ମହଙ୍ଗା ପଡ଼ିଲା ମିଥ୍ୟା ସତ୍ୟପାଠ, ପଦବୀ ହରାଇଲେ ଢେଙ୍କାନାଳ ଜିଲ୍ଲା ଏକତାଳି ସରପଞ୍ଚ

ଢେଙ୍କାନାଳ: ମହଙ୍ଗା ପଡ଼ିଲା ମିଥ୍ୟା ସତ୍ୟପାଠ । ସରପଞ୍ଚ ପଦବୀ ହରାଇଲେ ଝିଲ୍ଲୀପ୍ରଭା ବେହେରା । ଢେଙ୍କାନାଳ ଜିଲ୍ଲା ଏକତାଳି ପଞ୍ଚାୟତ ସରପଞ୍ଚ ଝିଲ୍ଲୀପ୍ରଭା ବେହେରା ସରପଞ୍ଚ ପଦ ହରାଇଛନ୍ତି । ୨୦୨୨ ମସିହା ପଞ୍ଚାୟତ ନିର୍ବାଚନରେ ୧୪୭ ଖଣ୍ଡ ଭୋଟରେ ସେ ବିଜୟୀ ହୋଇଥିଲେ । ତାଙ୍କର ତିନୋଟି ସନ୍ତାନ ଥିବାବେଳେ ନିଜ ସତ୍ୟପାଠରେ ଦୁଇଟି ସନ୍ତାନ ଥିବା ଦର୍ଶାଇଥିଲେ । ପରବର୍ତ୍ତୀ ସମୟରେ ତାଙ୍କର ନିକଟତମ ପ୍ରତିଦ୍ବନ୍ଦୀ ଦେବଶ୍ରୀ ଦାଶ ସରପଞ୍ଚଙ୍କର ତିନୋଟି ସନ୍ତାନ ଥିବା ଦର୍ଶାଇ ସିଭିଲ କୋର୍ଟରେ ଦ୍ବାରସ୍ଥ ହୋଇଥିଲେ । କୋର୍ଟ ମାମଲାର ବିଚାର କରି ଝିଲ୍ଲୀପ୍ରଭାଙ୍କୁ ଅଯୋଗ୍ୟ ଘୋଷଣା କରିଛନ୍ତି ।