ଦେବଭୂମିରେ ପ୍ରକୃତିର ତାଣ୍ଡବ, ୫ ଦିନର ପ୍ରଳୟରେ ସବୁ ଛାରଖାର

ନନ୍ଦିଘୋଷ ବ୍ୟୁରୋ: ଦେବ ଭୂମିରେ ପ୍ରକୃତିର ତାଣ୍ଡବ  । ହିମାଚଳ ପ୍ରଦେଶରେ ହାହାକାର  । ୫ ଦିନର ପ୍ରଳୟରେ ନିଜ ଆତ୍ମିୟସ୍ବଜନଙ୍କ ମୃତଦେହ ଖୋଜୁଛନ୍ତି ସମ୍ପର୍କୀୟ  । ସିମଲାର ସମରହିଲ ଅଞ୍ଚଳରେ ୧୪ ଅଗଷ୍ଟରେ ଘଟିଥିବା ଭୂସ୍ଖଳନ ଅନେକଙ୍କୁ କରିଦେଇଛି ଅନାଥ । ଉଜାଡି ଦେଇଛି ଅନେକଙ୍କ ପରିବାର  । ଏହାପରେ ବି ଶାନ୍ତ ପଡିନି ପ୍ରକୃତିର ତାଣ୍ଡବ  । ଅନେକ ଅଞ୍ଚଳରେ ପ୍ରବଳ ବର୍ଷା ଯୋଗୁଁ ଘଟୁଛି ଅଘଟଣ  । ୧ ହଜାରରୁ ଅଧିକ ଘର ଧସିଯାଇଛି । ମୃତ୍ୟୁ ସଂଖ୍ୟା ୮୦ରୁ ଅଧିକ ହୋଇଥିବାବେଳେ ଆହୁରି ଅନେକ ଶବ ମାଟିତଳେ ପୋତି ହୋଇଥିବା ଆଶଙ୍କା କରାଯାଉଛି  । ମହାବିପତ୍ତି ପରେ ଚାଲିଛି ରେସ୍କ୍ୟୁ ଅପରେସନ ।  ସିମଲାର ସମରହିଲ, କାଙ୍ଗ୍ରା ଜିଲ୍ଲାର ଇନ୍ଦୋରା ଓ ଫତେପୁରରେ ଏନଡିଆରଏଫ, ଏସଡିଆରଏଫ ଓ ଅନ୍ୟାନ୍ୟ ବାହିନୀ ପକ୍ଷରୁ ଉଦ୍ଧାର କାର୍ଯ୍ୟ ଜାରି ରହିଛି  । ପ୍ରଳୟର କରାଳ ରୂପରେ ଉତ୍ତରାଖଣ୍ଡ ବି ଥରହର ହୋଇଉଠିଛି  । ଭୂସ୍ଖଳନରେ କ୍ଷତିଗ୍ରସ୍ତ ହୋଇଥିବା ଡେରାଡୁନର ଲାଙ୍ଘା ଲଖନରେ ଜାରି ରହିଛି ରେସ୍କ୍ୟୁ ଅପରେସନ । ଋଷିକେଶସ୍ଥିତ ରାମ ଝୁଲାରେ ଫାଟ ଦେଖାଦେବାରୁ ରାମ ଝୁଲାରେ ଯାନବାହନ ଚଳାଚଳ ବନ୍ଦ କରାଯାଇଛି । ଡେରାଡୁନର ଜଖନରେ ବି ଧସିଯାଇଛି ବହୁ ଘର  ।