spot_img
Home Blog Page 2720

କ୍ରସରରେ ପଥର ତଳେ ଚାପି ହୋଇ ୨ ଶ୍ରମିକଙ୍କ ମୃତ୍ୟୁ ଘଟଣା, ୩୨ ଘଣ୍ଟା ପରେ ବାହାରିଲା ମୃତଦେହ

ଗଜପତି: ଗଜପତି ମୋହନା ଥାନା ବନ୍ଧାଗୁଡାଗାଁରେ କ୍ରସରରେ ପଥର ତଳେ ଚାପି ହୋଇ ୨ ଶ୍ରମିକଙ୍କ ମୃତ୍ୟୁ ଘଟଣା । ପ୍ରଶାସନର ଦୀର୍ଘ ୩୨ ଘଣ୍ଟା ଅକ୍ଲାନ୍ତ ପରିଶ୍ରମ ପରେ ପଥର ତଳୁ ବାହାରିଲା ମାମୁ ଓ ଭଣଜାଙ୍କ ମୃତଦେହ । ମୋହନା ଅତିରିକ୍ତ ତହସିଲଦାରଙ୍କ ପ୍ରତ୍ୟକ୍ଷ ତତ୍ୱବଧାନରେ ପୋଲିସ ଏବଂ ଅଗ୍ନିଶମ ବାହିନୀର ମିଳିତ ଉଦ୍ୟମରେ ବିଳମ୍ବିତ ରାତିରେ ପଥର ତଳୁ ମୃତଦେହ ଦୁଇଟିକୁ ବାହାର କରିବାରେ ସଫଳ ହୋଇଥିଲେ । ଶବ ଉଦ୍ଧାର ପରେ ବ୍ୟବଛେଦ ପାଇଁ ବ୍ରହ୍ମପୁର ବଡମେଡିକାଲକୁ ପଠାଯାଇଛି ।

ଭଣ୍ଡାରିପୋଖରୀ ଖପୁରିଆପଦା ଗ୍ରାମରେ ଭୟାବହ ଅଗ୍ନିକାଣ୍ଡ, ଜଳିଗଲା ୪ ବଖରା ଘର

ଭଣ୍ଡାରିପୋଖରୀ: ଭଣ୍ଡାରିପୋଖରୀ ବ୍ଲକ୍ ବନ୍ଦାଳୋ-ମଢ଼ିଆଳି ପଞ୍ଚାୟତ ଖପୁରିଆପଦା ଗ୍ରାମରେ ଭୟାବହ ଅଗ୍ନିକାଣ୍ଡ । ଅଗ୍ନିକାଣ୍ଡରେ ୪ ବଖରା ଘର ଜଳିଯାଇଛି । ଗ୍ରାମର ଶାନ୍ତିଲତା ସେଠୀଙ୍କ ବାସଗୃହରେ ଗ୍ୟାସରେ ନିଆଁ ଲାଗିଥିଲା। ସାହିପଡ଼ିଶା ନିଆଁ ଲିଭାଇବାକୁ ଚେଷ୍ଟା କରିଥିଲେ ସୁଦ୍ଧା ଚାହୁଁଚାହୁଁ ଚାରି ବଖରା ଘର ଭସ୍ମ ହୋଇ ଯାଇଥିଲା । ଘରେ ଥିବା ସମସ୍ତ ଆସବାବପତ୍ର ସହ ଲକ୍ଷାଧିକ ଟଙ୍କାର ସାମଗ୍ରୀ ପୋଡି ପାଉଁଶ ହୋଇଯାଇଛି । ଖବର ପାଇ ଅଗ୍ନିଶମ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ ।

ବିଶ୍ବ ଆଥଲେଟିକ ଚାମ୍ପିଅନସିପ: ଆଜି ନୀରଜ, କିଶୋରଙ୍କ ଭାଗ୍ୟ ପରୀକ୍ଷା

ନୂଆଦିଲ୍ଲୀ: ଆଜି ବିଶ୍ବ ଆଥଲେଟିକ ଚାମ୍ପିଅନସିପରେ କମାଲ କରିବେ ଓଡ଼ିଆ ପୁଅ । ହଙ୍ଗେରୀର ବୁଦାପେଷ୍ଟରେ ହେବ ଜାଭେଲିନ ଫାଇନାଲ ଟକ୍କର । ଫାଇନାଲରେ ଅଛନ୍ତି ଓଡ଼ିଆ ପୁଅ କିଶୋର ଜେନା । ବିଶ୍ବ ଆଥେଲିଟିକସ୍ ଚାମ୍ପିୟନସିପରେ ସେ ଦମଦାର ପ୍ରଦର୍ଶନ କରିବା ସହ ଫାଇନାଲରେ ପ୍ରବେଶ କରିଛନ୍ତି । ଭାରତରୁ ପ୍ରତିଯୋଗିତାରେ ୩ ଜଣ ଜାଭଲିନରେ ପ୍ରତିନିଧିତ୍ୱ କରିଥିଲେ । ସେମାନଙ୍କ ମଧ୍ୟରୁ ସମସ୍ତେ ଫାଇନାଲକୁ ଯାଇଛନ୍ତି । ଏହି ତିନି ଜଣ ହେଲେ କିଶୋର ଜେନା, ନିରୋଜ ଚୋପ୍ରା ଓ ଡି.ପି ମନୁ । ୮୦.୫୫ ମିଟର ଜାଭଲିନ୍ ଥ୍ରୋ କରି ଫାଇନାଲ ଟିକେଟ ହାତେଇଛନ୍ତି କିଶୋର ଜେନା । ଡିପି ମନୁ ୮୧.୩୧ ମିଟର ଥ୍ରୋ କରିଥିବା ବେଳେ ନିରଜ ଚୋପ୍ରା ସର୍ବାଧିକ ୮୮.୭୭ ମିଟର ଜାଭଲିନ ଫିଙ୍ଗି ପଏଣ୍ଟ ଟେବୁଲର ଶୀର୍ଷରେ ରହିଛନ୍ତି । ଡିପି ମନୁ ୬ ନମ୍ବର ଓ କିଶୋର ଜେନା ୯ ନମ୍ବର ତାଲିକାରେ ଅଛନ୍ତି । ତେବେ ଓଡ଼ିଆ ପୁଅଙ୍କ ପ୍ରଦର୍ଶନ ଉପରେ ସମସ୍ତଙ୍କର ନଜର ରହିଛି ।

ନୀଳଗିରି ପୋଲିସ କବଜାରେ ଜାଲ ନୋଟ ରାକେଟ୍, ଦୁଇ ଅଭିଯୁକ୍ତ ଗିରଫ

ନୀଳଗିର: ନୀଳଗିରି ପୋଲିସ କବଜାରେ ଜାଲ ନୋଟ ରାକେଟ୍ । ଦୁଇ ଅଭିଯୁକ୍ତଙ୍କୁ ଗିରଫ କଲା ପୋଲିସ୍ । ୩୨ ହଜାର ୭ ଶହ ଟଙ୍କା ଜାଲ ନୋଟ ଜବତ । କିଛି ୫ ଶହ, ଦୁଇ ଶହ ଓ ୧ ଶହ ଟଙ୍କିଆ ଜାଲ ନୋଟ ଜବତ କଲା ପୋଲିସ୍ । ଦୁଇ ଅଭିଯୁକ୍ତ ହେଲେ ନୀଳଗିରି ଥାନା ସନ୍ତରାଗଡ଼ିଆ ଅଞ୍ଚଳରେ ପୂର୍ଣ୍ଣଚନ୍ଦ୍ର ନାୟକ ଓ ଖଇରା ଥାନା ଅଞ୍ଚଳର ବୀଣାପାଣି ମୁଖୀ ।

ନୀଳଗିରି ଥାନା ସନ୍ତରାଗଡିଆ ଅଞ୍ଚଳର ପୂର୍ଣ୍ଣଚନ୍ଦ୍ର ନାୟକ ସନ୍ତରାଗଡିଆ ବଜାର ବ୍ୟାଙ୍କ ଅଫ ବରୋଦା କିଓସ୍କ ଶାଖାରେ ୩୦ ହଜାର ଟଙ୍କା ଜମା କରିବାକୁ ଯାଇଥିଲେ । ମାତ୍ର ସେହି ଟଙ୍କା ଜାଲ ନୋଟ ଥିବାରୁ ବ୍ୟାଙ୍କ କର୍ମଚାରୀ ଟଙ୍କା ଫେରାଇ ଦେଇଥିଲେ । ସେହି ଜାଲ ନୋଟରୁ କିଛି ଟଙ୍କାରେ ସରକାରୀ ମଦ ଦୋକାନରୁ ୩ ହଜାର ଟଙ୍କାର ମଦ କିଣିବା ସହିତ ପାନ ଦୋକାନ ଏବଂ ମାଛ ଦୋକାନୀଙ୍କୁ ଦେଇଥିଲେ । ପୋଲିସ ଦୁଇଜଣଙ୍କୁ ଗିରଫ କରି ରାକେଟ ଅନ୍ୟମାନଙ୍କୁ ଖୋଜୁଥିବା ସମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ଏସପି ସାଗରିକା ନାଥ ।

ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କ ଦର୍ଶନ କରିଛନ୍ତି 5T ସଚିବ

ନନ୍ଦିଘୋଷ ବ୍ୟୁରୋ: ପୁରୀରେ 5T ସଚିବ ଭିକେ ପାଣ୍ଡିଆନ । ଦୁଇଦିନିଆ ଗଞ୍ଜାମ ଗସ୍ତ ସାରି ସିଧାସଳଖ ପୁରୀ ଯାଇଛନ୍ତି 5T ସଚିବ । ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କ ଦର୍ଶନ କରିଛନ୍ତି । ଦର୍ଶନ ସାରି ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ନିର୍ମାଣ କାର୍ଯ୍ୟ ସମୀକ୍ଷା କରିଛନ୍ତି । ସାଥିରେ ପୁରୀ ଉପଜିଲ୍ଲାପାଳଙ୍କ ସମେତ ଓବିସିସି ଓ ନିର୍ମାଣକାରୀ ସଂସ୍ଥାର ବରିଷ୍ଠ ଅଧିକାରୀ ଉପସ୍ଥିତ ରହିଛନ୍ତି । ପ୍ରକଳ୍ପ କାର୍ଯ୍ୟ ସମୀକ୍ଷା ପରେ ସେ ଭୁବନେଶ୍ୱର ପ୍ରତ୍ୟାବର୍ତ୍ତନ କରିଛନ୍ତି ।

IBSA ଓ୍ବାଲ୍ଡ ଗେମ୍ସରେ ଅଷ୍ଟ୍ରେଲିଆକୁ ହରାଇଲା ଭାରତୀୟ ମହିଳା ଦିବ୍ୟାଙ୍ଗ ଟିମ୍

ନୂଆଦିଲ୍ଲୀ: IBSA ଓ୍ବାଲ୍ଡ ଗେମ୍ସରେ ଇତିହାସ ରଚିଲା ଭାରତୀୟ ଦିବ୍ୟାଙ୍ଗ ମହିଳା ଦଳ । ଫାଇନାଲରେ ଅଷ୍ଟ୍ରେଲିଆକୁ ୯ ଓ୍ବିକେଟରେ ହରାଇଛି ଭାରତ । ଏହି ବିଜୟ ସହ ଭାରତ ସ୍ବର୍ଣ୍ଣ ପଦକ ଜିତିଛି । ଅଷ୍ଟ୍ରେଲିଆ ଟସ ଜିତି ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୨୦ ଓଭର ମଧ୍ୟରେ ୮ ଓ୍ବିକେଟ ହରାଇ ୧୧୪ ରନ ସଂଗ୍ରହ କରିଥିଲା । ଜବାବରେ ଭାରତ ୩ ଓଭର ୩ଟି ବଲ ପୂର୍ବରୁ ମାତ୍ର ଗୋଟିଏ ଓ୍ବିକେଟ ବିନିମୟରେ ଜିତିଛି ।

 

ବିଶ୍ବକପରେ ପାକିସ୍ତାନ ବିପକ୍ଷରେ ଏହି ଖେଳାଳିଙ୍କ ରହିଛି ଭଲ ରେକର୍ଡ

ନନ୍ଦିଘୋଷ ବ୍ୟୁରୋ: ବିଶ୍ବକପରେ ପାକିସ୍ତାନ ବିପକ୍ଷରେ ଭାରତର ମ୍ୟାଚ । ଦୁଇ ଶତ୍ରୃ ଦେଶଙ୍କ ମଧ୍ୟରେ ଅନୁଷ୍ଠିତ ହେଉଥିବା ମ୍ୟାଚ ଦେଖିବା ପାଇଁ ସବୁବେଳେ ଦର୍ଶକମାନେ ଚାହିଁ ବସିଥାନ୍ତି । ତେବେ ପାକିସ୍ତାନ ବିପକ୍ଷରେ ସବୁବେଳେ ଖେଳାଳିମାନେ ଦମଦାର ପ୍ରଦର୍ଶନ କରିବା ପାଇଁ ପ୍ରୟାସ କରିଥାନ୍ତି । ବିଶ୍ବକପରେ ପାକିସ୍ତାନ ବିପକ୍ଷରେ ଭଲ ପ୍ରଦର୍ଶନ କରିଥିବା ଖେଳାଳି ଉପରେ ନଜର ପକାନ୍ତୁ ।

ରୋହିତ ଶର୍ମା: ପାକିସ୍ତାନ ବିପକ୍ଷରେ ରୋହିତ ଶର୍ମା ସର୍ବାଧିକ ସ୍କୋର କରିଛନ୍ତି । ୨୦୧୯ ବିଶ୍ବକପରେ ହିଟ୍ ମ୍ୟାନ ଶତ୍ରୃ ଦେଶ ବିପକ୍ଷରେ ୧୪୦ର ବଡ଼ ପାଳି ଖେଳିଥିଲେ । ମାତ୍ର ୧୧୩ଟି ବଲରେ ସେ ଏହି ରେକର୍ଡ କରିଛନ୍ତି । ଅପରାଜିତ ରହିବା ସହ ଦମଦାର ପ୍ରଦର୍ଶନ କରିଥିଲେ ।

ବିରାଟ କୋହଲି: ରୋହିତଙ୍କ ପୂର୍ବରୁ ଭାରତର ପୂର୍ବତନ ଅଧିନାୟକ ବିରାଟ କୋହଲି ପାକିସ୍ତାନ ବିପକ୍ଷ ଦମଦାର ପ୍ରଦର୍ଶନ କରିଥିଲେ। ୨୦୧୫ ବିଶ୍ୱକପରେ ପାକିସ୍ତାନ ବିପକ୍ଷରେ ୧୨୬ ବଲରେ ବିରାଟ ୧୦୧ ରନର ଏକ ଶକ୍ତିଶାଳୀ ଇନିଂସ ଖେଳିଥିଲେ |

ସଚିନ ତେନ୍ଦୁଲକର: ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକର ପାକିସ୍ତାନ ବିପକ୍ଷରେ ଦମଦାର ପ୍ରଦର୍ଶନ କରିଛନ୍ତି । ୨୦୦୩ ବିଶ୍ବକପରେ ପାକିସ୍ତାନ ବିପକ୍ଷରେ ସଚିନ ୯୮ ରନର ପାଳି ଖେଳିଥିଲେ ।

ନବଜୋତ ସିଂ ସିଦ୍ଧୁ: ଭାରତୀୟ କ୍ରିକେଟ ଦଳର ପୂର୍ବତନ ଓପନର ବ୍ୟାଟ୍ସମ୍ୟାନ ନବଜୋତ ସିଂ ସିଦ୍ଧୁ ୧୯୯୬ ବିଶ୍ବକପରେ ପାକିସ୍ତାନ ବିପକ୍ଷରେ ୧୧୫ ବଲରୁ ୯୩ ରନର ପାଳି ଖେଳିଥିଲେ ।

ସଚିନ ତେନ୍ଦୁଲକର: କ୍ରିକେଟର ଭଗବାନ କୁହାଯାଉଥିବା ସଚିନ ତେନ୍ଦୁଲକର ୨୦୧୧ ବିଶ୍ବକପରେ ପାକିସ୍ତାନ ବିପକ୍ଷରେ ୧୧୫ ବଲରୁ ୮୫ ରନର ପାଳି ଖେଳିଥିଲେ ।

 

 

ଚନ୍ଦ୍ରଯାନ-୩ର ସଫଳ ଅଭିଯାନ ପରେ ଏବେ ସେପ୍ଟେମ୍ବର ୨ରେ ଲଞ୍ଚ ହେବ ମିଶନ ଆଦିତ୍ୟ L-1

ନୂଆଦିଲ୍ଲୀ: ଚନ୍ଦ୍ରଯାନ-୩ର ସଫଳ ଅଭିଯାନ ପରେ ଏବେ ସୂର୍ଯ୍ୟ ଉପରେ ଗବେଷଣା ପାଳି । ସେପ୍ଟେମ୍ବର ୨ରେ ଲଞ୍ଚ ହେବ ମିଶନ ଆଦିତ୍ୟ ଏଲ ଓ୍ବାନ୍ । ଏହା ସୂର୍ଯ୍ୟଙ୍କ ଉପରେ ଗବେଷଣା କରିବ । ଇସ୍ରୋର ସ୍ପେଶ ଆପ୍ଲିକେସନ ସେଣ୍ଟର ପକ୍ଷରୁ ଏହି ସୂଚନା ଦିଆଯାଇଛି । ଆଦିତ୍ୟ ଏଲ ଓ୍ବାନ ଏବେ ସମ୍ପୂର୍ଣ୍ଣ ପ୍ରସ୍ତୁତ ଅଛି । ଶ୍ରୀହରିକୋଟା ସ୍ଥିତ ସତିଶ ଧାଓ୍ବନ ସ୍ପେଶ ସେଣ୍ଟରରୁ ଏହାର ଉତକ୍ଷେପଣ ହେବ । ଧାର୍ଯ୍ୟ ହୋଇଥିବା ସ୍ଥାନକୁ ପହଞ୍ଚିବା ପାଇଁ ଆଦିତ୍ୟ ଏଲଓ୍ବାନକୁ ପାଖାପାଖି ୧୨୭ ଦିନ ସମୟ ଲାଗିବ । ଯାହା ପୃଥିବୀରୁ ୧୫ ଲକ୍ଷ କିଲୋମିଟର ଦୂରତା ।

ଆଦିତ୍ୟ ସୂର୍ଯ୍ୟଙ୍କ ଉପରେ ଗବେଷଣା କରିବ । ସୋଲାର ସିଷ୍ଟମ ଉପରେ ମଧ୍ୟ ଗବେଷଣା କରିବ । ପୃଥିବୀର ଜୀବନ ଧାରଣ କ୍ଷମତା ପଛରେ ସୂର୍ଯ୍ୟର ଅବଦାନ ଉପରେ ଆହୁରି ଅଧିକ ଗବେଷଣା କରାଯିବ । ଏହି ମିଶନ ପାଇଁ ଇସ୍ରୋର ବୈଜ୍ଞାନିକ ବେଶ ଉତ୍ସାହିତ ଅଛନ୍ତି । ଏଥିସହ ଭାରତ ବିଜ୍ଞାନ କ୍ଷେତ୍ରରେ ଆହୁରି ଉପରକୁ ଯିବ ବୋଲି ଆଶା କରାଯାଉଛି । ସେପଟେ ପୁଣି ପହଞ୍ଚିଛି ଶିବଶକ୍ତି ପଏଣ୍ଟରେ ରୋଭର ପ୍ରଜ୍ଞାନ ବୁଲିବାର ଭିଡିଓ । ଚନ୍ଦ୍ରପୃଷ୍ଠରେ ବିଭିନ୍ନ ଗବେଷଣା କରି ତଥ୍ୟ ଯୋଗାଡ କରୁଛି ପ୍ରଜ୍ଞାନ ।

ଯୁବପିଢିଙ୍କୁ ବାୟା କରୁଛି ବ୍ରାଉନସୁଗର, ଧଳାଜହର ବେପାରରେ ଗ୍ରାଜୁଏଟ ଓ ଇଞ୍ଜିନିୟରିଂ

ଭୁବନେଶ୍ୱର: ବାୟା କରୁଛି ବ୍ରାଉନସୁଗର । ଗ୍ରାଜୁଏଟ ଓ ଇଞ୍ଜନିୟରିଂ ମୁଣ୍ଡରେ କାରବାର । କାମ କରୁଛି ପଢା ସମୟର ଫ୍ରେଣ୍ଡ ସର୍କଲ । ଇଜିମନି ଓ ଲକଜୁରୀ ଳାଇଫଷ୍ଟାଇଲ ବାଟ କଡାଉଛି । ମୋବାଇଲରେ ହେଉଛି ଡିଲ୍ ଓ ରେଟ୍ ଫିକ୍ସ । ୭ ଦିନରେ ବନ୍ଧା ହେଲେଣି ୩ । ସୁରକ୍ଷା ପାଇଁ ପାଖରେ ରଖୁଛନ୍ତି ଚୋରା ବନ୍ଧୁକ । ରାଜଧାନୀରେ ନିଶା କାରବାରକୁ ବ୍ରେକ ଲଗାଇବାକୁ ଏସଟିଏଫ, ସ୍ପେଶାଲ କ୍ରାଇମ ୟୁନିଟ ଓ ସ୍ପେଶାଲ ସ୍କ୍ବାଡର ସ୍କାନରରେ ଡ୍ରଗ୍ସ ମାଫିଆ । ଅଶ୍ରୁମୋଚନ ରାଉତ । ଶିକ୍ଷାଗତ ଯୋଗ୍ୟାତ ବି-ଟେକ୍ । ଅଭିଳାଶ ମିଶ୍ର, ମେକାନିକାଲ ଇଞ୍ଜିନିୟର ଡିପ୍ଳୋମା । ଏ ଦୁଇ ଜଣଙ୍କୁ ଗିରଫ କରିଥିଲା ସ୍ପେଶାଲ କ୍ରାଇମ ୟୁନିଟ ।

ସନ୍ଦୀପ ନାୟକ, କମର୍ସ ଗ୍ରାଜୁଏଟ୍ । ସନ୍ଦୀପ ସମେତ ୪ ଜଣ ବନ୍ଧା ହୋଇଥିଲେ । ଏମାନଙ୍କ ଠାରୁ ମିଳିଥିଲା କୋଟିଏ ଟଙ୍କାର ଧଳାଜହର । ଗିରଫ ହୋଇଥିବା ୩ ଜଣ ଥିଲେ ଉଚ୍ଚଶିକ୍ଷିତ । ପଶ୍ଚିମବଙ୍ଗରୁ ଧଳା ଜହର ଆଣି ବାଲେଶ୍ବରରରୁ ଭୁବନେଶ୍ବର ରୁଟରେ ଚଲାଇଥିଲେ ବେପାର । କିଏ ହାଇ ଫାଇ ଲାଇଫ ଷ୍ଟାଇଲ ତ ଆଉ କିଏ କମ ସମୟ ମୋଟା ଅଙ୍କର ଟଙ୍କା ରୋଜଗାର କରିବାକୁ ଲକ୍ଷ୍ୟ ରଖିଥିଲେ । ଏମାନଙ୍କ ଗିରଫ ପରେ ପୂରା ନେଟୱାର୍କକୁ ଧରିବାକୁ ସ୍ପେଶାଲ ପ୍ଳାନ କରୁଛି ତଦନ୍ତକାରୀ ସଂସ୍ଥା । ଭୁବନେଶ୍ବରରେ ନିଶା କାରବାରକୁ ରୋକିବା ପାଇଁ ଆରମ୍ଭ ହୋଇଥିଲା ଅପରେସନ ହ୍ବାଇଟ ସ୍ପାଇଡର ।

୨୦୨୨ରେ ୧୭୨ ଜଣ ନିଶା ମାଫିଆ ବନ୍ଧା ହୋଇଥିଲେ । ସେମାନଙ୍କ ଠାରୁ ୨ କେଜି ୬୦୦ ଗ୍ରାମ ବ୍ରାଉନ ସୁଗର ଓ ନଗଦ ୭ ଲକ୍ଷ ୬୩ ହଜାର ଟଙ୍କା ଜବତ ହୋଇଥିଲା । ୨୦୨୩ରେ ୭ ମାସରେ ୬୩ ଜଣ ଡ୍ରଗ୍ସ ମାଫିଆ ବନ୍ଧା ହୋଇଛନ୍ତି । ସେମାନଙ୍କ ଠାରୁ ୫୦୦ ଗ୍ରାମ ବ୍ରାଉନସୁଗାର ଓ ନଗଦ ୧ ଲକ୍ଷ ଟଙ୍କା ଜବତ ହୋଇଛି । ସେହିଭଳି ଏସଟିଏଫର ତଥ୍ୟ ଅନୁସାରେ ୨୦୨୦ରୁ ଏବେ ସୁଦ୍ଧା ୭୧ କେଜି ବ୍ରାଉନସୁଗାର, ୨୦୨ ଗ୍ରାମ ହେରୋଇନ ଓ ୧୧୬ କୁଇଣ୍ଟାଲ ଗଞ୍ଜେଇ ଜବତ ହୋଇଛି । ୧୭୬ ଜଣ ନିଶା ମାଫିଆ ଗିରଫ ହୋଇଛନ୍ତି । ଓଡିଶାରେ ନିଶା କାରବାର ରୋକିବା ନେଇ ତଦନ୍ତକାରୀ ସଂସ୍ଥା ଅପରେସନ ଜାରି ରଖିଛି । ଡ୍ରଗ୍ସ ମାଫିଆ ଗିରଫ ଓ ଧଲାଜହର ଜବତ ହୋଉଛି । ହେଲେ ନିଶା କାରବାର ଉପରେ ରୋକ ଲାଗି ପାରୁନି ।

ବମ୍ବେ ହାଇକୋର୍ଟରେ ମାମଲା

ମୁମ୍ବାଇ: ପବଜୀ ଖେଳ ପ୍ରେମ । ପାକିସ୍ତାନରୁ ଭାରତ ଆସିଥିବା ମହିଳା ସୀମା ହାଇଦରଙ୍କ କାହାଣୀକୁ ନେଇ ନିର୍ମାଣ ହେବାକୁ ଥିବା ଫିଲ୍ମ ’କରାଚି ଟୁ ନୋଏଡା’ ବମ୍ବେ ହାଇକୋର୍ଟରେ ପହଞ୍ଚିଛି । ରାଜ ଠାକରେଙ୍କ ମହାରାଷ୍ଟ୍ର ନବନିର୍ମାଣ ସେନା (MNS) ପକ୍ଷରୁ ଫିଲ୍ମର ନିର୍ଦ୍ଦେଶକଙ୍କ ଧମକ ଦେଇଥିବାବେଳେ ସେ ଏକ ମାମଲା ଦାୟର କରିଛନ୍ତି । ଅମିତ ଜାନି କହିଛନ୍ତି ସେ ହେଉଛନ୍ତି ଉତ୍ତର ଭାରତୀୟ ଏଣୁ ତାଙ୍କୁ ହତ୍ୟା କରିବା ପାଇଁ ଧମକ ଦିଆଯାଇଛି । ଆମେ ହିନ୍ଦୁ ବିରୋଧୀ କିମ୍ବା ଦେଶ ବିରୋଧୀ ଫିଲ୍ମ ନିର୍ମାଣ କରୁନାହୁଁ । କିନ୍ତୁ ଆମକୁ କାହିଁକି ବିରୋଧ କରାଯାଉଛି ବୋଲି ସେ ପ୍ରଶ୍ନ କରିଛନ୍ତି ।  ଆସନ୍ତାକାଲି ବମ୍ବେ ହାଇକୋର୍ଟରେ ହାଜର ହେବାକୁ ଥିବାବେଳେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏବଂ ଗୃହମନ୍ତ୍ରୀ ଅମିତ ଶାହାଙ୍କୁ ଚିଠି ଲେଖି ସୁରକ୍ଷା ମାଗିଛନ୍ତି ନିର୍ଦ୍ଦେଶକ ।