ନନ୍ଦିଘୋଷ ବ୍ୟୁରୋ: ଆାଜି ଆୟାରଲ୍ୟାଣ୍ଡ ବିପକ୍ଷରେ ମଇଦାନକୁ ଓହ୍ଲାଇବ ବୁମରା ବାହିନୀ । ୩ ମ୍ୟାଚ ବିଶିଷ୍ଟ ଟି-୨୦ ସିରିଜର ପ୍ରଥମ ମ୍ୟାଚରେ ବହୁ ଯୁବ ଖେଳାଳି ଡେବ୍ୟୁ କରିବାକୁ ଯାଉଛନ୍ତି । ଦୀର୍ଘ ୧୧ ମାସ ପରେ ମଇଦାନକୁ ଫେରିଛନ୍ତି ଭାରତୀୟ ଦଳର ଦ୍ରୁତ ବୋଲର ଜଶପ୍ରିଶ ବୁମରା । ଦିନିକିଆ ବିଶ୍ବକପ୍ ପୂର୍ବରୁ ବୁମରାଙ୍କ ପାଇଁ ଏହି ଶୃଙ୍ଖଳା ମଧ୍ୟ ଫିଟ୍ନେସ୍ ଓ ଲୟର ବଡ଼ ପରୀକ୍ଷା ନେବ। ଆଇପିଏଲ୍ ପ୍ରଦର୍ଶନ ପରେ ଏହି ପରବର୍ତୀ ପିଢ଼ିର କ୍ରିକେଟ୍ରଙ୍କ ମଧ୍ୟରେ ରହିଛନ୍ତି ଋତୁରାଜ ଗାଏକ୍ବାଡ୍, ରିଙ୍କୁ ସିଂହ, ଜିତେଶ ଶର୍ମା। ବୁମରାଙ୍କ ରଣ କୌଶଳ ଓ ନେତୃତ୍ବ ମଧ୍ୟ କିଭଳି ରହୁଛି ତାହା ଅନ୍ୟତମ ଆଲୋଚନା ପରିସରଭୁକ୍ତ ରହିଛି।
ସିମ୍ କାର୍ଡ ଡିଲରଙ୍କ ଲାଗି ପୋଲିସ ଯାଞ୍ଚ ଓ ବାୟୋମେଟ୍ରିକ ଭେରିଫିକେସନ ବାଧ୍ୟତାମୂଳକ
ନୂଆଦିଲ୍ଲୀ: ସିମ୍ କାର୍ଡ ଡିଲରଙ୍କ ଲାଗି ପୋଲିସ ଯାଞ୍ଚ ଓ ବାୟୋମେଟ୍ରିକ ଭେରିଫିକେସନ ହେଲା ବାଧ୍ୟତାମୂଳକ । ଏହା ସହ ବଲ୍କ କନେକସନ ଲାଗି ରହିଥିବା ବ୍ୟବସ୍ଥା ହୋଇଛି ଉଚ୍ଛେଦ । ନିୟମ ଉଲ୍ଲଂଘନ କରୁଥିବ ଡିଲରଙ୍କ ଉପରେ ୧୦ ଲକ୍ଷ ଟଙ୍କା ଜୋରିମନା ଲାଗିବ ।
ଏନେଇ ସୂଚନା ଦେଇଛନ୍ତି କେନ୍ଦ୍ର ଇଲେକ୍ଟ୍ରୋନିକ୍ସ ଓ ଆଇଟି ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ । ମନ୍ତ୍ରୀ କହିଛନ୍ତି- ପଏଣ୍ଟ-ଅଫ-ସେଲ ଡିଲରଙ୍କ ଲାଗି ପଞ୍ଜିକରଣ ହୋଇଛି ବାଧ୍ୟତାମୂଳକ । କେନ୍ଦ୍ର ସରକାର ୫୨ ଲକ୍ଷ ମୋବାଇଲ କନେକ୍ସନକୁ ଡିସକନେକ୍ଟ କରିଛନ୍ତି ।
ଦେଶର ୬୭ ହଜାର ଡିଲରଙ୍କୁ ବ୍ଲାକଲିଷ୍ଟ କରାଯାଇଛି । ଗତ ମେ ମାସଠାରୁ ବର୍ତ୍ତମାନ ପର୍ଯ୍ୟନ୍ତ ସିମ୍ କାର୍ଡ ହୋଲଡରମାନଙ୍କ ବିରୋଧରେ ୩ ଶହ ଏଫଆଇଆର ରୁଜୁ କରାଯାଇଛି । ବିଭିନ୍ନ ଜାଲିଆତି କାର୍ଯ୍ୟକଳାପରେ ଜଡିତ ଥିବା ୬୬ ହଜାର ଆକାଉଣ୍ଟକୁ ହ୍ବାଟ୍ସଆପ ବ୍ଲକ କରିଛି । ମନ୍ତ୍ରୀ କହିଛନ୍ତି- ୧୦ ଲକ୍ଷ ସିମ୍ ଡିଲର ଅଛନ୍ତି ଏବଂ ପୋଲିସ ଯାଞ୍ଚ ଲାଗି ସେମାନଙ୍କୁ ଅଧିକ ସମୟ ଦିଆଯାଇଛି । ଏହା ସହ ସିମ୍ ହସ୍ତାନ୍ତର ସମୟରେ ବିଜନେସଗୁଡିକର କେଓ୍ବାଇସି ଓ ବ୍ୟକ୍ତିବିଶେଷଙ୍କ କେଓ୍ବାଇସି ଦାଖଲ ହେବ ।
ରବି ଚାଷ ପାଇଁ କୃଷି ବିଭାଗର ଆକ୍ସନ ପ୍ଲାନ, ୭୦ ରୁ ୮୦ ପ୍ରତିଶତ ବୃଦ୍ଧି ପାଇବା ଆଶଙ୍କା
ଭୁବନେଶ୍ବର: ରାଜ୍ୟରେ ଖରିଫ ଋତୁରେ କୃଷି ଉତ୍ପାଦନ ପରିମାଣ ଅନୁସାରେ ରବି ଋତୁରେ ଯେଉଁ ପରମାଣରେ ଉତ୍ପାଦାନ ରହିବା କଥା ତାହା କମ ରହୁଛି। ଜଳସଂପଦ ଓ ଜଳେସଚନ ଯେତିକି ରହଛି, କୃଷି କାର୍ଯ୍ୟ ପାଇଁ ଜଳ କିପରି ଆବଶ୍ୟକ ମୁତାବକ ବିନିଯୋଗ କରାଯାଇ ରବିଚାଷ ଉତ୍ପାଦନ ବୃଦ୍ଧି ପାଇବ ସେ ନିମନ୍ତେ ରାଜ୍ୟ ଜଳ ସଂପଦ ବିଭାଗ, କୃଷ ଓ କୃଷକ ଓ ସଶକ୍ତିକରଣ ବିଭାଗ ମିଳିମିଶି ଟିମ ୱାର୍କ କରିବେ ସେ ନେଇ କର୍ମଶାଳାରେ ଆଲୋଚନା ହୋଇଛି।
ଏଥିରେ କୃଷକ ଓ ପାଣି ପଂଚାୟତ ମାନେ ସହେଯାଗ କରିବେ । ଆଗକୁ ରବି ଚାଷ ପାଇଁ ୩ ମାସ ସମୟ ଥିବାରୁ ଏଥିପାଇଁ କୃଷିବିଭାଗ ତରଫରୁ ଆକ୍ସନ ପ୍ଲାନ ପ୍ରସ୍ତୁତ କରାଯାଇଛି।
ଏହାକୁ କାର୍ଯ୍ୟକାରୀ କରିବା ପାଇଁ ଉଭୟ ବିଭାଗର ଅଧିକାରୀମାନେ ଆୟୋଜିତ କର୍ମଶାଳାରେ ଯୋଗ ଦେଇ କହିଥିଲେ । ଏଥି ପାଇଁ ବିଭିନ୍ନ ବ୍ଲକରେ ଯେଉଁ ସ୍ଥାନରେ ରବି ଫସଲ କରାଯାଉଛି, ସେଥିପାଇଁ ଜଳର କେତେ ଆବଶ୍ୟକତା ରହଛି ? ଅଧିକ ରବିଫସଲ କରାଗଲେ କେତେ ଜଳ ଆବଶ୍ୟକତା ରହିବ, ସେ ସମ୍ପର୍କରେ ପ୍ରତି ବ୍ଲକ ଆଗାମୀ ୧୫ ତାରିଖ ସୁଦ୍ଧା ବିବରଣୀ ପ୍ରସ୍ତୁତ କରିବେ । ୩୦ ସେପ୍ଟେମ୍ବର ସୁଦ୍ଧା ବ୍ଲକରୁ ଜିଲ୍ଲାକୁ ବିବରଣୀ ପହଁଚିବ ।
୩୦ ଅକ୍ଟୋବର ସୁଦ୍ଧା ଜିଲ୍ଲାପାଳ ମାନେ ରାଜ୍ୟକୁ ତଥ୍ୟ ପ୍ରଦାନ କରିବେ । ପ୍ରସ୍ତୁତ ଯୋଜନା ଅନୁସାରେ ଜିଲ୍ଲାପାଳ ମାନେ ରବିଚାଷ ପାଇଁ କି ବ୍ୟବସ୍ଥା ରହିଛି, ସେ ସମ୍ପର୍କରେ ବ୍ୟାପକ ଆଲୋଚନା କରି ସଚେତନ କରିବେ । ନଭେମ୍ବର ପ୍ରଥମ ସପ୍ତାହ ସୁଦ୍ଧା ଯୋଜନା କାର୍ଯ୍ୟକାରୀ ହେବ । ଏହା ଦ୍ବାରା ୭୦ ରୁ ୮୦ ପ୍ରତିଶତ ରବିଚାଷ ବୃଦ୍ଧି ପାଇବା ଆଶା କରାଯାଉଛି ।
ରବୀନ୍ଦ୍ର ଜାଡେଜାଙ୍କ ବିଧାୟିକା ପତ୍ନୀ ସାଂସଦଙ୍କୁ କହିଲେ ‘ଔକାତ’ରେ ରୁହ
ଜାମନଗର: ଭାରତୀୟ କ୍ରିକେଟର ରବୀନ୍ଦ୍ର ଜାଡେଜାଙ୍କ ପତ୍ନୀ ରିବାବା ଜାଡେଜାଙ୍କ ରାଗ ପଞ୍ଚମରେ । କୌଣସି କାରଣରୁ ବିଧାୟିକା ପତ୍ନୀଙ୍କ ଜାମନଗର ମେୟର ଓ ସାଂସଦଙ୍କ ସହ ଯୁକ୍ତିତର୍କର ଭିଡିଓ ଭାଇରାଲ ହୋଇଛି । ରିବାବା ଜାମନଗର ଉତ୍ତର ବିଧାନସଭା ସିଟରୁ ବିଜେପି ବିଧାୟକ ଅଛନ୍ତି । ତାଙ୍କର ଝଗଡା ଯେଉଁ ଦୁଇ ନେତାଙ୍କ ସହ ହୋଇଛି ସେମାନେ ମଧ୍ୟ ବିଜେପିର ହୋଇଥିବା ଜଣାପଡିଛି ।
#WATCH | Gujarat: A verbal spat broke out between Jamnagar North MLA Rivaba Jadeja and MP Poonamben Maadam during an event in Jamnagar.
(Visuals from earlier today) pic.twitter.com/J9wYiOmQgG
— ANI (@ANI) August 17, 2023
ଏହି ଭାଇରାଲ ଭିଡିଓରେ ରିବାବା ଜାଡେଜା ବଡପାଟିରେ ସାଂସଦ ପୁନମ ମଦାମ ଓ ମେୟର ବୀଣା ବେନଙ୍କୁ ଔକାତ ଭଳି ଅପଶବ୍ଦ ପ୍ରୟୋଗ କରୁଥିବା ଦେଖିବାକୁ ମିଳିଛି । ଏହି ଘଟଣା ପରେ ନିଜ ସ୍ପଷ୍ଟୀକରଣ ଦେଇଛନ୍ତି ବିଧାୟିକା । ସେ କହିଛନ୍ତି ‘‘ଯଦି କେହି ଆପଣଙ୍କ ସାମନାରେ ବଡପାଟିରେ କଥାବାର୍ତ୍ତା କରେ ସେତେବେଳେ ଆପଣ ଅପମାନିତ ଅନୁଭବ କରନ୍ତି । ମୋତେ ନିଜ ଆତ୍ମସମ୍ମାନ ରକ୍ଷା କରିବା ପାଇଁ ଏଭଳି କହିବାକୁ ପଡିଥିଲା ବୋଲି ରିବାବା ସଫେଇ ଦେଇଛନ୍ତି ’’ ।
ଚୋରି ପରେ ଦୋକାନୀଙ୍କୁ ଇମୋସନାଲ ଚିଠି ଲେଖିଲା ଚୋର, ‘ମୋତେ କ୍ଷମା କରିଦେବ’
ରାୟପୁର: ଛତିଶଗଡରୁ ଆଶ୍ଚର୍ଯ୍ୟ କରିଦେବା ଭଳି ଏକ ଚୋରର କାରନାମା ସାମନାକୁ ଆସିଛି । ଏଠାରେ ଜଣେ ଚୋର ଚୋରି କରିବା ପରେ ଦୋକାନ ମାଲିକ ଉଦ୍ଦେଶ୍ୟରେ ଏକ ଚିଠି ଲେଖିଛି । ସେ ଚିଠିରେ ଲେଖିଛି ଯେ ମୋତେ କ୍ଷମା କରିବ ଭାଇ, ମୋର ଆବଶ୍ୟକତା ଥିଲା । କେବଳ ଏତିକି ନୁହେଁ ଚୋର ତା ନାଁ କିଙ୍ଗ କହିଛି । ଚିଠି ମିଳିବା ପରେ ପୋଲିସ ତା ବିରୁଦ୍ଧରେ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି ।
ରାଜ୍ୟର ନବନିର୍ମିତ ସାରଙ୍ଗଡ ଭିଲାଇଗଡ ଜିଲ୍ଲାରୁ ଏଭଳି ଅଭିଯୋଗ ଆସିଛି । ଏଠାରେ ଏକ କମ୍ପ୍ୟୁଟର ଦୋକାନର କାନ୍ଥ ତାଡି ଦୁଇ ଲକ୍ଷରୁ ଅଧିକ ମୂଲ୍ୟର ସାମଗ୍ରୀ ଚୋରି କରିନେଇଛି ଚୋର। ଏହାପରେ ସେ ଏକ ଚିଠି ଲେଖିଛି ଯେ ‘ମୋତେ କ୍ଷମା କରିବ ଭାଇ, ମୋର ଦରକାର ଥିଲା । ମୋ ନାଁ କିଙ୍ଗ ଅଟେ ’ ।
ଏହି ଚିଠି ମିଳିବା ପରେ ଚୋରକୁ ଖୋଜିବା ପାଇଁ ପୋଲିସ ଖୋଳତାଡ ଆରମ୍ଭ କରିଦେଇଛି । ଡଗସ୍କ୍ବାଡ୍ ସାହାଯ୍ୟରେ ଚୋରକୁ ଧରିବା ପାଇଁ ପୋଲିସ ଅଣ୍ଟା ଭିଡିଛି । ଦୋକାନ ଓ ଏହାର ଆଖପାଖରେ ଲାଗିଥିବା ସିସିଟିଭି ଫୁଟେଜ ଆଧାରରେ ଚୋର କିଙ୍ଗକୁ ଖୋଜୁଚି ପୋଲିସ ।
ମନ୍ତ୍ରୀ ନକଲେ ପତ୍ନୀ ଆତ୍ମହତ୍ୟା କରିବେ, ଶିବସେନା ବିଧାୟକ ଦେଇଥିଲେ ଏମିତି ଧମକ
ମୁମ୍ବାଇ: ମହାରାଷ୍ଟ୍ରରେ କ୍ୟାବିନେଟ ବିସ୍ତାର ମଧ୍ୟରେ ସିଏମ ଏକନାଥ ସିନ୍ଦେ ଗୋଷ୍ଠୀ ଶିବସେନାର ଜଣେ ବିଧାୟକ ଭରତଶେଠ ଗୋଗାୱଲେ ଏକ ବଡ ଖୁଲାସା କରିଛନ୍ତି । ମନ୍ତ୍ରୀ ହେବା ପାଇଁ କିଛି ବିଧାୟକ ସିଏମ ଏକନାଥ ସିନ୍ଦେଙ୍କୁ ପାଣି ପିଆଇ ଦେଇଥିବା ସେ କହିଛନ୍ତି । ରାୟଗଡରେ ଏକ ରାଜନୈତିକ କାର୍ଯ୍ୟକ୍ରମରେ ଗୋଗାୱଲେ ଦାବି କରିଛନ୍ତି ଯେ କିଛି ବିଧାୟକ କ୍ୟାବିନେଟରେ ଜାଗା ପାଇବା ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ବ୍ଲାକମେଲ କରିଥିଲେ ।
ଜଣେ ବିଧାୟକ ମୁଖ୍ୟମନ୍ତ୍ରୀଙ୍କୁ କହିଥିଲେ ଯଦି ସେ ମନ୍ତ୍ରୀ ନ ହୁଅନ୍ତି ତେବେ ତାଙ୍କ ପତ୍ନୀ ଆତ୍ମହତ୍ୟା କରିଦେବେ । ସେହିପରି ଆଉ ଜଣେ ବିଧାୟକ କହିଥିଲେ ଯଦି ସେ ମନ୍ତ୍ରୀ ନ ହୁଅନ୍ତି ନାରାୟଣ ରାଣେ ତାଙ୍କ ରାଜନୀତି କ୍ୟାରିଅର ନଷ୍ଟ କରିଦେବେ । ଆଉ ଜଣେ ବିଧାୟକ ଧମକ ଦେଇଥିଲେ ଯେ ଶପଥ ଗ୍ରହଣ ସମାରୋହ ସରିବା ପରେ ସେ ଇସ୍ତଫା ଦେଇଦେବେ ।
ପତ୍ନୀଙ୍କ ଜୀବନ ବଞ୍ଚାଇବା ପାଇଁ ସେହି ବିଧାୟକ ଜଣଙ୍କୁ ମନ୍ତ୍ରୀପଦ ମିଳିଥିଲା । ଏହା ସହ ନାରାୟଣ ରାଣେଙ୍କ ଗଡରେ ସିଟ୍ ସମ୍ଭାଳି ରଖିବା ପାଇଁ ଆଉ ଜଣେ ବିଧାୟକଙ୍କୁ ବି ମନ୍ତ୍ରୀପଦ ମିଳିଥିଲା । ଗୋଗାୱଲେ କହିଛନ୍ତି ସେବେଠାରୁ ସେ ଅପେକ୍ଷାରେ ଅଛନ୍ତି ଯେ ତାଙ୍କୁ କେବେ ସୁଯୋଗ ମିଳିବ ।

