ରବୀନ୍ଦ୍ର ଜାଡେଜାଙ୍କ ବିଧାୟିକା ପତ୍ନୀ ସାଂସଦଙ୍କୁ କହିଲେ ‘ଔକାତ’ରେ ରୁହ

1 min read

ଜାମନଗର: ଭାରତୀୟ କ୍ରିକେଟର ରବୀନ୍ଦ୍ର ଜାଡେଜାଙ୍କ ପତ୍ନୀ ରିବାବା ଜାଡେଜାଙ୍କ ରାଗ ପଞ୍ଚମରେ  । କୌଣସି କାରଣରୁ ବିଧାୟିକା ପତ୍ନୀଙ୍କ ଜାମନଗର ମେୟର ଓ ସାଂସଦଙ୍କ ସହ ଯୁକ୍ତିତର୍କର ଭିଡିଓ ଭାଇରାଲ ହୋଇଛି  । ରିବାବା ଜାମନଗର ଉତ୍ତର ବିଧାନସଭା ସିଟରୁ ବିଜେପି ବିଧାୟକ ଅଛନ୍ତି  । ତାଙ୍କର ଝଗଡା ଯେଉଁ ଦୁଇ ନେତାଙ୍କ ସହ ହୋଇଛି ସେମାନେ ମଧ୍ୟ ବିଜେପିର ହୋଇଥିବା ଜଣାପଡିଛି  ।

 

 

ଏହି ଭାଇରାଲ ଭିଡିଓରେ ରିବାବା ଜାଡେଜା ବଡପାଟିରେ ସାଂସଦ ପୁନମ ମଦାମ ଓ ମେୟର ବୀଣା ବେନଙ୍କୁ ଔକାତ ଭଳି ଅପଶବ୍ଦ ପ୍ରୟୋଗ କରୁଥିବା ଦେଖିବାକୁ ମିଳିଛି  । ଏହି ଘଟଣା ପରେ ନିଜ ସ୍ପଷ୍ଟୀକରଣ ଦେଇଛନ୍ତି ବିଧାୟିକା  । ସେ କହିଛନ୍ତି ‘‘ଯଦି କେହି ଆପଣଙ୍କ ସାମନାରେ  ବଡପାଟିରେ କଥାବାର୍ତ୍ତା କରେ ସେତେବେଳେ ଆପଣ ଅପମାନିତ ଅନୁଭବ କରନ୍ତି  । ମୋତେ ନିଜ ଆତ୍ମସମ୍ମାନ ରକ୍ଷା କରିବା ପାଇଁ ଏଭଳି କହିବାକୁ ପଡିଥିଲା ବୋଲି ରିବାବା ସଫେଇ ଦେଇଛନ୍ତି ’’ ।