ଯୁବତୀଙ୍କୁ ଅପହରଣ କରି ନେଉଥିଲା ବେଳେ ଗୋଡ଼ାଇ ଗୋଡ଼ାଇ ଧରିଲା ପୋଲିସ୍

1 min read

ନୟାଗଡ଼: ଯୁବତୀଙ୍କୁ ଅପହରଣ କରି ନେବା ବେଳେ ଗୋଡ଼ାଇ ଗୋଡ଼ାଇ ଧରିଲା ପୋଲିସ । ଉଦ୍ଧାର ହେଲେ ଯୁବତୀ । ୪ ଜଣ ଅପହରଣକାରୀ ନୟାଗଡ଼ ସଦର ଥାନାରେ ଅଟକ l

ସୂଚନା ଅନୁସାରେ, ନୟାଗଡ଼ ରାଜପାଟଣା ନିକଟରେ ସ୍ଥାନୀୟ ଯୁବତୀ ଜଣକ ସାଇକେଲ ଯୋଗେ ଘରକୁ ଫେରୁଥିଲେ l ଏକ କାର୍‌ରେ ରାଜପାଟଣାରୁ ଅପହରଣ କରି ନେଇଥିଲେ ୪ ଯୁବକ l ଏହି ଖବର ପାଇ ନୟାଗଡ଼ ସଦର ପୋଲିସ କାରକୁ ଗୋଡ଼ାଇ ଗୋଡ଼ାଇ ନୟାଗଡ଼ ଚଣ୍ଡୀବସ୍ତ ରାସ୍ତାରୁ ଉଦ୍ଧାର କରିଛି ପୋଲିସ l ଅଟକ ଅଭିଯୁକ୍ତମାନେ ହେଲେ କେଶରପୁର ଗାଁର ରଘୁନାଥ ପ୍ରଧାନ ,ସନ୍ତୋଷ ଦୋରା ଖଣ୍ଡୁଗାଁର କିଶୋର ଚନ୍ଦ୍ର ଚଇନ, ବାରବାଟି ଗାଁର ଜିତେନ୍ଦ୍ର ବିଶ୍ୱାଳ l ଏ ନେଇ ପୋଲିସ ତଦନ୍ତ ଜାରି ରଖିଛି l