ହିମାଚଳରେ ଜଳ ପ୍ରଳୟ, ଭୂସ୍ଖଳନରେ ଗଲାଣି ଅନେକ ଜୀବନ

ଶିମଲା: ହିମାଚଳ ପ୍ରଦେଶରେ ଭୀଷଣ ବର୍ଷା ଏବେ ସାଂଘାତିକ ପରିସ୍ଥିତି ସୃଷ୍ଟି କରିଛି। ଲ୍ୟାଣ୍ଡ ସ୍ଲାଇଡ୍ ହୋଇ ରାଜ୍ୟରେ ପାହାଡ ଉପରେ ଅବସ୍ଥିତ ବଡ ସହରଗୁଡିକ ମାଟି ତଳକୁ ଧଶି ଯାଉଛନ୍ତି । ଦିନକୁ ଦିନ ଭୀଷଣ ବର୍ଷାରେ ମାଟିର ଆର୍ଦ୍ରତା ବଢିବାରେ ଲାଗିଛି।

ପାଣିପାଗ ବିଭାଗ ଅନୁଯାୟୀ, ଲଗାଣ ବର୍ଷା ହେତୁ ମାଟିର ଆର୍ଦ୍ରତା ବହୁତ ମାତ୍ରାରେ ବଢିଯାଇଛି। ଏହି କାରଣରୁ, ଭୂସ୍ଖଳନ, ମଡ ସ୍ଲାଇଡ ସହିତ ବଡ଼ ବଡ ଗଛ ସମେତ ଜଙ୍ଗଲ ତଳର ମାଟି ତଳକୁ ଧଷି ଯାଉଛି। ଜୁଲାଇ ୪ରୁ ହେଉଥିବା ପ୍ରବଳ ବର୍ଷା ପ୍ରଭାବରେ ଆସନ୍ତା କିଛି ମାସ ମଧ୍ୟରେ ପର୍ବତ ଉପରେ ଅବସ୍ଥିତ ସହରଗୁଡିକରେ ଲ୍ୟାଣ୍ଡ ସ୍ଲାଇଡିଂ ହେବାର ଆଶଙ୍କା କରାଯାଉଛି।

ମାତ୍ର ୩ ଦିନ ମଧ୍ୟରେ ୮୧ ଜଣଙ୍କ ଜୀବନ ଗଲାଣି। ଲଗାଣ ବର୍ଷା ସାଙ୍ଗକୁ ଭୂସ୍ଖଳନ ଅନେକ ଜୀବନ ନେଉଥିବା ବେଳେ ଅନେକଙ୍କ ଜୀବିକା ଉଜାଡି ଦେଉଛି। ବର୍ତ୍ତମାନ ସୁଦ୍ଧା ୧୦ହଜାର କୋଟିର ସମ୍ପତ୍ତି ନଷ୍ଟ ହୋଇ ସାରିଥିବା ଆକଳନ କରାଯାଇଛି।

ଏହି ସହର ଗୁଡ଼ିକରେ ହିମାଚଳ ପ୍ରଦେଶର ରାଜଧାନୀ ସମେତ ଅନେକ ବଡ଼ ଜିଲ୍ଲା ମଧ୍ୟ ଅନ୍ତର୍ଭୁକ୍ତ। ହିମାଚଳ ପ୍ରଦେଶର ପାଣିପାଗ ବିଭାଗ କେନ୍ଦ୍ରୀୟ ଅନୁସନ୍ଧାନ ଏଜେନ୍ସି ଗୁଡ଼ିକୁ ପର୍ବତଗୁଡିକର ଆର୍ଦ୍ରତା ପରିମାଣ ଆକଳନ କରୁଛନ୍ତି । ପାହାଡ ଉପରେ ଜଙ୍ଗଲର ଗଛଗୁଡ଼ିକ ଲ୍ୟାଣ୍ଡ ସ୍ଲାଇଡ୍ ସମୟରେ ଖସି ଯାଉଛନ୍ତି । ଏଥିରୁ ଏହା ମଧ୍ୟ ଅନୁମାନ କରାଯାଉଛି ଯେ, ଏହି ଜଙ୍ଗଲ ଏବଂ ଗଛଗୁଡ଼ିକ ବର୍ଷା ଜଳ ସଂରକ୍ଷଣ କରିବାରେ ସକ୍ଷମ ନୁହଁନ୍ତି । ତେଣୁ ପର୍ବତ ଉପରେ ଅବସ୍ଥିତ ସହର ଏବଂ ଜନସଂଖ୍ୟା ପାଇଁ ଏହା ଏକ ଚିନ୍ତାର ବିଷୟ ପାଲଟିଛି ।