spot_img
Home Blog Page 2732

ମହଙ୍ଗା ପଡ଼ିଲା ମିଥ୍ୟା ସତ୍ୟପାଠ, ପଦବୀ ହରାଇଲେ ଢେଙ୍କାନାଳ ଜିଲ୍ଲା ଏକତାଳି ସରପଞ୍ଚ

ଢେଙ୍କାନାଳ: ମହଙ୍ଗା ପଡ଼ିଲା ମିଥ୍ୟା ସତ୍ୟପାଠ । ସରପଞ୍ଚ ପଦବୀ ହରାଇଲେ ଝିଲ୍ଲୀପ୍ରଭା ବେହେରା । ଢେଙ୍କାନାଳ ଜିଲ୍ଲା ଏକତାଳି ପଞ୍ଚାୟତ ସରପଞ୍ଚ ଝିଲ୍ଲୀପ୍ରଭା ବେହେରା ସରପଞ୍ଚ ପଦ ହରାଇଛନ୍ତି । ୨୦୨୨ ମସିହା ପଞ୍ଚାୟତ ନିର୍ବାଚନରେ ୧୪୭ ଖଣ୍ଡ ଭୋଟରେ ସେ ବିଜୟୀ ହୋଇଥିଲେ । ତାଙ୍କର ତିନୋଟି ସନ୍ତାନ ଥିବାବେଳେ ନିଜ ସତ୍ୟପାଠରେ ଦୁଇଟି ସନ୍ତାନ ଥିବା ଦର୍ଶାଇଥିଲେ । ପରବର୍ତ୍ତୀ ସମୟରେ ତାଙ୍କର ନିକଟତମ ପ୍ରତିଦ୍ବନ୍ଦୀ ଦେବଶ୍ରୀ ଦାଶ ସରପଞ୍ଚଙ୍କର ତିନୋଟି ସନ୍ତାନ ଥିବା ଦର୍ଶାଇ ସିଭିଲ କୋର୍ଟରେ ଦ୍ବାରସ୍ଥ ହୋଇଥିଲେ । କୋର୍ଟ ମାମଲାର ବିଚାର କରି ଝିଲ୍ଲୀପ୍ରଭାଙ୍କୁ ଅଯୋଗ୍ୟ ଘୋଷଣା କରିଛନ୍ତି ।

ପୁଣି ଅଡ଼ୁଆରେ ଡୋନାଲ୍ଡ ଟ୍ରମ୍ପ, ୨୦୨୦ ରାଷ୍ଟ୍ରପତି ନିର୍ବାଚନ ଫଳାଫଳକୁ ବଦଳାଇବାକୁ ଷଡ଼ଯନ୍ତ୍ର କରିଥିବା ଅଭିଯୋଗ

ଓ୍ୱାଶିଂଟନ: ପୁଣି ସମସ୍ୟା ଭିତରେ ଆମେରିକାର ପୂର୍ବତନ ରାଷ୍ଟ୍ରପତି । ନୂଆ ବିବାଦ ଭିତରେ ଫସିଛନ୍ତି ଡୋନାଲ୍ଟ୍ର ଟ୍ରମ୍ପ । ଆମେରିକା ରାଜନୀତିର ଏହି ବିବାଦୀୟ ରାଜନେତାଙ୍କ ନାଁରେ ଆସିଛି ନୂଆ ଅଭିଯୋଗ । ୨୦୨୦ ରାଷ୍ଟ୍ରପତି ନିର୍ବାଚନ ଫଳାଫଳକୁ ବଦଳାଇବାକୁ ଷଡଯନ୍ତ୍ର କରିଥିବା ଅଭିଯୋଗ ହୋଇଛି । ଏନେଇ ତାଙ୍କ ବିରୋଧରେ ଏକ ଚାର୍ଜସିଟ ଦାଖଲ କରାଯାଇଛି । ୪ ମାସ ଭିତରେ ଟ୍ରମ୍ପଙ୍କ ବିରୋଧରେ ତୃତୀୟ ଥର ପାଇଁ ଅପରାଧିକ ମାମଲା । ଆଜି ସେ ଜର୍ଜିଆ କୋର୍ଟରେ ଆତ୍ମସମର୍ପଣ କରିବେ । ଆଇନଗତ ସମସ୍ତ କାର୍ଯ୍ୟାନୁଷ୍ଠାନକୁ ସେ ସମ୍ମୁଖିନ କରିବାକୁ ପ୍ରସ୍ତୁତ ଅଛନ୍ତି ବୋଲି କହିଛନ୍ତି । ନିର୍ବାଚନରେ ପରାଜୟ ବରଣ କରିବା ଓ କ୍ଷମତା ହସ୍ତାନ୍ତରକୁ ରୋକିବା ପାଇଁ ଡୋନାଲ୍ଡ ଟ୍ରମ୍ପଙ୍କୁ ଫେଡେରାଲ ତଦନ୍ତରେ ଅଭିଯୁକ୍ତଭାବେ ଦର୍ଶାଯାଇଛି । ଏନେଇ ପୂର୍ବରୁ ଆଶଙ୍କା ପ୍ରକାଶ କରିଥିଲେ ଟ୍ରମ୍ପ ।

ଭାରତୀୟ କ୍ରିକେଟ ଟିମ୍ ଆୟର୍ଲାଣ୍ଡରୁ ISROକୁ ଜଣାଇଲେ ଅଭିନନ୍ଦନ

ନନ୍ଦିଘୋଷ ବ୍ୟୁରୋ : ମହାକାଶ କ୍ଷେତ୍ରରେ ଏକ ନୂତନ ଇତିହାସ ସୃଷ୍ଟି କରି ଭାରତୀୟ ମହାକାଶ ଅନୁସନ୍ଧାନ ସଂଗଠନ (ISRO) ବୁଧବାର ଚନ୍ଦ୍ରର ଦକ୍ଷିଣ ପୋଲରେ ଲ୍ୟାଣ୍ଡର ‘ବିକ୍ରମ’ ଏବଂ ରୋଭର ‘ପ୍ରୟାଗନ୍’ ସହିତ ସଜ୍ଜିତ ଏଲଏମ୍ର ନରମ ଅବତରଣରେ ସଫଳ ହୋଇଛି। ଭାରତୀୟ ସମୟ ଅନୁଯାୟୀ, ଏହା ରାତି ପ୍ରାୟ 6:04 ରେ ଚନ୍ଦ୍ର ପୃଷ୍ଠକୁ ସ୍ପର୍ଶ କରିଥିଲା । ଆୟର୍ଲାଣ୍ଡରେ ଟି -20 ସିରିଜ୍ ଖେଳୁଥିବା ଟିମ୍ ଇଣ୍ଡିଆ ଏହାକୁ ଲାଇଭ୍ ଦେଖି ସଫଳତା ପାଇଁ ଅଭିନନ୍ଦନ ଜଣାଇଛି |

ଭାରତର ଏହି ମହାନ ସଫଳତାକୁ ଆୟର୍ଲାଣ୍ଡରେ ଟି -20 ସିରିଜ୍ ଖେଳୁଥିବା ଭାରତୀୟ ଦଳ ଦେଖିଥିଲେ। ତୃତୀୟ ଟି -20 ମ୍ୟାଚ୍ ପୂର୍ବରୁ ବିସିସିଆଇ ଏକ ଭିଡିଓ ପୋଷ୍ଟ କରିଛି। ଏହି ଭିଡିଓରେ ଭାରତୀୟ ଦଳର ସମସ୍ତ ଖେଳାଳି, କ୍ୟାପଟେନ ଜସପ୍ରୀତ ବୁମ୍ରା ଏବଂ କୋଚିଂ କର୍ମଚାରୀ ଚନ୍ଦ୍ରଯାନଙ୍କ ସଫଳ ଅବତରଣର ସଫଳତା ଉପରେ ନଜର ରଖିଛନ୍ତି।

62ତମ ପ୍ରତିଷ୍ଠା ଦିବସ ପାଳନ କରିବ ଓଡିଶା କୃଷି ଓ ବୈଷୟିକ ବିଶ୍ବବିଦ୍ୟାଳୟ

ଭୁବନେଶ୍ୱର : ଆସନ୍ତାକାଲି ଓଡିଶା କୃଷି ଓ ବୈଷୟିକ ବିଶ୍ବବିଦ୍ୟାଳୟ ପାଳନ କରିବ 62ତମ ପ୍ରତିଷ୍ଠା ଦିବସ । ଏହି ଉତ୍ସବରେ କୃଷି ଓ କୃଷକ ସଶକ୍ତିକରଣ ଓ ମତ୍ସ୍ୟ ଓ ପ୍ରାଣୀସମ୍ପଦ ବିକାଶ ବିଭାଗ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ ମୁଖ୍ୟ ଅତିଥି ଭାବେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି । କାର୍ଯ୍ୟକ୍ରମରେ କୃଷି ଓ କୃଷକ ଶଶକ୍ତିକରଣ ବିଭାଗର ପ୍ରମୁଖ ଶାଶନ ସିଚବ ଅରବିନ୍ଦ ପାଢୀ, ମତ୍ସ୍ୟ ଓ ପ୍ରାଣୀସମ୍ପଦ ବିଭାଗର ସଚିବ ସୁରେଶ କୁମାର ବଷିଷ୍ଠ ମଧ୍ୟ ଯୋଗ ଦେବେ । ଅବସରରେ କୃଷକ ଉତ୍ପାଦକ ସଙ୍ଗଠନର ଏକ କନକ୍ଲେଭ ଆୟୋଜିତ ହେବ । ଏଥିସହିତ ସଫଳତା ହାସଲ କରିଥିବା କୃଷକ ଉତ୍ପାଦକ ସଙ୍ଗଠନର କର୍ମକର୍ତ୍ତା, ଶ୍ରେଷ୍ଠ ସର୍ବଭାରତୀୟ ସଂଯୋଜିତ ପ୍ରକଳ୍ପ, ଶ୍ରେଷ୍ଠ କୃଷି ବିଜ୍ଞାନ କେନ୍ଦ୍ର, ଶ୍ରେଷ୍ଠ ବିହନ ଉତ୍ପାଦନ କେନ୍ଦ୍ର, ଶ୍ରେଷ୍ଠ ଶିକ୍ଷକ, ଶ୍ରେଷ୍ଠ ବୈଜ୍ଞାନିକ, ଶ୍ରେଷ୍ଠ ସଂପ୍ରସାରଣ ବୈଜ୍ଞାନିକ, ଶ୍ରେଷ୍ଠ ମହିଳା ବୈଜ୍ଞାନିକ, ଶ୍ରେଷ୍ଠ କର୍ମଚାରୀ, ଶ୍ରେଷ୍ଠ ସ୍ନାତକ ଛାତ୍ରଛାତ୍ରୀ ପୁରସ୍କୃତ ହେବେ । ଏହି ଦିବସରେ ବିଶ୍ବବିଦ୍ୟାଳୟର ନୂତନ ୱେବସାଇଟ୍, ବିଶ୍ଵବିଦ୍ୟାଳୟ ସଂଗୀତ, କୃଷକଙ୍କ ପାଇଁ ଆପ୍, ଭିଜିଅନନ ପୁସ୍ତକ, ଶୈକ୍ଷିକ-ଶିଳ୍ପ ପୁସ୍ତକ, ଚାଷିର ସଂସାର ଆଦି ଉନ୍ମୋଚନ କରାଯିବ। ଏନେଇ ସମସ୍ତ ପ୍ରସ୍ତୁତି ଶେଷ ହୋଇଥିବା ପ୍ରେସମିଟ କରି ସୂଚନା ଦେଇଛନ୍ତି କୁଳପତି ।

କାର୍ଯ୍ୟକ୍ରମ ବେଳେ ରେଜିଷ୍ଟାରଙ୍କ ସମସ୍ତ ବିଭାଗୀୟ ମୁଖ୍ୟ ଉପସ୍ଥିତ ରହିଥିଲେ  । ପ୍ରତିଷ୍ଠା ଦିବସ ଅବସରରେ ଓମ୍ବାଡସି ଦ୍ଵାରା ପ୍ରଦାନ କରାଯାଉଥିବା ଗ୍ରାମୀଣ ଯୁବକ ଯୁବତୀମାନଙ୍କ ପାଇଁ ଏକ ବର୍ଷିକିଆ ପାଠ୍ୟକ୍ରମ ଆରମ୍ଭ କରାଯିବ। ଏହି ଦିବସରେ କୃଷି ମହାବିଦ୍ୟାଳୟର ଦ୍ବିତୀୟ ମହଲା ଉଦ୍‌ଘାଟିତ ହେବ । ଏହାଦ୍ଵାରା ଶିକ୍ଷାଦାନ ଓ ଗବେଷଣା କାର୍ଯ୍ୟରେ ସୁବିଧା ହୋଇପାରିବ  ବୋଲି କୁଳପତି କହିଛନ୍ତି । କୃଷି ଓ ଆନୁଷଙ୍ଗିକ ବିଷୟରେ ଶିକ୍ଷା ଗବେଷଣା ଓ ସମ୍ପ୍ରସାରଣର ଲକ୍ଷ୍ୟ ନେଇ ସୃଷ୍ଟି ହୋଇଥିବା ବିଶ୍ଵବିଦ୍ୟାଳୟର ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ ସଫଳତା ହାସଲ କରିଛି । ଦେଶର ଦ୍ଵିତୀୟ ପୁରାତନ କୃଷି ବିଶ୍ବବିଦ୍ୟାଳ ଭାବେ ଓଡିଶା କୃଷି ଓ ବୈଷୟିକ ବିଶ୍ବବିଦ୍ୟାଳୟ ୧୯୬୨ ମସିହା ଅଗଷ୍ଟ ୨୪ ତାରିଖରେ ସ୍ଥାପନ କରାଯାଇଥିଲା ।

ବିଶିଷ୍ଠ କଣ୍ଠଶିଳ୍ପୀ ପ୍ରଣବ ପଟ୍ଟନାୟକଙ୍କ ଆଶୁ ଆରୋଗ୍ୟ କାମନା

ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ କ୍ରମେ ଏକ ପ୍ରତିନିଧି ଦଳ ବିଶିଷ୍ଠ କଣ୍ଠଶିଳ୍ପୀ ପ୍ରଣବ ପଟ୍ଟନାୟକଙ୍କୁ ଆଜି ସାକ୍ଷାତ କରିଛନ୍ତି । ଶ୍ରୀ ପଟ୍ଟନାୟକ ଅସୁସ୍ଥ ହୋଇ ଏକ ଘରୋଇ ହସପିଟାଲରେ ଚିକିତ୍ସିତ ହେଉଛନ୍ତି । ଏହି ଟିମ୍ ତାଙ୍କର ଆଶୁ ଆରୋଗ୍ୟ କାମନା କରି ମୁଖ୍ୟମନ୍ତ୍ରୀଙ୍କ ଶୁଭେଚ୍ଛା ବାର୍ତ୍ତା  ଜଣାଇବା ସହ ଏକ ଲକ୍ଷ ଟଙ୍କାର ଏକ ଚେକ ଚିକିତ୍ସା ସହାୟତା ନିମନ୍ତେ ପ୍ରଦାନ କରିଛନ୍ତି । ଉକ୍ତ ପ୍ରତିନିଧି ଦଳରେ ଓଡିଆ ଚଳଚ୍ଚିତ୍ର ଉନ୍ନୟନ ନିଗମ ଅଧ୍ୟକ୍ଷ ସତ୍ୟବ୍ରତ ତ୍ରିପାଠୀ, ଓଡିଆ ଭାଷା, ସାହିତ୍ୟ ଓ ସଂସ୍କୃତି ନିର୍ଦ୍ଦେଶକ ଦିଲୀପ ରାଉତରାଏ, ବିଭାଗୀୟ ଯୁଗ୍ମ ନିର୍ଦ୍ଦେଶକ ସୁବୋଧ ଆଚାର୍ଯ୍ୟ, ଓଡିଶା ସଙ୍ଗୀତ ନାଟକ ଏକାଡେମୀ ସଚିବ ପ୍ରବୋଧ ରଥ ପ୍ରମୁଖ ସାମିଲ ଥିଲେ ।

ଚନ୍ଦ୍ରଯାନ-3 ର ସଫଳତାକୁ ନେଇ ଶୁଭେଚ୍ଛା ଜଣାଇଲେ ଭୋଜପୁରୀ ତାରକା

ନନ୍ଦିଘୋଷ ବ୍ୟୁରୋ : ଚନ୍ଦ୍ରଯାନ-3 ର ଚନ୍ଦ୍ରରେ ସଫଳ ଅବତରଣ ଇତିହାସ ସୃଷ୍ଟି କରିଛି । ଭାରତ ଏହା କରିବାରେ ପ୍ରଥମ ଦେଶ ହୋଇପାରିଛି । ଅନେକ ଦେଶ ଯାହା କରିପାରିନଥିଲେ, ଭାରତ କମ୍ ବଜେଟରେ ଏବଂ କମ୍ ସମୟ ମଧ୍ୟରେ କରିଛି । ଏହି ସଫଳତା ପାଇଁ ଭୋଜପୁରୀ ସିନେତାରକାମାନେ ମଧ୍ୟ ଖୁସି ମନାଇଛନ୍ତି ଏବଂ ISRO କୁ ଅଭିନନ୍ଦନ ଜଣାଇଛନ୍ତି । ଆଜି ସମଗ୍ର ବିଶ୍ୱର ଆଖି ଭାରତ ଉପରେ ଅଛି । ISRO ଏବଂ ଏହାର ଟିମ୍ ଦ୍ୱାରା କରାଯାଇଥିବା ଚମତ୍କାର କାର୍ଯ୍ୟକୁ ଦେଖି ସମସ୍ତେ ଶୁଭେଚ୍ଛା ଜଣାଇଛନ୍ତି ।

୨୩ ଅଗଷ୍ଟ ୨୦୨୩ ହେଉଛି ଐତିହାସିକ  ଦିନ ଯେତେବେଳେ ଚନ୍ଦ୍ରାୟନ – 3 ଚନ୍ଦ୍ରରେ ଏକ ସଫଳ ଅବତରଣ କରିଥିଲେ ।  ଚନ୍ଦ୍ରଯାନ-3 ପୃଥିବୀର ପ୍ରଥମ ଦେଶ ହୋଇ ଚନ୍ଦ୍ରର ଦକ୍ଷିଣ ପୋଲରେ ଅବତରଣ କରିଛି । ଏହା ସହିତ ଭାରତ ଚତୁର୍ଥ ଦେଶ ହୋଇପାରିଛି । ଏହାପୂର୍ବରୁ ଏହି ରେକର୍ଡ ଆମେରିକା, ଚୀନ୍ ଏବଂ ଋଷ୍ ଧାରଣ କରିଥିଲା । ବଲିଉଡରୁ ଠାରୁ ଭୋଜପୁରୀ ସିନେ ତାରକାମାନେ ଏହି ସୁନ୍ଦର ଏବଂ ଐତିହାସିକ ମୁହୂର୍ତ୍ତରେ ପ୍ରତିକ୍ରିୟା ପ୍ରକାଶ କରୁଛନ୍ତି | ISRO ଏବଂ ଏହାର ଟିମ୍ ପାଇଁ ସମସ୍ତ ଶୁଭକାମନା |

“ଚନ୍ଦ୍ରର ଦକ୍ଷିଣ ପୋଲରେ ଚନ୍ଦ୍ରୟାନ -୩ ର ସଫଳ ଅବତରଣ ପାଇଁ ନାସା ଜଣାଇଲା ଶୁଭେଚ୍ଛା

ନନ୍ଦିଘୋଷ ବ୍ୟୁରୋ : ଭାରତୀୟ ମହାକାଶ ଗବେଷଣା ସଂଗଠନ (ISRO) ର ଉଚ୍ଚାଭିଳାଷୀ ଚନ୍ଦ୍ରାୟନ -3 ମିଶନ ବୁଧବାର ଦିନ ଇତିହାସ ସୃଷ୍ଟି କରିଛି । ଆଜି ପର୍ଯ୍ୟନ୍ତ ଅନ୍ୟ କୌଣସି ଦେଶ ଯାହା ଲରିପାରିନାହାନ୍ତି ତାହା ଭାରତ କରିଛି । ଚନ୍ଦ୍ରର ଦକ୍ଷିଣ ପୋଲରେ ଅବତରଣ କରିବାରେ ଭାରତ ବିଶ୍ୱର ପ୍ରଥମ ଦେଶ ହୋଇପାରିଛି । ଚନ୍ଦ୍ରୟାନ -3 ମିଶନର ଲ୍ୟାଣ୍ଡର ମଡ୍ୟୁଲ୍ ସଫଳତାର ସହିତ ଚନ୍ଦ୍ର ପୃଷ୍ଠରେ ଅବତରଣ କଲା | ଲ୍ୟାଣ୍ଡର ବିକ୍ରମ ଏବଂ ରୋଭର ପ୍ରୟାଗାନଙ୍କୁ ନେଇ ଗଠିତ ଲ୍ୟାଣ୍ଡର୍ ମଡ୍ୟୁଲ୍ ସନ୍ଧ୍ୟା 6:40 ରେ ଚନ୍ଦ୍ରର ଦକ୍ଷିଣ ପୋଲ ଉପରେ ଏକ ନରମ ଅବତରଣ କରି ଇତିହାସ ସୃଷ୍ଟି କରିଥିଲା ​​| ଭାରତର ସଫଳତା ଉପରେ ବିଶ୍ୱରୁ ପ୍ରଶଂସାର ସୁଅ ଛୁଟିଛି । ଚନ୍ଦ୍ରାୟନ -3 ର ସଫଳତା ଉପରେ ବିଦେଶୀ ଗଣମାଧ୍ୟମ ମଧ୍ୟ ଅନେକ ଉପାୟରେ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି |

ଆମେରିକୀୟ ୱେବସାଇଟ୍ ନ୍ୟୁୟର୍କ ଟାଇମ୍ସ ଏବଂ ଅଷ୍ଟ୍ରେଲୀୟ ନ୍ୟୁଜ୍ ସାଇଟ୍ ABC.net ଏହି ଖବରକୁ ଅଗ୍ରଣୀ ଦେଇଥିବାବେଳେ ପାକିସ୍ତାନର ପ୍ରତିଷ୍ଠିତ ଡନ୍ ଡଟ୍ କମ୍ ଏହି ସଫଳତାକୁ ଚତୁର୍ଥ ସ୍ଥାନ ଦେଇଛି। ଆମେରିକାର ସ୍ପେସ୍ ଏଜେନ୍ସି ନାସାର ବିଲ୍ ନେଲସନ ଅଭିନନ୍ଦନ ଜଣାଇ କହିଛନ୍ତି, “ଚନ୍ଦ୍ରର ଦକ୍ଷିଣ ପୋଲରେ ଚନ୍ଦ୍ରୟାନ -3 ର ସଫଳ ଅବତରଣ ପାଇଁ ISRO କୁ ଅଭିନନ୍ଦନ। ଚନ୍ଦ୍ରରେ ଏକ ମହାକାଶଯାନକୁ ସଫଳତାର ସହ ସଫ୍ଟ-ଲ୍ୟାଣ୍ଡ କରିବାରେ ଚତୁର୍ଥ ଦେଶ ହୋଇଥିବାରୁ ଭାରତକୁ ଅଭିନନ୍ଦନ |

ଜାଣନ୍ତୁ ଚନ୍ଦ୍ରଯାନ-୩ର ସଫଳତା ପଛରେ ରହିଛି କେଉଁମାନଙ୍କ ଅବଦାନ

ନନ୍ଦିଘୋଷ ବ୍ୟୁରୋ: ଜହ୍ନରେ ଭାରତ ଲେଖିଛି ନାଁ । ସଫଳ ହେଲା ଭାରତର ମୁନ୍ ମିଶନ । ସବୁଠି ଉତ୍ସବର ମାହୋଲ । ତେବେ ଏହି ସଫଳତା ପଛରେ କେଉଁମାନଙ୍କ ଅବଦାନ ରହିଛି ଜାଣିଛନ୍ତି କି? ମିଶନ ଚନ୍ଦ୍ରଯାନ ଟିମରେ କେଉଁମାନେ ରହିଛନ୍ତି ତାହା ଅନେକ ଲୋକଙ୍କୁ ଜଣାନାହିଁ । ତେବେ ଆସନ୍ତୁ ଜାଣିବା ଏହି ଟିମରେ ରହିଥିବା ସଦସ୍ୟଙ୍କ ସମ୍ପର୍କରେ ।

ଏସ୍. ସୋମନାଥ: ଇସ୍ରୋର ଅଧ୍ୟକ୍ଷ ଏସ୍ ସୋମନାଥ । ଏହି ମିଶନ ସଫଳ ପଛରେ ତାଙ୍କର ରହିଛି ବଡ଼ ଅବଦାନ । ସଫଳ ହେବା ପରେ ନିଜର ଅଭିଭାଷଣରେ ସମସ୍ତଙ୍କୁ ଧନ୍ୟବାଦ ଜଣାଇଛନ୍ତି । ଏହାସହ ସେ କିରଣ କୁମାର, ଶ୍ରୀ କମଲା ଧର, କୋଟସ୍ବାରା ରାଓଙ୍କୁ ଧନ୍ୟବାଦ ଜଣାଇଛନ୍ତି ।

ଏମ୍,ଶଙ୍କରନ୍: ୟୁ.ଆର.ସିର ନିର୍ଦ୍ଦେଶକ ଏମ୍.ଶଙ୍କରନ୍ । ଏହି ଚନ୍ଦ୍ରଯାନ ମିଶନ ସଫଳ ହେବାରେ ତାଙ୍କର ଅବଦାନ ମଧ୍ୟ ରହିଛି । ସେ ନିଜର ଅଭିଭାଷଣରେ କହିଛନ୍ତି କି, ଇସ୍ରୋର ମୁଁ ଏକ ଅଂଶ ହୋଇଥିବାରୁ ନିଜକୁ ଗର୍ବ କରୁଛି । ଭବିଷ୍ୟତରେ ଆମେ ଶୁକ୍ର ଏବଂ ମଙ୍ଗଳ ଗ୍ରହକୁ ଯିବାକୁ ଚେଷ୍ଟା କରିବୁ ।

କଳ୍ପନା କେ: ଚନ୍ଦ୍ରଯାନ ମିଶନର ଡେପୁଟି ପ୍ରୋଜେକ୍ଟ ନିର୍ଦ୍ଦେଶକ ହେଉଛନ୍ତି କଳ୍ପନା କେ । ମହିଳାଙ୍କ ପାଇଁ ସେ ହେଉଛନ୍ତି ପ୍ରେରଣାର ଉତ୍ସ । କରୋନା ମହାମାରୀ ସମୟରେ ମଧ୍ୟ ସେ ଚନ୍ଦ୍ରଯାନ ମିଶନର ଆଶା ଛାଡ଼ିନଥିଲେ ।

ପି ବିରମୁୟୁବେଲ: ଚନ୍ଦ୍ରଯାନ ମିଶନର ପ୍ରୋଜେକ୍ଟ ଡାଇରେକ୍ଟର । ଚନ୍ଦ୍ରଯାନ ମିଶନ-୨ରେ ମଧ୍ୟ ତାଙ୍କର ଅବଦାନ ରହିଥିଲା । ଏହା ପୂର୍ବରୁ ସେ ଇସ୍ରୋର ମୁଖ୍ୟ କାର୍ଯ୍ୟାଳୟରେ ଇନଫ୍ରାଷ୍ଟ୍ରକଚର ପେଗ୍ରାମ ଅଫିସର ଥିଲେ ।

ଚନ୍ଦ୍ରରୁ ଆସିଲା ବାର୍ତ୍ତା, ‘ମୁଁ ପହଞ୍ଚିଗଲି’

ନୂଆଦିଲ୍ଲୀ: ସଫଳ ହେଲା ଇସ୍ରୋର ଚନ୍ଦ୍ର ମିଶନ । ଏହାସହ ଚନ୍ଦ୍ରରେ ସଫ୍ଟ ଲ୍ୟାଣ୍ଡି କରିବାରେ ଭାରତ ବନିଯାଇଛି ଚତୁର୍ଥ ଦେଶ । କେବଳ ସେତିକି ନୁହେଁ, ଚନ୍ଦ୍ରର ଦକ୍ଷିଣ ମେରୁରେ ପ୍ରଥମ ଦେଶ ଭାବେ ଅବତରଣ କରି ଭାରତ ଚରିଛି ଇତିହାସ । ଋଷ, ଆମେରିକା, ଚୀନ ପରେ ଭାରତ ଚତୁର୍ଥ ଦେଶ ଭାବେ ଚନ୍ଦ୍ରରେ ସଫ୍ଟ ଲ୍ୟାଣ୍ଡିଂ କରିବାରେ ସଫଲ ହୋଇଛି ।

ଚନ୍ଦ୍ରାୟାନ-୩ ଅବତରଣ ପରେ ଇସ୍ରୋକୁ ପଠାଇଛି ଏହାର ପ୍ରଥମ ବାର୍ତ୍ତା । ଯାହାକୁ ଇସ୍ରୋ ତରଫରୁ ଟ୍ବିଟ୍ କରାଯାଇଛି । ଏଥିରେ ଉଲ୍ଲେଖ ରହିଛି ଚନ୍ଦ୍ରାୟାନ-୩ ପଠାଇଥିବା ବାର୍ତ୍ତା । ଏଥିରେ ଚନ୍ଦ୍ରାୟାନ-୩ କହିଛି ‘ଭାରତ, ମୁଁ ନିଜ ଗନ୍ତବ୍ୟ ସ୍ଥଳରେ ପହଞ୍ଚିଗଲି ଓ ଆପଣ ବି । ଚନ୍ଦ୍ରାୟାନ-୩ ଚନ୍ଦ୍ରରେ ସଫଳତାର ସହ ସଫ୍ଟ ଲ୍ୟାଣ୍ଡ କରିସାରିଛି । ଭାରତକୁ ଶୁଭେଚ୍ଛା ।’

ଇସ୍ରୋ ମୁଖ୍ୟ ଏସ୍. ସୋମନାଥ କହିଛନ୍ତି, ‘ଦୁଇରୁ ଚାରି ଘଣ୍ଟା ପରେ ଲ୍ୟାଣ୍ଡର ବିକ୍ରମରୁ ରୋଭର ପ୍ରଜ୍ଞାନ ବାହାରକୁ ଆସିବ । ଲ୍ୟାଣ୍ଡିଂ ସ୍ଥଳରେ ଧୂଳି କେମିତି ଜମୁଛି ତା’ ଉପରେ ନିର୍ଭର କରୁଛି ପ୍ରଜ୍ଞାନର ବାହାରକୁ ଆସିବ । ଏହାପରେ ଇସ୍ରୋ ଚାର୍ଜେବୁଲ ବ୍ୟାଟେରୀ ଜରିଆରେ ରୋଭର ପ୍ରଜ୍ଞାନକୁ ଜୀବିତ ରଖିବାକୁ ଚେଷ୍ଟା କରିବ । ଏହା ସଫଳ ହେଲେ ପ୍ରଜ୍ଞାନ ଆଗାମୀ ୧୪ ଦିନ ପର୍ଯ୍ୟନ୍ତ ଉପଯୋଗ ହୋଇପାରିବ ।’

ସଫଳ ଲ୍ୟାଣ୍ଡିଂ ପରେ ଇସ୍ରୋ କର୍ମକର୍ତ୍ତାଙ୍କୁ ଧନ୍ୟବାଦ ଜଣାଇଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ସଫଳ ହେଲା ଭାରତର ମୁନ ମିଶନ ଚନ୍ଦ୍ରଯାନ-୩ । ଭାରତ ବନିଛି ଚାନ୍ଦ ଚାମ୍ପିୟନ । ଆମେରିକା, ଚୀନ ଏବଂ ଜାପାନ ଯାହା କରି ପାରିନଥିଲେ ତାହା କରି ଦେଖାଇଛି ଇସ୍ରୋ । ଚନ୍ଦ୍ରର ଦକ୍ଷିଣ ମେରୁରେ ସଫ୍ଟ ଲ୍ୟାଣ୍ଡିଂ କରିଛି ଚନ୍ଦ୍ରଯାନ-୩ । ସାରା ବିଶ୍ବର ନଜର ଏହା ଉପରେ ରହିଥିବାବେଳେ ସଫଳ ଅବତରଣ କରିଛି । ସଫଳତାକୁ ନେଇ ଇସ୍ରୋର ସମସ୍ତ କର୍ମକର୍ତ୍ତାଙ୍କୁ ଧନ୍ୟବାଦ ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହାସହ ଲ୍ୟାଣ୍ଡିଂ ସମୟରେ ଟିଭି ମଧ୍ୟ ଏହି ଐତିହାସିକ ମୁହୂର୍ତ୍ତକୁ ଦେଖୁଥିଲେ ମୁଖ୍ୟମନ୍ତ୍ରୀ । ଇସ୍ରୋର ଏହି ସଫଳତା ପାଇଁ ସାରା ବିଶ୍ବରୁ ମଧ୍ୟ ପ୍ରଂଶସାର ସୁଅ ଛୁଟିଛି ।