ମୟୂରଭଞ୍ଜରେ 5T ସଚିବ, ବିକାଶ କାର୍ଯ୍ୟର କଲେ ଅନୁଧ୍ୟାନ

1 min read

ମୟୂରଭଞ୍ଜ: ଦ୍ବିତୀୟ ଦିନରେ ମୟୂରଭଞ୍ଜରେ 5T ସଚିବଙ୍କ ମାରାଥନ ସମୀକ୍ଷା । ଗ୍ରାଉଣ୍ଡ ଜିରୋରେ ବିକାଶ କାର୍ଯ୍ୟର ଅନୁଧ୍ୟାନ କରୁଛନ୍ତି 5T ସଚିବ । ଆଜି ବାରିପଦା ମିଶନ ଶକ୍ତି କାଫେ ଯାଇ ମିଶନ ଶକ୍ତି ମା’ଙ୍କୁ ଭେଟିଥିଲେ । ଲୋକଙ୍କ ହାତରୁ ନେଉଛନ୍ତି ଦାବିପତ୍ର । ସମସ୍ୟାର ସମାଧାନ ପାଇଁ ଦେଉଛନ୍ତି ପ୍ରତିଶ୍ରୁତି ।

ମିଶନ ଶକ୍ତି ମା’ ମାନଙ୍କ ଦ୍ବାରା ପରିଚାଳିତ ଶକ୍ତି କାଫେରେ ସକାଳ ଜଳଖିଆ କରିଥିଲେ । ମା’ ମାନଙ୍କ ବିକାଶ ପାଇଁ ମୁଖ୍ୟମନ୍ତ୍ରୀ ବିଶେଷ ଧ୍ୟାନ ଦେଉଛନ୍ତି । ସେହି ଅନୁସାରେ ମା’ ମାନେ କଠିନ ପରିଶ୍ରମ କରି ଉତ୍ପାଦିତ ସାମଗ୍ରିର ମାନ ବୃଦ୍ଧି କରିବାକୁ ପରାମର୍ଶ ଦେଇଛନ୍ତି 5T ସଚିବ । ପରେ ସାରସକଣା, ବାରିପଦା, ମୋରଡ଼ା, ବଡ଼ସାହି ଓ ଉଦଳାରେ ଆୟୋଜିତ ଜନ ଅଭିଯୋଗ ଶୁଣାଣିରେ ଯୋଗଦେବେ 5T ସଚିବ ।