ଜାଣନ୍ତୁ ଚନ୍ଦ୍ରଯାନ-୩ର ସଫଳତା ପଛରେ ରହିଛି କେଉଁମାନଙ୍କ ଅବଦାନ

1 min read

ନନ୍ଦିଘୋଷ ବ୍ୟୁରୋ: ଜହ୍ନରେ ଭାରତ ଲେଖିଛି ନାଁ । ସଫଳ ହେଲା ଭାରତର ମୁନ୍ ମିଶନ । ସବୁଠି ଉତ୍ସବର ମାହୋଲ । ତେବେ ଏହି ସଫଳତା ପଛରେ କେଉଁମାନଙ୍କ ଅବଦାନ ରହିଛି ଜାଣିଛନ୍ତି କି? ମିଶନ ଚନ୍ଦ୍ରଯାନ ଟିମରେ କେଉଁମାନେ ରହିଛନ୍ତି ତାହା ଅନେକ ଲୋକଙ୍କୁ ଜଣାନାହିଁ । ତେବେ ଆସନ୍ତୁ ଜାଣିବା ଏହି ଟିମରେ ରହିଥିବା ସଦସ୍ୟଙ୍କ ସମ୍ପର୍କରେ ।

ଏସ୍. ସୋମନାଥ: ଇସ୍ରୋର ଅଧ୍ୟକ୍ଷ ଏସ୍ ସୋମନାଥ । ଏହି ମିଶନ ସଫଳ ପଛରେ ତାଙ୍କର ରହିଛି ବଡ଼ ଅବଦାନ । ସଫଳ ହେବା ପରେ ନିଜର ଅଭିଭାଷଣରେ ସମସ୍ତଙ୍କୁ ଧନ୍ୟବାଦ ଜଣାଇଛନ୍ତି । ଏହାସହ ସେ କିରଣ କୁମାର, ଶ୍ରୀ କମଲା ଧର, କୋଟସ୍ବାରା ରାଓଙ୍କୁ ଧନ୍ୟବାଦ ଜଣାଇଛନ୍ତି ।

ଏମ୍,ଶଙ୍କରନ୍: ୟୁ.ଆର.ସିର ନିର୍ଦ୍ଦେଶକ ଏମ୍.ଶଙ୍କରନ୍ । ଏହି ଚନ୍ଦ୍ରଯାନ ମିଶନ ସଫଳ ହେବାରେ ତାଙ୍କର ଅବଦାନ ମଧ୍ୟ ରହିଛି । ସେ ନିଜର ଅଭିଭାଷଣରେ କହିଛନ୍ତି କି, ଇସ୍ରୋର ମୁଁ ଏକ ଅଂଶ ହୋଇଥିବାରୁ ନିଜକୁ ଗର୍ବ କରୁଛି । ଭବିଷ୍ୟତରେ ଆମେ ଶୁକ୍ର ଏବଂ ମଙ୍ଗଳ ଗ୍ରହକୁ ଯିବାକୁ ଚେଷ୍ଟା କରିବୁ ।

କଳ୍ପନା କେ: ଚନ୍ଦ୍ରଯାନ ମିଶନର ଡେପୁଟି ପ୍ରୋଜେକ୍ଟ ନିର୍ଦ୍ଦେଶକ ହେଉଛନ୍ତି କଳ୍ପନା କେ । ମହିଳାଙ୍କ ପାଇଁ ସେ ହେଉଛନ୍ତି ପ୍ରେରଣାର ଉତ୍ସ । କରୋନା ମହାମାରୀ ସମୟରେ ମଧ୍ୟ ସେ ଚନ୍ଦ୍ରଯାନ ମିଶନର ଆଶା ଛାଡ଼ିନଥିଲେ ।

ପି ବିରମୁୟୁବେଲ: ଚନ୍ଦ୍ରଯାନ ମିଶନର ପ୍ରୋଜେକ୍ଟ ଡାଇରେକ୍ଟର । ଚନ୍ଦ୍ରଯାନ ମିଶନ-୨ରେ ମଧ୍ୟ ତାଙ୍କର ଅବଦାନ ରହିଥିଲା । ଏହା ପୂର୍ବରୁ ସେ ଇସ୍ରୋର ମୁଖ୍ୟ କାର୍ଯ୍ୟାଳୟରେ ଇନଫ୍ରାଷ୍ଟ୍ରକଚର ପେଗ୍ରାମ ଅଫିସର ଥିଲେ ।