spot_img
Home Blog Page 2735

ଚନ୍ଦ୍ରଯାନ- ୩କୁ ନେଇ ମନରେ ଥିବା ସମସ୍ତ ପ୍ରଶ୍ନର ଉତ୍ତର ପାଆନ୍ତୁ ଗୋଟିଏ କ୍ଲିକରେ..  

ନନ୍ଦିଘୋଷ ବ୍ୟୁରୋ: ଜହ୍ନରେ ଭାରତ ଲେଖିବ ନାଁ । ଚନ୍ଦ୍ରରେ ସଫ୍ଟ ଲ୍ୟାଣ୍ଡିଂ କରିବାକୁ ଯାଉଛି ଚନ୍ଦ୍ରଯାନ ୩ । ଆଜି ଏହି ଇତିହାସ ରଚିବାକୁ ଯାଉଛି ISRO । ତେବେ ଚନ୍ଦ୍ରଯାନ-୩କୁ ନେଇ ଲୋକଙ୍କ ମନରେ ଅନେକ ପ୍ରଶ୍ନ ଉଠୁଛି । ଆଉ ଚନ୍ଦ୍ରଯାନ ସମ୍ପର୍କରେ ଅଜଣା କଥା ଜାଣିବା ପାଇଁ ସମସ୍ତଙ୍କ ମନରେ ଉତ୍ସୁକତା ଭରି ରହିଛି । ତେବେ ଆସନ୍ତୁ ଜାଣିବା ଚନ୍ଦ୍ରଯାନ ୩ ସମ୍ପର୍କରେ..

ଚନ୍ଦ୍ରଯାନ ୨ ବିଫଳ ହେବା ପରେ ନୂଆ ମିଶନରେ ସଫଳ ହେବାର ଆଶା ରଖିଛି ଇସ୍ରୋ । ବିଶ୍ବର ପ୍ରଥମ ଦେଶଭାବେ ଭାରତ ଦକ୍ଷିଣ ମେରୁରେ ଅବତରଣ କରିବ । ତାହା ପୁଣି ସଫ୍ଟ ଲ୍ୟାଣ୍ଡି । ଯାହା ଉପରେ ବିଶ୍ବର ସବୁ ଦେଶର ନଜର ରହିଛି ।

ଲ୍ୟାଣ୍ଡର ଏବଂ ରୋବର କ’ଣ?  ଏମାନଙ୍କର କଣ ଭୂମିକା ରହିଛି?

ଚନ୍ଦ୍ରଯାନ-୩ର ତିନୋଟି ପ୍ରମୁଖ ଅଂଶ ରହିଛି । ପ୍ରଥମଟି ହେଲା ପ୍ରମ୍ପୁଲ ମଡ୍ୟୁଲ, ଦ୍ବିତୀୟଟି ହେଲା ଲ୍ୟାଣ୍ଡର ମଡ୍ୟୁଲ ବିକ୍ରମ ଏବଂ ତୃତୀୟଟି ହେଲା ରୋଭର ପ୍ରଜ୍ଞାନ । ୧୭ ଅଗଷ୍ଟରେ ପ୍ରପୁଲସନ୍ ମଡ୍ୟୁଲ୍ ଠାରୁ ଅଲଗା ହେବା ପରେ ବିକ୍ରମ ରୋଭର ପ୍ରଜ୍ଞାନ ସହିତ ଲ୍ୟାଣ୍ଡର ମଡ୍ୟୁଲ୍ ଚନ୍ଦ୍ର ଆଡକୁ ଗଲା | ଅଗଷ୍ଟ 23 ରେ, ଲ୍ୟାଣ୍ଡର ବିକ୍ରମ ରୋଭର ପ୍ରଜ୍ଞାନକୁ ଚନ୍ଦ୍ର ପୃଷ୍ଠରେ ଅବତରଣ କରିବ | ରୋଭର ପ୍ରଜ୍ଞାନ ଚନ୍ଦ୍ରରେ ବୁଲିବ, ନମୁନା ସଂଗ୍ରହ କରିବ ଏବଂ ବୈଜ୍ଞାନିକ ପରୀକ୍ଷଣ କରିବ ।

କିପରି ହେବ ଅବତରଣ, ଅବତରଣ ପରେ କ’ଣ ହେବ?

ବୁଧବାର ସନ୍ଧ୍ୟା ୬ଟା ୪ରେ ସପ୍ଟ ଲ୍ୟାଣ୍ଡିଂ ଆରମ୍ଭ ହେବ । ଏହି ସମୟ ମଧ୍ୟରେ ୧୫ ମିନିଟ ଅତ୍ୟନ୍ତ ସ୍ବତନ୍ତ୍ର ରହିବ । କାରଣ ସେହି ସମୟରେ ଲ୍ୟାଣ୍ଡର ନିଜେ କାମ କରିବ । ISRO ର ବୈଜ୍ଞାନିକଙ୍କୁ କୌଣସି ନିର୍ଦ୍ଦେଶ ଦିଆଯିବ ନାହିଁ । ଚତୁର୍ଥ ପର୍ଯ୍ୟାୟରେ ଲ୍ୟାଣ୍ଡର ଚନ୍ଦ୍ର ପୃଷ୍ଠରେ ପାଦ ଦେବ । ଏହି ୧୫ ମିନିଟରେ ୧୪୪୦ ଦିନର ପରିଶ୍ରମର ଫଳାଫଳ ସେଠାରେ ରହିବ ।

କେଉଁ ମାର୍ଗ ଦେଇ ଚନ୍ଦ୍ରଯାନ ୩ ଚନ୍ଦ୍ରରେ ପହଞ୍ଚିଥିଲା ?

ଜୁଲାଇ ୧୪ ତାରିଖରେ ଆନ୍ଧ୍ରପ୍ରଦେଶର ଶ୍ରୀହରିକୋଟାସ୍ଥିତ ସତୀଶ ଧାଓ୍ବନ ସ୍ପେସ ରିସର୍ଚ୍ଚ ସେଣ୍ଟରରୁ ଲଞ୍ଚ ଯାନ ମାର୍କ-୩ ମାଧ୍ୟମରେ ଚନ୍ଦ୍ରଯାନ-୩ ପୃଥିବୀର କକ୍ଷ ପଥରେ ପହଞ୍ଚିଥିଲା । ଏହାପରେ ଇସ୍ରୋରେ ବସିଥିବା ବୈଜ୍ଞାନିକମାନେ ମହାକାଶଯାନକୁ ଜାଳିବା ପ୍ରକ୍ରିୟା ମାଧ୍ୟମରେ ଚନ୍ଦ୍ରର କକ୍ଷପଥକୁ ସ୍ଥାନାନ୍ତର କଲେ ।

ବିକ୍ରମ ଚନ୍ଦ୍ର ପୃଷ୍ଠରେ କେଉଁଠାରେ ଅବତରଣ କରିବ?

ଚନ୍ଦ୍ରଯାନ-୩ ଲ୍ୟାଣ୍ଡର ବିକ୍ରମ ଚନ୍ଦ୍ରର ଦଣିକ୍ଷରେ ଅବତରଣ କରିବ । ତେବେ ଆଜି ପର୍ଯ୍ୟନ୍ତ କୌଣସି ଦେଶ ଦକ୍ଷିଣ ପାଶ୍ବରେ ଅବତରଣ କରିନାହାନ୍ତି । ଚନ୍ଦ୍ର ମିଶନରେ ଇସ୍ରୋ ୧୪ଦିନ କାମ କରିବ । ଏହି ୧୪ ଦିନ ରହିବଦ୍ବାରା ଜଳ, ଖଣିଜ ସମ୍ପଦ, ଉତାପ ଏବଂ ମାଟି ସମ୍ପର୍କରେ ଅଧ୍ୟୟନ କରିବ ।

ଚନ୍ଦ୍ରଯାନକୁ ଦକ୍ଷିଣ ମେରୁକୁ କାହିଁକି ପଠାଇଲା ଇସ୍ରୋ?

ଚନ୍ଦ୍ରର ଦକ୍ଷିଣ ମେରୁ ପୃଥିବୀର ଦକ୍ଷିଣ ମେରୁ ସହ ସମାନ । ଏହା ଅତ୍ୟଧିକ ଥଣ୍ଡା ଏବଂ ଏଠାରେ କମ ସୂର୍ଯ୍ୟ କିରଣ ପଡ଼େ । ଆମେରିକାର ଚନ୍ଦ୍ର ମିଶନ ମଧ୍ୟଭାଗରେ ଅବତରଣ କରିଥିବାବେଳେ ଚୀନ ଉତ୍ତର ମେରୁରେ ଅବତରଣ କରିଥିଲା ।

ଅବତରଣ ସମୟରେ ଗତି କେତେ ରହିବ?

ବୁଧବାର ଚନ୍ଦ୍ରଯାନ-୩ ସନ୍ଧ୍ୟା ୬ଟା ୪ରେ ଚନ୍ଦ୍ରପୃଷ୍ଠରେ ସଫ୍ଟ ଲ୍ୟାଣ୍ଡି କରିବ । ଏହି ସମୟରେ ଏହାର ବେଗ ପ୍ରତି ସେକେଣ୍ଡରେ ୧.୬୮ କିଲୋମିଟର ହେବ ଯଥା ଘଣ୍ଟାପ୍ରତି ୬୦୪୮ ବେଗ ରହିବ ।

 

 

 

ମିଶନ ମୁନ୍‌: ରେସ୍‌ରେ ବିଶ୍ବ, ୩୩ ଥର ଋଷ ୩୧ ଥର ଆମେରିକା କରିଛି ପ୍ରୟାସ

ନନ୍ଦିଘୋଷ ବ୍ୟୁରୋ: ୭ ଦଶକରେ ଚନ୍ଦ୍ରରେ ହୋଇଛି ୧୧୧ ମିଶନ । ୬୬ ଟି ମିଶନକୁ ସଫଳତା ମିଳିଥିବାବେଳେ ୪୧ଟି ମିଶନ ଅସଫଳ ହୋଇଛି । ସଫ୍ଟ ଲ୍ୟାଣ୍ଡିଂ ପାଇଁ ୩୮ ଥର ଚେଷ୍ଟା ହୋଇଛି । ୫୨% ସଫଳତା ମିଳିଛି । ଆମେରିକା, ଋଷ ଓ ଚୀନ ୩ଟି ଦେଶକୁ ସଫ୍ଟ ଲ୍ୟାଣ୍ଡିଂରେ ମିଳିଛି ସଫଳତା ।

 

ଋଷର ଲୁନା ୨ ମିଶନ ମୁନ ପାଇଁ ଦୁନିଆର ପ୍ରଥମ ମହାକାଶ ଯାନ ଅଟେ  । ୧୨ ସେପ୍ଟେମ୍ବର ୧୯୫୯ରେ ପ୍ରଥମ ଥର ଏହାକୁ ଲଞ୍ଚ କରିଥିଲା ଋଷ  ।୩  ଫେବୃଆରୀ ୧୯୬୬ରେ ଲୁନା ୯ ଚନ୍ଦ୍ର ଉପରେ ଅବକରଣ କରିଥିବା ପ୍ରଥମ ମିଶନ ଅଟେ  । ଦୁଇଟି ମିଶନରେ ଲୁନା ଚନ୍ଦ୍ରପୃଷ୍ଠରୁ ମାଟି ଆଣିବାରେ ସକ୍ଷମ ହୋଇଥିଲା  । ୧୯୭୬ରେ ଲୁନା ୨୪ ଚନ୍ଦ୍ରପୃଷ୍ଠରୁ ୧୭୦ ଗ୍ରାମ ମାଟି ସଂଗ୍ରହ କରି ପୃଥିବୀ ପୃଷ୍ଠକୁ ଫେରିଥିଲା  । ଏହାର ୪୭ ବର୍ଷ ପରେ ଋଷ ଲୁନା ୨୫ କୁ ଚନ୍ଦ୍ରପୃଷ୍ଠକୁ ପଠାଇଥିଲା  । କିନ୍ତୁ ଅଗଷ୍ଟ ୨୧ରେ କ୍ରାସ ହୋଇଯାଇଥିଲା ଲୁନା  । ଋଷ ଚନ୍ଦ୍ରପୃଷ୍ଠକୁ ୩୩ଟି ମିଶନ ପଠାଇଥିବା ବେଳେ ୨୬ଟି ଫେଲ୍‌ ହୋଇଯାଇଛି  ।

 

ସେହିପରି ଆମେରିକା ଆପୋଲୋ ୧୧ ଜରିଆରେ ପ୍ରଥମ ଥର ମଣିଷଙ୍କୁ ଚନ୍ଦ୍ରପୃଷ୍ଠକୁ ପଠାଇଥିଲା  । ପ୍ରଥମେ ୧୯୬୯ ପରେ ୧୯୭୨ରେ ଆପୋଲୋକୁ ଚନ୍ଦ୍ର ଅଭିମୁଖେ ଲଞ୍ଚ କରିଥିଲା ଆମେରିକୀୟ ସ୍ପେଶ ଏଜେନ୍ସୀ ନାସା  । ରାତିରେ ଲଞ୍ଚ ହୋଇଥିବା ଏହା ପ୍ରଥମ ମିଶନ ଥିଲା  । ଆମେରିକା ଚନ୍ଦ୍ରପୃଷ୍ଠକୁ ୩୧ଟି ମିଶନ ପଠାଇ ଥିବାବେଳେ ୧୭ ଟିରେ ବିଫଳ ହୋଇଛି  ।

ଚନ୍ଦ୍ରପୃଷ୍ଠକୁ ୨୦୦୭ରେ ପ୍ରଥମ ମିଶନ ଲଞ୍ଚ କରିଥିଲା ଚୀନ  । ଚୀନ ବର୍ତ୍ତମାନ ସୁଦ୍ଧା ୫ଟି ମିଶନ ଲଞ୍ଚ କରିଛି  । ୭ ଡିସେମ୍ବର ୨୦୧୮ରେ ଚୀନ ପଠାଇଥିବା ଚୋଙ୍ଗାଇ ୪ରେ ଚୀନ ଏକ ବାକ୍ସ ପଠାଇଥିଲା  । ଯେଉଁଥିରେ କପା ଓ ଆଳୁ ସମେତ ଅନେକ ଚାରା ଥିଲା  । ଚୀନ ପଠାଇଥିବା ଏହି ଚାରା ଚନ୍ଦ୍ରପୃଷ୍ଠରେ ଅଙ୍କୁରିତ ମଧ୍ୟ କରାଯାଇଛି  । ସେହିପରି ଚୀନର ଚାଙ୍ଗୋଇ ୫ ମିଶନ ୨୦୨୦ରେ ଚନ୍ଦ୍ରପୃଷ୍ଠରୁ ୧୭୩୧ ଗ୍ରାମ ମାଟି ସଂଗ୍ରହ କରି ପୃଥିବୀ ଫେରିଛି  ।

 

ଭୁଶୁଡ଼ିଲା ନିର୍ମାଣାଧିନ ପୋଲ, ୧୭ ଶ୍ରମିଙ୍କ ମୃତ୍ୟୁ

ମିଜୋରାମ: ପୁଣି ଆସିଲା ଆଉ ଏକ ଦୁଃଖଦ ଖବର । ମିଜୋରାମରେ ଭୁଶୁଡ଼ିଲା ନିର୍ମାଧିନ ପୋଲ । ମିଜୋରାମର ରାଜଧାନୀ ଆଇଜ୍ବାଲ ନିକଟରେ ନିର୍ମାଣ ହେଉଥିବା ରେଳ ଧାରଣା ପାଇଁ ଯାଉଥିବା ଏହି ବ୍ରିଜ୍ ନିର୍ମାଣରେ ୪୦ରୁ ଉର୍ଦ୍ଧ ଶ୍ରମିକ କାମ କରୁଥିଲେ । ତେବେ ୧୭ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ଅନେକ ଶ୍ରମିକ ପୋତି ହୋଇ ରହିଥିବା ସୂଚନା ମିଳିଛି । ଜିଲ୍ଲା ପ୍ରଶାସନ ପକ୍ଷରୁ ଉଦ୍ଧାର କାର୍ଯ୍ୟ ଜାରି ରହିଛି । ଏହି ଘଟଣାରେ ମିଜୋରାମ ମୁଖ୍ୟମନ୍ତ୍ରୀଙ୍କ ସହ ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ ପ୍ରଧାନମନ୍ତ୍ରୀ ଦୁଃଖ ପ୍ରକାଶ କରିଛନ୍ତି । ପ୍ରାଣ ହରାଇଥିବା ବ୍ୟକ୍ତିଙ୍କ ପରିବାରବର୍ଗଙ୍କ ପାଇଁ ଲକ୍ଷ ଟଙ୍କା ଲେଖାଏଁ ଅନୁକମ୍ପାମୂଳକ ଆହତ ବ୍ୟକ୍ତିଙ୍କ ଚିକିତ୍ସା ପାଇଁ ୫୦ ହଜାର ଲେଖାଏଁ ଟଙ୍କା ସହାୟତା ଘୋଷଣା କରିଛନ୍ତି

ଟୁଇଟ୍କରି ପ୍ରଧାନମନ୍ତ୍ରୀ ଲେଖିଛନ୍ତି: ମିଜୋରାମ ଅଘଟଣ ପାଇଁ ବ୍ୟଥିତ। ପ୍ରିୟଜନଙ୍କୁ ହରାଇଥିବାଲୋକାମନଙ୍କ ପ୍ରତି ସମବେଦନା ଜଣାଉଛି। ଆହତମାନଙ୍କର ଆଶୁ ଆରୋଗ୍ୟ କାମନା କରୁଛି। ଉଦ୍ଧାର କାର୍ଯ୍ୟ ଚାଲିଛି। ପ୍ରଭାବିତ ଲୋକମାନଙ୍କୁ ସମ୍ଭାବ୍ୟ ସମସ୍ତ ସାହାଯ୍ୟ ଯୋଗାଇ ଦିଆଯାଉଛି ଦେଶର ବାକି ଅଞ୍ଚଳ ସହିତ ଉତ୍ତରପୂର୍ବ ପ୍ରାନ୍ତକୁ ସଂଯୋଗ କରିବା ପାଇଁ ଏହି ପୋଲ ତିଆରି ଚାଲିଥିଲା

ଲ୍ୟାଣ୍ଡର ବିକ୍ରମ ଓ ରୋଭର ପ୍ରଜ୍ଞାନ ଉପରେ ସାରା ବିଶ୍ବର ନଜର, ନାମକରଣ କେମିତି ହେଲା ?

ନନ୍ଦିଘୋଷ ବ୍ୟୁରୋ: ପ୍ରଖ୍ଯାତ ବୈଜ୍ଞାନିକ ବିକ୍ରମ ସରାଭାଇଙ୍କ ନାମ ଅନୁସାରେ ଲ୍ଯାଣ୍ଡର ବିକ୍ରମର ନାମକରଣ କରାଯାଇଛି । ଭାରତୀୟ ମହାକାଶ ବିଜ୍ଞାନର ଜନକ ବିକ୍ରମ ସାରାଭାଇ । ସରାଭାଇ ଗୁଜରାଟ ଅହମ୍ମଦାବାଦରେ ୧୯୧୯ ମସିହାରେ ଜନ୍ମଗ୍ରହଣ କରିଥିଲେ । ୧୯୭୧ରେ ତାଙ୍କର ଦେହାନ୍ତ ହୋଇଥିଲା ।

ଆଣବିକ ଗବେଷଣା କ୍ଷେତ୍ରରେ ସାରାଭାଇଙ୍କ ବି ଅବଦାନ ରହିଛି । ୧୯୬୬ରେ ପଦ୍ମଭୂଷଣ ଓ ୧୯୭୨ରେ ପଦ୍ମବିଭୂଷଣ ପାଇଥିଲେ ବିକ୍ରମ ସରାଭାଇ ।
୧୯୪୭ରେ ବିକ୍ରମ ପ୍ରତିଷ୍ଠା କରିଥିଲେ ଫିଜିକାଲ ରିସର୍ଚ୍ଚ ଲାବରେଟୋରୀ  ।

ରୋଭର ପ୍ରଜ୍ଞାନ କଣ ?
ପ୍ରଜ୍ଞାନ ଶବ୍ଦ ସଂସ୍କୃତରୁ ଆସିଛି  । ପ୍ରଜ୍ଞାନର ଅର୍ଥ ଜ୍ଞାନ । ଚନ୍ଦ୍ରଯାନ-୨ ଓ ୩ର ରୋଭର ହେଉଛି ପ୍ରଜ୍ଞାନ । ଚନ୍ଦ୍ରଯାନ-୨ରେ ନଷ୍ଟ ହୋଇଯାଇଥିଲେ ପ୍ରଜ୍ଞାନ ଓ ବିକ୍ରମ । ରୋଭର ପ୍ରଜ୍ଞାନର ଓଜନ ୨୭ କିଲୋଗ୍ରାମ । ସୌରଶକ୍ତି ଜରିଆରେ ଚାଳିତ ହୋଇଥାଏ ପ୍ରଜ୍ଞାନ । ପ୍ରଜ୍ଞାନର ରହିଛି ୬ଟି ଚକ  । ରୋଭରର ଗତି ସେକଣ୍ଡ ପିଛା ୧ ସେଣ୍ଟିମିଟର । ଡିସି ଇଲେକ୍ଟ୍ରିକ ମୋଟର ଦ୍ବାରା ଗଡିଥାଏ ପ୍ରଜ୍ଞାନର ଚକ । ବିଭିନ୍ନ ପର୍ଯ୍ଯାଲୋଚନା କରି ଲ୍ଯାଣ୍ଡରକୁ ତଥ୍ଯ ପଠାଇଥାଏ ପ୍ରଜ୍ଞାନ ।

ପରେ ଆର୍ଥ ଷ୍ଟେସନକୁ ତଥ୍ଯ ପ୍ରେରଣ କରେ ବିକ୍ରମ । ପ୍ରଜ୍ଞାନରେ ଲାଗିଛି ଷ୍ଟେରିଓସ୍କୋପିକ 3D ଭିଜନ କ୍ଯାମେରା । ଦୁଇଟି ୧ ମେଗାପିକ୍ସେଲ NAVCAM ପ୍ରଜ୍ଞାନର ସମ୍ମୁଖରେ ଲାଗିଛି । ସ୍ଥାନୀୟ ଅଞ୍ଚଳର ଉଚ୍ଚାନୀଚା, ଖାଲଢିପ ଆଦି ଜାଣିପାରେ ପ୍ରଜ୍ଞାନ । ଡିଜିଟାଲ ଏଲିଭେସନ ମଡେଲରେ ନିର୍ମିତ ପ୍ରଜ୍ଞାନ । ଏହାର ରହିଛି ରକର ବଗି ସସପେନସନ ସିଷ୍ଟମ । ଚକର ଗତି ଅନୁସାରେ ଷ୍ଟିୟରିଂ କାର୍ଯ୍ୟ କରିଥାଏ । ପ୍ରଜ୍ଞାନର ଇଲେକ୍ଟ୍ରୋନିକ ସିଷ୍ଟମ ଅତି ଉନ୍ନତ । Sleep/Wake-up ଭିତ୍ତିରେ ନିର୍ମିତ ସିଷ୍ଟମ
ଏହା ଦ୍ବାରା ଅଧିକ କାଳ ଚାଲିପାରିବ ସିଷ୍ଟମ  ।

ଚନ୍ଦ୍ରଯାନ ୨ ଅପେକ୍ଷା ଚନ୍ଦ୍ରଯାନ ୩ ଶକ୍ତିଶାଳୀ, ଅର୍ବିଟର ବଦଳରେ ରହିଛି ପ୍ରପଲସନ ମଡ୍ୟୁଲ

ବେଙ୍ଗାଲୁରୁ: ପୂର୍ବାପେକ୍ଷା ଚନ୍ଦ୍ରଯାନ-୩ର ଲେଗ୍‌ ଗୁଡିକ ଅଧିକ ଶକ୍ତିଶାଳୀ । ବିକ୍ରମ ଲ୍ଯାଣ୍ଡରକୁ କରାଯାଇଛି ଅଧିକ ଉନ୍ନତ । ସେକେଣ୍ଡକୁ ୩ ମିଟର ଗତିକୁ ସମ୍ଭାଳିବା କ୍ଷମତା ଲ୍ଯାଣ୍ଡର ଲେଗର ରହିଛି । ଚନ୍ଦ୍ରଯାନ-୨ରେ ସେକଣ୍ଡକୁ ୨ ମିଟର ଗତିକୁ ସମ୍ଭାଳିବା କ୍ଷମତା ଥିଲା । ଚନ୍ଦ୍ରଯାନ-୨ରେ ଥିଲା ୩ଟି କମ୍ପୋନେଣ୍ଟ, ଗୋଟିଏ ଅର୍ବିଟର, ଗୋଟିଏ ଲ୍ଯାଣ୍ଡର ଓ ଗୋଟିଏ ରୋଭର ।

ଚନ୍ଦ୍ରଯାନ-୩ରେ ୨ଟି କମ୍ପୋନେଣ୍ଟ ରହିଛି । ଲ୍ଯାଣ୍ଡର ବିକ୍ରମ ଓ ରୋଭର ପ୍ରଜ୍ଞାନ । ଅର୍ବିଟର ବଦଳରେ ଖଞ୍ଜାଯାଇଛି ପ୍ରପଲସନ ମଡ୍ଯୁଲ । ଚନ୍ଦ୍ରଯାନ-୩ରେ ରହିଛି ଲୁନାର ସିସେମିକ ଆକ୍ଟିଭିଟି । ଏହା ଜରିଆରେ ଚନ୍ଦ୍ରର ପ୍ଲାଜମା ଡେନସିଟି ଆକଳନ ହୋଇପାରିବ । ଲ୍ଯାଣ୍ଡର ବିକ୍ରମରେ ପୂର୍ବଠାରୁ ଅଧିକ ଇନ୍ଧନ ରଖାଯାଇଛି । ଅଧିକ ପ୍ରତିବନ୍ଧକ ଦୂର କରିବା କ୍ଷମତା ଲ୍ଯାଣ୍ଡରର ରହିଛି । ଚନ୍ଦ୍ରପୃଷ୍ଠରୁ ସ୍ଥିତିର ମୁକାବିଲା ଲାଗି ନୂଆ ସେନସର ଲାଗିଛି । ତାହାହେଲା ଲେଜର ଡପଲର ଭେଲୋସିଟି ମିଟର ।

ଲେଜର ଡପଲର ଜରିଆରେ ଶବ୍ଦ ଆହରଣ କରାଯାଇପାରିବ । କୌଣସି ପ୍ରକାର ତ୍ରୁଟି ଦୂର କରିବା ଲାଗି ଉନ୍ନତ ସେନସର ବ୍ଯବସ୍ଥା । ଲ୍ଯାଣ୍ଡିଂ ସମୟରେ ଦୁଇଟି ଇଞ୍ଜିନ ଚାଲିବାର ବ୍ଯବସ୍ଥା ରହିଛି । ଚନ୍ଦ୍ରଯାନ-୩ରେ ସେଣ୍ଟ୍ରାଲ ଇଞ୍ଜିନକୁ ବାହାର କରିଦିଆଯାଇଛି । ଖଞ୍ଜାଯାଇଛି ଅଧିକ ସୋଲାର ପ୍ଯାନେଲ । ସୂର୍ଯ୍ଯ ଦିଗକୁ ନ ମୁହାଁଇଲେ ବି କାର୍ଯ୍ୟକ୍ଷମ ହୋଇପାରିବ ସୋଲାର ପ୍ଯାନେଲ । ଟ୍ରାକିଂ, ଟେଲିମେଟ୍ରି ଓ କମାଣ୍ଡ(TTC) ଆଣ୍ଟେନା ରହିଛି ।

ଭାରତ-ଆୟର୍ଲାଣ୍ଡ ଶେଷ ଟି-ଟ୍ବେଣ୍ଟି, କ୍ଲିନ ସୁଇପ୍‌ ଲକ୍ଷ୍ୟରେ ଟିମ ଇଣ୍ଡିଆ

ନନ୍ଦିଘୋଷ ବ୍ୟୁରୋ: ଆଜି ଭାରତ-ଆୟର୍ଲାଣ୍ଡ ଶେଷ ଟି-ଟ୍ବେଣ୍ଟି । ସନ୍ଧ୍ୟା ସାଢେ ୭ଟାରେ ମ୍ୟାଚ୍ ଅନୁଷ୍ଠିତ ହେବ । ତିନି ଟିକିଆ ସିରିଜରେ ପ୍ରଥମ ଦୁଇଟି ମ୍ୟାଚ ସହିତ ସିରିଜ ଜିତିସାରିଛି ଟିମ ଇଣ୍ଡିଆ । ଆଜିର ମ୍ୟାଚ ଜିତି ସିରିଜ କ୍ଲିନ ସୁଇପ୍ ଲକ୍ଷ୍ୟରେ ରହିଛି ଭାରତ । ପ୍ରଥମ ମ୍ୟାଚରେ ଡିଏଲଏସ ନିୟମ ଆଧାରରେ ୨ରନରେ ବିଜୟୀ ହୋଇଥିଲା ଟିମ୍ ଇଣ୍ଡିଆ ।

ସେହିପରି ଦ୍ବିତୀୟ ମ୍ୟାଚକୁ ୩୩ ରନରେ ଭାରତ ଜିତିନେଇଥିଲା । ଆଜି ମ୍ୟାଚ ଜିତି ସିରିଜ କ୍ଲିନ ସୁଇପ କଭାରତ-ଆୟର୍ଲାଣ୍ଡ ଶେଷ ଟି-ଟ୍ବେଣ୍ଟିରିବା ଲକ୍ଷ୍ୟରେ ରହିଛି ଭାରତ । ସେପଟେ ପୂର୍ବ ଦୁଇଟି ମ୍ୟାଚରେ ଆୟର୍ଲାଣ୍ଡ ଭଲ ପ୍ରଦର୍ଶନ କରିଥିଲେ ମଧ୍ୟ ବିଜୟ ସ୍ବାଦ ଚାଖିପାରିନି । ଆଜିର ମ୍ୟାଚ ଜିତି ସମ୍ମାନ ରକ୍ଷା ପାଇଁ ଉଦ୍ୟମ କରିବ ଆୟର୍ଲାଣ୍ଡ ।

Chandrayan 3: ନିଜର ସହାୟତା କରିବ ଖୋଦ ଚନ୍ଦ୍ରାୟନ ୩, ଏମିତି ହେବ ଅବତରଣ

ବେଙ୍ଗାଲୁରୁ: ସନ୍ଧ୍ୟା ୬ଟା ୪ ମିନିଟରେ ଚନ୍ଦ୍ର ପୃଷ୍ଠରେ ସଫ୍ଟ ଲ୍ୟାଣ୍ଡିଂ କରିବ ଚନ୍ଦ୍ରଯାନ-୩ । ମହାକାଶ ବିଜ୍ଞାନୀଙ୍କ ମତରେ ଚନ୍ଦ୍ରଯାନ ୩ର ସଫଳତା କେବଳ କିଛି ମିନିଟର ଖେଳ ଅଟେ  । ଏହି ସମୟରେ ମହାକାଶ ଯାନକୁ ଗୁରୁତ୍ବାକର୍ଷଣ ସାଇକେଲ ଦେଇ ଗତି କରିବାକୁ ପଡିଥାଏ  । ଚନ୍ଦ୍ରର କକ୍ଷ ଚାରିପଟେ ଘୁରି ସୁରକ୍ଷିତ ରୁପେ ଲ୍ୟାଣ୍ଡିଂ କରିବାକୁ ପଡିଥାଏ  । ମହାକାଶ ବିଜ୍ଞାନରେ ଏହାକୁ ଆତଙ୍କର ସାତ ମିନିଟ କୁହାଯାଏ  । ଏହି ସମୟରେ ମହାକାଶ ଯାନ କେବଳ ନିଜ ଉପରେ ନିର୍ଭର କରିଥାଏ  । ମହାକାଶ ବିଜ୍ଞାନୀ ଓ ଗବେଷକ ସେତେବେଳେ କେବଳ ଦର୍ଶକ ସାଜିଥାନ୍ତି  ।

୨୦୧୯ରେ ଚନ୍ଦ୍ରଯାନ ୨ ସଫ୍ଟ ଲ୍ୟାଣ୍ଡିଂ ସମୟରେ ଇସ୍ରୋ ଏଭଳି କିୁଛି ସମସ୍ୟାର ସାମନା କରିଥିଲା  । ଯେତେବେଳେ ଶେଷ ସମୟରେ ଚନ୍ଦ୍ରଯାନ ୨ ଚନ୍ଦ୍ର ଉପରେ କ୍ରାଶ କରିଥିଲା  । ଏବେ ବଡ ପ୍ରଶ୍ନ ଉଠୁଛି ଯେ ଚନ୍ଦ୍ରଯାନ ୩ କେମିତି ସଫଳ ଲ୍ୟାଣ୍ଡିଂ କରିବ ? ୨୩ ଅଗଷ୍ଟ ସନ୍ଧ୍ୟା ୬ଟା ୪ ମିନିଟରେ ଚନ୍ଦ୍ରଯାନ ୩ ଲ୍ୟାଣ୍ଡିଂ କରିବାକୁ ଥିବାବେଳେ ଶେଷ ୧୮ ମିନିଟ ଗୁରୁତ୍ବପୂର୍ଣ୍ଣ ରହିବ  । ବିକ୍ରମ ଲ୍ୟାଣ୍ଡର ସେତେବେଳେ ଚନ୍ଦ୍ର ଠାରୁ ୩୦ କିଲୋମିଟର ଉପରେ ସେକେଣ୍ଡ ପ୍ରତି ୧.୬ କିଲେମିଟର ଗତିରେ ପରିକ୍ରମା କରୁଥିବ  ।

ଚନ୍ଦ୍ରଯାନ ୩ର ଇଞ୍ଜିନ କରିବ ବ୍ରେକର କାମ

ଶେଷ ୧୧.୫ ମିନିଟରେ ଚନ୍ଦ୍ରଯାନ ୩ର ଇଞ୍ଜିନ ଚାଲୁ ହେବ  । ଯାହାକି ବ୍ରେକ ଭଳି କାମ କରିବ  । ଏହାଦ୍ବାରା ଚନ୍ଦ୍ରଯାନ ଧୀରେ ଧୀରେ ଚନ୍ଦ୍ର ଆଡକୁ ଗତି କରିବ  । ଏହା ଚନ୍ଦ୍ରଯାନର ଗତିକୁ ଏକ ଚତୁର୍ଥାଂଶ ପର୍ଯ୍ୟନ୍ତ ହ୍ରାସ କରିବ  । ଚନ୍ଦ୍ରର ଗୁରୁତ୍ବାକର୍ଷଣ ଶକ୍ତି ବିକ୍ରମ ଲ୍ୟାଣ୍ଡରକୁ ପାଖାପାଖି ୬୦ ମିଟର ପ୍ରତି ସେକେଣ୍ଡ ଗତିରେ ତଳକୁ ତଳ ଟାଣିବ  । ଗତି ହ୍ରାସ ହେବା ବେଳକୁ ଚନ୍ଦ୍ରଯାନ ୩ ସାମାନ୍ୟ ବୁଲିବ, ଯେପରି ଆମେ ସାଇକେଲକୁ ବୁଲାଇଥାଉ। ଏହି ଅନୁକୂଳ ମୋଡ଼ ଚନ୍ଦ୍ରଯାନ-୩କୁ ଅବତରଣ ସ୍ଥାନ ସହିତ ସମ୍ପୂର୍ଣ୍ଣ ରୂପେ ଆଲାଇନ୍ କରିବାକୁ ଅନୁମତି ଦେବ।

ଲ୍ୟାଣ୍ଡିଂର ୩୨ କିମି ପୂର୍ବରୁ ହେବ ଶେଷ ଯାଞ୍ଚ

ଏହି ପ୍ରକ୍ରିୟା ଶେଷ ହେବା ପର୍ଯ୍ୟନ୍ତ, ଏହା ଚନ୍ଦ୍ରପୃଷ୍ଠଠାରୁ ପ୍ରାୟ ୭.୫ କିଲୋମିଟର ଉଚ୍ଚରେ ନିର୍ଦ୍ଧାରିତ ଅବତରଣ କ୍ଷେତ୍ରଠାରୁ ୩୨ କିଲୋମିଟର ଦୂରରେ ଚକ୍କର କାଟିବ। ଅବତରଣ ସ୍ଥାନ ସୁରକ୍ଷିତ ଅଛି କି ନାହିଁ ଦୁଇଥର ଯାଞ୍ଚ କରିବାର ଏହା ହେଉଛି ସମୟ।

ଏହି ପର୍ଯ୍ୟାୟରେ ବିକ୍ରମ ଲ୍ୟାଣ୍ଡରର ସମସ୍ତ ସେନ୍ସର ସୂକ୍ଷ୍ମ ଭାବରେ ସମନ୍ବିତ ହେବ ଏବଂ ନିଶ୍ଚିତ ହେବ ଯେ ସବୁକିଛି ଅବତରଣ ମୁହୂର୍ତ୍ତ ପାଇଁ ଠିକ୍‌ଠାକ୍ ଅଛି।

 

ଆଜି ଶ୍ରୀମନ୍ଦିରରେ ଅନୁଷ୍ଠିତ ହେବ ମହାପ୍ରଭୁଙ୍କ ବନକଲାଗି ନୀତି

ପୁରୀ: ଆଜି ଶ୍ରୀମନ୍ଦିରରେ ଅନୁଷ୍ଠିତ ହେବ ମହାପ୍ରଭୁଙ୍କ ବନକଲାଗି ନୀତି । ଶ୍ରାବଣ-ଶୁକ୍ଳ ସପ୍ତମୀ ତିଥିରେ ଶ୍ରୀବିଗ୍ରହମାନଙ୍କ ବନକଲାଗି ନୀତି ଅନୁଷ୍ଠିତ ହେବ । ଦ୍ବିତୀୟ ଭୋଗମଣ୍ଡପ ଭୋଗ ଶେଷ ହେବାପରେ ଦତ୍ତମହାପାତ୍ର ସେବକମାନେ ମହାପ୍ରଭୁଙ୍କ ଶ୍ରୀମୁଖ ଶୃଙ୍ଗାର କରିବେ । ପ୍ରାକୃତିକ ପ୍ରଣାଳୀରେ ପ୍ରସ୍ତୁତ ପ୍ରସାଧାନରେ ଶ୍ରୀବିଗ୍ରହମାନଙ୍କ ଶ୍ରୀମୁଖକୁ ଶୃଙ୍ଗାର କରାଯିବ ।

ହିଙ୍ଗୁଳ, ହରିତାଳ, କସ୍ତୁରୀ, ନାଲି, ଧଳା ଓ କଳା ଭଳି ପାରମ୍ପରିକ ରଙ୍ଗରେ ମହାପ୍ରଭୁଙ୍କ ଶ୍ରୀମୁଖ ଶୃଙ୍ଗାର କରିବେ ଦତ୍ତମହାପାତ୍ର ସେବାୟତ । ଏହା ଏକ ଗୁପ୍ତ ସେବା ନୀତି ହୋଇଥିବାରୁ ଆପାତତଃ ସନ୍ଧ୍ୟା ୬ଟାରୁ ରାତି ୧୦ଟା ଯାଏଁ ସର୍ବସାଧାରଣ ଦର୍ଶନ ବନ୍ଦ ରହିବ।

ପ୍ରବଳ ବର୍ଷା ନେଇ ଆଭ୍ୟନ୍ତରୀଣ ଓଡ଼ିଶାର ୯ ଜିଲ୍ଲାକୁ ସତର୍କତା, ୭୦ରୁ ୧୧୦ ମିଲିମିଟର ପର୍ଯ୍ୟନ୍ତ ବର୍ଷା

ଭୁବନେଶ୍ବର: ଆଜିଠୁ ରାଜ୍ୟରେ ବଢିବ ବର୍ଷାର ପରିମାଣ । ବର୍ତ୍ତମାନ ଓଡ଼ିଶା ଉପରେ କୌଣସି ପାଣିପାଗ ନିୟାମକ ବା ସିଷ୍ଟମର ପ୍ରଭାବ ନାହିଁ । ସେପଟେ ମୌସୁମୀ ନିମ୍ନ ଚାପରେଖା ବି ସ୍ବାଭାବିକ ଅବସ୍ଥାନରୁ ଉତ୍ତରକୁ ଢଳିକି ରହିଛି । ଏହାଦ୍ବାରା ରାଜ୍ୟ ମଧ୍ୟକୁ ପ୍ରଚୁର ମାତ୍ରାରେ ଜଳୀୟବାଷ୍ପ ପ୍ରବେଶ କରୁଛି । ପ୍ରଭାବରେ ଆସନ୍ତା ୩ ଦିନ ପର୍ଯ୍ୟନ୍ତ ରାଜ୍ୟରେ ପ୍ରଚଣ୍ଡ ବିଜୁଳି ଘଡଘଡି ସହ ବର୍ଷା ନେଇ ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର ।

ଆଜି ପ୍ରବଳ ବର୍ଷା ନେଇ ଉପକୂଳ ଏବଂ ଆଭ୍ୟନ୍ତରୀଣ ଓଡ଼ିଶାର ୯ଟି ଜିଲ୍ଲାକୁ ସତର୍କତା ଜାରି କରାଯାଇଛି । ଏହି ସବୁ ଜିଲ୍ଲାରେ ୭୦ ରୁ ୧୧୦ ମିଲିମିଟର ପର୍ଯ୍ୟନ୍ତ ବର୍ଷା ହୋଇପାରେ । ବର୍ଷା ହେଲେ ବି ଉପକୂଳ ଓଡ଼ିଶାରେ ଗରମ ଗୁଳୁଗୁଳି ଜାରି ରହିବ ବୋଲି ପାଣିପାଗ କେନ୍ଦ୍ର ଆକଳନ କରିଛି ।

ଆଜି ଚନ୍ଦ୍ରରେ ପହଞ୍ଚିବ ଚନ୍ଦ୍ରଯାନ-୩, ବାଲୁକା କଳାରେ ଇସ୍ରୋକୁ ଶୁଭକାମନା ଜଣାଇଲେ ସୁଦର୍ଶନ ପଟ୍ଟନାୟକ

ପୁରୀ: ଆଜି ଚନ୍ଦ୍ରର ଦକ୍ଷିଣ ମେରୁରେ ଅବତରଣ କରିବ ଚନ୍ଦ୍ରଯାନ-୩ । ଏଥିପାଇଁ ବାଲୁକା କଳାରେ ଇସ୍ରୋକୁ ଶୁଭକାମନା ଜଣାଇଛନ୍ତି ଅନ୍ତର୍ଜାତୀୟ ବାଲୁକାଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ।

ଚନ୍ଦ୍ରଯାନ ୩କୁ ମଧ୍ୟ ଶୁଭେଚ୍ଛା ଜଣାଇଛନ୍ତି ବାଲୁକା ଶିଳ୍ପୀ । ପୁରୀ ନିଳାଦ୍ରୀ ବେଳାଭୂମିରେ ପ୍ରାୟ ୧୦ଟନ୍ ବାଲିରେ ୧୫ ଫୁଟ୍ ଲମ୍ବ ଓ ୧୦ ଫୁଟ ଉଚ୍ଚତାର ଆକର୍ଷଣୀୟ ବାଲୁକାକୃତି  ସେ ନିର୍ମାଣ କରିଛନ୍ତି । ଏଥିରେ ଚନ୍ଦ୍ରାୟନ-୩ କକ୍ଷ ପଥ ଅତିକ୍ରମ କରି କିଭଳି ଚନ୍ଦ୍ରରେ ଅବତରଣ କରିବ ତାହାର ନିଖୁଣ ଭାବେ ପ୍ରଦର୍ଶିତ କରାଯାଇଛି।