ଚନ୍ଦ୍ରଯାନ-୩ର ସଫଳ ଅଭିଯାନ ପରେ ଏବେ ସେପ୍ଟେମ୍ବର ୨ରେ ଲଞ୍ଚ ହେବ ମିଶନ ଆଦିତ୍ୟ L-1

1 min read

ନୂଆଦିଲ୍ଲୀ: ଚନ୍ଦ୍ରଯାନ-୩ର ସଫଳ ଅଭିଯାନ ପରେ ଏବେ ସୂର୍ଯ୍ୟ ଉପରେ ଗବେଷଣା ପାଳି । ସେପ୍ଟେମ୍ବର ୨ରେ ଲଞ୍ଚ ହେବ ମିଶନ ଆଦିତ୍ୟ ଏଲ ଓ୍ବାନ୍ । ଏହା ସୂର୍ଯ୍ୟଙ୍କ ଉପରେ ଗବେଷଣା କରିବ । ଇସ୍ରୋର ସ୍ପେଶ ଆପ୍ଲିକେସନ ସେଣ୍ଟର ପକ୍ଷରୁ ଏହି ସୂଚନା ଦିଆଯାଇଛି । ଆଦିତ୍ୟ ଏଲ ଓ୍ବାନ ଏବେ ସମ୍ପୂର୍ଣ୍ଣ ପ୍ରସ୍ତୁତ ଅଛି । ଶ୍ରୀହରିକୋଟା ସ୍ଥିତ ସତିଶ ଧାଓ୍ବନ ସ୍ପେଶ ସେଣ୍ଟରରୁ ଏହାର ଉତକ୍ଷେପଣ ହେବ । ଧାର୍ଯ୍ୟ ହୋଇଥିବା ସ୍ଥାନକୁ ପହଞ୍ଚିବା ପାଇଁ ଆଦିତ୍ୟ ଏଲଓ୍ବାନକୁ ପାଖାପାଖି ୧୨୭ ଦିନ ସମୟ ଲାଗିବ । ଯାହା ପୃଥିବୀରୁ ୧୫ ଲକ୍ଷ କିଲୋମିଟର ଦୂରତା ।

ଆଦିତ୍ୟ ସୂର୍ଯ୍ୟଙ୍କ ଉପରେ ଗବେଷଣା କରିବ । ସୋଲାର ସିଷ୍ଟମ ଉପରେ ମଧ୍ୟ ଗବେଷଣା କରିବ । ପୃଥିବୀର ଜୀବନ ଧାରଣ କ୍ଷମତା ପଛରେ ସୂର୍ଯ୍ୟର ଅବଦାନ ଉପରେ ଆହୁରି ଅଧିକ ଗବେଷଣା କରାଯିବ । ଏହି ମିଶନ ପାଇଁ ଇସ୍ରୋର ବୈଜ୍ଞାନିକ ବେଶ ଉତ୍ସାହିତ ଅଛନ୍ତି । ଏଥିସହ ଭାରତ ବିଜ୍ଞାନ କ୍ଷେତ୍ରରେ ଆହୁରି ଉପରକୁ ଯିବ ବୋଲି ଆଶା କରାଯାଉଛି । ସେପଟେ ପୁଣି ପହଞ୍ଚିଛି ଶିବଶକ୍ତି ପଏଣ୍ଟରେ ରୋଭର ପ୍ରଜ୍ଞାନ ବୁଲିବାର ଭିଡିଓ । ଚନ୍ଦ୍ରପୃଷ୍ଠରେ ବିଭିନ୍ନ ଗବେଷଣା କରି ତଥ୍ୟ ଯୋଗାଡ କରୁଛି ପ୍ରଜ୍ଞାନ ।