spot_img
Home Blog Page 2765

ହିମାଚଳ ପ୍ରଦେଶ ପରେ ଏବେ ପଞ୍ଜାବରେ ବର୍ଷା ତାଣ୍ଡବ

ଚଣ୍ଡିଗଡ଼: ହିମାଚଳ ପ୍ରଦେଶ ଓ ଉତ୍ତରାଖଣ୍ଡ ପରେ ଏବେ ପଞ୍ଜାବରେ ବର୍ଷା ତାଣ୍ଡବ। ବନ୍ୟାରେ ବେହାଲ ପଞ୍ଜାବ ଗୁରୁଦାସପୁର। ହୋସିଆରପୁର, ଗୁରୁଦାସପୁର, ରୂପନଗର ଜିଲ୍ଲାରେ ଜନଜୀବନ ବାଧାପ୍ରାପ୍ତ। ହଜାର ହଜାର ଲୋକ ଜଳବନ୍ଦୀ ହୋଇଛନ୍ତି। ଭାକ୍ରା ଓ ପଙ୍ଗ ଡ୍ୟାମର ଜଳପତ୍ତନ ବୃଦ୍ଧି ପାଇବା ଯୋଗୁ ସ୍ଥିତି ଅଧିକ ଜଟିଳ ହେବା ଆଶଙ୍କା କରାଯାଉଛି। ସହରର ବିଭିନ୍ନ ସ୍ଥାନରେ ଏନଡିଆରଏଫ ମୁତୟନ ହୋଇଥିବାବେଳେ ତଳିଆ ଅଞ୍ଚଳରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି।

ବିପଦସଙ୍କେତ ଉପରେ ବିୟସ ନଦୀ ରହିଥିବାରୁ ଏହାର ପ୍ରଭାବରେ ଲକ୍ଷାଧିକ ପ୍ରଭାବିତ ହୋଇଛନ୍ତି। ବିୟସ ନଦୀ କୂଳରେ ଅବସ୍ଥିତ ଚେଚିଆ, ଚୋରିଆନ, ପାଖୋଓ୍ବାଲ, ଖେରା, ଦାଲେପୁର, ପଦନା ଆଦି ଗ୍ରାମର ଲୋକଙ୍କୁ ସ୍ଥାନାନ୍ତର କରାଯାଇଛି। ଏନଡିଆରଏଫ, ଆର୍ମ, ସୀମା ସୁରକ୍ଷା ବଳର ବହୁ ଟିମ୍ ବିଭିନ୍ନ ସ୍ଥାନରେ ଉଦ୍ଧାର କାର୍ଯ୍ୟରେ ସାମିଲ ହୋଇଛନ୍ତି। ମୁଖେରିଆନ-ଗୁରୁଦାସପୁର ରୋଡ୍ ଜଳପ୍ଲାବିତ ହୋଇଥିବାରୁ ଯାନବାହନ ଚଳାଚଳ ବାଧାପ୍ରାପ୍ତ ହୋଇଛି। ପୁରୁଣା ସାହାଲା ଅଞ୍ଚଳରେ ରିଲିଫ ଶିବିର ପ୍ରତିଷ୍ଠା କରାଯାଇଛି।

ଉଜବେକିସ୍ତାନରେ କଫସିରପ ପିଇ ୬୫ ଶିଶୁଙ୍କ ମୃତ୍ୟୁ ଘଟଣା; ଟେଷ୍ଟିଂ ନକରିବାକୁ ଦିଆଯାଇଥିଲା ୩୩,ooo ଡଲାର ଲାଞ୍ଚ

ନୂଆଦିଲ୍ଲୀ: ଉଜବେକିସ୍ତାନରେ ଭାରତୀୟ କମ୍ପାନି ଦ୍ବାରା ପ୍ରସ୍ତୁତ ସଂକ୍ରମିତ କଫ ସିରପ ପିଇ ୬୫ ଶିଶୁଙ୍କ ମୃତ୍ୟୁ ଘଟଣା। ପଦାକୁ ଆସୁଛି କଫ ସିରପ ଜନିତ ମୃତ୍ଯୁ ପଛର ସତ। ଉଜବେକିସ୍ତାନର ଡିଷ୍ଟ୍ରିବ୍ୟୁଟରମାନେ ଏହି ଡକ୍-1 ମାକ୍ସ କଫ ସିରପ ଲାଗି ଥିବା ବାଧ୍ଯତାମୂଳକ ଟେଷ୍ଟିଂ ନ କରିବା ଲାଗି ୩୩ ହଜାର ଡଲାର ଲାଞ୍ଚ ପ୍ରଦାନ କରିଥିଲେ।

ଏହି ମାମଲାରେ ୨୦ଜଣ ଉଜବେକ ନାଗରିକ ଓ ଜଣେ ଭାରତୀୟ ନାଗରିକଙ୍କୁ ଜେରା ଚାଲିଥିବା ସୂଚନା ମିଳିଛି। ଭାରତର ମାରିୟନ ବାୟୋଟେକ କମ୍ପାନୀ ଦ୍ବାରା ପ୍ରସ୍ତୁତ କଫ ସିରପକୁ ଉଜବେକିସ୍ତାନରେ କ୍ବାରାମାକ୍ସ ମେଡିକାଲ ଜରିଆରେ ବିକ୍ରି କରାଯାଉଥିଲା। ଏହି କମ୍ପାନୀର ୩ଜଣ ଏକଜିକ୍ଯୁଟିଭଙ୍କ ମଧ୍ୟରୁ ଜଣେ ଅଛନ୍ତି ଭାରତୀୟ।

ଭାରତରୁ ପଠାଯାଇଥିବା ସିରପକୁ ପରୀକ୍ଷାନିରୀକ୍ଷା ନ କରିବା ଲାଗି କ୍ବାରାମାକ୍ସ ସିଇଓ ସିଂ ରାଘବେନ୍ଦ୍ର ପ୍ରତାର ସରକାରୀ ପଦାଧିକାରୀଙ୍କୁ ୩୩ ହଜାର ଡଲାର ଲାଞ୍ଚ ଦେଇଥିଲେ। କୋର୍ଟରେ ଜେରାବେଳେ ରାଘବେନ୍ଦ୍ର ଏହାକୁ ସ୍ବୀକାର କରିଥିବା ସୂଚନା ମିଳିଛି। ଗତ ୨୦୨୨ ଡିସେମ୍ବରରେ ଭାରତୀୟ କମ୍ପାନୀ ମାରିୟନ ବାୟୋଟେକ ଦ୍ବାରା ପ୍ରସ୍ତୁତ ଡକ-1 ମାକ୍ସ କଫ ସିରପ କମ୍ପାନିର ଔଷଧ ପିଇ ଉଜବେକିସ୍ତାନରେ ୬୫ଶିଶୁଙ୍କ ମୃତ୍ୟୁ ଘଟିଥିଲା। ଏହି ସିରପରେ ଏଥିଲିନ ଗ୍ଲାଇକଲ ରହିଥିଲା ବୋଲି ସେତେବେଳେ ହୋଇଥିବା ତଦନ୍ତରୁ ଜଣାପଡ଼ିଥିଲା।

ପତ୍ନୀ ନାଁରେ ସଙ୍ଗୀନ ଅଭିଯୋଗ ଆଣିଲା ସ୍ୱାମୀ

ଭୁବନେଶ୍ୱର: ସ୍ତ୍ରୀର ପରକୀୟା ପ୍ରୀତିକୁ ଧରିଲା ସ୍ବାମୀ। ଅସଂଯତ ଅବସ୍ଥାରେ ଅଶୋକ ନଗର ସ୍ଥିତ ଲଜରୁ ଉଦ୍ଧାର କଲା ସ୍ବାମୀ। କ୍ୟାପିଟାଲ ଥାନାରେ ସ୍ତ୍ରୀଙ୍କ ନାଁରେ ସଙ୍ଗୀନ ଅଭିଯୋଗ କଲେ ସ୍ବାମୀ ବଳରାମ ଜେନା । ମହିଳା ଜଣଙ୍କ ସୁନା ଚୁଡ଼ି, ସୁନା କାନଫୁଲ ଓ ନଗଦ ୨୫ ହଜାର ଟଙ୍କା ଚୋରି କରି ନେଇ ଆସିଥିବା ଏତଲାରେ ଉଲ୍ଲେଖ କରିଛନ୍ତି।

ଗତ ୧୪ ତାରିଖରୁ ଘରୁ ଲୁଚି ପଳାଇ ଆସିଥିଲେ ମହିଳା ଜଣଙ୍କ। ଫେରାର ହୋଇଯିବା ପରେ ଅନ୍ୟ ଜଣେ ଯୁବକ ସହ ଅଶୋକ ନଗରର ଏକ ଲଜରେ ରହୁଥିଲେ। ନିଗମ ଲଜର ରୁମ ନମ୍ବର ୧୫ରେ ଲୁଚି ରହୁଥିଲେ ମହିଳା ଓ ତାଙ୍କ ପ୍ରେମିକ। ପୂର୍ବରୁ ଏନେଇ ଜଙ୍କିଆ ଥାନାରେ ନିଖୋଜ ହୋଇଥିବା ନେଇ ଏତଲା ଦେଇଥିଲେ ପରିବାର ଲୋକେ। ସ୍ୱାମୀଙ୍କ ଏତଲା ପରେ ଉଦ୍ଧାର କଲା କ୍ୟାପିଟାଲ ଥାନା ପୋଲିସ।

ମହିଳାଙ୍କ ବିରୋଧରେ ରୂଢିବାଦୀ ଶବ୍ଦ ବ୍ୟବହାର ହୋଇପାରିବନାହିଁ: ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ସମାଜରେ ଶାଳୀନତା ଆଣିବା ଲାଗି ସୁପ୍ରିମକୋର୍ଟଙ୍କ ପଦକ୍ଷେପ। ମହିଳା ମାନଙ୍କ ବିରୋଧରେ ରୂଢିବାଦୀ ଶବ୍ଦ ବ୍ୟବହାର ହୋଇପାରିବନାହିଁ । ମିଷ୍ଟ୍ରେସ, ସ୍ଲଟ, ରକ୍ଷିତା ଭଳି ୪୦ଟି ଶବ୍ଦ ନ ବ୍ୟବହାର କରିବାକୁ ଦେଇଛନ୍ତି ପରାମର୍ଶ । ଏନେଇ ଜାରି କରିଛନ୍ତି ଏକ ହ୍ୟାଣ୍ଡବୁକ । ବର୍ତ୍ତମାନ ବହୁ ଅଶ୍ଲୀଳ ଇଂରାଜୀ ଶବ୍ଦ ସମାଜରେ ଛାଇ ହୋଇରହିଛି। ସେଗୁଡିକ ହେଲା ପ୍ରଷ୍ଟିଚ୍ୟୁଟ, ହୁକର, ହୋର, କିପ୍, ମିଷ୍ଟ୍ରେସ, ସ୍ଲଟ।

ଲିଙ୍ଗ ଦୃଷ୍ଟିରୁ ବି ବହୁ ଅସୂୟା ଶବ୍ଦର ବ୍ୟବହାର କରାଯାଉଛି । ସେସବୁକୁ ହଟାଇବା ଲାଗି ସିଜେଆଇ ଡି.ଓ୍ବାଇ. ଚନ୍ଦ୍ରଚୂଡ଼ ଏକ ହ୍ୟାଣ୍ଡବୁକ୍ ଲଞ୍ଚ କରିଛନ୍ତି । ଏହି ଶବ୍ଦଗୁଡିକ ପ୍ରତି ବିଚାରପତିମାନେ ଗୁରୁତ୍ବ ଦେବାକୁ ବି ସେ ପରାମର୍ଶ ଦେଇଛନ୍ତି । ଆଫାୟାର ଶବ୍ଦ ବଦଳରେ ବିବାହ ବାହାରେ ସମ୍ପର୍କ ବୋଲି ଏଥିରେ କୁହାଯାଇଛି। ବାଷ୍ଟାର୍ଡ ବଦଳରେ ବିନା ବିବାହରେ ଜାତ ସନ୍ତାନ କିମ୍ବା ସେହି ପିଲା ଯାହାର ବାପା-ମା ବିବାହ କରି ନଥିବେ ବୋଲି କୁହାଯାଇଛି।

ଚାଇଲଡ ପ୍ରଷ୍ଟିଚ୍ୟୁଟ ବଦଳରେ ଟ୍ରାଫିକିଂର ଶିକାର ହୋଇଥିବା ଶିଶୁ କୁହାଯିବ। ଡ୍ୟୁଟିଫୁଲ ଓ୍ବାଇଫ, ଫେଥଫୁଲ୍ ଓ୍ବାଇଫ, ଗୁଡ୍ ଓ୍ବାଇଫ, ଓବିଡିଏଣ୍ଟ ଓ୍ବାଇଫ ବଦଳରେ ମହିଳାଙ୍କୁ କେବଳ ଓ୍ବାଇଫ ବୋଲି କୁହାଯିବ। ହାଉସଓ୍ବାଇଫ ବଦଳରେ ମହିଳାଙ୍କୁ ହୋମମେକର କୁହାଯିବ। ପ୍ରଷ୍ଟିଚ୍ୟୁଟ ବଦଳରେ ସେକ୍ସଓ୍ବର୍କର କୁହାଯିବ। ଅବିବାହିତ ମା’ଙ୍କୁ ମା’ କୁହାଯିବ। ଇଣ୍ଡିଆନ ଓମେନ ଓ ଓ୍ବେଷ୍ଟର୍ଣ୍ଣ ଓମେନ ବଦଳରେ ଓମେନ କୁହାଯିବ ବୋଲି ସୂଚନା ଦିଆଯାଇଛି।

ପୁରୀରେ କେନ୍ଦ୍ର ଅର୍ଥମନ୍ତ୍ରୀ, ଶ୍ରୀଜୀଉଙ୍କୁ କଲେ ଦର୍ଶନ

ପୁରୀ: ପୁରୀରେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । ଶ୍ରୀମନ୍ଦିର ଯାଇ ଶ୍ରୀଜୀଉଙ୍କୁ ଦର୍ଶନ କଲେ। ବେଢା ପରିକ୍ରମା, ପାର୍ଶ୍ଵ ଦେବାଦେବୀ ଓ ବିମଳା ମନ୍ଦିରରେ କଲେ ଦର୍ଶନ। ଭିତର କାଠ ନିକଟରେ ମହାପ୍ରଭୁଙ୍କୁ ଦର୍ଶନ କରିଥିବା ବେଳେ କିଛି ଦାନ ମଧ୍ୟ ପ୍ରଦାନ କରିଛନ୍ତି। ପ୍ରଶାସନ ପକ୍ଷରୁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଥିବା ବେଳେ ସୁରକ୍ଷା ବ୍ୟବସ୍ଥା ଉପରେ ବିଶେଷ ଧ୍ୟାନ ଦିଆଯାଇଥିଲା ।

ଦର୍ଶନ ପରେ ଜିଲ୍ଲା ପ୍ରଶାସନ ପକ୍ଷରୁ ମହାପ୍ରଭୁଙ୍କ ଖଣ୍ଡୁଆ ଓ ଲାଗି ଭେଟି ସ୍ୱରୂପ ପ୍ରଦାନ କରାଯାଇଥିଲା। ତେବେ ଆଉ କିଛି ସମୟ ପରେ ପେଣ୍ଠକଟା ସ୍ଥିତ ସଦାଶିବ ସଂସ୍କୃତ ବିଶ୍ୱବିଦ୍ୟାଳୟର ହଷ୍ଟେଲରେ ବୃକ୍ଷରୋପଣ କାର୍ଯ୍ୟରେ ଯୋଗ ଦେବେ । ତାଙ୍କୁ ସ୍ୱାଗତ ପାଇଁ ବିଶ୍ୱବିଦ୍ୟାଳୟ ପକ୍ଷରୁ ବ୍ୟାପକ ବନ୍ଦୋବସ୍ତ କରାଯାଇଛି।

ହିମାଚଳରେ ଜଳ ପ୍ରଳୟ, ଭୂସ୍ଖଳନରେ ଗଲାଣି ଅନେକ ଜୀବନ

ଶିମଲା: ହିମାଚଳ ପ୍ରଦେଶରେ ଭୀଷଣ ବର୍ଷା ଏବେ ସାଂଘାତିକ ପରିସ୍ଥିତି ସୃଷ୍ଟି କରିଛି। ଲ୍ୟାଣ୍ଡ ସ୍ଲାଇଡ୍ ହୋଇ ରାଜ୍ୟରେ ପାହାଡ ଉପରେ ଅବସ୍ଥିତ ବଡ ସହରଗୁଡିକ ମାଟି ତଳକୁ ଧଶି ଯାଉଛନ୍ତି । ଦିନକୁ ଦିନ ଭୀଷଣ ବର୍ଷାରେ ମାଟିର ଆର୍ଦ୍ରତା ବଢିବାରେ ଲାଗିଛି।

ପାଣିପାଗ ବିଭାଗ ଅନୁଯାୟୀ, ଲଗାଣ ବର୍ଷା ହେତୁ ମାଟିର ଆର୍ଦ୍ରତା ବହୁତ ମାତ୍ରାରେ ବଢିଯାଇଛି। ଏହି କାରଣରୁ, ଭୂସ୍ଖଳନ, ମଡ ସ୍ଲାଇଡ ସହିତ ବଡ଼ ବଡ ଗଛ ସମେତ ଜଙ୍ଗଲ ତଳର ମାଟି ତଳକୁ ଧଷି ଯାଉଛି। ଜୁଲାଇ ୪ରୁ ହେଉଥିବା ପ୍ରବଳ ବର୍ଷା ପ୍ରଭାବରେ ଆସନ୍ତା କିଛି ମାସ ମଧ୍ୟରେ ପର୍ବତ ଉପରେ ଅବସ୍ଥିତ ସହରଗୁଡିକରେ ଲ୍ୟାଣ୍ଡ ସ୍ଲାଇଡିଂ ହେବାର ଆଶଙ୍କା କରାଯାଉଛି।

ମାତ୍ର ୩ ଦିନ ମଧ୍ୟରେ ୮୧ ଜଣଙ୍କ ଜୀବନ ଗଲାଣି। ଲଗାଣ ବର୍ଷା ସାଙ୍ଗକୁ ଭୂସ୍ଖଳନ ଅନେକ ଜୀବନ ନେଉଥିବା ବେଳେ ଅନେକଙ୍କ ଜୀବିକା ଉଜାଡି ଦେଉଛି। ବର୍ତ୍ତମାନ ସୁଦ୍ଧା ୧୦ହଜାର କୋଟିର ସମ୍ପତ୍ତି ନଷ୍ଟ ହୋଇ ସାରିଥିବା ଆକଳନ କରାଯାଇଛି।

ଏହି ସହର ଗୁଡ଼ିକରେ ହିମାଚଳ ପ୍ରଦେଶର ରାଜଧାନୀ ସମେତ ଅନେକ ବଡ଼ ଜିଲ୍ଲା ମଧ୍ୟ ଅନ୍ତର୍ଭୁକ୍ତ। ହିମାଚଳ ପ୍ରଦେଶର ପାଣିପାଗ ବିଭାଗ କେନ୍ଦ୍ରୀୟ ଅନୁସନ୍ଧାନ ଏଜେନ୍ସି ଗୁଡ଼ିକୁ ପର୍ବତଗୁଡିକର ଆର୍ଦ୍ରତା ପରିମାଣ ଆକଳନ କରୁଛନ୍ତି । ପାହାଡ ଉପରେ ଜଙ୍ଗଲର ଗଛଗୁଡ଼ିକ ଲ୍ୟାଣ୍ଡ ସ୍ଲାଇଡ୍ ସମୟରେ ଖସି ଯାଉଛନ୍ତି । ଏଥିରୁ ଏହା ମଧ୍ୟ ଅନୁମାନ କରାଯାଉଛି ଯେ, ଏହି ଜଙ୍ଗଲ ଏବଂ ଗଛଗୁଡ଼ିକ ବର୍ଷା ଜଳ ସଂରକ୍ଷଣ କରିବାରେ ସକ୍ଷମ ନୁହଁନ୍ତି । ତେଣୁ ପର୍ବତ ଉପରେ ଅବସ୍ଥିତ ସହର ଏବଂ ଜନସଂଖ୍ୟା ପାଇଁ ଏହା ଏକ ଚିନ୍ତାର ବିଷୟ ପାଲଟିଛି ।

 

ଫେବ୍ରୁଆରୀ ୧୪ରୁ ଆରମ୍ଭ ହେବ ଯୁକ୍ତ ଦୁଇ ପରୀକ୍ଷା

ଭୁବନେଶ୍ୱର: ୨୦୨୪ ଫେବ୍ରୁଆରୀ ୧୪ରୁ ଆରମ୍ଭ ହେବ ଯୁକ୍ତ ଦୁଇ ପରୀକ୍ଷା।  ଫେବ୍ରୁଆରୀ ୧୪ରୁ ମାର୍ଚ୍ଚ ୧୩  ତାରିଖ ଯାଏଁ ପରୀକ୍ଷା ଚାଲିବ। ଏନେଇ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ପ୍ରକାଶିତ ଏକାଡେମିକ କ୍ୟାଲେଣ୍ଡରରେ ଉଲ୍ଲେଖ ରହିଛି।

ବୋର୍ଡ ପରୀକ୍ଷା ପାଇଁ ଆସନ୍ତା ନଭେମ୍ବର ୧୦ରୁ ୨୫ ତାରିଖ ମଧ୍ୟରେ ଫର୍ମ ଫିଲଅପ୍ କରାଯିବ। ଜାନୁଆରି ପ୍ରଥମ ସପ୍ତାହରେ ପ୍ରାକ୍ଟିକାଲ ପରୀକ୍ଷା ହେବ। ଏପ୍ରିଲ ଶେଷ କିମ୍ବା ମେ’ ମାସ ପ୍ରଥମ ସପ୍ତାହରେ ପରୀକ୍ଷା ଫଳ ପ୍ରକାଶ ପାଇବ। ପିଲାମାନଙ୍କର ସ୍ବାର୍ଥକୁ ଦୃଷ୍ଟିରେ ରଖି ସିଏଚଏସଇ ପକ୍ଷରୁ ଚଳିତ ବର୍ଷ ଆଗୁଆ ପରୀକ୍ଷା କରାଯାଉଛି।

ଏକ୍ସରେଗୁଲାର ଛାତ୍ରଛାତ୍ରୀ ଅନଲାଇନ୍ ମାଧ୍ୟମରେ ଆସନ୍ତା ସେପ୍ଟେମ୍ବର ୧୫ରୁ ୩୦ ତାରିଖ ମଧ୍ୟରେ ଫର୍ମ ଫିଲଅପ୍ କରିବେ। କିନ୍ତୁ ନିୟମିତ ପିଲାମାନେ ନଭେମ୍ବର ୧୦ରୁ ୨୫ ତାରିଖ ମଧ୍ୟରେ ଫର୍ମଫିଲପ କରିବେ ବୋଲି କୁହାଯାଇଛି  । ଡିସେମ୍ବର ୨୫ ତାରିଖ ସୁଦ୍ଧା ପିଲାମାନେ ଅନଲାଇନରେ ଆଡମିଟ୍ କାର୍ଡ ପାଇପାରିବେ। ବୋର୍ଡ ପରୀକ୍ଷାର ଗୋଟିଏ ମାସ ପୂର୍ବରୁ ପରୀକ୍ଷା ସୂଚୀ ପ୍ରକାଶ ପାଇବ ।

ଆଜିଠୁ ୧୯ ଯାଏଁ ଭିଜିବ ସାରା ଓଡ଼ିଶା

ଭୁବନେଶ୍ୱର: ଆସନ୍ତା ୨୪ ଘଣ୍ଟାରେ ଲଘୁଚାପର ରୂପନେବ ବଙ୍ଗୋପସାଗରରେ ସୃଷ୍ଟ ଘୂର୍ଣ୍ଣିବଳୟ। ପ୍ରଭାବରେ ଆଜିଠୁ ୧୯ ତାରିଖ ଯାଏଁ ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନା ରହିଛି । ଉପକୂଳ ଓ ଦକ୍ଷିଣ ଆଭ୍ୟନ୍ତରୀଣ ଓଡ଼ିଶାରେ ପ୍ରବଳ ବର୍ଷା ନେଇ ସତର୍କତା ଜାରି କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର।

ପ୍ରବଳ ବର୍ଷା ପାଇଁ ଆଜି ପୁରୀ, ଖୋର୍ଦ୍ଧା, କଟକ, ଅନୁଗୁଳ ଏବଂ ସମ୍ବଲପୁର ଜିଲ୍ଲାକୁ ଅରେଞ୍ଜ ଆଲର୍ଟ ଜାରି କରାଯାଇଛି। ୧୮  ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି କରାଯାଇଛି। କାଲି ପ୍ରବଳରୁ ଅତି ପ୍ରବଳ ବର୍ଷା ନେଇ ୭ ଜିଲ୍ଲାକୁ ସତର୍କତା ଜାରି ହୋଇଛି। ଏହି ସମୟରେ ୧୨୦ରୁ ୨୦୫ ମିଲିମିଟର ପର୍ଯ୍ୟନ୍ତ ବର୍ଷା ହୋଇପାରେ।

ସେପଟେ  ଏବେ ବି ରାଜ୍ୟରେ ଦୁର୍ବଳ ରହିଛି ମୌସୁମୀ ନିମ୍ନଚାପରେଖା। ସ୍ବାଭାବିକ ଅବସ୍ଥାନରୁ ଉତ୍ତରରେ ହିମାଳୟ ପାଦଦେଶରେ ରହିଛି ମୌସୁମୀ। ଫଳରେ ରାଜ୍ୟରେ ତାତି ବଢିବା ସହ ଅସହ୍ୟ ଗୁଳୁଗୁଳି ଜାରି ରହିଛି।

ଶେଷ ପର୍ଯ୍ୟାୟରେ ଚନ୍ଦ୍ରଯାନ-୩, ଆଜି ଅଲଗା ହେବେ ପ୍ରପଲସନ ଓ ଲ୍ୟାଣ୍ଡର ମୋଡ୍ୟୁଲ

ନୂଆଦିଲ୍ଲୀ: ପାଖଉଛି ଚନ୍ଦ୍ର, ବଢୁଛି ଉତ୍କଣ୍ଠା। କଠିନ ପର୍ଯ୍ୟାୟରେ ପ୍ରବେଶ କରିଛି ଚନ୍ଦ୍ରଯାନ-୩। ଏବେ ସବୁଠୁ ଗୁରୁତ୍ବପୂର୍ଣ୍ଣ ସୋପାନରେ ଚନ୍ଦ୍ରଯାନ-୩ ରହିଛି। ଆଜି ଅଲଗା ହେବେ ପ୍ରପଲସନ ଓ ଲ୍ୟାଣ୍ଡର ମୋଡ୍ୟୁଲ। ଅର୍ଥାତ ଲ୍ୟାଣ୍ଡର ବିକ୍ରମ ଆଜି ଚନ୍ଦ୍ରଯାନରୁ ଅଲଗା ହେବ। ଏହା ମଧ୍ୟରେ ରହିଛି ପ୍ରଜ୍ଞାନ।

ଚନ୍ଦ୍ରପୃଷ୍ଠରେ ଲ୍ୟାଣ୍ଡର ବିକ୍ରମ ଅବତରଣ କରିବା ପରେ ପ୍ରଜ୍ଞାନ ସେଥିମଧ୍ୟରୁ ବାହାରକୁ ଆସିବ। ପ୍ରପଲସନ ଓ ଲ୍ୟାଣ୍ଡର ମୋଡ୍ୟୁଲ ଅଲଗା ହେବାର କିଛି ଘଣ୍ଟା ଇସ୍ରୋ ପାଇଁ ଗୁରୁତ୍ବପୂର୍ଣ୍ଣ ସମୟ। ଗତକାଲି  ପଞ୍ଚମ ତଥା ଶେଷ ଲୁନାର ମାନୋଭର ବା କକ୍ଷ ପରିବର୍ତ୍ତନ କରିଥିଲା ଚନ୍ଦ୍ରଯାନ-୩ । କାଲି ଲ୍ୟାଣ୍ଡର ମୋଡ୍ୟୁଲ କକ୍ଷର ଉଚ୍ଚତା ହ୍ରାସ କରାଯିବ। ୨୦ ଅଗଷ୍ଟରେ ଲ୍ୟାଣ୍ଡର କକ୍ଷରୁ ଅଲଗା କରାଯାଇ ୨୩ ତାରିଖ ସନ୍ଧ୍ୟା ୫ଟା ୪୭ରେ ସଫ୍ଟ ଲ୍ୟାଣ୍ଡିଂ କରିବ ବୋଲି ସୂଚନା ମିଳିଛି ।

ଯଦି ଅଗଷ୍ଟ ୨୩ରେ ସଫ୍ଟ ଲ୍ୟାଣ୍ଡିଂ କରିବାରେ ଚନ୍ଦ୍ରଯାନ-୩ ସଫଳ ହୁଏ ତେବେ ଏକ୍ଷେତ୍ରରେ ଆମେରିକା, ପୂର୍ବତନ ସୋଭିଏତ ଋଷ ଓ ଚୀନ ପରେ ଭାରତ ହେବ ଚତୁର୍ଥ ରାଷ୍ଟ୍ର । ଗତ ୨୦୧୯ରେ ଚନ୍ଦ୍ରଯାନ-୨ ସଫ୍ଟ ଲ୍ୟାଣ୍ଡିଂ ବିଫଳ ହେବା ପରେ ଇସ୍ରୋରେ ଖେଳିଯାଇଥିଲା ନୈରାଶ୍ୟ।

ପୋଲିସ ସ୍କାନରରେ ବୃଦ୍ଧାଙ୍କ ବୋହୂ, ମେଡିକାଲରେ ବୟାନ ରେକର୍ଡ

ଭୁବନେଶ୍ୱର : ଖଣ୍ଡଗିରି ବାରି ଅଞ୍ଚଳରେ ବୃଦ୍ଧାଙ୍କ ତଣ୍ଟି କାଟି ବିଭତ୍ସ ହତ୍ୟା ଘଟଣା । ଘଟଣାସ୍ଥଳରେ ଭରତପୁର ଥାନା ପୋଲିସର ଛାନଭିନ ଜାରି ରହିଛି । ଯାଞ୍ଚ ସହ ସ୍ଥାନୀୟ ଲୋକଙ୍କୁ ପଚରାଉଚରା କରୁଛି ସ୍ୱତନ୍ତ୍ର ଟିମ । ତେବେ ବୃଦ୍ଧାଙ୍କୁ କାହିଁକି ତଣ୍ଟି କାଟି ବିଭତ୍ସ ହତ୍ୟା କରାଗଲା ତାର କାରଣ ଖୋଜୁଛି ପୋଲିସ । ଏବେ ପୋଲିସ ସ୍କାନରରେ ବୃଦ୍ଧାଙ୍କ ବୋହୂ  ପୋଲିସ ମେଡିକାଲରେ ପହଁଚି ତାଙ୍କର ବୟାନ ରେକର୍ଡ କରିଛି। ପରକୀୟା ପ୍ରୀତିରୁ ଏଭଳି ଘଟଣା ବୋହୁ ଘଟାଇଥିବା ସନ୍ଦେହ କରାଯାଉଛି । ଶବ ଵ୍ୟବଛେଦ ପରେ ମୃତଦେହକୁ ପରିବାର ଲୋକଙ୍କୁ ହସ୍ତାନ୍ତର କରିବ ପୋଲିସ । ଗତକାଲି ଏହି ଚାଞ୍ଚଲ୍ୟକର ହତ୍ୟାକାଣ୍ଡ ଘଟିଥିଲା ଘର ଭିତରୁ ବୃଦ୍ଧାଙ୍କ ମୃତଶରୀର ଉଦ୍ଧାର କରିଥିଲା ପୋଲିସ। ମୃତ ମହିଳାଙ୍କ ନାଁ ମଦା ପଲେଇ ଓ ଘର ଗଞ୍ଜାମ  ବୋଲି ଜଣାପଡ଼ିଛି। ଘଟଣାସ୍ଥଳରେ ଗତକାଲି ଭୁବନେଶ୍ୱର ଡିସିପି ପ୍ରତୀକ ସିଂ ନିଜେ ଛାନଭିନ କରିଛନ୍ତି। ଫରେନସିକ ଟିମ ପକ୍ଷରୁ ଗତକାଲି ମଧ୍ୟ ତଦନ୍ତକୁ ବ୍ୟାପକ କରାଯାଇଛି।