୍ଦନ, ସିନ୍ଦୁର ଚିତା ଲଗାଇ ସେମାନଙ୍କ ଉପରେ ଚାନ୍ଦୁଆ ପକାଇ ପୂଜାର୍ଚ୍ଚନା କରି ପ୍ରାଣୀ ଉଦ୍ୟାନ ପରିସରରେ ବୁଲାଯାଇଥିଲା ।

ହାତୀଙ୍କୁ କଦଳୀ, ସେଓ, ନଡ଼ିଆ ଆଦି ଖାଇବାକୁ ଦିଆଯାଇଥିଲା । ପ୍ରାଣୀ ଉଦ୍ୟାନ ପରିସରରେ ଆସିଥିବା ପର୍ଯ୍ୟଟକଙ୍କ ପାଇଁ ଏହା ଆକର୍ଷଣୀୟ ହୋଇଥିଲା । ବିଭିନ୍ନ ସ୍କୁଲରୁ ଆସିଥିବା ଛାତ୍ରୀ ଛାତ୍ର ହାତୀଙ୍କୁ ଫଳ ଖାଇବାକୁ ଦେଇଥିଲେ । ହାତୀ ମଧ୍ୟ ଛାତ୍ରୀଛାତ୍ର ଓ ପର୍ଯ୍ୟଟକଙ୍କୁ ଶୁଣ୍ଢ ଟେକି ଆର୍ଶୀବାଦ ଦେଉଥିବା ଦେଖାଯାଇଥିଲା ।

ଅନ୍ୟପଟେ ବିଶ୍ଵ ହାତୀ ଦିବସରେ ଉନ୍ମୋଚନ ହେଲା ୨ ପୁସ୍ତକ । ଏଲିଫାଣ୍ଟ କରିଡ଼ରସ ଅଫ ଇଣ୍ଡିଆ , ଏଲିଫାଣ୍ଟ ରିଜର୍ଭ ଅଫ ଇଣ୍ଡିଆ । ଭୁବନେଶ୍ଵରରେ ବିଶ୍ଵ ହାତୀ ଦିବସ ପାଳନ ଅବସରରେ ଏହି ଦୁଇ ପୁସ୍ତକର ଉନ୍ମୋଚନ କରିଛନ୍ତି କେନ୍ଦ୍ର ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ଭୁପେନ୍ଦର ଯାଦବ । ଉପସ୍ଥିତ ଥିଲେ କେନ୍ଦ୍ର ଜଙ୍ଗଲ ଓ ପରିବେଶ ରାଷ୍ଟ୍ର ମନ୍ତ୍ରୀ ଅଶ୍ଵିନୀ କୁମାର ଚୌବେ, ରାଜ୍ୟ ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ପ୍ରଦୀପ କୁମାର ଅମାତ । ଏ ଅବସରରେ ଦେଶରେ ହାତୀ ସୁରକ୍ଷା କ୍ଷେତ୍ରରେ କାମ କରିଥିବା ବିଭିନ୍ନ ରାଜ୍ୟର ବନ କର୍ମଚାରୀଙ୍କୁ ଗଜ ଗୌରବ ପୁରସ୍କାର ପ୍ରଦାନ କରାଯାଇଛି ।

ଯୁବତୀଙ୍କୁ ଅପହରଣ କରି ନେଉଥିଲା ବେଳେ ଗୋଡ଼ାଇ ଗୋଡ଼ାଇ ଧରିଲା ପୋଲିସ୍

ନୟାଗଡ଼: ଯୁବତୀଙ୍କୁ ଅପହରଣ କରି ନେବା ବେଳେ ଗୋଡ଼ାଇ ଗୋଡ଼ାଇ ଧରିଲା ପୋଲିସ । ଉଦ୍ଧାର ହେଲେ ଯୁବତୀ । ୪ ଜଣ ଅପହରଣକାରୀ ନୟାଗଡ଼ ସଦର ଥାନାରେ ଅଟକ l

ସୂଚନା ଅନୁସାରେ, ନୟାଗଡ଼ ରାଜପାଟଣା ନିକଟରେ ସ୍ଥାନୀୟ ଯୁବତୀ ଜଣକ ସାଇକେଲ ଯୋଗେ ଘରକୁ ଫେରୁଥିଲେ l ଏକ କାର୍‌ରେ ରାଜପାଟଣାରୁ ଅପହରଣ କରି ନେଇଥିଲେ ୪ ଯୁବକ l ଏହି ଖବର ପାଇ ନୟାଗଡ଼ ସଦର ପୋଲିସ କାରକୁ ଗୋଡ଼ାଇ ଗୋଡ଼ାଇ ନୟାଗଡ଼ ଚଣ୍ଡୀବସ୍ତ ରାସ୍ତାରୁ ଉଦ୍ଧାର କରିଛି ପୋଲିସ l ଅଟକ ଅଭିଯୁକ୍ତମାନେ ହେଲେ କେଶରପୁର ଗାଁର ରଘୁନାଥ ପ୍ରଧାନ ,ସନ୍ତୋଷ ଦୋରା ଖଣ୍ଡୁଗାଁର କିଶୋର ଚନ୍ଦ୍ର ଚଇନ, ବାରବାଟି ଗାଁର ଜିତେନ୍ଦ୍ର ବିଶ୍ୱାଳ l ଏ ନେଇ ପୋଲିସ ତଦନ୍ତ ଜାରି ରଖିଛି l

ଅଭିନେତ୍ରୀରୁ ରାଜନେତା ପାଲଟିଥିବା ଜୟାପ୍ରଦାଙ୍କୁ ୬ ମାସ ଜେଲ୍

ଚେନ୍ନାଇ: ଅଭିନେତ୍ରୀରୁ ରାଜନେତା ପାଲଟିଥିବା ଜୟାପ୍ରଦାଙ୍କୁ ଚେନ୍ନାଇର ଏକ କୋର୍ଟ ୬ ମାସ ଜେଲ୍ ଦଣ୍ଡାଦେଶ ଶୁଣାଇଛନ୍ତି । ଚେନ୍ନାଇର ରାଇପେଟାଠାରେ ତାଙ୍କ ମାଲିକାନାରେ ଥିବା ଏକ ସିନେମା ଥିଏଟରର କର୍ମଚାରୀଙ୍କ ଦ୍ୱାରା ଦାୟର ପିଟିସନ ମାମଲାରେ ତାଙ୍କୁ ୫ ହଜାର ଟଙ୍କା ଜରିମାନା ମଧ୍ୟ କରାଯାଇଛି ।

ଚେନ୍ନାଇର ରାମ କୁମାର ଓ ରାଜା ବାବୁ ଏହି ସିନେମା ହଲ୍ ଚଳାଉଛନ୍ତି । ଥିଏଟର କର୍ମଚାରୀଙ୍କ ଇଏସଆଇ ପୈଠ କରିବାରେ ମ୍ୟାନେଜମେଣ୍ଟ ବିଫଳ ହେବାରୁ ସମସ୍ୟା ଆରମ୍ଭ ହୋଇଥିଲା, ସେମାନେ କୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ । ପରେ ଅଭିନେତ୍ରୀ କର୍ମଚାରୀଙ୍କୁ ପୂରା ଟଙ୍କା ଦେବାକୁ ପ୍ରତିଶ୍ରୁତି ଦେବା ସହ ମାମଲା ଖାରଜ କରିବାକୁ କୋର୍ଟରେ ଆବେଦନ କରିଥିଲେ । ତେବେ ଶ୍ରମ ସରକାରୀ ବୀମା ନିଗମ ତାଙ୍କ ଆବେଦନକୁ ବିରୋଧ କରିବାରୁ ଜୟାପ୍ରଦା ଓ ଏହି ମାମଲା ସହ ଜଡ଼ିତ ଅନ୍ୟ ୩ ଜଣଙ୍କୁ ୬ ମାସ ଜେଲ ଦଣ୍ଡାଦେଶ ହୋଇଛି । ସେହିପରି ୫ ହଜାର ଟଙ୍କା ଲେଖାଏଁ ଜରିମାନା ଦେବାକୁ କୁହାଯାଇଛି । ୨୦୧୯ରେ ଜୟାପ୍ରଦା ରାମପୁରରୁ ବିଜେପି ଟିକେଟରେ ଲଢିଥିଲେ ବି ପରାଜିତ ହୋଇଥିଲେ ।

ଡାକ୍ତରୀ ଛାତ୍ରଛାତ୍ରୀଙ୍କ ପାଇଁ ଖୁସି ଖବର, ୧୮ ଅଗଷ୍ଟରୁ ଡାକ୍ତର ପଦବୀ ପାଇଁ ଆବେଦନ

0

ଭୁବନେଶ୍ବର: ରାଜ୍ୟରେ ଖାଲି ପଡିଥିବା ଡାକ୍ତର ପଦ ପୂରଣ ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି  । OPSC ପକ୍ଷରୁ ଆରମ୍ଭ ହେଲା ପ୍ରକ୍ରିୟା  । ୭ ହଜାର ୨୭୬ ଡାକ୍ତର ପଦବୀ ପୂରଣ ପାଇଁ ବିଜ୍ଞାପନ ଜାରି ହୋଇଛି  ।

୧୮ଅଗଷ୍ଟରୁ ସେପ୍ଟେମ୍ବର ୧୮ ମଧ୍ୟରେ ଆବେଦନ କରିପାରିବେ ଆଗ୍ରହୀ ଡାକ୍ତରୀ ଛାତ୍ର । ST ପ୍ରାର୍ଥୀଙ୍କ ପାଇଁ ୨୪୬୫,  SC ପ୍ରାର୍ଥୀଙ୍କ ପାଇଁ ୧୫୯୭ ପଦ ସଂରକ୍ଷିତ ଥିବାବେଳେ SEBC ପ୍ରାର୍ଥୀଙ୍କ ପାଇଁ ୭୧୪ ପଦବୀ ସଂରକ୍ଷିତ ରହିଛି  । ସେହିପରି ସାଧାରଣ ବର୍ଗର ଛାତ୍ରଛାତ୍ରୀଙ୍କ ପାଇଁ ୨୫୦୦ପଦବୀ ସଂରକ୍ଷିତ ରହିଛି  ।

ଫିରିଙ୍ଗିଆ ଥାନା ପୋଡାଜଳା ମାମଲାରେ ବଦଳି ହୋଇଥିଲେ, ଏବେ ନିଲମ୍ବିତ

ଫୁଲବାଣୀ: କନ୍ଧମାଳ ଫିରିଙ୍ଗିଆ ଥାନା ପୋଡାଜଳା ମାମଲା । କାର୍ଯ୍ୟରେ ଅବହେଳା ଯୋଗୁଁ ଏଭଳି କାଣ୍ଡ ଘଟିଥିବା ନେଇ ପୂର୍ବତନ ଫିରିଙ୍ଗିଆ ଥାନା ଅଧିକାରୀ ତପନ କୁମାର ନାହାକଙ୍କୁ ନିଲମ୍ବନ କଲେ ପୋଲିସ ଡିଜି । ଏନେଇ ସୂଚନା ଦେଲେ ଦକ୍ଷିଣାଞ୍ଚଳ ଆଇଜି ସତ୍ୟବ୍ରତ ଭୋଇ। ଘଟଣା ଘଟିବା ସମୟରେ ଥାନା ଛାଡି ଅନ୍ୟତ୍ର ପଳାଇଥିବା ଯୋଗୁ ଏଭଳି ଘଟଣା ଘଟିଥିଲା ।

ପୂର୍ବରୁ ଆଇଆଇସିଙ୍କୁ ବଦଳି କରାଯାଇଥିଲା । ଗତ ଶନିବାର ଫିରିଙ୍ଗିଆରେ ପୋଲିସ ଗାଡ଼ିରେ ନିଆଁ ଲଗାଇବା ସହ ଥାନା ଭିତରେ ପଶି ନିଆଁ ଲଗାଇ ଦେଇଥିଲେ ମାଫିଆ । ଏସଡିପିଓଙ୍କୁ ଗୋଡ଼ାଇ ଗୋଡ଼ାଇ ଲହୁଲୁହାଣ ଆକ୍ରମଣ କରିଥିଲେ । ପଥରମାଡ଼ ଓ ଥାନାରେ ଭଙ୍ଗାରୁଜା କରିବା ସହ ସିଜ୍ ହୋଇଥିବା ଗାଡ଼ି ଓ ବନ୍ଧୁକ ଗଞ୍ଜେଇ ମାଫିଆ ଲୁଟି ନେଇଥିଲେ ।