ପୁରୀରେ କେନ୍ଦ୍ର ଅର୍ଥମନ୍ତ୍ରୀ, ଶ୍ରୀଜୀଉଙ୍କୁ କଲେ ଦର୍ଶନ

ପୁରୀ: ପୁରୀରେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । ଶ୍ରୀମନ୍ଦିର ଯାଇ ଶ୍ରୀଜୀଉଙ୍କୁ ଦର୍ଶନ କଲେ। ବେଢା ପରିକ୍ରମା, ପାର୍ଶ୍ଵ ଦେବାଦେବୀ ଓ ବିମଳା ମନ୍ଦିରରେ କଲେ ଦର୍ଶନ। ଭିତର କାଠ ନିକଟରେ ମହାପ୍ରଭୁଙ୍କୁ ଦର୍ଶନ କରିଥିବା ବେଳେ କିଛି ଦାନ ମଧ୍ୟ ପ୍ରଦାନ କରିଛନ୍ତି। ପ୍ରଶାସନ ପକ୍ଷରୁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଥିବା ବେଳେ ସୁରକ୍ଷା ବ୍ୟବସ୍ଥା ଉପରେ ବିଶେଷ ଧ୍ୟାନ ଦିଆଯାଇଥିଲା ।

ଦର୍ଶନ ପରେ ଜିଲ୍ଲା ପ୍ରଶାସନ ପକ୍ଷରୁ ମହାପ୍ରଭୁଙ୍କ ଖଣ୍ଡୁଆ ଓ ଲାଗି ଭେଟି ସ୍ୱରୂପ ପ୍ରଦାନ କରାଯାଇଥିଲା। ତେବେ ଆଉ କିଛି ସମୟ ପରେ ପେଣ୍ଠକଟା ସ୍ଥିତ ସଦାଶିବ ସଂସ୍କୃତ ବିଶ୍ୱବିଦ୍ୟାଳୟର ହଷ୍ଟେଲରେ ବୃକ୍ଷରୋପଣ କାର୍ଯ୍ୟରେ ଯୋଗ ଦେବେ । ତାଙ୍କୁ ସ୍ୱାଗତ ପାଇଁ ବିଶ୍ୱବିଦ୍ୟାଳୟ ପକ୍ଷରୁ ବ୍ୟାପକ ବନ୍ଦୋବସ୍ତ କରାଯାଇଛି।