ବିଶ୍ବ ଆଥଲେଟିକ ଚାମ୍ପିଅନସିପ: ଆଜି ନୀରଜ, କିଶୋରଙ୍କ ଭାଗ୍ୟ ପରୀକ୍ଷା

ନୂଆଦିଲ୍ଲୀ: ଆଜି ବିଶ୍ବ ଆଥଲେଟିକ ଚାମ୍ପିଅନସିପରେ କମାଲ କରିବେ ଓଡ଼ିଆ ପୁଅ । ହଙ୍ଗେରୀର ବୁଦାପେଷ୍ଟରେ ହେବ ଜାଭେଲିନ ଫାଇନାଲ ଟକ୍କର । ଫାଇନାଲରେ ଅଛନ୍ତି ଓଡ଼ିଆ ପୁଅ କିଶୋର ଜେନା । ବିଶ୍ବ ଆଥେଲିଟିକସ୍ ଚାମ୍ପିୟନସିପରେ ସେ ଦମଦାର ପ୍ରଦର୍ଶନ କରିବା ସହ ଫାଇନାଲରେ ପ୍ରବେଶ କରିଛନ୍ତି । ଭାରତରୁ ପ୍ରତିଯୋଗିତାରେ ୩ ଜଣ ଜାଭଲିନରେ ପ୍ରତିନିଧିତ୍ୱ କରିଥିଲେ । ସେମାନଙ୍କ ମଧ୍ୟରୁ ସମସ୍ତେ ଫାଇନାଲକୁ ଯାଇଛନ୍ତି । ଏହି ତିନି ଜଣ ହେଲେ କିଶୋର ଜେନା, ନିରୋଜ ଚୋପ୍ରା ଓ ଡି.ପି ମନୁ । ୮୦.୫୫ ମିଟର ଜାଭଲିନ୍ ଥ୍ରୋ କରି ଫାଇନାଲ ଟିକେଟ ହାତେଇଛନ୍ତି କିଶୋର ଜେନା । ଡିପି ମନୁ ୮୧.୩୧ ମିଟର ଥ୍ରୋ କରିଥିବା ବେଳେ ନିରଜ ଚୋପ୍ରା ସର୍ବାଧିକ ୮୮.୭୭ ମିଟର ଜାଭଲିନ ଫିଙ୍ଗି ପଏଣ୍ଟ ଟେବୁଲର ଶୀର୍ଷରେ ରହିଛନ୍ତି । ଡିପି ମନୁ ୬ ନମ୍ବର ଓ କିଶୋର ଜେନା ୯ ନମ୍ବର ତାଲିକାରେ ଅଛନ୍ତି । ତେବେ ଓଡ଼ିଆ ପୁଅଙ୍କ ପ୍ରଦର୍ଶନ ଉପରେ ସମସ୍ତଙ୍କର ନଜର ରହିଛି ।