ବିଶ୍ବକପରେ ପାକିସ୍ତାନ ବିପକ୍ଷରେ ଏହି ଖେଳାଳିଙ୍କ ରହିଛି ଭଲ ରେକର୍ଡ

ନନ୍ଦିଘୋଷ ବ୍ୟୁରୋ: ବିଶ୍ବକପରେ ପାକିସ୍ତାନ ବିପକ୍ଷରେ ଭାରତର ମ୍ୟାଚ । ଦୁଇ ଶତ୍ରୃ ଦେଶଙ୍କ ମଧ୍ୟରେ ଅନୁଷ୍ଠିତ ହେଉଥିବା ମ୍ୟାଚ ଦେଖିବା ପାଇଁ ସବୁବେଳେ ଦର୍ଶକମାନେ ଚାହିଁ ବସିଥାନ୍ତି । ତେବେ ପାକିସ୍ତାନ ବିପକ୍ଷରେ ସବୁବେଳେ ଖେଳାଳିମାନେ ଦମଦାର ପ୍ରଦର୍ଶନ କରିବା ପାଇଁ ପ୍ରୟାସ କରିଥାନ୍ତି । ବିଶ୍ବକପରେ ପାକିସ୍ତାନ ବିପକ୍ଷରେ ଭଲ ପ୍ରଦର୍ଶନ କରିଥିବା ଖେଳାଳି ଉପରେ ନଜର ପକାନ୍ତୁ ।

ରୋହିତ ଶର୍ମା: ପାକିସ୍ତାନ ବିପକ୍ଷରେ ରୋହିତ ଶର୍ମା ସର୍ବାଧିକ ସ୍କୋର କରିଛନ୍ତି । ୨୦୧୯ ବିଶ୍ବକପରେ ହିଟ୍ ମ୍ୟାନ ଶତ୍ରୃ ଦେଶ ବିପକ୍ଷରେ ୧୪୦ର ବଡ଼ ପାଳି ଖେଳିଥିଲେ । ମାତ୍ର ୧୧୩ଟି ବଲରେ ସେ ଏହି ରେକର୍ଡ କରିଛନ୍ତି । ଅପରାଜିତ ରହିବା ସହ ଦମଦାର ପ୍ରଦର୍ଶନ କରିଥିଲେ ।

ବିରାଟ କୋହଲି: ରୋହିତଙ୍କ ପୂର୍ବରୁ ଭାରତର ପୂର୍ବତନ ଅଧିନାୟକ ବିରାଟ କୋହଲି ପାକିସ୍ତାନ ବିପକ୍ଷ ଦମଦାର ପ୍ରଦର୍ଶନ କରିଥିଲେ। ୨୦୧୫ ବିଶ୍ୱକପରେ ପାକିସ୍ତାନ ବିପକ୍ଷରେ ୧୨୬ ବଲରେ ବିରାଟ ୧୦୧ ରନର ଏକ ଶକ୍ତିଶାଳୀ ଇନିଂସ ଖେଳିଥିଲେ |

ସଚିନ ତେନ୍ଦୁଲକର: ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକର ପାକିସ୍ତାନ ବିପକ୍ଷରେ ଦମଦାର ପ୍ରଦର୍ଶନ କରିଛନ୍ତି । ୨୦୦୩ ବିଶ୍ବକପରେ ପାକିସ୍ତାନ ବିପକ୍ଷରେ ସଚିନ ୯୮ ରନର ପାଳି ଖେଳିଥିଲେ ।

ନବଜୋତ ସିଂ ସିଦ୍ଧୁ: ଭାରତୀୟ କ୍ରିକେଟ ଦଳର ପୂର୍ବତନ ଓପନର ବ୍ୟାଟ୍ସମ୍ୟାନ ନବଜୋତ ସିଂ ସିଦ୍ଧୁ ୧୯୯୬ ବିଶ୍ବକପରେ ପାକିସ୍ତାନ ବିପକ୍ଷରେ ୧୧୫ ବଲରୁ ୯୩ ରନର ପାଳି ଖେଳିଥିଲେ ।

ସଚିନ ତେନ୍ଦୁଲକର: କ୍ରିକେଟର ଭଗବାନ କୁହାଯାଉଥିବା ସଚିନ ତେନ୍ଦୁଲକର ୨୦୧୧ ବିଶ୍ବକପରେ ପାକିସ୍ତାନ ବିପକ୍ଷରେ ୧୧୫ ବଲରୁ ୮୫ ରନର ପାଳି ଖେଳିଥିଲେ ।