ଲ୍ୟାଣ୍ଡର ବିକ୍ରମ ଓ ରୋଭର ପ୍ରଜ୍ଞାନ ଉପରେ ସାରା ବିଶ୍ବର ନଜର, ନାମକରଣ କେମିତି ହେଲା ?

1 min read

ନନ୍ଦିଘୋଷ ବ୍ୟୁରୋ: ପ୍ରଖ୍ଯାତ ବୈଜ୍ଞାନିକ ବିକ୍ରମ ସରାଭାଇଙ୍କ ନାମ ଅନୁସାରେ ଲ୍ଯାଣ୍ଡର ବିକ୍ରମର ନାମକରଣ କରାଯାଇଛି । ଭାରତୀୟ ମହାକାଶ ବିଜ୍ଞାନର ଜନକ ବିକ୍ରମ ସାରାଭାଇ । ସରାଭାଇ ଗୁଜରାଟ ଅହମ୍ମଦାବାଦରେ ୧୯୧୯ ମସିହାରେ ଜନ୍ମଗ୍ରହଣ କରିଥିଲେ । ୧୯୭୧ରେ ତାଙ୍କର ଦେହାନ୍ତ ହୋଇଥିଲା ।

ଆଣବିକ ଗବେଷଣା କ୍ଷେତ୍ରରେ ସାରାଭାଇଙ୍କ ବି ଅବଦାନ ରହିଛି । ୧୯୬୬ରେ ପଦ୍ମଭୂଷଣ ଓ ୧୯୭୨ରେ ପଦ୍ମବିଭୂଷଣ ପାଇଥିଲେ ବିକ୍ରମ ସରାଭାଇ ।
୧୯୪୭ରେ ବିକ୍ରମ ପ୍ରତିଷ୍ଠା କରିଥିଲେ ଫିଜିକାଲ ରିସର୍ଚ୍ଚ ଲାବରେଟୋରୀ  ।

ରୋଭର ପ୍ରଜ୍ଞାନ କଣ ?
ପ୍ରଜ୍ଞାନ ଶବ୍ଦ ସଂସ୍କୃତରୁ ଆସିଛି  । ପ୍ରଜ୍ଞାନର ଅର୍ଥ ଜ୍ଞାନ । ଚନ୍ଦ୍ରଯାନ-୨ ଓ ୩ର ରୋଭର ହେଉଛି ପ୍ରଜ୍ଞାନ । ଚନ୍ଦ୍ରଯାନ-୨ରେ ନଷ୍ଟ ହୋଇଯାଇଥିଲେ ପ୍ରଜ୍ଞାନ ଓ ବିକ୍ରମ । ରୋଭର ପ୍ରଜ୍ଞାନର ଓଜନ ୨୭ କିଲୋଗ୍ରାମ । ସୌରଶକ୍ତି ଜରିଆରେ ଚାଳିତ ହୋଇଥାଏ ପ୍ରଜ୍ଞାନ । ପ୍ରଜ୍ଞାନର ରହିଛି ୬ଟି ଚକ  । ରୋଭରର ଗତି ସେକଣ୍ଡ ପିଛା ୧ ସେଣ୍ଟିମିଟର । ଡିସି ଇଲେକ୍ଟ୍ରିକ ମୋଟର ଦ୍ବାରା ଗଡିଥାଏ ପ୍ରଜ୍ଞାନର ଚକ । ବିଭିନ୍ନ ପର୍ଯ୍ଯାଲୋଚନା କରି ଲ୍ଯାଣ୍ଡରକୁ ତଥ୍ଯ ପଠାଇଥାଏ ପ୍ରଜ୍ଞାନ ।

ପରେ ଆର୍ଥ ଷ୍ଟେସନକୁ ତଥ୍ଯ ପ୍ରେରଣ କରେ ବିକ୍ରମ । ପ୍ରଜ୍ଞାନରେ ଲାଗିଛି ଷ୍ଟେରିଓସ୍କୋପିକ 3D ଭିଜନ କ୍ଯାମେରା । ଦୁଇଟି ୧ ମେଗାପିକ୍ସେଲ NAVCAM ପ୍ରଜ୍ଞାନର ସମ୍ମୁଖରେ ଲାଗିଛି । ସ୍ଥାନୀୟ ଅଞ୍ଚଳର ଉଚ୍ଚାନୀଚା, ଖାଲଢିପ ଆଦି ଜାଣିପାରେ ପ୍ରଜ୍ଞାନ । ଡିଜିଟାଲ ଏଲିଭେସନ ମଡେଲରେ ନିର୍ମିତ ପ୍ରଜ୍ଞାନ । ଏହାର ରହିଛି ରକର ବଗି ସସପେନସନ ସିଷ୍ଟମ । ଚକର ଗତି ଅନୁସାରେ ଷ୍ଟିୟରିଂ କାର୍ଯ୍ୟ କରିଥାଏ । ପ୍ରଜ୍ଞାନର ଇଲେକ୍ଟ୍ରୋନିକ ସିଷ୍ଟମ ଅତି ଉନ୍ନତ । Sleep/Wake-up ଭିତ୍ତିରେ ନିର୍ମିତ ସିଷ୍ଟମ
ଏହା ଦ୍ବାରା ଅଧିକ କାଳ ଚାଲିପାରିବ ସିଷ୍ଟମ  ।