ଚୋରି ପରେ ଦୋକାନୀଙ୍କୁ ଇମୋସନାଲ ଚିଠି ଲେଖିଲା ଚୋର, ‘ମୋତେ କ୍ଷମା କରିଦେବ’

ରାୟପୁର: ଛତିଶଗଡରୁ ଆଶ୍ଚର୍ଯ୍ୟ କରିଦେବା ଭଳି ଏକ ଚୋରର କାରନାମା ସାମନାକୁ ଆସିଛି  । ଏଠାରେ ଜଣେ ଚୋର ଚୋରି କରିବା ପରେ ଦୋକାନ ମାଲିକ ଉଦ୍ଦେଶ୍ୟରେ ଏକ ଚିଠି ଲେଖିଛି  । ସେ ଚିଠିରେ ଲେଖିଛି ଯେ ମୋତେ କ୍ଷମା କରିବ ଭାଇ, ମୋର ଆବଶ୍ୟକତା ଥିଲା  । କେବଳ ଏତିକି ନୁହେଁ ଚୋର ତା ନାଁ କିଙ୍ଗ କହିଛି  । ଚିଠି ମିଳିବା ପରେ ପୋଲିସ ତା ବିରୁଦ୍ଧରେ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି ।

ରାଜ୍ୟର ନବନିର୍ମିତ ସାରଙ୍ଗଡ ଭିଲାଇଗଡ ଜିଲ୍ଲାରୁ ଏଭଳି ଅଭିଯୋଗ ଆସିଛି  । ଏଠାରେ ଏକ କମ୍ପ୍ୟୁଟର ଦୋକାନର କାନ୍ଥ ତାଡି ଦୁଇ ଲକ୍ଷରୁ ଅଧିକ ମୂଲ୍ୟର ସାମଗ୍ରୀ ଚୋରି କରିନେଇଛି  ଚୋର। ଏହାପରେ ସେ ଏକ ଚିଠି ଲେଖିଛି ଯେ ‘ମୋତେ କ୍ଷମା କରିବ ଭାଇ, ମୋର ଦରକାର ଥିଲା  । ମୋ ନାଁ କିଙ୍ଗ ଅଟେ ’ ।

ଏହି ଚିଠି ମିଳିବା ପରେ ଚୋରକୁ ଖୋଜିବା ପାଇଁ ପୋଲିସ ଖୋଳତାଡ ଆରମ୍ଭ କରିଦେଇଛି  । ଡଗସ୍କ୍ବାଡ୍‌ ସାହାଯ୍ୟରେ ଚୋରକୁ ଧରିବା ପାଇଁ ପୋଲିସ ଅଣ୍ଟା ଭିଡିଛି  । ଦୋକାନ ଓ ଏହାର ଆଖପାଖରେ ଲାଗିଥିବା ସିସିଟିଭି ଫୁଟେଜ ଆଧାରରେ ଚୋର କିଙ୍ଗକୁ ଖୋଜୁଚି ପୋଲିସ  ।