ନୀଳଗିରି ପୋଲିସ କବଜାରେ ଜାଲ ନୋଟ ରାକେଟ୍, ଦୁଇ ଅଭିଯୁକ୍ତ ଗିରଫ

ନୀଳଗିର: ନୀଳଗିରି ପୋଲିସ କବଜାରେ ଜାଲ ନୋଟ ରାକେଟ୍ । ଦୁଇ ଅଭିଯୁକ୍ତଙ୍କୁ ଗିରଫ କଲା ପୋଲିସ୍ । ୩୨ ହଜାର ୭ ଶହ ଟଙ୍କା ଜାଲ ନୋଟ ଜବତ । କିଛି ୫ ଶହ, ଦୁଇ ଶହ ଓ ୧ ଶହ ଟଙ୍କିଆ ଜାଲ ନୋଟ ଜବତ କଲା ପୋଲିସ୍ । ଦୁଇ ଅଭିଯୁକ୍ତ ହେଲେ ନୀଳଗିରି ଥାନା ସନ୍ତରାଗଡ଼ିଆ ଅଞ୍ଚଳରେ ପୂର୍ଣ୍ଣଚନ୍ଦ୍ର ନାୟକ ଓ ଖଇରା ଥାନା ଅଞ୍ଚଳର ବୀଣାପାଣି ମୁଖୀ ।

ନୀଳଗିରି ଥାନା ସନ୍ତରାଗଡିଆ ଅଞ୍ଚଳର ପୂର୍ଣ୍ଣଚନ୍ଦ୍ର ନାୟକ ସନ୍ତରାଗଡିଆ ବଜାର ବ୍ୟାଙ୍କ ଅଫ ବରୋଦା କିଓସ୍କ ଶାଖାରେ ୩୦ ହଜାର ଟଙ୍କା ଜମା କରିବାକୁ ଯାଇଥିଲେ । ମାତ୍ର ସେହି ଟଙ୍କା ଜାଲ ନୋଟ ଥିବାରୁ ବ୍ୟାଙ୍କ କର୍ମଚାରୀ ଟଙ୍କା ଫେରାଇ ଦେଇଥିଲେ । ସେହି ଜାଲ ନୋଟରୁ କିଛି ଟଙ୍କାରେ ସରକାରୀ ମଦ ଦୋକାନରୁ ୩ ହଜାର ଟଙ୍କାର ମଦ କିଣିବା ସହିତ ପାନ ଦୋକାନ ଏବଂ ମାଛ ଦୋକାନୀଙ୍କୁ ଦେଇଥିଲେ । ପୋଲିସ ଦୁଇଜଣଙ୍କୁ ଗିରଫ କରି ରାକେଟ ଅନ୍ୟମାନଙ୍କୁ ଖୋଜୁଥିବା ସମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ଏସପି ସାଗରିକା ନାଥ ।