ରବି ଚାଷ ପାଇଁ କୃଷି ବିଭାଗର ଆକ୍ସନ ପ୍ଲାନ, ୭୦ ରୁ ୮୦ ପ୍ରତିଶତ ବୃଦ୍ଧି ପାଇବା ଆଶଙ୍କା

ଭୁବନେଶ୍ବର: ରାଜ୍ୟରେ ଖରିଫ ଋତୁରେ କୃଷି ଉତ୍ପାଦନ ପରିମାଣ ଅନୁସାରେ ରବି ଋତୁରେ ଯେଉଁ ପରମାଣରେ ଉତ୍ପାଦାନ ରହିବା କଥା ତାହା କମ ରହୁଛି। ଜଳସଂପଦ ଓ ଜଳେସଚନ ଯେତିକି ରହଛି, କୃଷି କାର୍ଯ୍ୟ ପାଇଁ ଜଳ କିପରି ଆବଶ୍ୟକ ମୁତାବକ ବିନିଯୋଗ କରାଯାଇ ରବିଚାଷ ଉତ୍ପାଦନ ବୃଦ୍ଧି ପାଇବ ସେ ନିମନ୍ତେ ରାଜ୍ୟ ଜଳ ସଂପଦ ବିଭାଗ, କୃଷ ଓ କୃଷକ ଓ ସଶକ୍ତିକରଣ ବିଭାଗ ମିଳିମିଶି ଟିମ ୱାର୍କ କରିବେ ସେ ନେଇ କର୍ମଶାଳାରେ ଆଲୋଚନା ହୋଇଛି।

ଏଥିରେ କୃଷକ ଓ ପାଣି ପଂଚାୟତ ମାନେ ସହେଯାଗ କରିବେ । ଆଗକୁ ରବି ଚାଷ ପାଇଁ ୩ ମାସ ସମୟ ଥିବାରୁ ଏଥିପାଇଁ କୃଷିବିଭାଗ ତରଫରୁ ଆକ୍ସନ ପ୍ଲାନ ପ୍ରସ୍ତୁତ କରାଯାଇଛି।

ଏହାକୁ କାର୍ଯ୍ୟକାରୀ କରିବା ପାଇଁ ଉଭୟ ବିଭାଗର ଅଧିକାରୀମାନେ ଆୟୋଜିତ କର୍ମଶାଳାରେ ଯୋଗ ଦେଇ କହିଥିଲେ । ଏଥି ପାଇଁ ବିଭିନ୍ନ ବ୍ଲକରେ ଯେଉଁ ସ୍ଥାନରେ ରବି ଫସଲ କରାଯାଉଛି, ସେଥିପାଇଁ ଜଳର କେତେ ଆବଶ୍ୟକତା ରହଛି ? ଅଧିକ ରବିଫସଲ କରାଗଲେ କେତେ ଜଳ ଆବଶ୍ୟକତା ରହିବ, ସେ ସମ୍ପର୍କରେ ପ୍ରତି ବ୍ଲକ ଆଗାମୀ ୧୫ ତାରିଖ ସୁଦ୍ଧା ବିବରଣୀ ପ୍ରସ୍ତୁତ କରିବେ । ୩୦ ସେପ୍ଟେମ୍ବର ସୁଦ୍ଧା ବ୍ଲକରୁ ଜିଲ୍ଲାକୁ ବିବରଣୀ ପହଁଚିବ ।

୩୦ ଅକ୍ଟୋବର ସୁଦ୍ଧା ଜିଲ୍ଲାପାଳ ମାନେ ରାଜ୍ୟକୁ ତଥ୍ୟ ପ୍ରଦାନ କରିବେ । ପ୍ରସ୍ତୁତ ଯୋଜନା ଅନୁସାରେ ଜିଲ୍ଲାପାଳ ମାନେ ରବିଚାଷ ପାଇଁ କି ବ୍ୟବସ୍ଥା ରହିଛି, ସେ ସମ୍ପର୍କରେ ବ୍ୟାପକ ଆଲୋଚନା କରି ସଚେତନ କରିବେ । ନଭେମ୍ବର ପ୍ରଥମ ସପ୍ତାହ ସୁଦ୍ଧା ଯୋଜନା କାର୍ଯ୍ୟକାରୀ ହେବ । ଏହା ଦ୍ବାରା ୭୦ ରୁ ୮୦ ପ୍ରତିଶତ ରବିଚାଷ ବୃଦ୍ଧି ପାଇବା ଆଶା କରାଯାଉଛି  ।