ଫିରିଙ୍ଗିଆ ଥାନା ପୋଡାଜଳା ମାମଲାରେ ବଦଳି ହୋଇଥିଲେ, ଏବେ ନିଲମ୍ବିତ

ଫୁଲବାଣୀ: କନ୍ଧମାଳ ଫିରିଙ୍ଗିଆ ଥାନା ପୋଡାଜଳା ମାମଲା । କାର୍ଯ୍ୟରେ ଅବହେଳା ଯୋଗୁଁ ଏଭଳି କାଣ୍ଡ ଘଟିଥିବା ନେଇ ପୂର୍ବତନ ଫିରିଙ୍ଗିଆ ଥାନା ଅଧିକାରୀ ତପନ କୁମାର ନାହାକଙ୍କୁ ନିଲମ୍ବନ କଲେ ପୋଲିସ ଡିଜି । ଏନେଇ ସୂଚନା ଦେଲେ ଦକ୍ଷିଣାଞ୍ଚଳ ଆଇଜି ସତ୍ୟବ୍ରତ ଭୋଇ। ଘଟଣା ଘଟିବା ସମୟରେ ଥାନା ଛାଡି ଅନ୍ୟତ୍ର ପଳାଇଥିବା ଯୋଗୁ ଏଭଳି ଘଟଣା ଘଟିଥିଲା ।

ପୂର୍ବରୁ ଆଇଆଇସିଙ୍କୁ ବଦଳି କରାଯାଇଥିଲା । ଗତ ଶନିବାର ଫିରିଙ୍ଗିଆରେ ପୋଲିସ ଗାଡ଼ିରେ ନିଆଁ ଲଗାଇବା ସହ ଥାନା ଭିତରେ ପଶି ନିଆଁ ଲଗାଇ ଦେଇଥିଲେ ମାଫିଆ । ଏସଡିପିଓଙ୍କୁ ଗୋଡ଼ାଇ ଗୋଡ଼ାଇ ଲହୁଲୁହାଣ ଆକ୍ରମଣ କରିଥିଲେ । ପଥରମାଡ଼ ଓ ଥାନାରେ ଭଙ୍ଗାରୁଜା କରିବା ସହ ସିଜ୍ ହୋଇଥିବା ଗାଡ଼ି ଓ ବନ୍ଧୁକ ଗଞ୍ଜେଇ ମାଫିଆ ଲୁଟି ନେଇଥିଲେ ।